ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ
ଜୟପୁର: ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ। କୋରାପୁଟ ଜିଲ୍ଲା ଜୟପୁରର କୁନ୍ଦାରିଗୁଡ଼ା ଓ ବାରିଣିପୁଟ୍ରେ ଏହି ଅଘଟଣ ଘଟିଛି। ବିଷାକ୍ତ ଛତୁ ଖାଇ କୁନ୍ଦାରିଗୁଡାରେ ୧୧ ଜଣ ଏବଂ ବାରିଣିପୁଟ୍ରେ ଜଣେ ଅସୁସ୍ଥ ହୋଇପଡିଛନ୍ତି।
ସମସ୍ତଙ୍କୁ ଜୟପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏଡିଏମ୍ଓ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ହସ୍ପିଟାଲ ଯାଇ ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।
ସୂଚନାଥାଉ କି, ଗତକାଲି ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ମିର୍ଜାପୁର ଗାଁରେ ଏଭଳି ଅଘଟଣ ଘଟିଥିଲା ।