ଓଡ଼ିଶାର ୪ ଜଣ ଟେନିସ ତାରକା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଆଇଟିଏଫ୍ ଟୁର୍ଣ୍ଣାମେଣ୍ଟ। ଏଥିରେ ବିଭିନ୍ନ ଦେଶର ୩୨ଜଣ ଖେଳାଳି ଭାଗ ନେଇଛନ୍ତି।
ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଋଷିଆ, ଚାଇନା, ଆମେରିକା, ଜାପାନ ପ୍ରଭୃତି ଦେଶର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହାସହ ଓଡ଼ିଶାର ୪ଜଣ ଉଦୀୟମାନ ଟେନିସ୍ ତାରକାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏହା ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଦେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ।
At #OdishaITFFutures, 1st ever international tennis tourney in Odisha, CM @Naveen_Odisha felicitated participants & presented cash award of ₹50,000 each to four Odia players in event. He stated that Odisha is prepared to host world’s finest, including a possible #DavisCup tie pic.twitter.com/7l96ZOoFn6
— CMO Odisha (@CMO_Odisha) February 27, 2018
ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ।