ମନ୍ତ୍ରୀ କହିଲେ, ଜଗନ୍ନାଥଙ୍କର ୧୨୮କିଲୋ ସୁନା

ପୁରୀ : ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ରହିଛି ୧୨୮ କେଜି ୩୧୦ ଗ୍ରାମର ସୁନା ଅଳଙ୍କାର ସହ ମୂଲ୍ୟବାନ ପଥର। ସେହିପରି ୨୨ହଜାର ୧୫୩ ଭରି ରୁପା ବାସନ ସହ ପୂଜା ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି।  ୧୪ଟି ସୁନା, ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ ହୋଇପାରିନି।  ଆଜି ବିଧାନସଭାରେ ବିଜେପି ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏଭଳି ଲିଖିତ ଉତ୍ତର ଦେଇଛନ୍ତି।

ଶ୍ରୀମନ୍ଦିରର ରତ୍ନଭଣ୍ଡାର କେବେ ଖୋଲାଯାଇଥିଲା ଓ ଗଚ୍ଛିତ ଥିବା ସମ୍ପତ୍ତିର ଆକଳନ ନେଇ ପ୍ରଶ୍ନ କରିଥିଲେ ଦିଲୀପ ରାୟ। ୧୯୭୮ ମସିହା ମେ ୫ରୁ ୨୩ ତାରିଖ ମଧ୍ୟରେ ରତ୍ନଭଣ୍ଡାର ଭିତର ଓ ବାହାର ରଖାଯାଇଥିବା ସମସ୍ତ ସାମଗ୍ରୀର ହୋଇଥିବା ପୂର୍ଣ୍ଣାଙ୍ଗ ତାଲିକା ଅନୁଯାୟୀ ସୂଚନା ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୬୦ହଜାର ୪୧୮ ଏକର ୩୫୩ ଡେସିମିଲ ଜମି ଥିବା ନେଇ ବିଧାୟକ ଆକାଶ ଦାସ ନାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରତାପ ଜେନା।

You might also like