ମୁମ୍ବାଇ଼-କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ ଘଟଣା: ବୋମା ନୁହେଁ, ରଙ୍ଗ ବାକ୍ସ ଥିଲା
ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍ରେ ବୋମା ଥିବା ନେଇ ଆଜି ସକାଳେ ଏକ ସୂଚନା ଆସିଥିଲା। ଟ୍ରେନ୍ର ସଂରକ୍ଷିତ ବଗି S-11ରେ ଦୁଇଟି ବାକ୍ସ ସନ୍ଦିଗ୍ଧ ଅବସ୍ଥାରେ ମିଳିବା ପରେ ଏହି ସୂଚନା ଆସିଥିଲା।
ତେବେ ଜବତ କରାଯାଇଥିବା ୨ଟି ସନ୍ଦିଗ୍ଧ ବାକ୍ସ ରଙ୍ଗ ବାକ୍ସ ବୋଲି ରେଲୱେ ଅଧିକାରୀ ସ୍ପଷ୍ଟ କରିଛନ୍ତି।
ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦୁଇଟିକୁ ଦେଖିବାକୁ ମିଳିଥିଲା। ତେବେ ବାକ୍ସ ଦୁଇଟିର କେହି ଦାବିଦାର ନଥିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ବୋମା ଅବା କିଛି ବିସ୍ଫୋରକ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ଖବର ପାଇବା ପରେ ବୋମା ସ୍କ୍ୱାଡ୍ ଟିମ୍ ଟ୍ରେନ୍ରୁ ବାକ୍ସ ଦୁଇଟିକୁ ବାହାର କରି ଯାଞ୍ଚ କରିଥିଲା।
ଗତକାଲି ଦିନ ୩ଟାରେ ମୁମ୍ୱାଇରୁ ଭୁବନେଶ୍ୱର ଅଭମୁଖେ ଟ୍ରେନ ଛାଡ଼ିଥିଲା।