ବାଲକୋନିରୁ ଏକ ଆଲକହଲ ଥିବା ଗ୍ଲାସ ଜବତ ହୋଇଥିବାରୁ ମଦ ପିଉଥିବା ଅବସ୍ଥାରେ ପଡିଯାଇଥିବା ଅନୁମାନ କରାଯାଉଛି। କେହି ତାଙ୍କୁ ଧକ୍କା ଦେଇଥିଲେ ଯେଉଁ ସ୍ଥାନରେ ତାଙ୍କ ମୃତ ଦେହ ପଡିଥିଲା, ତା ଠାରୁ ଦୂରରେ ପଡିବା କଥା, ହେଲେ ଏପରି କ୍ଷେତ୍ରରେ ତାହା ହୋଇନାହିଁ ବୋଲି ରିପୋର୍ଟରୁ ଜଣାପଡିଛି। ତେବେ ତିନି ମହଲାରୁ ପଡିବା ଯୋଗୁ ତାଙ୍କ ବ୍ରେନ୍ ହାମ୍ରେଜ ହୋଇଛି। ଲିଭରରେ ଶକ୍ତ ଆଘାତ ଲାଗି ତାହା ଫାଟି ଯାଇଛି ଏବଂ ଚଟାଣରେ ପିଟି ହୋଇ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଛି।
ସେପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ପୋଲିସ ଅପେକ୍ଷା କରିଛି ସନ୍ଦେହ ଭିତରେ ଥିବା ପୁରୁଷ ବନ୍ଧୁ ଶଶାଙ୍କଙ୍କ ଲାଇ ଡିଟେକସନ ରିପୋର୍ଟକୁ। ଏକାଧିକ ଥର ଜେରାର ସମ୍ମୁଖୀନ ହୋଇଥିବା ଶଶାଙ୍କଙ୍କୁ ପୋଲିସ କିନ୍ତୁ ଏଯାଏଁ ସଂପୂର୍ଣ୍ଣ କ୍ଲିନଚିଟ୍ ଦେଇନାହିଁ। ସମସ୍ତ ରିପୋର୍ଟକୁ ତର୍ଜମା କରିବା ପର୍ଯ୍ୟନ୍ତ ଶଶାଙ୍କ ପୋଲିସ ସ୍କାନରରେ ରହିବେ ବୋଲି ଡିସିପି କହିଛନ୍ତି। ଗତ ଶୁକ୍ରବାର ପଟିଆ ଶ୍ରୀବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟର ବାଲକୋନିରୁ ଜିଜ୍ଞାସା ପଡିଯାଇଥିଲେ। ଫ୍ଲାଟରେ ରହୁଥିବା ଶଶାଙ୍କ ନାମକ ଯୁବକଙ୍କ ରୁମ୍ରେ ଏକ ପାର୍ଟିରେ ଜିଜ୍ଞାସା ଯୋଗଦେବା ସହ ତିନିଦିନ ହେଲା ସେଠାରେ ରହୁଥିଲେ।
]]>