ନିପା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି; ସ୍ପଷ୍ଟ କଲା କେରଳ ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ନିପା ଭାଇରସ୍‌ରେ ସଂକ୍ରମିତ ହୋଇ କେରଳରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ରକ୍ତ ନମୁନା ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛି କେରଳ ସ୍ୱାସ୍ଥ୍ୟ ବିଭାଗ। ୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି ବୋଲି କେରଳ ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଏହି ଭାଇରସ୍‌ରେ ସଂକ୍ରମିତ ହୋଇ ଗୋଟିଏ ପରିବାରର ୩ଜଣ ସଦସ୍ୟଙ୍କ ଜୀବନ ଚାଲିଯାଇଥିଲା। ତେବେ ମୃତ୍ୟୁ ଘଟିଥିବା ଏହି ପରିବାର ଭାଇରସ୍‌ ସଂକ୍ରମଣର କେନ୍ଦ୍ରସ୍ଥଳୀ ବୋଲି ଜଣାପଡ଼ିଛି। ମୃତକ ମାନେ କେରଳର କୋଝିକୋଡ୍ ଓ ମାଲ୍ଲାପୁରମ୍‌ ଅଞ୍ଚଳର। ମୃତକଙ୍କ ମଧ୍ୟରୁ ୮ଜଣ  କୋଝିକୋଡ଼୍‌ର ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ନିପା ଭାଇରସ୍‌କୁ ନେଇ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ନୂଆ କେସ୍‌ ରିପୋର୍ଟ ହୋଇନାହିଁ। ଏହି ଭାଇରସ୍‌ରେ ସଂକ୍ରମିତ ୧୮ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୨ଜଣଙ୍କ ପଜିଟିଭ୍‌ ବାହାରିଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଲଜା କହିଛନ୍ତି।

ତେବେ କେରଳରେ ସଂକ୍ରମିତ ଏହି ଭାଇରସ୍‌କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଏହି ଭାଇରସ୍‌କୁ ନେଇ କେରଳ ସରକାର ସ୍ୱାସ୍ଥ୍ୟ ବିଭାଗକୁ ହାଇ ଆଲର୍ଟରେ ରଖିଛନ୍ତିI ନିପା ଭାଇରସ୍‌ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡ଼ର ବ୍ୟବସ୍ଥା କରାଯାଇଛି। ଏହି ଭାଇରସ୍‌ ବିଷୟରେ ଏବେ ସୁଦ୍ଧା ବିଶେଷ  କିଛି ତଥ୍ୟ ଜଣାପଡ଼ିନି।

ଏପଟେ କେରଳରେ ନିପା ଭାଇରସ୍‌ ଆତଙ୍କ ନେଇ ଗୋଆ ସରକାର ରାଜ୍ୟବାସୀଙ୍କୁ ଆତଙ୍କିତ ନ ହେବା ପାଇଁ କହିଛନ୍ତି।

ଏହି ରୋଗର ଲକ୍ଷଣ ଥାଇ ଜଣେ ନର୍ସଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇଛି। ସଂପୃକ୍ତ ନର୍ସ ନିପା ବା ଏନ୍ଆଇଭି ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରୁଥିଲେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like