ଗତ ଦଶ ବର୍ଷ ମଧ୍ୟରେ ଆମେରିକା ବିଶ୍ୱର ସବୁଠରାରୁ ବଡ଼ ଗୁପ୍ତ ସେନା ପ୍ରସ୍ତୁତ କରିଛି । ଏହି ସେନା ଅନେକ ବଡ଼ ବଡ଼ ଅପରେସନକୁ ସଫଳତାର ସହ ସମ୍ପାଦନ କରିଛି । ଆମେରିକୀୟ ଗଣମାଧ୍ୟମ ସଂସ୍ଥା ‘ନ୍ୟୁଜ୍ ୱିକ୍’ ଏହାର ସଦ୍ୟତମ ଏକ ରିପୋର୍ଟରେ ପ୍ରକାଶ କରିଛି ଯେ, ପେଣ୍ଟାଗନ୍ ଏଭଳି କିଛି ଅପରେସନ ବା ଆକ୍ରମଣ କରିଛି, ଯାହାକୁ ନେଇ କେବଳ ଆମେରିକା ନୁହେଁ ସାରା ବିଶ୍ୱ ମଧ୍ୟ ସମାଲୋଚନା କରୁଛି । ଏହି ଖବର ପ୍ରକାଶିତ ହେବା ପରେ ଏବେ ‘ନ୍ୟୁଜ୍ ୱିକ୍’ ଗଣମାଧ୍ୟମ ସଂସ୍ଥା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
‘ଇନସାଇଡ ଦ ମିଲିଟ୍ରିଜ ସିକ୍ରେଟ ଅଣ୍ଡରକଭର ଆର୍ମି’ ନାମକ ଏକ ସ୍ୱତନ୍ତ୍ର ରିପୋର୍ଟରେ କୁହାଯାଇଛି, ଦୀର୍ଘ ଦୁଇ ବର୍ଷର ଅନୁସନ୍ଧାନ ପରେ ଆମେ ଜାଣିବାକୁ ପାଇଲୁ, ପ୍ରାୟ ୬୦ ହଜାର ଲୋକ ଏହି ଗୁପ୍ତ ସେନାରେ ସାମିଲ ଅଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଛଦ୍ମନାମ ବ୍ୟବହାର କରନ୍ତି ଏବଂ ଖୁବ ସାଧାରଣ ତଥା ଅତି ନ୍ୟୁନ ବା ଗରିବ ଭଳି ଜୀବନ ବିତାଇଥାନ୍ତି । ସେମିତି ଏହି ଛଦ୍ମ ବେଶରେ ରହି ବିଭିନ୍ନ ମିଶନରେ କାମ କରନ୍ତି । ଏମାନେ ସମସ୍ତେ ଏକ ବଡ଼ ଅଭିଯାନର ଅଂଶ ଅଟନ୍ତି । ଯାହାକୁ ସିଗ୍ନେଚର ରିଡକ୍ସନ କହାଯାଉଛି ।
ଏହି ଗୁପ୍ତ ସେନାର ସଦସ୍ୟମାନେ ଗୁଇନ୍ଦାଗିରି, ସୋସିଆଲ ମିଡିଆରେ ଦ୍ୱନ୍ଦ୍ୱ ବିସ୍ତାର କରିବା ଭଳି ଅନେକ କାର୍ଯ୍ୟରେ ଜଡିତ ଥାନ୍ତି । ଯାହା ସାଧାରଣ ଜନତାଙ୍କ ପାଇଁ ଅଗୋଚର । ଏହି ରିପୋର୍ଟରେ କୁହାଯାଇଛି ଯେ, ‘ଆମେ ଆମେରିକୀୟ ସେନା ବିଷୟରେ ଏମିତି ତଥ୍ୟ ସାମ୍ନାକୁ ଆଣିବାରେ ସଫଳ ହୋଇଛୁ, ଯାହାଦ୍ୱାରା ସେମାନଙ୍କ ଅନିୟନ୍ତ୍ରିତ କାର୍ଯ୍ୟକଳାପ ଓ ଗିତିବିଧି, ସ୍ପଷ୍ଟ ବାରି ହୋଇପଡ଼ୁଛି ।
‘ଏହା ଆମେରିକାର ନିୟମ ବିରୁଦ୍ଧ, ଜେନେଭା ସମ୍ମିଳନୀ ବିରୁଦ୍ଧ’
ରିପୋର୍ଟରେ କୁହାଯାଇଛି ଯେ, ଗୃହରେ କେବେ ଏଭଳି କୌଣସି ଚର୍ଚ୍ଚା ହୋଇ ନାହିଁ କିନ୍ତୁ ସେନା ଏଭଳି ଏକ ବିଶାଳ ଗୁପ୍ତ ସେନା ପ୍ରସ୍ତୁତ କରି ସାରିଛି । ଏହା ଆମେରିକାର ନିୟମ ବିରୁଦ୍ଧ ହେବା ସହ ଜେନେଭା ସମ୍ମିଳନୀ ବିରୁଦ୍ଧ । ଏହା ବ୍ୟତୀତ ଏହା ସାମରିକ ଆଚରଣ ବିଧି ନିୟମକୁ ମଧ୍ୟ ଉଲଂଘନ କରୁଛି ।
]]>