ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବାରିପଦା ବନ୍ଦ

ବାରିପଦା: ବାରିପଦାରେ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବାରପଦା ବନ୍ଦ ଡାକରା ଦିଆଯାଇଛି। ମୟୂରଭଞ୍ଜ ଆଦିବାସୀ ରିଭୋଲ୍ୟୁସନ ୟୁଥ୍ ଆସୋସିଏସନ୍ ବା ମାରିସା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ମାରିସା ସଂଗଠନର କର୍ମୀମାନେ ବାରିପଦା ଉପକଣ୍ଠ ମୁର୍ଗାବାଡ଼ି ଛକରେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ପୂରା ଠପ୍ ହୋଇ ଯାଇଛି।

ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ବସ୍, ଟ୍ରକ୍‌ ଅଟକି ରହିଛି। ବାରିପଦାର କିଛି ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ଅଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

You might also like