ମୋବାଇଲ ଟ୍ରାକ୍‌ କରି ହୋଟେଲ୍‌ରେ ପହଞ୍ଚିଲା ପୁଲିସ୍‌, ତା’ପରେ…

ପୁରୀ: ଧରା ପଡ଼ିଲା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ। ପୁରୀ ସିବିଚ୍ ଥାନା ଅଞ୍ଚଳର ଏକ ହୋଟେଲ୍‌ରୁ ୧୦ ଜଣ ଲୁଟେରା ଗ୍ୟାଙ୍ଗଙ୍କୁ ପୁଲିସ୍‌ ଗିରଫ କରିଛି। ତେବେ ଘଟଣାସ୍ଥଳରୁ ଜଣେ ଲୁଟେରା ଫେରାର ହୋଇ ଯାଇଛି।

ସେମାନଙ୍କ ନିକଟରୁ ଲୁଟ୍‌ ଯନ୍ତ୍ରପାତି ସହ ୧୫ରୁ ୨୦ଟି ମୋବାଇଲ ଫୋନ୍, ଲାପ୍‌ଟପ୍‌ ଓ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରପାତି ଜବତ କରାଯାଇଛି। ଝାଡ଼ଖଣ୍ଡ ଓ ପୁରୀ ପୁଲିସ୍‌ ମିଳିତ ଚଢ଼ଉ କରି ପୁରୀର ଏକ ହୋଟେଲରୁ ସେମାନଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଏହି ଲୁଟେରା ଗ୍ୟାଙ୍ଗ ଗତ ୬ ତାରିଖରୁ ପୁରୀରେ ଏକ ହୋଟେଲରେ ରହୁଥିଲେ। ଏମାନେ ପୁରୀରେ ଏକ ବଡ଼ ଧରଣର ଲୁଟ୍‌ କରି ଫେରାର ହେବାର ବ୍ଲୁପ୍ରିଣ୍ଟ୍‌ କରିଥିଲେ ବୋଲି ଜଣାପଡ଼ିଛି। ପୁଲିସ୍‌ ଏହି ଲୁଟେରା ଗ୍ୟାଙ୍ଗର ମୋବାଇଲକୁ ଟ୍ରାକ୍‌ କରି ଅଚାନକ ଚଢ଼ଉ କରି ଏକ ହୋଟେଲରୁ ସେମାନଙ୍କୁ ଗିରଫ କରିଥିଲା।

ଗତ ୨୯ ତାରିଖରେ ଗିରଫ ଲୁଟେରାମାନେ ଝାଡ଼ଖଣ୍ଡ ଜାମସେଦପୁରର ବିଷ୍ଣୁପୁର ଥାନା ଅନ୍ତର୍ଗତ ଇଷ୍ଟ ମେରାଇନ୍‌ ଅଞ୍ଚଳର ଏକ ମୋବାଇଲ ଦୋକାନରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଲୁଟ୍ କରି ଫେରାର ହୋଇ ଯାଇଥିଲେ ଏହି ଲୁଟେରା ଗ୍ୟାଙ୍ଗ।

You might also like