ପିଏନବି ଦୁର୍ନୀତି ମାମଲା: ଚଢ଼ଉ ବେଳେ ଇଡି ଦ୍ୱାରା ୧୦ ହଜାରରୁ ଅଧିକ ବିଦେଶ ହାତବନ୍ଧା ଘଣ୍ଟା ଜବତ

ନୂଆଦିଲ୍ଲୀ: ନିରବ ମୋଦିଙ୍କ ବ୍ୟବସାୟ ସହ ସଂପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ପ୍ରାୟତଃ ୧୦ ହଜାରରୁ ଅଧିକ ବିଦେଶୀ ହାତବନ୍ଧା ଘଣ୍ଟା ଜବତ କରାଯାଇଛି। ଏହି ଘଣ୍ଟା ସବୁ ସମ୍ଭବତଃ ବ୍ୟବସାୟ ଉଦ୍ଦେଶ୍ୟରେ ବିଦେଶରୁ ଆମଦାନୀ କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ଘଟଣାରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସଂପୃକ୍ତି ନେଇ ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ୬୦ଟି ପ୍ଲାଷ୍ଟିକ ଡ଼ବାରେ ଏହି ବିଦେଶୀ ଘଣ୍ଟା ଜବତ କରାଯାଇଛି।

ଗତ ସପ୍ତାହରେ ନିରବଙ୍କ ସଂପୃକ୍ତି ନେଇ ଇଡ଼ି ୧୭୬ଟି ଷ୍ଟିଲ ଆଲମାରି ଓ ୧୫୮ଟି ବକ୍ସ ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟ ଏବଂ ସେୟାର ଆଦିରେ ଥିବା ୪୩ କୋଟି ଟଙ୍କା ମଧ୍ୟ ଜବତ କରିଛି।

 

ନିର୍ଦ୍ଦେଶାଳୟ ଦ୍ୱାରା ଜବତ କରାଯାଇଥିବା ନିରବଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୦କୋଟି ଥିବାବେଳେ, ସେୟାରର ମୂଲ୍ୟ ୧୩.୮୬ କୋଟି।

You might also like