• translate
Odishatv Bureau

ମୁମ୍ବାଇ: ଦୀର୍ଘ ୨୭ ବର୍ଷ ପରେ ପୁଣି ପରଦାରେ ବଲିଉଡ଼୍‌ର ୨ଜଣ ପ୍ରସିଦ୍ଧ ଅଭିନେତାଙ୍କୁ ଏକାଠି ଦେଖିବାକୁ ମିଳିଛି। ଫିଲ୍ମ ଫ୍ରାଇଡ଼େରେ ରିଲିଜ୍‌ ହୋଇଥିବା କମେଡି ଡ୍ରାମା ଫିଲ୍ମ 102 NOT OUT ରେ ଅଭିନେତା ଅମିତାଭ ବଚ୍ଚନ ଓ ଋଷି କପୁର ଏକାଠି ନଜର ଆସିଛନ୍ତି।

102 not out

ଏଥିରେ ଋଷି କପୁର୍ ଜଣେ ୭୫ ବର୍ଷୀୟ ବୃଦ୍ଧ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କର ଶତାୟୁ ବାପା ସାଜିଛନ୍ତି ବିଗ୍ ବି। ବିଗ୍ ବିଙ୍କୁ ଫିଲ୍ମରେ ୧୦୨ ବର୍ଷ ହୋଇଥିଲେ ବି ସେ ପୂରାପୂରି ଆକ୍ଟିଭ୍‌ ଲାଗୁଛନ୍ତି।

ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଉମେଶ ଶୁକ୍ଳା।  ମ୍ୟୁଜିକ୍‌ କମ୍ପୋଜ୍ କରିଛନ୍ତି ସଲିମ୍-ସୁଲେମାନ ଯୋଡ଼ି।  ଏହା ପୂର୍ବରୁ ଅମର ଆକବର ଆନ୍ଥୋନି, ନସିବ୍ ଓ କୁଲି ପରେ ୧୯୯୧ ଫିଲ୍ମ ଅଜୁବାରେ ଶେଷଥର ପାଇଁ ଏକାଠି ନଜର ଆସିଥିଲେ ଅମିତାଭ ଓ ଋଷି।

Other Stories