ଡିନାମାଇଟ ବିସ୍ଫୋରଣରେ ବାଳକ ଅାହତ

ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି

ବାଲେଶ୍ୱର : ଡିନାମାଇଟ ବିସ୍ଫୋରଣରେ ୧୦ବର୍ଷର ବାଳକ ଅାହତ। ମାଟିଅାଳି ପଂଚାୟତ ପଥରଗୁମୁରା ଗାଁର ଅଶୋକ ସିଂଙ୍କ ପୁଅ ମିଲନ୍ ଗତକାଲି ଖାଦାନ ଅଂଚଳରୁ ବିସ୍ପୋରକ ଅାଣି ପାଖରେ ରଖିଥିଲେ। ଅାଜି କୌତୁହଳ ବଶତଃ ସେଥିରେ ବ୍ୟାଟେରୀ ସଂଯୋଗ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା।

ମିଲନଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲର ଶିଶୁ ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କର ହାତ ଓ ପେଟରେ ଅାଘାତ ଲାଗିଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ପରେ ନୂଅାପାଢୀ ପଥର ଖାଦାନ ଅଂଚଳରେ ଖନନ ବନ୍ଦ ରହିଛି।

You might also like