ବନ୍ଦ ଯୋଗୁ ଟ୍ରେନ୍‌ ଚଳାଚଳ ବାତିଲ

ଭୁବନେଶ୍ୱର: ବନ୍ଦ ଯୋଗୁ ପୂର୍ବତଟ ରେଳବାଇ ଅଧୀନରେ ଚାଲୁଥିବା ୮ଟି ପାସେ୍ଞ୍ଜର ଟ୍ରେନ ଓ ୨ଟି ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି। ୫୮୪୨୫/୫୮୪୨୬ କେନ୍ଦୁଝରଗଡ- ଭୁବନେଶ୍ୱର- କେନ୍ଦୁଝରଗଡ ପାସେଞ୍ଜର ଉଭୟ ଦିଗରୁ ବାତିଲ କରାଯାଇଛି। ୫୮୪୦୭ ଭଦ୍ରକ- ଭୁବନେଶ୍ୱର ପାସେଞ୍ଜର ମଧ୍ୟ ବାତିଲ ହୋଇଛି।

ସେହିପରି ଭୁବନେଶ୍ୱର- ବ୍ରହ୍ମପୁର ମଧ୍ୟରେ ପାସେଞ୍ଜର ଟ୍ରେନକୁ ଉଭୟ ଦିଗରୁ ବାତିଲ ହୋଇଛି। କଟକ- ପାରଦୀପ ମଧ୍ୟର ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ, ୫୮୪୧୬ ପୁରୀ- କଟକ ପାସେଞ୍ଜର, କଟକ- ଭଦ୍ରକ ମଧ୍ୟରେ ଚାଲୁଥିବା ପାସେଞ୍ଜର ଟ୍ରେନ, ଭୁବନେଶ୍ୱର- ବିଶାଖାପଟନମ୍ ଇଣ୍ଟରସିଟି ଏକ୍ସପ୍ରେସ, ୫୮୪୦୨ ପାରାଦ୍ୱୀପ କଟକ ପାସେଞ୍ଜର, ସମ୍ବଲପୁର ପୁରୀ ମଧ୍ୟରେ ଚଳାଚଳ କରୁଥିବା ଇଣ୍ଟରସିଟି ଏକ୍ସପ୍ରେସକୁ ମଧ୍ୟ ଉଭୟ ଦିଗରୁ ବାତିଲ କରାଯାଇଛି।

You might also like