ସରିଲା ମାଟ୍ରିକ ପ୍ରଥମ ଦିନର ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ସରିଛି।  ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା କେନ୍ଦ୍ରରେ ପରୀକ୍ଷା ହେଉଛି।  ଆଜି ସକାଳ ୮ଟାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଗରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ।  ୮ଟା ୩୦ରେ ଓଏମ୍ଆର୍ ସିଟ୍ ଦିଆଯାଇଥିଲା।  ୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଉତ୍ତର ଖାତା ଦିଆଯାଇଥିଲା।  ପ୍ରଶ୍ନ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କୁ ମିଳିଥିଲା ୧୫ ମିନିଟ୍‌୩୦ରେ ସରିଛି। ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୬ଲକ୍ଷ ୮ହଜାର ୩୧ ଜଣ ଛାତ୍ରଛାତ୍ରୀ।  ଏଥର ୨ ହଜାର ୮୧୮ ଟି ।  ପରେ ୯ଟାରୁ ଆରମ୍ଭ ହୋଇଥିଲା ପରୀକ୍ଷା।

କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯବା ସହ ମାଓ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଓପ୍ରବଣ କୋରାପୁଟ, ମାଲକାନଗିରି, ବଲାଙ୍ଗିର, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ ଓ ଦେବଗଡ଼ ଜିଲ୍ଲାରେ ପରୀକ୍ଷା ପରିଚାଳନା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ତରରେ ୫୮ଟି ଫ୍ଲାଇ ସ୍କ୍ୱାର୍ଡ ଓ ୩୭ଟି କେନ୍ଦ୍ରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି। ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ଗଠିତ ସ୍କ୍ୱାର୍ଡରେ ଅଧ୍ୟାପକମାନଙ୍କୁ ମଧ୍ୟ ସାମିଲ କରାଯାଇଛି।

 

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like