ଡାକ୍ତରଙ୍କ କହିବା ଅନୁଯାୟୀ, ଗର୍ଭାବସ୍ଥାରେ ମହିଳାମାନେ ଚାପଗ୍ରସ୍ତ ରହିଲେ, ଗର୍ଭପାତ ହେବାର ସମ୍ଭାବନା ଅଧିକ ରହିଥାଏ। ଅନେକ କ୍ଷେତ୍ରରେ ମଧ୍ୟ ଏହା ପ୍ରମାଣିତ ହୋଇଛି। ତେଣୁ ଏହି ସମୟରେ ମହିଳାମାନେ ଚାପଗ୍ରସ୍ତ ରହିବା ଉଚିତ୍ ନୁହେଁ ବୋଲି ଡାକ୍ତରମାନେ କୁହନ୍ତି।
ଏଣୁ ଗର୍ଭବତୀ ମହିଳାମାନେ ଉତ୍ତମ ଖାଦ୍ୟ,ପାନୀୟ ଓ ମଝିରେ ମଝିରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ତେବେ କେବଳ ଉତ୍ତମ ଖାଦ୍ୟ ପାନୀୟରେ ସୀମିତ ନରହି କିଛିଟା ଶାରିରୀକ ବ୍ୟାୟାମ କରିବା ପାଇଁ ମଧ୍ୟ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରାଣାୟାମ ବିଷୟରେ କହିବୁ ଯାହାକୁ ଅଭ୍ୟାସ କରିବା ଦ୍ୱାରା ପେଟରେ ଥିବା ଶିଶୁର ବିକାଶ ହେବା ସହିତ ଗର୍ଭବତୀ ଚାପମୁକ୍ତ ହୋଇପାରିବେ। ଏହାର ନାମ
। ଏହାର ଅଭ୍ୟାସ କିପରି କରିବା ଓ କେତେବେଳେ କରିବା ଆସନ୍ତୁ ଜାଣିବା।
ପ୍ରାଣାୟାମର ସମୟ
ଗର୍ଭବତୀମାନେ ଏହି ପ୍ରାଣାୟାମକୁ ସକାଳ ଓ ସନ୍ଧ୍ୟାବେଳେ ଦିନକୁ ଦୁଇଥର କରିବା ଉଚତ୍। ଏହି ସମୟରେ ଆଖପାଖର ପରିବେଶ ସମ୍ପୂର୍ଣ୍ଣ ରୂପେ ଶାନ୍ତ ଥିବା ଆବଶ୍ୟକ।
କିପରି କରିବେ
ପ୍ରଥମେ ଆସନ ପକାଇ ଚଟାଣରେ ବସନ୍ତୁ। ଏହାପରେ ଦୁଇ ହାତ ଉପରକୁ ଉଠାଇ ଆଙ୍ଗୁଠି ଦ୍ୱାରା ଡାହାଣ ହାତରେ ଡାହାଣ କାନ ଓ ବାମ ହାତରେ ବାମ କାନକୁ ବନ୍ଦ କରନ୍ତୁ। କାନକୁ ବନ୍ଦ କରିବା ପରେ, ହାତର ତର୍ଜନୀ ଆଙ୍ଗୁଠି, ମଝି ଆଙ୍ଗୁଠି ଓ କନିଷ୍ଠ ଆଙ୍ଗୁଠିକୁ ଆଖିର ଉପର ଭାଗରେ ଏପରି ରଖନ୍ତୁ ଯେପରି ମୁହଁଟି ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ ହେବ। ପରେ ପାଟି ବନ୍ଦ କରି ଧୀରେ ଧୀରେ ନିଃଶ୍ୱାସ ନେବା ଆଣିବା କରନ୍ତୁ। ଏପରି ୧୫ ସେକେଣ୍ଡ ପର୍ଯ୍ୟନ୍ତ କରନ୍ତୁ। ପରେ ସ୍ୱାଭାବିକ ସ୍ଥିତିକୁ ଫେରନ୍ତୁ।
ତେବେ ସମସ୍ତ ପ୍ରକାର ସଚେତନତା ସତ୍ତ୍ୱେବି କୌଣସି ପ୍ରାଣାୟାମ କିମ୍ୱା ଯୋଗାଭ୍ୟାସ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିତ୍ୟାନ୍ତ ଆବଶ୍ୟକ।
]]>ଆପଣ ଚାହିଁଲେ ନିଜର କାର୍ଯ୍ୟବ୍ୟସ୍ତତା ଭିତରେ ବି ଏହି ସମସ୍ୟାକୁ ଦୂରେଇ ପାରିବେ। ଯେଉଁଥିରେ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । କେବଳ ୧୫ ମିନିଟ୍ର ସମୟ ଦେବାକୁ ହେବ।
ଅର୍ଦ୍ଧ ହଳାସନ : ଚିତ୍ ହୋଇ ଶୋଇ ପ୍ରଶ୍ୱାସ ଭରି ଦୁଇ ଗୋଡ଼କୁ ଯୋଡ଼ି ଧିରେ ଧିରେ ୯୦ ଡ଼ିଗ୍ରି ପର୍ଯ୍ୟନ୍ତ ସିଧା କରି ଉଠାନ୍ତୁ । କିଛି ସମୟ ରହି ପୁଣି ନିଃଶ୍ୱାସ ଛାଡ଼ି ଧୀରେ ଧୀରେ ଗୋଡ଼ ତଳକୁ ଆଣନ୍ତୁ ।
ଲାଭ : କୋଷ୍ଠ କାଠିନ୍ୟ , ମେଦ ବୃଦ୍ଧି , ଗ୍ୟାସର ଉପଶମ ପାଇଁ ବିଶେଷ ଫଳପ୍ରଦ ।
ପାଦବୃତ୍ତାସନ : ଚିତ୍ ହୋଇ ଶୋଇ ରହି ଦୁଇ ହାତ ଶରୀରର ଦୁଇ ପାର୍ଶ୍ୱରେ ଲମ୍ୱ ଭାବେ ରଖି ପ୍ରଥମେ ଡ଼ାହାଣ ଗୋଡ଼କୁ ସିଧା କରି ଋତ୍ତ ଆକାରରେ ( ଡ଼ାହାଣରୁ ବାମକୁ ) ଘୁରାନ୍ତୁ ଓ ପରେ ଓଲଟା ( ବାମରୁ ଡ଼ାହାଣକୁ) ଘୁରାନ୍ତୁ । ପରେ ଅନ୍ୟ ଗୋଡ଼କୁ ଅର୍ଥାତ୍ ବାମ ଗୋଡ଼କୁ ସେହିପରି ଘୁରାଇ ଶେଷରେ ଦୁଇଗୋଡ଼କୁ ଯୋଡ଼ି ବୃତ୍ତାକାରରେ ଘୁରାନ୍ତୁ । ଏହା କିଛି ସମୟ କଷ୍ଟକର ମନେ ହେବ , କିନ୍ତୁ ବହୁତ ଆରାମ ଦେବ। ଏହା ଜଙ୍ଘରେ ବଢ଼ିଥିବା ଚର୍ବି ପାଇଁ ରାମବାଣ ସଦୃଶ।
ଲାଭ -: ଓଜନ ହ୍ରାସ କରାଇଥାଏ, ଜଙ୍ଗ, ନିତମ୍ୱ ଓ ଅଣ୍ଟା ଆଦିରେ ବଢ଼ୁଥିବା ଚର୍ବିକୁ କମାଇ ଦିଏ।
ଦ୍ୱିଚକ୍ରିକାସନ : ପୂର୍ବପରି ଶୋଇ ଦୁଇ ହାତ ଶରୀରର ଦୁଇ କଡ଼ରେ ଲମ୍ୱାଇ ରଖନ୍ତୁ। ପ୍ରଶ୍ୱାସ ଭରି ପ୍ରଥମେ ଡ଼ାହାଣ ଗୋଡ଼ ଆଣ୍ଠୁ ପାଖରୁ ଭାଙ୍ଗି ଉପରକୁ ତଳକୁ ଓ ତଳୁ ଉପରକୁ ବୁଲାନ୍ତୁ ( ସାଇକେଲ୍ ପେଡାଲ୍ ମାରିଲା ଭଳି) । ପରେ ବାମ ଗୋଡ଼ ଓ ଶେଷରେ ଦୁଇ ଗୋଡ଼ ଯୋଡ଼ି ସେହିପରି ଘୁରାନ୍ତୁ। ଏହାପରେ ଦୁଇଗୋଡ଼ ସାଇକେଲ୍ ଚଳାଇଲା ପରି ଘୁରାନ୍ତୁ।
ଲାଭ : ମେଦବୃଦ୍ଧି କମାଇବା ସହ ମାନ୍ଦାଗ୍ନି, କବଜ୍ ଓ ଅମ୍ଲପିତ୍ତ ପ୍ରଭୃତିରୁ ମୁକ୍ତି ମିଳିଥାଏ।
ଯେଉଁମାନଙ୍କର ହୃଦ୍ରୋଗ, ମୁଣ୍ଡ ବିନ୍ଧା କିମ୍ବା ଗୋଡ଼ରେ ଶିରାପ୍ରଶିରା ବିନ୍ଧା ରୋଗ ଥିବ ସେମାନେ ଏହି ଆସନ କରିବା ଉଚିତ୍ ନୁହେଁ।
ପ୍ରଥମେ ସିଧା ଭାବରେ ଠିଆ ହୁଅନ୍ତୁ । ଦୁଇ ହାତକୁ ଶରୀରର ଦୁଇ ପାର୍ଶ୍ୱରେ ରହିବ । ଏହାପରେ ହାତ ଦୁଇଟିକୁ ଧିରେ ଧିରେ ଶରୀରର ଦୁଇ ପାର୍ଶ୍ୱରେ ପ୍ରସାରିତ କରି ଉପରକୁ ଉଠାନ୍ତୁ । ଦୁଇ ହାତର ପାପୁଲିକୁ ଛନ୍ଦି ମୁଣ୍ଡ ଉପରେ ରଖନ୍ତୁ । ନିଃଶ୍ୱାସ ଭରି ପାପୁଲିକୁ ଉର୍ଦ୍ଧ୍ୱ ମୁଖି କରି ଉପରକୁ ଉଠାନ୍ତୁ । ଯେପରି ହାତ ଦୁଇ ପାର୍ଶ୍ୱରେ କାନକୁ ଲାଗି ରହିବ । ନିଜର ଦୁଇ ଗୋଡ଼ର ପାଦର ଟିପ ଉପରେ ଠିଆ ହୋଇ ଉପରକୁ ଶରୀରକୁ ଟାଣନ୍ତୁ । ସହଜ ଏବଂ ଶାନ୍ତ ଭାବେ ଏହି ଅଭ୍ୟାସ କରନ୍ତୁ । ଶରୀରକୁ ଅଧିକ ଟାଣିବାକୁ ଚେଷ୍ଟା କରନ୍ତୁ ନାହିଁ । ମନରେ ଏକାଗ୍ରତା ରଖନ୍ତୁ ।
ଏମିତି ଭାବେ ଏହି ଅଭ୍ୟାସକୁ ୧ରୁ ୫ଥର ଏବଂ ୫ମିନିଟ୍ ଯାଏ କରିପାରିବେ।
]]>ଆପଣଙ୍କୁ ଏମିତି ଏକ ପ୍ରାଣାୟମ ବିଷୟରେ କହୁଛୁ , ଯାହା କି ବେଶୀ ସମୟ ଦେବାରେ ଆବଶ୍ୟକତା ନାହିଁ । ଏହାକୁ କେବଳ ପ୍ରତିଦିନ ୧୫ ମିନିଟ୍ ଅଭ୍ୟାସ କରିବାର ଅଛି । ଆଉ ତାପରେ ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ । ଏହା ପ୍ରମାଣିତ , ଆପଣ କଲେହିଁ ଏହାର ଫାଇଦା ଜାଣିପାରିବେ । ଏହା ହେଉଛି ଅନୁଲୋମ-ବିଲୋମ ପ୍ରାଣାୟମ।
୧ -ଏହି ପ୍ରାଣାୟମ ଦ୍ୱାରା ଶରୀରରେ ଥିବା ସମସ୍ତ ନାଡ଼ୀର ଶୋଧନ ହୋଇଥାଏ । ଏହାସହ ଶରୀର ସୁସ୍ଥ, କାନ୍ତିମୟ ଓ ବଳିଷ୍ଠ ହୁଏ।
୨ – ସମସ୍ତ ପ୍ରକାର ବାତରୋଗ, ମୁତ୍ର ରୋଗ , ଧାତୁ ରୋଗ , ପିତ୍ତରୋଗ , ଧାତୁ କ୍ଷୟ , ଥଣ୍ଡା, ସର୍ଦ୍ଦି , ଶ୍ୱାସ ଓ କଫ ରୋଗର ସମାଧାନ ହୁଏ ।
୪ – କୋଲେଷ୍ଟ୍ରଲ, ଟ୍ରାଇଗ୍ଲସାଇଡ୍ ପ୍ରଭୃତିର ଅନିୟମିତତା ଦୂର ହୁଏ ।
୫- ମନ ମଧ୍ୟରୁ ସମସ୍ତ ନକରାତ୍ମକ ଚିନ୍ତା ଦୂରହୋଇ ସକରାତ୍ମକ ଚିନ୍ତାର ବିକାଶ ହେବା ସହ ତନ-ମନ-ବିଚାର ଓ ସଂସ୍କାରର ଶୁଦ୍ଧି ହୋଇଥାଏ ।
ପ୍ରଥମେ ଡାହାଣ ହାତର ବୃଦ୍ଧାଙ୍ଗୁଠି ଦ୍ୱାରା ନାକର ଡାହାଣ ପୁଡ଼ାକୁ ବନ୍ଦ କରି ବାମପୁଡ଼ା ଦ୍ୱାରା ଧୀରେ ଧୀରେ ପୂର୍ଣ୍ଣ ରୂପେ ଶ୍ୱାସ ନେଇ ଅନାମିକା ଓ ମଧ୍ୟମା ଦୁଇ ଆଙ୍ଗୁଠି ଦ୍ୱାରା ବାମପୁଡ଼ାକୁ ବନ୍ଦ କରି ଡ଼ାହାଣ ପୁଡ଼ା ଦେଇ ଫୁସ୍ଫୁସ୍ରୁ ସମସ୍ତ ବାୟୁ ଛାଡ଼ି ପୁନଶ୍ଚ ସେହି (ଡ଼ାହାଣ) ପୁଡ଼ା ଦ୍ୱାରା ଶ୍ୱାସ ପୂର୍ଣ୍ଣ ରୂପେ ଭରନ୍ତୁ।
ପୁଣି ଡାହାଣ ପୁଡ଼ାକୁ ବୁଢ଼ା ଆଙ୍ଗୁଠି ଦ୍ୱାରା ବନ୍ଦ କରି ବାମପୁଡ଼ାରେ ଶ୍ୱାସ ଛାଡ଼ି ପୁଣି ସେହି ବାମ ପୁଡ଼ାରେ ଭରନ୍ତୁ ।
ଏହି ପ୍ରକିୟାକୁ ୫-୧୫ମିନିଟ୍ ପର୍ଯ୍ୟନ୍ତ ଲଗାତାର କରନ୍ତୁ। ଶ୍ୱାସ ନେବା ଓ ଛାଡ଼ିବା ପାଇଁ ୨ରୁ ୩ ସେକେଣ୍ଡ ସମୟ ନିଅନ୍ତୁ। ଏହି ସମୟରେ ହାତର ପାପୁଲି ଯେପରି ନାକର ଅଗ କିମ୍ବା ତଳେ ନରଖି ନାକର ଟିକେ ଉପରେ ରହିବା ଦରକାର । ଯଦି ଆପଣ ଅଭ୍ୟାସ କରିବା ଭିତରେ ଥକିଯାଉଛନ୍ତି ତ ଅନ୍ୟ ହାତ( ବାମ) ରେ କରିପାରିବେ ।
ବିଶେଷକରି ହୃଦରୋଗ , ଉଚ୍ଚ ତଥା ନିମ୍ନ ରକ୍ତଚାପ , ମନ ଅସ୍ଥିର ଥିଲେ , ଏହି ପ୍ରାଣାୟମକୁ ସକାଳେ ସନ୍ଧ୍ୟାରେ ୩୦ ମିନିଟ୍ ପର୍ଯ୍ୟନ୍ତ କରାଯିବା ଉଚିତ୍ ।
]]>କରୋନା କଟକଣା ଭିତରେ ସାମାଜିକ ଦୂରତା ବଜାୟ ରଖି କିଭଳି ଭାବେ ଯୋଗ ଦିବସ ପାଳନ କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଯୋଗ ଭାରତର ଏକ ପ୍ରାଚୀନ ପରମ୍ପରା। ଯୋଗ ଏପରି ଏକ ଅମୂଲ୍ୟ ଉପହାର ଯାହା ମନ ଓ ଶରୀରକୁ ଶକ୍ତି ଯୋଗାଇଥାଏ। ଯୋଗ ଦ୍ୱାରା ମଣିଷ ସୁସ୍ଥ ରହିବା ସହ ଦୀର୍ଘାୟୁ ମଧ୍ୟ ହୋଇଥାଏ।
ଶରୀର ଅଛି ତ ରୋଗ ନିଶ୍ଚୟ ହେବ। ଏକଥା ସତ। ହେଲେ ଆମେ ଯଦି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା, ତା’ହେଲେ ଅନେକ ସମସ୍ୟାରୁ ମୁକୁଳି ପାରିବା।
ଯେତେବେଳେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଯାଏ, ଆମେ ଅସୁସ୍ଥ ହୋଇପଡୁ , ସେତେବେଳେ ଏହାର ପ୍ରତିକାର କଥା ଚିନ୍ତା କରୁ। ଏଣୁ ଆମର ଦୈନନ୍ଦିନ ଜୀବନରେ ଏମିତି ଏକ ଅଭ୍ୟାସ ଆସନ୍ତୁ କରିବା ଯଦ୍ୱାରା ଆମକୁ ସହଜରେ କୌଣସି ସମସ୍ୟା ସ୍ପର୍ଶ କରିବ ନାହିଁ। ଏହି ଅଭ୍ୟାସଟି ହେଲା କପାଳଭାତି ପ୍ରାଣାୟମ। ଏହି ପ୍ରାଣାୟମ କରିବା ଦ୍ୱାରା ଆମେ ଅନେକ ରୋଗରୁ ମୁକ୍ତି ପାଇପାରିବା।
ଏହା ଶରୀରର ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାୟାମ। ମସ୍ତିଷ୍କ, ଶରୀର ଓ ମୁଖମଣ୍ଡଳଳର ଓଜ , ତେଜ ଆଭା ତଥା ସୌନ୍ଦର୍ଯ୍ୟ ବଢ଼ାଇଥାଏ। ସମସ୍ତ ପ୍ରକାରର କଫ ରୋଗ, ଶ୍ୱାସ , ଏଲର୍ଜି ଓ ସାଇନସ୍ ଆଦି ରୋଗକୁ ସମୂଳେ ନଷ୍ଟ କରିଥାଏ।
ହୃଦୟ, ଫୁସ୍ଫୁସ୍ ଓ ମସ୍ତିଷ୍କର ସମସ୍ତ ରୋଗକୁ ଦୂର କରେ। ମେଦବୃଦ୍ଧି , ମଧୁମେହ, ଗ୍ୟାସ୍ , କୋଷ୍ଠକାଠିନ୍ୟ, ଅମ୍ଳପିତ , ଯକୃତ ତଥା ପୁରୁଷଙ୍କ ପ୍ରୋଷ୍ଟେଟ ଗ୍ରନ୍ଥୀ ସମ୍ୱନ୍ଧୀୟ ସମସ୍ତ ରୋଗ ନିଶ୍ଚିତ ରୂପେ ଭଲ ହୁଏ। ମନ ସ୍ଥିର , ଶାନ୍ତ ହୋଇ ମନରୁ ନକରାତ୍ମକ ଚିନ୍ତା ଦୂର ହୁଏ। ଆଉ ମଧ୍ୟ ଡିପ୍ରେସନ ପରି ରୋଗରୁ ମୁକ୍ତି ମିଳେ। ଏହା ଶରୀର ପାଇଁ ସଞ୍ଜିବନୀ ଭଳି କାମ କରେ। ଆସାଧ୍ୟ ରୋଗ ଯଥା କ୍ୟାନସର ପାଇଁ ଏହା ବିଶେଷ ଫଳପ୍ରଦ। ଏଥିପାଇଁ ସକାଳ ସନ୍ଧ୍ୟାରେ ୩୦ ମନିଟ୍ ଲେଖାଏ ଏହି ପ୍ରାଣାୟମ କରିବା ଉଚିତ୍।
ସିଧା ହୋଇ ଆସନରେ ବସି ନାଭି ମଣ୍ଡଳରେ ପ୍ରତି ସେକେଣ୍ଡରେ ଗୋଟିଏ ଲେଖା ଧକ୍କା ଦେଇ ଭିତରର ବାୟୁକୁ ବାହାରକୁ ଛାଡ଼ି ଦିଅନ୍ତୁ। ଫଳରେ ପେଟର ସଙ୍କୋଚନ ଓ ନାସିକାରେ ସାମାନ୍ୟ ଶବ୍ଦ ହୋଇଥାଏ।
ଏହି ସମୟରେ ଆପେ ଆପେ ବାୟୁ ଭିତରକୁ ଯାଇଥାଏ। ଏହାକୁ ଅତି କମ୍ରେ ଥରକୁ ୩ରୁ ୫ ମିନିଟ୍ ଅଭ୍ୟାସ କରି ପରେ ୧୫ ମିନିଟ୍ ପର୍ଯ୍ୟନ୍ତ ବଢ଼ାଇ ପାରିବେ। କ୍ଲାନ୍ତି ଲାଗିଲେ ରହିଯାଇ ପୁଣି ଆରମ୍ଭ କରନ୍ତୁ।
ଯଦି ଡାଇବେଟିସ୍ରେ ଆପଣ ଆକ୍ରାନ୍ତ ତେବେ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ। ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ରାମବାଣ ସଦୃଶ୍ୟ। ଏଣୁ ପୂର୍ଣ୍ଣ ବିଶ୍ୱାସ ଓ ଧୈର୍ଯ୍ୟର ସହ ଏହି ଆସନଟିର ଅଭ୍ୟାସ ଜାରି ରଖନ୍ତୁ।
‘ମଣ୍ଡୁକାସନ’ କରିବା ବିଧି –
ବଜ୍ରାସନରେ ବସି ଦୁଇ ହାତର ମୁଠାକୁ ବନ୍ଧ କରନ୍ତୁ। ଦୁଇଟି ମୁଠାକୁ ନାଭିର ଦୁଇ ଆଡକୁ ଲଗାଇକରି ଶ୍ୱାସ ବାହାରକୁ ଛାଡିବା ସମୟରେ ଦୃଷ୍ଟି ଶକ୍ତିକୁ ସାମ୍ନାକୁ ରଖନ୍ତୁ। ଅଳ୍ପ ସମୟ ସ୍ଥିର ରହିବା ପରେ ବଜ୍ରାସନରେ ବସନ୍ତୁ। ଏହି ପ୍ରକାର ୩ରୁ ୫ଥର ଅଭ୍ୟାସ କରନ୍ତୁ। ଏହି କ୍ରିୟାକୁ ‘ମଣ୍ଡୁକାସନ’ କୁହାଯାଏ।
ଆଉ କେଉଁଥି ପାଇଁ ଉପଯୋଗୀ –
ମୋଟାପଣ ଓ ଉଦର ସମ୍ୱନ୍ଧିତ ରୋଗ-କବ୍ଜ ,ଏସିଡିଟି ଆଦି ପାଇଁ ମଣ୍ଡୁକାସନ ଖୁବ୍ ଉପଯୋଗୀ ଅଟେ।
ଡାଇବେଟିସ ହେବାର ପ୍ରାଥମିକ ଲକ୍ଷଣ – ଥକ୍କା ଅନୁଭବ ହେବା, ବାରମ୍ବାର ପରିସ୍ରା ଲାଗିବା, ବାରମ୍ବାର ଶୋଷ ଲାଗିବା , ଆଖି ଦୁର୍ବଳ ହେବା, ଓଜନ କମିଯିବା , ଭୋକ ଅଧିକ ଲାଗିବା , କ୍ଷତ ନ ଶୁଖିବା, ହାତ ଓ ଗୋଡ଼ ପୋଡ଼ିବା, କାନକୁ କମ୍ ଶୁଭିବା, ତ୍ଵଚା ଅସୁସ୍ଥ ହେବା ଓ ବ୍ରଣ ଓ ଦାଗ ।
]]>