ରାଜ୍ୟରେ ଆଉ ୧୨ଟି ଅଣବୃହତ୍ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ଟି ବନ୍ଦର ପ୍ରତିଷ୍ଠା ପାଇଁ ଦିଆଯାଇଛି ପ୍ରସ୍ତାବ। ଆଜି ବିଧାନସଭାରେ ବାଣିଜ୍ୟ ମନ୍ତ୍ରୀ ନୃସିଂହ ସାହୁ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୧୨ଟି ଅଣବୃହତ୍ ବନ୍ଦର ପ୍ରତିଷ୍ଠା ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସେଥିରୁ ବାଲେଶ୍ୱରରେ ୪ଟି, ଗଞ୍ଜାମ, ଭଦ୍ରକ ଓ ପୁରୀରେ ୨ଟି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଗୋଟିଏ ଲେଖାଏଁ ବନ୍ଦର ପାଇଁ ପ୍ରସ୍ତାବ ଦିଆଯାଇଛି।

ତେବେ ପ୍ରସ୍ତାବିତ ୧୨ଟି ମଧ୍ୟରୁ ଭଦ୍ରକର ଚୁଡ଼ାମଣିରେ ପ୍ରତିଷ୍ଠା ନେଇ ଦେଖାଦେଇଛି ଅନିଶ୍ଚିତତା। ଚୁଡ଼ାମଣିରେ ବନ୍ଦର ପ୍ରତିଷ୍ଠା ଲାଗି MOU କରିଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ ପରେ ଏଥିରୁ ଓହରି ଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ପାରାଦୀପ ବନ୍ଦର ଛଡ଼ା ୨ଟି ଅଣବୃହତ୍ ଧାମରା ଓ ଗୋପାଳପୁର ବନ୍ଦର ଏବେ କାର୍ଯ୍ୟକ୍ଷମ ଅଛି।

You might also like