ସୁରତ : ଯେଉଁ ବୟସରେ ପିଲାମାନେ ଖେଳ ଓ ଖେଳନା ବିଷୟରେ ଭାବିଥାନ୍ତି, ସାଙ୍ଗସାଥି ମେଳରେ ଦିନ ବିତାନ୍ତି, ସେହି ଚପଳ ବୟସରେ ଯଦି ପିଲାଟିଏ ସନ୍ୟାସୀ ହେବାର ନିଷ୍ପତ୍ତି ନିଏ, ଏହା ସମସ୍ତଙ୍କ ପାଇଁ ନିଶ୍ଚୟ ଆଶ୍ଚର୍ଯ୍ୟର କଥା ହେବ। ଏବେ ଏମିତି ଏକ ଘଟଣାକୁ ନେଇ  ଖୁବ୍‌ ଚର୍ଚ୍ଚା।

ସୁରତର ହୀରା ବ୍ୟବସାୟୀ ଦୀପେସ ଶାହଙ୍କ ୧୨ ବର୍ଷର ପୁଅ ଭବ୍ୟ ଶାହ। ୭ମ ଶ୍ରେଣୀରେ ପାଠପଢ଼ୁଥିବା ଭବ୍ୟ ବାଛି ନେଇଛନ୍ତି ସନ୍ନ୍ୟାସୀର ପଥ। ବାପାଙ୍କ ଅମାପ ଧନ ସମ୍ପତ୍ତି, ଚାକଚକ୍ୟ ଓ ଦାମିକିଆ ସୋଫାର କୋମଳ ଆସ୍ତରଣକୁ ଏଡ଼ାଇ ବାପାରିଛନ୍ତି ଈଶ୍ୱରଙ୍କ ସନ୍ଧାନରେ । ଖେଳକୁଦ ବୟସରେ ସାଜିଛନ୍ତି ଜୈନ ଭିକ୍ଷୁ।

ଏଥିପାଇଁ ପୂରା ସୁରତ ସହରରେ ତାଙ୍କର ଶୋଭାଯାତ୍ରା କରାଯାଇଛି। କିନ୍ତୁ ସନ୍ନ୍ୟାସୀଙ୍କ ଶୋଭାଯାତ୍ରା ଏହାଥିଲା ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ଶୋଭାଯାତ୍ରାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ବିଳାସମୟ ଫରାରୀ। ଏହି କାର୍‌ରେ ହୋଇଥିଲା ଶୋଭାଯାତ୍ରା। ଭବ୍ୟଙ୍କର ଦାମୀ କାର୍‌ ଓ ପର୍ଫ୍ୟୁମ୍‌ ପ୍ରତି ଭାରି ସୌକ ଥିଲା। ସେଥିପାଇଁ ଦୀପେସ୍‌ ତାଙ୍କ ପୁଅର ଇଚ୍ଛା ପୂରା କରିବା ପାଇଁ ବନ୍ଧୁ ଜୟେସ୍‌ ଦିସାଇଙ୍କଠାରୁ ତାଙ୍କ ଫରାରୀ କାର୍‌ ଆଣି ପୁଅର ଶୋଭାଯାତ୍ରା କରାଇଥିଲେ।

ଏପ୍ରିଲ୍ ୧୨ ତାରିଖରେ ଭବ୍ୟଙ୍କ ଦୀକ୍ଷା ପୂରଣ ହୋଇଯିବ। ସବୁ ସମ୍ପର୍କ ତୁଟାଇ ଚାଲିଯିବେ ଆପଣା ପଥରେ। ୪ ବର୍ଷ ପୂର୍ବେ ଭବ୍ୟଙ୍କ ବଡ଼ ଭଉଣୀ ୧୨ ବର୍ଷ ବୟସରେ ଦୀକ୍ଷା ଗ୍ରହଣ କରିଥିଲେ। ଏବେ ସାନ ଭାଇ ଭବ୍ୟ ବାଛି ନେଇଛନ୍ତି ସେବି ରାସ୍ତା।

 

 

Other Stories

  • Delivery Boy
    Delivery Boy ପୋଲିସ୍ ସାଜିଲା ଡେଲିଭରି ବୟ

    ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପାଇଁ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ ସେ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଘରର କବାଟ ବାଡେଇଥିଲେ ।

  • PMAY
    Odisha ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି !

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ଏମିତିକି ଏହି ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଆସନ୍ତା ୭ରୁ ୯ ଯାଏଁ ଆନ୍ଦୋଳନ କରିବାକୁ ଦଳ...

  • COWIN
    Co Win ୫୦ ଦେଶ କୋ-ୱିନ୍‌ ଆପ୍‌ ବ୍ୟବହାର କରିବାକୁ ଆଗ୍ରହୀ

    ନୂଆଦିଲ୍ଲୀ: ଭାରତର କରୋନା ବିରୋଧୀ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଟିକା । ଆଉ ଏହି ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନର ମେରୁଦଣ୍ଡ କୋ-ଓ୍ୱିନ୍ ଟିକା । ଉପଲବ୍ଧତା ଯାଞ୍ଚ ହେଉ, ସ୍ଲଟ୍ ବୁକିଂ ଅବା ରେଜିଷ୍ଟ୍ରେନ୍ କିମ୍ବା...

  • Small-girl
    Odisha ମା‘ ଭାଇର ଜୀବନ ବଞ୍ଚେଇ ଦେଲା କୁନି ଝିଅ

    ମୁରାଦାବାଦ୍‌: ଯେଉଁ ବୟସରେ ଚାଲି ଶିଖିବା କଥା ସେ ବୟସରେ ସେ ମାଆ ପାଇଁ ସାହାରା ହେଲା । ଅଜଣା ରାସ୍ତାରେ ମାଆ, ଭାଇ ପାଇଁ ଖୋଜି ଆଣିଲା ଉଦ୍ଧାରକାରୀ ଟିମ୍ । ଷ୍ଟେସନ୍‌ରେ ଅଚେତ୍ ଅବସ୍ଥାରେ...