ପିଏନବି ପରେ ପୁଣି ଏକ ବ୍ୟାଙ୍କ ଠକେଇ ମାମଲାର ପର୍ଦ୍ଦାଫାସ୍; ୩୯୦ କୋଟି ଚଳୁ
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇ ମାମଲାର କିଛିଦିନ ନପୂରୁଣୁ ପୁଣି ଏକ ବ୍ୟାଙ୍କ ଠକେଇ ମାମଲା ସାମନାକୁ ଆସିଛି। ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (ଓବିସି)ରୁ ୩୯୦କୋଟି ଠକେଇ ଅଭିଯୋଗରେ, ସିବିଆଇ ଗୁରୁବାର ଦିଲ୍ଲୀର ଏକ ଜୁଏଲାରୀ ଆଉଟଲେଟ ବିରୋଧରେ ମାମଲା ରୁଜୁ କରିଛି।
ଦୀର୍ଘ ୬ ମାସ ପୂର୍ବରୁ ଏନେଇ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା।
ସିବିଆଇ ଏହି ମାମଲାରେ କାରୋଲ ବାଗ ସ୍ଥିତ ଦ୍ୱାରକା ଦାସ ସେଠ୍ ଇଣ୍ଟରନ୍ୟାସନାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏହି ବଡ଼ଧରଣର ଠକେଇ ହୋଇଛି ଓବିସିର ଗ୍ରେଟର କୈଳାସ-୨ ଶାଖାରେ।
ଦ୍ୱାରକା ଦାସ ସେଠ୍ ଇଣ୍ଟରନ୍ୟାସନାଲ କମ୍ପାନୀ ସଭ୍ୟ ସେଠ୍, ରୀତା ସେଠ୍, କ୍ରିଷ୍ଣା କୁମାର ସିଂ ଓ ରବି କୁମାର ସିଂଙ୍କ ନାଁରେ ଚାଲୁ ଥିଲା। ତେବେ ଏହି ସମସ୍ତ ଚାରି ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ସଭ୍ୟ ସେଠ୍ ଭାରତ ଛାଡି ପଳାଇଥିବାର ସନ୍ଦେହ କରାଯାଉଛି।
ବ୍ୟାଙ୍କର ଅଭିଯୋଗ ଅନୁଯାୟୀ, ଦ୍ୱାରକା ଦାସ ସେଠ୍ ଇଣ୍ଟରନ୍ୟାସନାଲ ବିଭିନ୍ନ ପ୍ରକାରର କ୍ରେଡିଟ ସୁବିଧା ତଥା ଲେଟରସ ଅଫ କ୍ରେଡିଟ ଅଧୀନରେ ଫରେନ ବିଲ୍ ଡ଼ିସକାଉଣ୍ଟିଂ ସୁବିଧା ମଧ୍ୟ ପ୍ରଦାନ କରୁଥିଲା। ଏହି ସୁବିଧା ୨୦୦୭ ମସିହାରୁ ଆରମ୍ଭ ହୋଇଥିଲା ବୋଲି ବ୍ୟାଙ୍କ ଦାବି କରିଛି।