କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପୂରଣ ଦାବି ନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏନେଇ ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଆଜି ଠାରୁ ରିଲେ ଅନଶନ ଆରମ୍ଭ ହୋଇଛି। ବାର୍ ଆସୋସିଏସନ୍ ପରିସରରେ ଚାଲିଥିବା ଏହି ଅନଶନରେ ହାଇକୋର୍ଟରେ କୌଣସି ମାମଲା ଦାୟର କରାଯିବ ନାହିଁ ବୋଲି ଏକ ଗୁରୁତ୍ତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇ‌ଥିବା ଏହି ଆନ୍ଦୋଳନ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି  ଆନ୍ଦୋଳନକୁ ଆହୁରି ତୀବ୍ରତର ତଥା ଆନ୍ଦୋଳନର ଏକ ରୂପେରଖ ପ୍ରସ୍ତୁତ କରାଯିବା ଲାଗି ବାର୍ ର ଏକ ଷ୍ଟିଅରିଂ କମିଟି ଗଠନ କରାଯିବ ବୋଲି ଗତକାଲି ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂଚନାଥାଉ କି, ଆସନ୍ତା ଗୁରୁବାର ବାର୍ ଆସୋସିଏସନର ପରବର୍ତ୍ତୀ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା  ନେଇ ନିଷ୍ପତ୍ତି କରାଯିବ।

Other Stories