ଅନୁଭବଙ୍କ ଗାଡ଼ିକୁ ଘେରିଲେ ବିଜେପି କର୍ମୀ

ଭୁବନେଶ୍ୱର:  ଅଡୁଆରେ ପଡିଲେ ସିନେ ଅଭିନେତା ଅନୁଭବ ମହାନ୍ତି! ତେବେ ଏହି କଥା ଶୁଣିବାପରେ ସମସ୍ତଙ୍କ ମନ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ ଏହାର କାରଣ ଜାଣିବା ପାଇଁ। ସିନେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କ ଗାଡିକୁ କିଛି ବିଜେପି କର୍ମୀ ଘେରି ଯିବାଫଳରେ ଅଡୁଆରେ ପଡିଯାଇଥିଲେ ଅନୁଭବ। ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାରକୁ ଓହ୍ଲାଇଥିବା ସମୟରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି ଅନୁଭବଙ୍କୁ। ସୂଚନାଥାଉକି, ଆଜି ପ୍ରଚାର  ବେଳେ ଗାଇସିଲାଟରେ ତାଙ୍କ ଗାଡ଼ିକୁ କିଛ ବିଜେପି କର୍ମୀ ଘେରିବା ସହ ହାତରେ ଦଳୀୟ ପତାକା ଧରି ବିଜପି ଜିନ୍ଦାବାଦ ନାରା ଦେଇଥିଲେ। ବିଜେଡି କର୍ମୀ ଓ ସୁରକ୍ଷାକର୍ମୀଙ୍କ ସହାୟତାରେ ଅନୁଭବଙ୍କ ଗାଡିକୁ ସେଠାରୁ ବାହାର କରାଯାଇଥିଲା।

You might also like