୨ଦିନିଅା ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଅାଜିଠାରୁ ୨ଦିନିଅା ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଡାକରା କ୍ରମେ ନବୀନ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି।
କାର୍ଯ୍ୟସୂଚି ଅନୁସାରେ, ଅାଜି ସଂଧ୍ୟା ୬ଟା୧୫ମିନିଟ୍ରେ ନବୀନ ରାଷ୍ଟ୍ରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି କେଉଁ କାରଣ ପାଇଁ ନବୀନଙ୍କୁ ଦିଲ୍ଲୀ ଡକାଇଛନ୍ତି ଏବଂ ଉଭୟଙ୍କ ମଧ୍ୟରେ କେଉଁ ପ୍ରସଙ୍ଗ ନେଇ ଅାଲୋଚନା ହେବ ସେ ନେଇ କିଛି ସୂଚନା ମିଳିନି। ଅାସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବେ।