କୌଭାଲ୍ୟାଙ୍କ ମାଆ ହେମା ତାଙ୍କ ଝିଅର ବିଶେଷ ପ୍ରତିଭାକୁ ଲକ୍ଷ୍ୟ କରି ଏହାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ସ୍ଥିର କରିଥିଲେ । କୌଭାଲ୍ୟାଙ୍କ ଏକ ଭିଡ଼ିଓ କରି ତାଙ୍କ ମା’ ଏହାକୁ ନୋବେଲ ୱାର୍ଲ୍ଡ ରେକର୍ଡକୁ ମଧ୍ୟ ପଠାଇଥିଲେ ।
ଅନ୍ୟ ସମସ୍ତଙ୍କ ପରି ନୋବେଲ ୱାର୍ଲ୍ଡ ରେକର୍ଡ ଟିମ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭିଡିଓକୁ ଭଲ ଭାବରେ ସହ ସମୀକ୍ଷା କରିବା ଓ କୌଭାଲ୍ୟାଙ୍କ ପ୍ରତିଭା ଦେଖିବା ପରେ ସେ ସିଦ୍ଧାନ୍ତ ନେଇଥିଲେ ଯେ ସେ ଏକ ସ୍ୱତନ୍ତ୍ର ସାର୍ଟିଫିକେଟ୍ ପାଇବାକୁ ଯୋଗ୍ୟ, ଯାହା ତାଙ୍କୁ ଚାରି ମାସ ମଧ୍ୟରେ ବିଶ୍ୱ ରେକର୍ଡଧାରୀ କରିପାରିଛି ।
ପିଲାର ପିତାମାତାମାନେ ବହୁତ ଖୁସି ବ୍ୟକ୍ତ କରିଥିଲେ ଓ ଭଲ ପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେ ଆଶା କରିଥିଲେ ଯେ କୌଭାଲ୍ୟାଙ୍କ କାହାଣୀ ଅନ୍ୟ ବାପା ଓ ମା’ଙ୍କୁ ସେମାନଙ୍କ ପିଲାମାନଙ୍କ ପାଖରେ ଥିବା ଅନନ୍ୟ ପ୍ରତିଭା ପାଇବା ଓ ପାଳନ କରିବାକୁ ପ୍ରେରଣା ଯୋଗାଇବ ।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ସେ ୧୨ଟି ଫୁଲ, ୨୭ଟି ପନିପରିବା, ୨୭ଟି ଫଳ, ୨୭ଟି ପ୍ରାଣୀ ଓ ୨୭ଟି ପକ୍ଷୀ ସମେତ ୧୨୦ ଫ୍ଲାସକାର୍ଡକୁ ଚିହ୍ନିବାରେ ସକ୍ଷମ ହୋଇଥିଲେ।
4-Month-Old Baby Sets #WorldRecord
— Informed Alerts (@InformedAlerts) February 17, 2024
Kaivalya, a 4month-old baby from Andhra Pradesh, achieves a remarkable feat by recognizing 120 types of pictures, including birds, vegetables, & animals. Kaivalya's talent acknowledged by Noble World Records highlights early cognitive abilities pic.twitter.com/sTp1Z3IE3d
ଭିଡିଓରେ କୌଭାଲ୍ୟା ଓ ତାଙ୍କ ପରିବାର ତାଙ୍କ ବେକରେ ସ୍ୱୀକୃତି ପଦକ ପକାଇବା ସହିତ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ଝିଅର ବାପା ଓ ମା’ ଅତ୍ୟଧିକ ଆନନ୍ଦିତ ହୋଇଥିଲେ ଓ ଭଲ ପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
]]>ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତା’ ପୂର୍ବରୁ ଏଥର ଦୀପୋତ୍ସବର ଆୟୋଜନ ସ୍ୱତନ୍ତ୍ର କରିବାକୁ ୟୁପିର ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଚଳାଇଛନ୍ତି । ସେପଟେ ଦେବ ଦୀପାବଳି ପାଇଁ ସଜେଇ ହେଲାଣି ଅଯୋଧ୍ୟା । ସବୁଆଡେ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ।
ଗତବର୍ଷ ମଧ୍ୟ ଅଯୋଧ୍ୟାରେ ହୋଇଥିଲା ଦୀପୋତ୍ସବ । ୧୮ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଥିଲା ରାମ ଜନ୍ମଭୂମି । ରଙ୍ଗାରଙ୍ଗ ଆତସବାଜି ଓ ଲେଜର ସୋ’ ସାଙ୍ଗକୁ ପ୍ରଦର୍ଶିତ ହୋଇଥିଲା ରାମଲୀଳା । ସରଜୂ ନଦୀ କୂଳରେ ଆୟୋଜିତ କରାଯାଇଥିବା ବିରାଟ ଦୀପୋତ୍ସବର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେହିପରି ଗତ ୫ ବର୍ଷ ହେଲା ଏଠାରେ ଦୀପୋତ୍ସବର ଆୟୋଜନ ହୋଇ ଆସୁଛି । ପ୍ରଧାନମନ୍ତ୍ରୀ ମୋଦି ରାମଲଲ୍ଲାଙ୍କୁ ପୂଜା ଓ ନୈବେଦ୍ୟ ଅର୍ପଣ କରିଥିଲେ
]]>ଗିନିଜ ୱାର୍ଲ୍ଡ ରେକର୍ଡ ଅନୁସାରେ, ଏହି ପରିବାରରେ ଆମୀର ଅଲି, ତାଙ୍କ ପତ୍ନୀ ଖୁଦେଜା ଏବଂ ସେମାନଙ୍କର ସାତ ସନ୍ତାନ ଅଛନ୍ତି । ୭ ପିଲାଙ୍କ ମଧ୍ୟରେ ସସୁଇ-ସପନା ଯାଆଁଳା । ସେହିପରି ଆମିର-ଅମ୍ବର, ଅମ୍ମାର-ଅହମାର ଯାଆଁଳା ପୁତ୍ର । ଏହା ବ୍ୟତୀତ ସେମାନଙ୍କର ସିନ୍ଧୁ ନାମକ ଆଉ ଏକ ଝିଅ ଅଛନ୍ତି । ସମସ୍ତଙ୍କ ବୟସ ୧୯ରୁ ୩୦ ମଧ୍ୟରେ ।
କୌତୁହଳର ବିଷୟ ହେଉଛି ସାତ ପିଲାଙ୍କ ସହିତ ସେମାନଙ୍କ ବାପାମା’ଙ୍କ ଜନ୍ମଦିନ ଅଗଷ୍ଟ ୧ରେ ପଡେ । ସେମାନେ ସମସ୍ତେ ବିଭିନ୍ନ ବର୍ଷରେ ଜନ୍ମ ହୋଇଥିଲେ ସୁଦ୍ଧା ମାସ ଏବଂ ତାରିଖ ସମାନ, ଯାହା ଏକ ବିରଳ ରେକର୍ଡ । କୌଣସି ପରିବାରରେ ଏତେ ସଂଖ୍ୟକ ସଦସ୍ୟଙ୍କ ଜନ୍ମଦିନ ଏକ ଦିନରେ ପଡ଼େ ନାହିଁ । ଏହି ରେକର୍ଡ ପୂର୍ବରୁ କମିନ୍ସ ପରିବାର(ୟୁଏସ୍)ର ପାଞ୍ଚ ପିଲାଙ୍କ ନାମରେ ଥିଲା, ସେମାନଙ୍କ ଜନ୍ମ ଫେବୃଆରୀ ୧୯୫୨ ରୁ ୧୯୬୬ ମଧ୍ୟରେ ଫେବୃଆରୀ ୨୦ ହୋଇଥିଲା ।
ସେପଟେ ନିଜ ନାମରେ ରେକର୍ଡ କରିଥିବା ଆମିର ଏବଂ ଖୁଦେଜାଙ୍କ ପାଇଁ ଏହି ତାରିଖ ଆହୁରି ଗୁରୁତ୍ୱ ବହନ କରେ, କାରଣ ଅଗଷ୍ଟ ୧ରେ ସେମାନଙ୍କର ବିବାହ ବାର୍ଷିକୀ ମଧ୍ୟ ପଡ଼େ । ବଡ ଝିଅ ଜନ୍ମ ହେବାର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ସେମାନେ ୧୯୯୧ରେ ଉଭୟଙ୍କର ଜନ୍ମଦିନରେ ବିବାହ କରିଥିଲେ ଆମିର ଏବଂ ଖୁଦେଜା ।
ସିନ୍ଧୁ ଆମିର ଏବଂ ଖୁଦେଜାଙ୍କର ସବୁଠାରୁ ବଡ଼ ଝିଅ, ସେ ୧ ଅଗଷ୍ଟ ୧୯୯୨ରେ ଜନ୍ମଗ୍ରହଣ କରିଥିଲେ । ଝିଅ ଜନ୍ମ ହେବା ପରେ ଏହି ଦମ୍ପତି ଆଶ୍ଚର୍ଯ୍ୟ ଏବଂ ଆନନ୍ଦିତ ହୋଇ ପଡ଼ିଥିଲେ। ଏହା ପରେ ଖୁଡେଜାଙ୍କର ସମସ୍ତ ସନ୍ତାନ ୧ ଅଗଷ୍ଟରେ ଜନ୍ମ ହୋଇଥିଲେ । ତେବେ ଏପରି ବିରଳ ଘଟଣାକୁ ଭଗବାନଙ୍କ ଉପହାର ବୋଲି କୁହନ୍ତି ଦମ୍ପତି ।
]]>୧୬ ବର୍ଷର ସୃଷ୍ଟି ସୁଧୀର ଜଗତପ ବିଶ୍ୱ ରେକର୍ଡ କରିବାକୁ ଲଗାତର ଭାବରେ ପାଞ୍ଚ ଦିନ ନାଚିଛନ୍ତି ଏବଂ ଶେଷରେ ଗିନିଜ୍ ୱାର୍ଲ୍ଡ ରେକର୍ଡସ (GWR) ରେ ନିଜ ନାଁକୁ ପଞ୍ଜୀକୃତ କରିଦେଇଛନ୍ତି।
GWR ନିଜେ ଏ ବିଷୟରେ ସୂଚନା ଦେଇ କହିଛି ଯେ ପାଞ୍ଚ ଦିନ ନାଚିବା ପରେ ୧୬ ବର୍ଷ ବୟସ୍କା ଛାତ୍ର ସୃଷ୍ଟି ସୁଧୀର ଜଗତପ ୧୨୭ ଘଣ୍ଟା ସମୟ ସହିତ ପୂର୍ବ ରେକର୍ଡ ଭାଙ୍ଗିଛନ୍ତି।
ଗିନିଜ ବୁକ୍ ଅନୁଯାୟୀ, ସୃଷ୍ଟି ୨୯ ମେ’ରୁ ନାଚିବା ଆରମ୍ଭ କରିଥିଲେ ଏବଂ ରେକର୍ଡ ସୃଷ୍ଟି କରିବାକୁ ୩ ଜୁନ୍ ପର୍ଯ୍ୟନ୍ତ ନାଚିଥିଲେ। ଏହି କଥକ ନୃତ୍ୟଶିଳ୍ପୀ କହିଛନ୍ତି ଯେ ତାଙ୍କର ସ୍ୱପ୍ନ ଥିଲା, କଥକ ମାଧ୍ୟମରେ ଭାରତକୁ ପ୍ରତିନିଧିତ୍ୱ କରିବା, ଯାହା ବର୍ତ୍ତମାନ ସଫଳ ହୋଇଛି। ସେ ଚାହୁଁଥିଲେ ଏହି ରେକର୍ଡ ଜଣେ ଭାରତୀୟଙ୍କ ନାଁରେ ରହୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଏହି ପ୍ରତିଯୋଗିତା ପାଇଁ ମାସେ ଧରି ପ୍ରସ୍ତୁତ ହେଉଥିଲେ।
New record: Longest dance marathon by an individual - 127 hours set by 16-year-old student Srushti Sudhir Jagtap (India) 💃https://t.co/tzy67emDJ3
— Guinness World Records (@GWR) June 14, 2023
ସେ ପ୍ରତିଦିନ ୪ ଘଣ୍ଟା ଧ୍ୟାନ କରୁଥିଲେ। ୬ ଘଣ୍ଟା ପାଇଁ ନାଚୁଥିଲେ। ଏହା ବ୍ୟତୀତ ଶରୀରକୁ ଫିଟ୍ ରଖିବା ପାଇଁ ସେ ୩ ଘଣ୍ଟା ପାଇଁ ଅନ୍ୟ ବ୍ୟାୟାମ କରୁଥିଲେ। ସେ ରାତି ୧୦ ଟାରେ ଶୋଉଥିଲେ ଏବଂ ସକାଳ ୩ଟାରେ ଉଠୁଥିଲେ। ଅର୍ଥାତ୍ ସେ କେବଳ ପାଞ୍ଚ ଘଣ୍ଟା ଶୋଉଥିଲେ।
A 16-year-old girl, Srushti Sudhir Jagtap, has broken the record for the longest dance marathon by an individual, with a time of 127 hours in India, surpassing the previous record of 126 hours by Nepalese dancer, Bandana Nepal, in 2018.
— Royalblog (@royalblogg) June 14, 2023
Credit: Guinness World Record#Royalblog pic.twitter.com/uMB6A9h0Xr
GWR ର ଅଧିକାରୀ ସ୍ୱପ୍ନିଲ ଡଙ୍ଗାରିକରଙ୍କ ଦ୍ୱାରା ସୃଷ୍ଟିଙ୍କ ଷ୍ଟେପ୍ ତଦାରଖ କରାଯାଇଥିଲା। ସେ ସୃଷ୍ଟିଙ୍କ ପ୍ରଦର୍ଶନକୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି – “ଏହି ଚ୍ୟାଲେଞ୍ଜ ଅବିଶ୍ୱସନୀୟ ଥିଲା। ପ୍ରତି ଘଣ୍ଟା ନୃତ୍ୟ ପରେ କେବଳ ୫ ମିନିଟ୍ ବିଶ୍ରାମ ପାଇଁ ଅନୁମତି ଥିଲା। ଏହା ବ୍ୟତୀତ, ଆହୁରି ଏମିତି ଅନେକ ନିୟମ ଥିଲା ଯାହା ବହୁତ କଷ୍ଟସାଧ୍ୟ। ଏହା ସତ୍ତ୍ୱେ ସୃଷ୍ଟି ସମସ୍ତ ନିର୍ଦ୍ଦେଶକୁ ସଠିକ୍ ଭାବରେ ଅନୁସରଣ କରିଛନ୍ତି ଏବଂ ତାଙ୍କ ନାମରେ ବିଶ୍ୱ ରେକର୍ଡ କରିନେଇଛନ୍ତି। ଏହି ସଫଳତା କେବଳ ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁ ସଂଭବ ହୋଇପାରିଛି ।”
]]>ପ୍ରତ୍ୟେକ ରବିବାର ଦିନ ଟିଭିରେ ‘ରାମାୟଣ’ ପ୍ରସାରିତ ହେଉଥିଲା । ତାହାସହ ଦୂରଦର୍ଶନରେ ଅନେକ ମେଗା ଧାରାବାହିକ ପ୍ରସାରିତ ହେଉଥିଲେ ମଧ୍ୟ ‘ରାମାୟଣ’ ପ୍ରତି ଲୋକଙ୍କ ଅତୁଟ ଭଲପାଇବା ରହିଥିଲା । ଯାହା ଆଜି ଯାଏଁ ବଜାୟ ରହିଛି । ସିରିଏଲର ଚରିତ୍ରଗୁଡ଼ିକ ପ୍ରାୟ ପ୍ରତ୍ୟେକ ଘରେ ପହଞ୍ଚିଛି । କରୋନା ସମୟରେ ପୁଣି ଥରେ ‘ରାମାୟଣ’କୁ ପ୍ରସାରଣ କରାଯାଇଥିଲା । ଯାହାକୁ ଲୋକମାନେ ପୁଣିଥରେ ପସନ୍ଦ କରିବା ସହ ଏପିସୋଡ୍ ଗୁଡ଼ିକ ରେକର୍ଡ ଭାଙ୍ଗି ଟିଆରପି ହାସଲ କରିଥିଲା ।
ବିଗତ ଦିନରେ ସେହି ଧାରାବାହିକ ‘ରାମାୟଣ’କୁ ନେଇ ଆଜି ଆମେ କିଛି ଆପଣଙ୍କୁ ଅଜଣା କଥା ଜଣାଉବୁ ଯାହା ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ । ରାମାନନ୍ଦ ସାଗରଙ୍କ ଧାରାବାହିକ ‘ରାମାୟଣ’ରେ ରାମ, ଲକ୍ଷ୍ମଣ, ସୀତା, ରାବଣ ଓ ବିଭୀଷଣଙ୍କ ଚରିତ୍ର ପରି ପ୍ରାୟ ସମସ୍ତ ଚରିତ୍ର ହୃଦୟ ସ୍ପର୍ଶୀ ହୋଇଥିଲା । ଆଉ ଏଥିରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିଲେ ସୁନୀଲ ଲହରୀ । ସୁନୀଲଙ୍କ ଅଭିନୟ ଦର୍ଶକଙ୍କ ମନକୁ ଖୁବ୍ ପସନ୍ଦ ଆସିଥିଲା । ତାଙ୍କର କ୍ରୋଧ, ଭାଇ ଓ ଭାଉଜଙ୍କ ପ୍ରତି ଭଲପାଇବା ଜିତିଥିଲା ଦର୍ଶକଙ୍କ ହୃଦୟକୁ ।
ହେଲେ ନିକଟରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ସୁନୀଲ ଲହରୀ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ପୁରୁଣା ଦିନର କଥାକୁ ମନେପକାଇଛନ୍ତି । ଏପ୍ରିଲ ୧୬,୨୦୨୦ରେ ‘ରାମାୟଣ’କୁ ପୁନଃ ପ୍ରସାରଣ କରାଯାଇଥିଲା । ଯେଉଁଥିରେ ଲକ୍ଷ୍ମଣ ଏବଂ ମେଘନାଦଙ୍କ ଯୁଦ୍ଧ ହୋଇଥିଲା । ଦର୍ଶକମାନେ ସେହି ଏପିସୋଡ୍ଟିକୁ ଏତେ ଭଲ ପାଉଥିଲେ ଯେ, ୭.୭ କୋଟି ଦର୍ଶକ ଦେଖିଥିଲେ । ଯାହା ଏକ ବିଶ୍ୱ ରେକର୍ଡ ଥିଲା ବୋଲି ସୁନୀଲ କହିଛନ୍ତି ।
ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା ଲକ୍ଷ୍ମଣ-ମେଘନାଦଙ୍କ ଯୁଦ୍ଧ
‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଏହି ଭିଡିଓଟିକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ ସେ କ୍ୟାପସନରେ ଲେଖିଛନ୍ତି, ‘ଏପ୍ରିଲ ୧୬, ୨୦୨୦ରେ ପ୍ରସାରିତ ହୋଇଥିବା ‘ରାମାୟଣ’ର ଲକ୍ଷ୍ମଣ-ମେଘନାଦ ଯୁଦ୍ଧ ଏପିସୋଡ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ଯାହା ଏକ ଐତିହାସକ ସୋ’ ବୋଲି ସେ କହିଛନ୍ତି । ତହାସହ ଦର୍ଶକ ମାନଙ୍କୁ ଧନ୍ୟବାଦ ଜଣାଇ ଏହା କେବଳ ଆପଣମାନଙ୍କ ପାଇଁ ସମ୍ଭବ ବୋଲି ସୁନୀଲ କ୍ୟାପସନ୍ରେ ଲେଖିଛନ୍ତି । ଖାଲି ସେତିକି ନୁହେଁ ଲକ୍ଷ୍ମଣ ଏବଂ ମେଘନାଦ ମଧ୍ୟରେ ହୋଇଥିବା କିଛି ଯୁଦ୍ଧ ଦୃଶ୍ୟର ସେ ସେୟାର କରିଛନ୍ତି ।
]]>
ଶୈବକ୍ଷେତ୍ର, ବିରଜା କ୍ଷେତ୍ର, ବରାହ କ୍ଷେତ୍ର ନାଁରେ ପୂରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି ଓଡିଶାର ପୂରାତନ ରାଜଧାନୀ ଯାଜପୁର । ସହର କୋଣଅନୁକୋଣରେ ଶହଶହ ଶିବଲିଙ୍ଗ ରହିଥିବା ବେଳେ ବୈତରଣୀ କୂଳରେ ବରାହ ମନ୍ଦିରକୁ ଲାଗି ଏବେ ଶିବମୂର୍ତ୍ତିର ନିର୍ମାଣ ଚାଲିଛି। ଯାହାକି ବିଶ୍ୱର ଉଚ୍ଚତମ ମୂର୍ତ୍ତି ବୋଲି କୁହାଯାଉଛି।
୧୮୩ ଫୁଟ୍ ଉଚ୍ଚର ଏଇ ମୂର୍ତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା। ଧ୍ୟାନମୁଦ୍ରାରେ ବସିଥିବା ମହାଦେବଙ୍କର ଜୋରଦାର ଚାଲିଛି ନିର୍ମାଣ କାମ। କାମ ପୂରା ସରିନଥିବା ବେଳେ ଏବେଠୁ ମହାଦେବଙ୍କ ଦର୍ଶନ କରିବାକୁ ଭକ୍ତଙ୍କର ଲାଗୁଛି ଭିଡ। ଦେଶର ଅନେକ ସ୍ଥାନରେ ମହାଦେବଙ୍କର ବଡବଡ ମୂର୍ତ୍ତି ପୂଜା ପାଉଥିବା ବେଳେ ଯାଜପୁରରେ ତିଆରି ହେଉଥିବା ମୂର୍ତ୍ତିର ଉଚ୍ଚତା ବହୁ ଅଧିକ ବୋଲି କୁହାଯାଉଛି।
କୁହାଯାଉଛି, ମୂର୍ତ୍ତି ଏତେ ଉଚ୍ଚତା ଯେ ପୂରା ମୁହଁର ସାମ୍ନା ଦର୍ଶନ କରିବାକୁ ଲିଫ୍ଟର ବ୍ୟବସ୍ଥା କରାଯିବ। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଏବେଠୁ ବଢିଲାଣି ଉତ୍କଣ୍ଠା। ପୂରାଣ ଆଉ ଇତିହାସ କହେ ଯାଜପୁର ପ୍ରଥମେ ଶୈବକ୍ଷେତ୍ର ତାହା ପରେ ଶକ୍ତିପୀଠ ବିରଜା କ୍ଷେତ୍ର ଭାବରେ ପ୍ରସିଦ୍ଧି ଲାଭ କରିଛି । ପ୍ରଭୁ ପରମେଶ୍ୱର ଏଠାରେ ଦେବତ୍ୱ ପ୍ରାପ୍ତି ପାଇଥିବାରୁ ସମସ୍ତ ଶିବ ଲିଙ୍ଗ କେବଳ ଯାଜପୁରରେ ଇଶ୍ୱର ଭାବେ ପୂଜା ପାଆନ୍ତି । ଯେଉଁଥି ପାଇଁ ବିରଜା ମନ୍ଦିର ବେଢାରେ ୧୦୮ ଲିଙ୍ଗ ପୂଜା ବି ପାଆନ୍ତି। ପବିତ୍ର ଜାଗର ପରି ଦିନରେ କେବଳ ବିରଜା ମନ୍ଦିରରେ ହିଁ ଏକାସାଙ୍ଗରେ ୧୦୮ ଲିଙ୍ଗଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଆନ୍ତି ଭକ୍ତ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୈତରଣୀକୁ ପୁରାଣରେ ଦ୍ୱିତୀୟ ଗଙ୍ଗା ଭାବରେ ବର୍ଣ୍ଣନା କରାଯାଇଛି। ଏବେ ସେହି ପବିତ୍ର ନଦୀ କୂଳରେ ଦେଶର ଉଚ୍ଚତମ ଶିବମୂର୍ତ୍ତି ସ୍ଥାପନ କରାଯାଉଥିବାରୁ କେବଳ ଯାଜପୁର ନୁହେଁ ବରଂ ଭାରତବର୍ଷରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି।
(ଯାଜପୁରରୁ ସଂଜୀବ ନାୟକଙ୍କ ରିପୋର୍ଟ)
]]>ଜଣେ ଯୁବତୀ ଶୋଇ ଶୋଇ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଲକ୍ଷ ଲକ୍ଷ ଟଙ୍କା ଜିତି ମାଲାମାଲ ହୋଇଯାଇଛନ୍ତି। ସବୁବେଳେ ଶୋଇବା ତାଙ୍କର ପ୍ରିୟ କାମ ଥିଲା ଏବଂ ତାଙ୍କର ଏହି ପ୍ରିୟ କାମରେ ମିଳୁଥିବା ଚ୍ୟାଲେଞ୍ଜ୍କୁ ଗ୍ରହଣ କରିବା ତାଙ୍କ ପାଇଁ କୌଣସି କଷ୍ଟସାଧ୍ୟ ନଥିଲା। ତେଣୁ ସେ ଖୁସିରେ ଦୀର୍ଘ ନିଦ୍ରା ନେବା ଚ୍ୟାଲେଞ୍ଜ୍କୁ ଗ୍ରହଣ କରି ବିଜୟଲାଭ କରିଛନ୍ତି।
ଭାରତରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଶୋଇବା ପ୍ରତିଯୋଗିତାରେ ତ୍ରିପର୍ଣ୍ଣା ଚକ୍ରବର୍ତ୍ତୀ ନାମକ ଜଣେ ଯୁବତୀ ବିଜେତା ହୋଇଛନ୍ତି। ସବୁଠାରୁ ଅଧିକ ସମୟ ଶୋଇ ସେ ଭାରତର ପ୍ରଥମ ସ୍ଲିପ୍ ଚାମ୍ପିଅନ୍ସିପ୍ ଜିତିବାରେ ସଫଳ ହୋଇଛନ୍ତି। ଦୀର୍ଘ ସମୟ ଧରି ଗଭୀର ନିଦ୍ରାରେ ଶୋଇବା ଦ୍ୱାରା ତ୍ରିପର୍ଣ୍ଣା କେବଳ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିନାହାଁନ୍ତି, ବରଂ ଲକ୍ଷ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ପାଇଛନ୍ତି।
ବିଦେଶରେ ଏହି ପ୍ରତିଯୋଗିତା ପ୍ରାୟ ସମୟ ହୁଏ। କିନ୍ତୁ ଭାରତରେ ଏହା ପ୍ରଥମ ଥର ପାଇଁ ହୋଇଥିଲା। ଏକ କମ୍ପାନୀ ଭାରତରେ ପ୍ରଥମ ଥର ପାଇଁ ସ୍ଲିପିଙ୍ଗ ଚାମ୍ପିଅନ୍ସିପ୍ ଆୟୋଜନ କରିଥିଲା। ଏଥିରେ ହୁଗୁଳି ଜିଲ୍ଲା ଶ୍ରୀରାମପୁରର ତ୍ରିପର୍ଣ୍ଣା ଚାମ୍ପିୟନଶିପ୍ର ବିଜେତା ହୋଇଛନ୍ତି।
କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କର ଏହି ଶୋଇବା ନିଶାକୁ ପରିବାର ଏବଂ ସାଙ୍ଗମାନେ ଘୃଣା କରୁଥିଲେ ଓ ତାଙ୍କ ଉପରେ ବହୁତ ରାଗୁଥିଲେ। କିନ୍ତୁ ସେମାନେ କ’ଣ ଜାଣିଥିଲେ ଯେ ତାଙ୍କର ଏହି ଖରାପ ଅଭ୍ୟାସ ଦିନେ ତାଙ୍କ ପାଇଁ ଗର୍ବର କାରଣ ହେବ। ଏହି ଚାମ୍ପିଅନ୍ସିପ୍ ଜିତିବା ପରେ ତ୍ରିପର୍ଣ୍ଣାଙ୍କୁ ପୁରସ୍କାର ଭାବେ ୫ ଲକ୍ଷ ଟଙ୍କା ମିଳିଛି। ଶୋଇବା ଦ୍ୱାରା ତାଙ୍କ ଭାଗ୍ୟ ଉଜ୍ଜଳ ହୋଇଯାଇଛି।
#OpportunityMissed 🙈
— 𝘀𝘂𝘀𝗶𝗺 mohanty (@altertwit) September 4, 2022
Triparna Chakraborty, a 26-year-old from Kolkata was awarded India's first sleep champion.
She slept 9 hours for 100 days and was rewarded with 5 lakhs in a competition organised by @WakefitCo. pic.twitter.com/XuvFuX4kuv
ପ୍ରକାଶଥାଉ ଯେ ସୋସିଆଲ ମିଡିଆ ଜରିଆରେ ତ୍ରିପର୍ଣ୍ଣା ଯେତେବେଳେ ଏହି ସ୍ଲିପିଙ୍ଗ ଚାମ୍ପିଅନ୍ସିପ୍ ବିଷୟରେ ଜାଣିଲେ ତାଙ୍କ ଖୁସିର ସୀମା ଜାଣି ରହିଲା ନାହିଁ। ସେ ନିଶ୍ଚିତ ହୋଇଯାଇଥିଲେ ଯେ ଏଥିରେ ତାଙ୍କର ବିଜୟ ସୁନିଶ୍ଚିତ।
Triparna Chakraborty made it to the top with a sleep efficiency rate of 95%, based on parameters like sleep duration, awake time, and REM sleep.#Trending #TriparnaChakraborty #Achievers #WakefitSleepInternship #SleepChampion #Femina #FeminaIndiahttps://t.co/YUz5iR1vHd
— Femina (@FeminaIndia) September 3, 2022
ଏହି କମ୍ପାନୀ ଭାରତର ପ୍ରଥମ ସ୍ଲିପ୍ ଚାମ୍ପିଅନସିପ୍ ଆୟୋଜନ କରୁଥିବା ବେଳେ ଏଥିରେ ଲଗାତାର ୧୦୦ ଦିନ ପର୍ଯ୍ୟନ୍ତ ୯ ଘଣ୍ଟା ଶୋଇବାର ଏକ ଚ୍ୟାଲେଞ୍ଜ ଥିଲା। ଏଥିରେ ତ୍ରିପର୍ଣ୍ଣା ପ୍ରଥମ ବ୍ୟକ୍ତି ଭାବରେ କ୍ରମାଗତ ୧୦୦ ଦିନରେ ୯ ଘଣ୍ଟା ଶୋଇବାରେ ରେକର୍ଡ କରିଛନ୍ତି। ସେ ୧୦୦ ରୁ ୯୫ ସ୍ଲିପ୍ ସ୍କୋର୍ କରି ବିଜେତା ହୋଇଛନ୍ତି।
]]>୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକ ସାର୍ଟିଫିକେଟ୍ ହାସଲ କରି କେରଳର ରେହନା ଶାହଜହାଁ ଇତିହାସ ସୃଷ୍ଟି କରିଛନ୍ତି। ଭାରତର ଏହି ଝିଅ ଗୋଟିଏ ଦିନରେ ମୋଟ ୮୧ ଅନ୍ଲାଇନ୍ ଷ୍ଟଡି କୋର୍ସ ସମାପ୍ତ କରି ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ପାଠପଢାରେ ସେ ଏମିତି ରେକର୍ଡ ସୃଷ୍ଟି କରିଥିବା ପ୍ରଥମ ମହିଳା ହୋଇଛନ୍ତି।
ବେଳେବେଳେ ସବୁଠାରୁ ଅଲଗା, ବେଳେବେଳେ ସବୁଠାରୁ ଅନନ୍ୟ ଏବଂ ବେଳେବେଳେ କିଛି ନୂଆ କରିବାର ଅନୁଭବ ନିଆରା ହୋଇଥାଏ। କିନ୍ତୁ ଏଥିପାଇଁ ବହୁତ ପରିଶ୍ରମ ଏବଂ ନିଷ୍ଠା ଆବଶ୍ୟକ ହୋଇଥାଏ। ରେହନା ଶାହଜହାଁ ଏପରି ଜଣେ ଝିଅ, ଯିଏ ଅନ୍ୟମାନଙ୍କ ପରି ରେକର୍ଡ ସୃଷ୍ଟି ପାଇଁ ଖେଳ କୁଡ କି ଶକ୍ତିର ସାହାରା ହୋଇ ନଥିଲେ। ବରଂ, ସେ ଯାହା ଚାହିଁଥିଲେ ତାହା କରିଥିଲେ, ତାହା ହେଉଛି ଅଧ୍ୟୟନ।
୨୪ ଘଣ୍ଟା ମଧ୍ୟରେ ରେହନା ଦୁନିଆର ସବୁଠାରୁ ଅଧିକ ଅନ୍ଲାଇନ୍ ପାଠ୍ୟକ୍ରମ ଶେଷ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ରେହନା ଦିନକରେ ୮୧ଟି ଅନ୍ଲାଇନ୍ ପାଠ୍ୟକ୍ରମର ପ୍ରମାଣପତ୍ର ପାଇ ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଗୋଟିଏ ଦିନରେ ୭୫ ଅନ୍ଲାଇନ୍ ପାଠ୍ୟକ୍ରମ ଥିଲା।
ଗୋଟିଏ ସମୟ ଥିଲା ଯେତେବେଳେ ଗୋଟିଏ ମାର୍କ କାରଣରୁ ରେହନାଙ୍କ ଜାମିଆ ମିଲିଆରେ ଆଡ୍ମିଶନ କରିବାର ସ୍ୱପ୍ନ ଭାଙ୍ଗି ଯାଇଥିଲା। ତେବେ, ପରେ CAT ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ନିଜେ ଜାମିଆ ମିଲିଆରେ ଏମ୍ବିଏ ପାଇଁ ଆଡ୍ମିଶନ୍ ନେଇଥିଲେ। ଏହା ବ୍ୟତୀତ ସେ ଏକାସାଙ୍ଗରେ ୨ଟି ପିଜି ଡିଗ୍ରୀ ମଧ୍ୟ ହାସଲ କରିଥିଲେ। ଗୋଟିଏ ହେଉଛି ସୋସିଆଲ୍ ୱାର୍କରେ ମାଷ୍ଟର ଏବଂ ଅନ୍ୟଟି, ଡିପ୍ଲୋମା ଇନ୍ ଗାଇଡାନ୍ସ ଆଣ୍ଡ୍ କାଉନସେଲିଂ।
୨୫ ବର୍ଷୀୟ ରେହନା ନିଜ ପାଠପଢା ଏବଂ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାକୁ ଚାହୁଁଥିଲେ, ତେଣୁ ସେ ଏତେଗୁଡ଼ିଏ ଅନ୍ଲାଇନ୍ ପାଠ୍ୟକ୍ରମ କରିଥିଲେ ଯେ ଯାହା ତାଙ୍କୁ କେବଳ ବିକଶିତ କରି ନ ଥିଲା ବରଂ ଏହି ପାଠପଢା ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ କରିଦେଇଥିଲା। ରେହନା ତାଙ୍କ ସଫଳତାକୁ ପାଇଁ ଭଉଣୀ ନେହଲାଙ୍କୁ ଶ୍ରେୟ ଦେଇଛନ୍ତି, ଯିଏକି ତାଙ୍କର ପ୍ରେରଣାର ଉତ୍ସ। ରେହନାଙ୍କ ଭଉଣୀ ବର୍ତ୍ତମାନ ଲଣ୍ଡନରେ କାମ କରନ୍ତି, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜର ଛାତ୍ରୀ। ରେହନା ଦିଲ୍ଲୀର 'ମହିଳା ଘୋଷଣାପତ୍ର’ ନାମକ ଏକ ଏନଜିଓରେ ମଧ୍ୟ କାର୍ଯ୍ୟ କରିଛନ୍ତି।
]]>ଏହି କାରଣରୁ ଫ୍ୟାଶନ ନାମରେ ପ୍ଲାଷ୍ଟିକ୍ ସର୍ଜରୀ ମାମଲା ଦୁନିଆରେ ବହୁତ ବୃଦ୍ଧି ପାଇବାରେ ଲାଗିଛି। ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଲୁକ୍ରେ ଅନେକ ଲୋକ ଖୁସି ନଥାନ୍ତି, ତେଣୁ ସେମାନେ ଏହାକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରନ୍ତି। ଏଥିପାଇଁ ପାଣି ଭଳିଆ ଟଙ୍କା ଖର୍ଚ୍ଚ କରିଚ୍ ଚେହେରାରେ ପରିବର୍ତ୍ତନ ଆଣନ୍ତି। ତେଣୁ ସେମାନେ ପ୍ଲାଷ୍ଟିନ୍ ସର୍ଜରୀର ସହାୟତା ନିଅନ୍ତି।
ପ୍ଲାଷ୍ଟିକ୍ ସର୍ଜରୀ କରି ନିଜ ଚେହେରାକୁ ବଦଳାଇବା ତାଲିକାରେ ୟୁକ୍ରେନ୍ର ଆନସ୍ତାସ୍ୟାଙ୍କ ନାମ ଯୋଡି ହୋଇଛି। ଏହି ମଡେଲଙ୍କୁ ଯିଏ ପୂର୍ବରୁ ଦେଖିଥିବା ତାଙ୍କର ଶରୀରର ଏହି ପରିବର୍ତ୍ତନକୁ ଦେଖିଲେ ସେ ଚିହ୍ନି ପାରିବ ନାହିଁ। ନିଜ ଶରୀରକୁ ଟାମ୍ପରିଂ କରି ସେ ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଦୁନିଆର ସବୁଠୁ ବଡ ଗାଲ ଥିବା ମହିଳା ଭାବରେ ଆନସ୍ତାସ୍ୟାଙ୍କ ନାମ ନିଆଯାଏ। କିନ୍ତୁ ରେକର୍ଡ କରିବା ପରେ ମଧ୍ୟ ସେ ଖୁସି ନାହାନ୍ତି। ବର୍ତ୍ତମାନ ସେ ନିଜ କପାଳରେ ଛୋଟ ଶିଙ୍ଗ ବଢାଇ ଲୁକ୍କୁ ଆହୁରି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି।
ଆନସ୍ତାସ୍ୟା ତାଙ୍କର ପ୍ରାକୃତିକ ଚେହେରାକୁ ନେଇ ଅସନ୍ତୁଷ୍ଟ ଥିଲେ। ବୋଧହୁଏ ଏହି କାରଣରୁ ସେ ତାଙ୍କ ମୁହଁରେ ଅନେକ ପରିବର୍ତ୍ତନ କରିଛନ୍ତି। ପ୍ରଥମେ ସେ ତାଙ୍କ ଗାଲରେ ଏତେ ସଂଖ୍ୟକ ଫିଲର ଦେଇଥିଲେ ଯେ ଦୁନିଆର ସବୁଠୁ ବଡ ଗାଲ ଥିବା ମହିଳାଙ୍କ ରେକର୍ଡ ତାଙ୍କ ନାମରେ କରାଯାଇଥିଲା।
ଏହା ବ୍ୟତୀତ ସେ ନିଜ ଓଠରେ ମଧ୍ୟ ଫିଲର୍ ପୂରଣ କରିଛନ୍ତି। କିନ୍ତୁ ଚେହେରାକୁ ନେଇ ତାଙ୍କର ଏହି ଟ୍ୟାମ୍ପରିଂ ଶେଷ ହୋଇ ଯାଇ ନାହିଁ। ଅଗଷ୍ଟ ୧୧ରେ, ସେ ଏକ ଭିଡିଓ ଅପଲୋଡ୍ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ସେ କିପରି ତାଙ୍କ କପାଳକୁ ଅନେକ ଫିଲରରେ ଭରି ଦେଇଛନ୍ତି ଏବଂ ଏହାକୁ ଏକ ଶିଙ୍ଗର ଆକାର ଦେଇଛନ୍ତି।
ଆନସ୍ତାସ୍ୟା ତାଙ୍କ ଇନଷ୍ଟାଗ୍ରାମ ପେଜ୍ରେ justqueen8888 ରେ ଏହି ନୂଆ ପଦ୍ଧତିର ଏକ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ଜଣେ ଡାକ୍ତର ତାଙ୍କ ଆଖିରେ ଇଞ୍ଜେକ୍ସନ ଦେଉଥିବାର ନଜର ଆସିଥିଲେ। ପ୍ରତ୍ୟେକ ଇଞ୍ଜେକ୍ସନ୍ ପରେ, ତାଙ୍କ ଶରୀରରେ ଏକ ବଲ୍ ପରି ଆକୃତି ତିଆରି ହେଉଥିଲା। ପରେ ଏହି ଫୁଲା ଶିଙ୍ଗର ଆକୃତି ନେବାକୁ ଲାଗିଥିଲା।
ସେ ତାଙ୍କ ଇନଷ୍ଟା ପେଜ୍ରେ ଲେଖିଛନ୍ତି, ଯଦି ଆପଣମାନେ ମୋତେ ସହରରେ ସିଙ୍ଗ ଥିବା ଅବସ୍ଥାରେ ବୁଲୁଥିବାର ଦେଖିବେ ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ। ଏହା ହେଉଛି ନୂଆ ପଦ୍ଧତିର ଫଳାଫଳ। ଏହି ପୋଷ୍ଟ୍ ଦେଖିବା ପରେ, ଏଥିରେ ଲୋକଙ୍କ ମନ୍ତବ୍ୟର ବନ୍ୟା ଛୁଟିଛି। ଅନେକ ଲେଖିଛନ୍ତି ଯେ ଚେହେରାରେ ଏତେ ପରିବର୍ତ୍ତନ କରିବା ଭଲ କଥା ନୁହେଁ। ସେହିପରି ଅନେକ ତାଙ୍କୁ ପଚାଛନ୍ତି ଯେ ଏହା ଏକ ନୂଆ ପ୍ରକାରର ଷ୍ଟଣ୍ଟ୍ ନା ତାଙ୍କର କୌଣସି ରୋଗ ହୋଇଛି?
]]>୨୩ ବର୍ଷୀୟ ରସିଦ ଖାନ ତାଙ୍କର ୫୩ ତମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ଏହି ଫର୍ମାଟରେ ଦ୍ରୁତତମ ୧୦୦ ୱିକେଟ୍ ନେବାର ରେକର୍ଡ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ଲାସିଥ୍ ମାଲିଙ୍ଗାଙ୍କ ନାମରେ ଥିଲା, ଯିଏ ୭୬ ମ୍ୟାଚ୍ ରେ ୧୦୦ ୱିକେଟ କ୍ଲବରେ ସାମିଲ ହୋଇଥିଲେ । ବାଂଲାଦେଶର ଶାକିବ ଅଲ ହାସନ ଏବଂ ନ୍ୟୁଜିଲାଣ୍ତର ଟିମ୍ ସାଉଦି ଉଭୟ ୮୪ ଟି ମ୍ୟାଚରେ ୧୦୦ ୱିକେଟ୍ର ମାଇଲଖୁଣ୍ଟ ହାସଲ କରିଥିଲେ ।
ଗତକାଲି ମ୍ୟାଚରେ ରସିଦ ଖାନ ୧୫ ନମ୍ବର ଓଭରରେ ପାକିସ୍ତାନର ମହମ୍ମଦ ହଫିଜ୍ଙ୍କୁ ଆଉଟ କରି ୧୦୦ ଟି ୱିକେଟ କ୍ଲବରେ ସାମିଲ ହୋଇଥିଲେ । ଏହାପରେ ସେ ପାକିସ୍ତାନର ଅଧିନାୟକ ବାବର୍ ଆଜମଙ୍କୁ ବୋଲ୍ଡ କରି ୧୦୧ ତମ ୱିକେଟ ହାସଲ କରିଥିଲେ । ରସିଦ ୫୩ ଟି-୨୦ ଟି ଇଣ୍ଟରନ୍ୟାସନାଲ ମ୍ୟାଚରେ ମୋଟ ୧୦୧ଟି ୱିକେଟ୍ ନେଇଛନ୍ତି। ସେ ଏହି ମ୍ୟାଚ ମାନଙ୍କରେ ୨ ଥର ୫ ଟି ଲେଖାଏଁ ୱିକେଟ ଓ ୪ ଥର ୪ଟି ଲେଖାଏଁ ୱିକେଟ ନେଇଛନ୍ତି ।
ଗତକାଲି ଆଫଗାନିସ୍ତାନ ପାକିସ୍ତାନ ସହ ଜବରଦସ୍ତ ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣି ନେଇଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ପାକିସ୍ତାନ ଆଗରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପାକିସ୍ତାନ ଗୋଟିଏ ଓଭର ବାକି ଥାଇ ଜିତିନେଇଥିଲା । ପାକିସ୍ତାନ ପକ୍ଷରୁ ବାବର ଆଜମ ୫୧ ରନ୍ କରିଥିବା ବେଳେ ଫକର ଜମାନ ୩୦ ଓ ଆସିଫ ଅଲି ୨୫ ରନ କରିଥିଲେ । ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ନବି ଓ ଗୁଲବୁଦ୍ଦିନ ୩୫ ରନ ଲେଖାଏଁ କରିଥିଲେ । ପାକିସ୍ତାନ ପକ୍ଷରୁ ଇମାଦ ୱାସିମ ୨ଟି ଓ୍ବିକେଟ ନେଇଥିବାବେଳେ ସାହିନ ଆଫ୍ରିଦି, ହାସାନ ଅଲି, ହାରିସ ରୌଫ ଓ ସଦାବ ଖାଁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
]]>ଭିଡିଓଟି ସେପ୍ଟେମ୍ବର ୧୩ ରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା। ଭିଡିଓଟି ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖି ସାରିଲେଣି। ଭିଡିଓରେ କମେଣ୍ଟ ମାଧ୍ୟମରେ ଲୋକେ ଏହାର ପ୍ରଶଂସା ମଧ୍ୟ କରିଛନ୍ତି। ଏଥିସହିତ ୟୁଜର୍ସମାନେ ନିଜ Id ରୁ ଏହି ଭିଡିଓକୁ ସେୟାର ମଧ୍ୟ କରିଛନ୍ତି। ଏହି ଭିଡିଓକୁ ଟ୍ୱିଟରରେ ମଧ୍ୟ ସେୟାର କରାଯାଇଛି। ଇନଷ୍ଟାଗ୍ରାମ ପୋଷ୍ଟରେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳି ସାରିଲାଣି।
ଭିଡିଓରେ ଦେଖିବାକୁ ମିଳିଛି ଯେ ପିଲାଟି ଡଙ୍ଗା ସହିତ ସଂଯୁକ୍ତ ଲୁହା ରଡକୁ ଦୃଢ ଭାବରେ ଧରି ରଖିଛି। ଅନ୍ୟ ପଟେ ପିଲାଟିର ପିତା ଅନ୍ୟ ଏକ ଡଙ୍ଗାରେ ଯିବା ସହ ପିଲାଟିକୁ ନଜର ରଖିଛନ୍ତି। ପିଲାଟି ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିବାର ମଧ୍ୟ ଦେଖିବାକୁ ମିଳିଛି। ଭିଡିଓଟି ଦେଖିବା ପରେ ଲୋକମାନେ ଭିନ୍ନ ମତ ମଧ୍ୟ ଦେଇଛନ୍ତି। କିଛି ଲୋକଙ୍କ ଅନୁଯାୟୀ ପିଲାଟିର ବୟସ ୱାଟର ସ୍କିଙ୍ଗ୍ କରିବା ପାଇଁ ବହୁତ ଛୋଟ ହୋଇଥିବାରୁ ଏହା ବିପଦପୂର୍ଣ୍ଣ ଅଟେ। ଏବଂ କିଛି ଲୋକ ଏନେଇ ସ୍ୱାଗତ କରିଛନ୍ତି ଯେ ପିତା ପୁଅକୁ ସମ୍ପୂର୍ଣ୍ଣ ସୁରକ୍ଷା ସହିତ ହ୍ରଦକୁ ଆଣିଛନ୍ତି।
ରିଚ୍ଙ୍କର ଏହି ସାହାସିକତା ଭିଡିଓକୁ ଦେଖିଲା ପରେ ପ୍ରଶଂସକ ମାନେ ପରବର୍ତ୍ତୀ ସମୟରେ ପିଲାଟି କ‘ଣ ସାହାସିକତା ଦେଖାଇବ ଏନେଇ ଆଗ୍ରହ ପ୍ରକାଶ କରିଛନ୍ତି। ରିଚ୍ଙ୍କୁ ଲୋକମାନେ ସୁପର୍ କିଡ୍ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି। ପିଲାଟିର ନାମ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ ହୋଇଛି।
]]>ଏହାପୂର୍ବରୁ ଗ୍ରାହାମ୍ ଟେଣ୍ଟର୍ଙ୍କ ନାମରେ ଥିଲା ଏହି ରେକର୍ଡ । ଗ୍ରାହାମ୍ ଟେଣ୍ଟର୍ ୨୦୧୦ରେ ଗୋଟିଏ ଡାଳରେ ୪୪୮ ଟମାଟୋ ଫଳାଇ ବିଶ୍ୱରେକର୍ଡ ସୃଷ୍ଟି କରିଥିଲେ । ବର୍ତ୍ତମାନ ସ୍ମିଥ୍ ଗୋଟିଏ ଡାଳରେ ୮୩୯ ଟମାଟୋ ଫଳାଇ ସେହି ରେକର୍ଡକୁ ନିଜ ନାମରେ କରାଇ ନେଇଛନ୍ତି । ଗ୍ରାହାମ୍ ଟେଣ୍ଟର୍ଙ୍କ ତୁଳନାରେ ଦୁଇ ଗୁଣ ଅଧିକ ଟମାଟୋ ଫଳାଇ ପାରିଛନ୍ତି ଡଗଲାସ୍ ।
So today I went for a Guinness World record attempt for ‘most tomatoes on a single truss / stem’.
— Douglas Smith (@sweetpeasalads) September 10, 2021
Today we counted 839 tomatoes vs current WR of 488!! Awaiting verification from Guinness in due course. pic.twitter.com/OgdbUk02rF
ଡଗଲାସ୍ ସ୍ମିଥ୍ ବୃତ୍ତିରେ ଜଣେ ଆଇଟି ମ୍ୟାନେଜର । ଷ୍ଟାନଷ୍ଟେଡ୍ ଆବୋଟ୍ସରେ କାମ କରୁଥିବା ଡଗଲାସ୍ ନିଜକୁ ନିଜେ ଏହି ଚ୍ୟାଲେଞ୍ଜ ଦେଇଥିଲେ । ଏଥିପାଇଁ ସେ ଏକ ମାଟି ନମୁନା ନେଇ ଏହାକୁ ବିଶ୍ଳେଷଣ କରିଥିଲେ । ସେ ସିଧାସଳଖ ମଞ୍ଜିରୁ ଟମାଟୋ ଚାରା ସୃଷ୍ଟି କରିଥିଲେ । ଆଉ ଗ୍ରୀନ୍ ହାଉସରେ ଚାରା ଲଗାଇଥିଲେ । ଟମାଟୋ ଗଛ ପଛରେ ତାଙ୍କୁ ବହୁତ ସମୟ ଅତିବାହିତ କରିବାକୁ ପଡ଼ୁଥିଲା ।
ତେବେ ଛୋଟ ଛୋଟ ଟମାଟୋରେ ଭର୍ତ୍ତି ହୋଇଥିବା ଡାଳରୁ ଟମାଟୋ ତୋଳିବା ସମୟରେ ସେ ପୋଲିସକୁ ଡାକିଥିଲେ, ଯାହା ଗିନିଜ ୱାର୍ଲ୍ଡ ରେକର୍ଡ ପାଇଁ ଯାଞ୍ଚ ହୋଇପାରିବ । ନିଜ ଫାର୍ମରୁ ଥିବା ଟମାଟୋ ଗଛରୁ ଏକ ଡାଳରୁ ସମୁଦାୟ ୮୩୯ ଟମାଟୋ କାଢ଼ିବା ପରେ, ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ସଫଳତା ପାଇଁ ବହୁତ ଖୁସି ଥିବା କହିଛନ୍ତି ଡଗଲାସ୍ ସ୍ମିଥ୍ । ଟମାଟୋ ଗଛ ବଢ଼ୁଥିବା ବେଳେ ତଥା ଅମଳ କରିବା ସମୟରେ ସେ ଗିନିଜ ନିୟମ ପାଳନ କରୁଥିଲେ । ବିଶ୍ୱ ସ୍ତରରେ ନିଜର ନାମରେ ରେକର୍ଡ କରିବାକୁ ତାଙ୍କୁ ଯତ୍ନବାନ୍ ହେବାକୁ ପଡ଼ିଥିଲା ।
ଅକ୍ଲାନ୍ତ ପରିଶ୍ରମ ଏବଂ ଅନୁଭୂତିକୁ ଆଧାର କରି ସରକାରୀ ମାନ୍ୟତା ପାଇଁ ବିଶ୍ୱ ରେକର୍ଡ ସଂସ୍ଥା ସମ୍ମୁଖରେ ନିଜର ସଫଳତା ଉପସ୍ଥାପନ କରିଥିଲେ ଡଗଲାସ୍ । ପୁଙ୍ଖାନୁପୁଙ୍ଖ ଯାଂଚ ପରେ ରେକର୍ଡ ତାଙ୍କ ନାମରେ ହୋଇଛି ।
]]>