ବିବାଦ ଘେରରେ ଦିଲ୍ଲୀ ସରକାର; ମୁଖ୍ୟ ଶାସନ ସଚିବଙ୍କୁ ପିଟିଲେ ଆପ୍ ବିଧାୟକ

ନୂଆଦିଲ୍ଲୀ: କେଜ୍ରିୱାଲ ସରକାର ପୁଣିଥରେ ଆଉ ଏକ ନୂଆ ବିବାଦ ଆଡକୁ ଟାଣି ହୋଇଛନ୍ତି। ବର୍ତ୍ତମାନର ବିବାଦ ଘେରକୁ ତାଙ୍କୁ ଟାଣିଛନ୍ତି ଖୋଦ୍ ପାର୍ଟିର ସାଂସଦ। ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆମ୍ ଆଦମୀ ପାର୍ଟିର ୨ ଜଣ ସାଂସଦ ମାରପିଟ୍ କରିଥିବାର ଅଭିଯୋଗ ହୋଇଛି।

ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଅଭିଯାଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେଜ୍ରିୱାଲଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆମ୍ ଆଦମୀ ପାର୍ଟି (ଆପ୍)ର ୨ ଜଣ ସାଂସଦ ତାଙ୍କୁ ମାରପିଟ୍ କରିବା ସହ ର୍ଦୁବ୍ୟବହାର ମଧ୍ୟ କରିଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ ଉଠାଇଛନ୍ତି ଯେ, ଏହି ସବୁ ଘଟଣା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଉପସ୍ଥିତିରେ ଘଟିଥିଲା ।

କୌଣସି ଏକ ବିଷୟବସ୍ତୁ ଉପରେ ଚର୍ଚ୍ଚା ପାଇଁ କେଜ୍ରିୱାଲ ଏକ ବୈଠକ ଡକାଇଥିଲେ। ମାତ୍ର ସେଠା‌ରେ ପରିସ୍ଥିତି ଏପରି ଉପୁଜିଥିଲା ଯେ ଚର୍ଚ୍ଚା ବଦଳରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଏହି ଘଟଣା ଘଟିବା ପରେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶ ତତକ୍ଷଣାତ୍ ଉପରାଜ୍ୟପାଳ ଅନୀଲ୍ ବୈଜଲଙ୍କ ବାସଭବନକୁ ଯାଇ ଘଟଣା ସଂପର୍କରେ ଅବଗତ କରାଇଥିଲେ।

ଅନ୍ୟପକ୍ଷରେ ଏହି ସମସ୍ତ ଘଟଣାକୁ ଖଣ୍ଡନ କରିଛି ଆପ୍। ଆପ୍ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନ ଅନୁଯାୟୀ ଦିଲ୍ଲୀର ୨.୫ ଲକ୍ଷ ପରିବାର ଆଧାର ସହ ସଂଯୋଗ ନହେବା ଫଳରେ ସେମାନଙ୍କୁ ରାସନ ମିଳିପାରୁ ନାହିଁ। ତେବେ ଏହିସବୁ ଘଟଣାକୁ ନେଇ ବିଧାୟକଙ୍କ ଉପରେ ଲୋକମାନଙ୍କ ଚାପ ପଡୁଛି। ଏସମସ୍ତ ଘଟଣା ଉପରେ ଚର୍ଚ୍ଚା ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ଡକାଯାଇଥିଲା। ବୈଠକ ସମୟରେ ଏକ ପ୍ରଶ୍ନର ଉତ୍ତର ରଖିବାକୁ ମୁଖ୍ୟ ଶାସନ ସଚିବ ମନା କରିଦେବା ନେଇ ପାଲଟା ଅଭିଯୋଗ ଆଣିଛି ଆପ୍।

ଏହି ଘଟଣାକୁ ନେଇ ଆଇଏଏସ୍ ସଂଘ ଆମ୍ ଆଦମୀ ପାର୍ଟିର ଦୁଇ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିବା ସହ ବିରୋଧୀ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିଛି।

ଆହୁରି ପଢ଼ନ୍ତୁ

କର୍ମଚାରୀଙ୍କୁ କୋଟିପତି କରିଦେଲେ ମାଲିକ

ଖଣ୍ଡଯୁଦ୍ଧ ପରେ ଦିଲ୍ଲୀ ପ୍ରବେଶ ପାଇଁ ଆନ୍ଦୋଳନକାରୀଙ୍କୁ ମିଳିଲା ଅନୁମତି

ପ୍ରଧାନମନ୍ତ୍ରୀଙ୍କ ‘ଭ୍ୟାକ୍ସିନ ଯାତ୍ରା’: ଟିକା ପ୍ରସ୍ତୁତକାରୀ ଲ୍ୟାବ ଯାଇ ସମୀକ୍ଷା କରିବେ

ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ଭାରତୀୟ ମହିଳା

ଦୁଲ୍‌ହାକୁ AK-47 ଗିଫ୍ଟ କଲେ ମହିଳା

ବୈଜ୍ଞାନିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍ -୭.୫%; ସିଇଏ କହିଲେ ସୁଧୁରୁଛି ଅର୍ଥବ୍ୟବସ୍ଥା

୧୪ ବର୍ଷର ଜଣେ ବାଳକଙ୍କୁ ଫୋନ୍‌ କରି ଡାକିଲେ ଆମେରିକାର ଉପରାଷ୍ଟ୍ରପତି

କମୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା !

ଫୌଜଦାରୀ ଆଇନ ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ

କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା; ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

କମିଲା ସୁନା, ରୂପା ଦର

You might also like