ବଜ୍ରାଘାତ ନେଇଗଲା ୧୦ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଗତକାଲି ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା କୋର ତନାର ଗାଁରେ କିଛି ଯୁବକ ବସିଥିବା ବେଳେ ବଜ୍ରାଘାତ ହୋଇଥିଲା।  ଫଳରେ ସେଠାରେ ଥିବା ୪ ଜଣ ବେହୋସ ହୋଇଯାଇଥିଲେ।  ଗ୍ରାମବାସୀମାନେ ସେମାନଙ୍କୁ ତୁରନ୍ତ କେନ୍ଦ୍ରାପଡା ମେଡିକାଲକୁ ନେଇଥିଲେ।  ସେଠାରେ ଡାକ୍ତର ୨ ଜଣଙ୍କ ମୃତ ଘୋଷଣା କରିଥିବାବେଳେ ଅନ୍ୟ ୨ ଗୁରୁତରଙ୍କ ମେଡିକାଲରେ ଚିକିତ୍ସା ଚାଲିଛି।

ସେହିପରି ପଟ୍ଟାମୁଣ୍ଡାଇ ନରସିଂହପୁର ଗାଁରେ ଜଣେ ଯୁବତୀ ଆହତ ହୋଇଥିବା ବେଳେ ଡଙ୍ଗମାଳ ନୂଆଗାଁରେ ୩ ବଖରା ଜଳିଯାଇଛି।  ଏପଟେ ବଜ୍ରାଘାତ ଯୋଗୁ ଯାଜପୁରରେ ଗାଈ ଚରାଇବା ବେଳେ ଚିତାହଟା ଗାଁର ୨ ଜଣଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ରାଇରଙ୍ଗପୁର ଦାଣ୍ଡବସ ଗାଁ ବିଲରେ କାମ କରୁଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି।

ନବରଙ୍ଗପୁର ପାପଡ଼ାହାଣ୍ଡି ପଣ୍ଡିକୋଟ ଗାଁରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ହେଲେ ଅବସ୍ଥା ଗୁରୁତର ହେବାରୁ ୩ଜଣଙ୍କୁ ଜିଲ୍ଲା ସଦର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଖୋର୍ଦ୍ଧା ବେଗୁନିଆ କୋଚିଆଖାଲ ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି।  ଏପଟେ ବାଲେଶ୍ୱର ଲକ୍ଷ୍ମଣନାଥ ଗୋବରଘାଟା ଗାଁରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା କରଞ୍ଜିଆ ଚଢ଼େଇଭୋଳା ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

You might also like