• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Woman

Woman in Bus
ବସ୍‌ରେ ଚଢ଼ିଲେ ବିକିନି ପିନ୍ଧା ମହିଳା, ଭାଇରାଲ ହେଲା ଭିଡିଓ...

ଜନଗହଳି ବସ୍‌ରେ ବିକିନି ପିନ୍ଧି ପଶିଲେ ମହିଳା । ରାଜଧାନୀ ଦିଲ୍ଲୀରେ ଘଟିଛି ଅଭାବନୀୟ ଘଟଣା ।

MP High Court
ଲିଭ୍ ଇନରେ ମଧ୍ୟ ଛାଡ଼ପତ୍ର, ବିବାହ ନକରିଥିଲେ ମଧ୍ୟ ଦେବାକୁ ପଡ଼ିପାରେ ଭତ୍ତା

ଲିଭ ଇନରେ ରହିବା ପରେ ଛାଡ଼ିଦେଲେ ବର୍ତ୍ତମାନ ମିଳିବ ଭରଣପୋଷଣ ଖର୍ଚ୍ଚ । ଜଣେ ପୁରୁଷଙ୍କ ସହ ରହୁଥିବା ଜଣେ ମହିଳା ଆଇନଗତ ଭାବରେ ବିବାହିତ ନଥିଲେ ମଧ୍ୟ ପୃଥକ ଭରଣପୋଷଣ ଖର୍ଚ୍ଚ ପାଇବାର ଅଧିକାର ଅଛି ବୋଲି କହିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ ।

Taliban
ମହିଳାଙ୍କ ପରକୀୟା ପ୍ରୀତି ପାଇଁ ଦଣ୍ତ ଘୋଷଣା କଲା ତାଲିବାନ, ସର୍ବସମ୍ମୁଖରେ ପଥରରେ ଛେଚି କରିବ ହତ୍ୟା

ପରକୀୟା ପ୍ରୀତି ପାଇଁ ମିଳିବ ସର୍ବସାଧାରଣରେ ମାଡ଼ । କେବଳ ମାଡ଼ ନୁହେଁ ସର୍ବସାଧାରଣରେ ପଥରରେ ଛେଚି ହତ୍ୟା କରାଯିବ । ଏପରି ଅତି ଅମାନୁଷିକ ଓ ବର୍ବରୋଚିତ ଘୋଷଣା କରିଛି ତାଲିବାନ ।

Blood
୧୦ ବର୍ଷରେ ପ୍ରାୟ ୪ ହଜାର ଲିଟର ରକ୍ତ ପିଇସାରିଲେଣି ଏହି ମହିଳା

କାଲିଫର୍ଣ୍ଣିଆ ଲାନକାଷ୍ଟରର ୨୯ ବର୍ଷୀୟା ମହିଳା ମିଚେଲ୍‌। ସେ କିଶୋର ଥିବା ସମୟରୁ ଘୁଷୁରୀ ରକ୍ତ ପିଉଛନ୍ତି।

Woman chew neighbour ear & eat
ଝଗଡ଼ାର ସବୁ ସୀମା ପାର୍...ଯୁବକଙ୍କ କାନ କାମୁଡ଼ି ଛିଣ୍ଡାଇଲେ, ପ୍ରମାଣ ନଷ୍ଟ ପାଇଁ ଚୋବାଇ ଖାଇଦେଲେ ମହିଳା

ରାଖୀଙ୍କ ସ୍ୱାମୀ ସଞ୍ଜୀବ ତାଙ୍କୁ ଧରି ପକାଇଲେ ଓ ରାଖୀ ତାଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ। କେବଳ ସେତିକି ନୁହେଁ ସେ ଏହାକୁ ଚୋବାଇ ଖାଇ ଦେଇଥିବା ରାମବୀର ଅଭିଯୋଗ ଆଣିଛନ୍ତି।

Mother
ଏ ବି ଜଣେ ମା’... ମମତା ପାଖରେ ହାରିଛି ଗରିବୀ

ଏ ବି ଜଣେ ମା’ । ଅନ୍ତଚିରି ଜନ୍ମ ଦେଇଛି ତା’ ଦୁଇ ପିଲାଙ୍କୁ । ସ୍ୱାମୀ କୁଆଡେ ଚାଲିଯିବା ପରେ ଅଭାବ ଭିତରେ ପେଟକୁ କାଟି ପିଲାଙ୍କ ମୁହଁରେ ଫୁଟାଉଛି ହସ । ଆଉ ଯୋଗାଡ଼ କରୁଛି ଦୁଇ ଓଳି ଦୁଇମୁଠା ଦାନା । ଜୀବନର ଦୁଃଖ କଳା ବାଦଲ ଭିତରେ କେବେ ବି ହାରିନାହାନ୍ତି ସୁମିତ୍ରା ।

Marriage
ବିବାହ କରିବାର ଅଦ୍ଭୁତ ଜିଦି...ପୁରୁଷ ଆଙ୍କରଙ୍କୁ ଅପହରଣ କରିନେଲେ ମହିଳା

ବିବାହ କରିବା ପାଇଁ ଅପହରଣ । ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦରେ । ଜଣେ ମହିଳା ବ୍ୟବସାୟୀ, ମ୍ୟୁଜିକ ଚ୍ୟାନେଲ ଆଙ୍କରଙ୍କୁ ବିବାହ କରିବା ପାଇଁ ଅପହରଣ କରିଥିଲେ ।

Taking Care
ମାଆ ତତେ ଶହେ ସଲାମ !

ନାନାବାୟା ଗୀତ ଶୁଣି ମାଆ କୋଳରେ ଅଝଟ ଶିଶୁଟି କେଡେ ଆରାମରେ ଶୋଇପଡିଛି । ଶୋଇବନି ବା କେମିତି, ଗୀତ ବି ବେଶ୍ ଶରଧାର ସହ ଗାଈ ପୁଅକୁ ତା ମାଆ ପରା ଶୁଆଉଛି, ପୁଅ ଆଉ କେତେ ଅଝଟ ହେବ ଯେ...

Wallet
ସମୁଦ୍ରରେ ହଜିଯାଇଥିଲା ପର୍ସ; ୮ ମାସ ପରେ ହେଲା ଉଦ୍ଧାର

କଥାଟା ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଏପରି ଏକ ଅବିଶ୍ୱସନୀୟ କଥା ନିକଟରେ ସାମ୍‌ନାକୁ ଆସିଛି । ଅଫ୍ ଗ୍ରୀଡ୍ ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି ।

Job
ଭଲ କାମର ଫଳ ଭୋଗିଲେ ମହିଳା, ଚାକିରିରୁ ବାହାର କରିଦେଲେ ବସ୍

ଅତି ସବୁବେଳ ଖରାପ । ଅତି ଲେମ୍ବୁ ଚିପୁଡ଼ିଲେ ପିତା ପରି ଅତି ହେଉଛି ‘ସର୍ବତ୍ର ଗର୍ହିତମ୍’ । ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।

SpecialStory
ନିଜ ପିଲାଙ୍କୁ ଆଶ୍ରମରେ ଛାଡ଼ି, ପର ପିଲାଙ୍କ ସେବାରେ ଜ୍ୟୋତି

ନିଜ ପିଲାଙ୍କୁ ଆଶ୍ରମରେ ଛାଡ଼ି, ଡାକ୍ତରଖାନାରୁ ଘରକୁ ଆଣିଥିବା ପୁଅ ଝିଅର ଯତ୍ନ ନେବା ସହ ରୋଗୀଣା ମା’ର ଚିକିତ୍ସା କରୁଛନ୍ତି ଜ୍ୟୋତି। ଏଭଳି ମହାନତା ଦେଖି ପରିବାର ଓ ସ୍ଥାନୀୟ ବାସିନ୍ଦାଙ୍କ ବେଶ ପ୍ରସଂଶାର ପାତ୍ର ହୋଇଛନ୍ତି ଜ୍ୟୋତି ବିନ୍ଧାଣୀ।

Woman 'kicked off' flight
ବାରମ୍ୱାର ଟଏଲେଟ୍ ଯିବାରୁ ମହିଳାଙ୍କୁ ଫ୍ଲାଇଟରୁ ବାହାର କରିଦେଲେ

ୱେଷ୍ଟଜେଟର ସୁପରଭାଇଜର ବିମାନବନ୍ଦରଠାରୁ ୨୦ କିଲୋମିଟର ଦୂରରେ ଥିବା ଏକ ହୋଟେଲକୁ ଟ୍ୟାକ୍ସି ଭଡା ଦେବାକୁ ମନା କରି କରିଦେଇଥିଲେ । ସେ ମୋତେ ଭୟଭୀତ କରିବା ପାଇଁ ଜଣେ ଗାର୍ଡଙ୍କୁ ଡାକିଥିଲେ।

Accident
ରୋଷେଇ କରୁ କରୁ ମାଡ଼ି ଆସିଲା କାର୍, ଆଉ ତା’ପରେ...

ଗାଡ଼ି ଚଲଉଥିଲେ, କ’ଣ ହେଲା କେଜାଣି ଆଖି ଲାଗିଗଲା ଡ୍ରାଇଭରର । ଏହାପରେ କ’ଣ ହେଲା ପରିସ୍ଥିତି ତାହା ନକହିବା ଭଲ । ଦୋକାନ ଭିତରେ ପଶିଗଲା ଗାଡ଼ି । ଏପରି ଦୁର୍ଘଟଣା ଘଟିଛି ତାମିଲନାଡୁରେ ।

Woman Tortured
ବାହାଘରକୁ ପୂରିନି ବର୍ଷେ; ଯୌତୁକ ପାଇଁ ବୋହୂକୁ ମାଡ଼ ମାରି ହାତ ଭାଙ୍ଗିଦେଲେ ଶାଶୁ-ନଣନ୍ଦ

ଯୌତୁକ ପାଇଁ ଶାଶୁ ଓ ନଣନ୍ଦଙ୍କ ମାଡ଼ରେ ବୋହୂର ହାତ ଭାଙ୍ଗିଲା । ଏମିତିକି ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ ହେଲା । ଏପରି ଏକ ଅଭିଯୋଗ ଆସିଛି ସୋର ଥାନା ପୋଡାଡିହା ଗାଁରୁ ।

Brazilian Woman Married To Homemade Ragdoll
ହାତ ତିଆରି କଣ୍ଢେଇକୁ ବାହା ହେଲେ ମହିଳା; ପାଇଲେ ଯାଆଁଳା ଶିଶୁ ! 

ପ୍ରେମ କେତେବେଳେ କାହାକୁ ହୁଏ କହି ହୁଏନା । ସେମିତି ଏକ ପ୍ରେମ ହୋଇଛି ଜଣେ ମହିଳାଙ୍କୁ । ହାତ ତିଆରି କଣ୍ଢେଇକୁ ବାହା ହେଲେ ମହିଳା; ପାଇଲେ ଯାଆଁଳା ଶିଶୁ ! 

Make Up
ବୋହୂର ମେକ୍‌ଅପ ନେଇ ଯାଉଥିଲା ଶାଶୁ...ଜାଣିବା ପରେ ଛାଡ଼ପତ୍ର ମାଗିଲା ପତ୍ନୀ

ଲୁଚି ଲୁଚି ଶାଶୁ ବ୍ୟବହାର କରୁଥିଲେ ମେକଅପ ସାମଗ୍ରୀ । ଏହା ଜାଣିବା ପରେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ମାଗିଲେ ପତ୍ନୀ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟି ଯାଇଛି ଆଗ୍ରାରେ ।

Honeymoon
ହନିମୁନ୍‌ ପାଇଁ ଗୋଆ ବଦଳରେ ଅଯୋଧ୍ୟା ନେଲା ସ୍ୱାମୀ; ସ୍ତ୍ରୀ ଆବେଦନ କଲା ଛାଡ଼ପତ୍ର

ମହିଳା ଜଣକ ତାଙ୍କ ଛାଡପତ୍ର ଆବେଦନରେ ଲେଖିଛନ୍ତି, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାମ କରନ୍ତି । ସେ ଭଲ ଦରମା ମଧ୍ୟ ପାଆନ୍ତି । ସେ ବି ଜଣେ କର୍ମଜୀବୀ ମହିଳା । ସେମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଛି ।

Naked Man Festival
ବଦଳିଲା ୧୨୫୦ ବର୍ଷର ପରମ୍ପରା... ‘ନେକେଡ ମ୍ୟାନ ଫେଷ୍ଟିଭାଲ’ରେ ସାମିଲ ହେବେ ମହିଳା

ପ୍ରଥମ କରି ମହିଳାଙ୍କୁ ଏହି ପର୍ବରେ ସାମିଲ କରାଯିବ। ଜାପାନରେ ଲିଙ୍ଗଗତ ସମାନତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

Temple
ପୁଅକୁ କେମିତି ଭୁଲିବ ମାଆ ?

ବିଧିର ବିଧାନ ଆଗରେ ନିରୁପାୟ ଗୋଟିଏ ମାଆ । ଅନ୍ତ ଫାଡ଼ି ଜନ୍ମକଲା ପୁଅକୁ ବା ସେ କେମିତି ଭୁଲି ପାରିବ । ସେଇଥିପାଇଁ ପୁଅର ସ୍ମୃତି ଉଦ୍ଦେଶ୍ୟରେ ତିଆରି କରିଛନ୍ତି ଏହି ମନ୍ଦିର । ଆଉ ଏମିତି ନିଜ ଗେଲ୍ଲା ପୁଅକୁ ମନେ ପକାଉଛନ୍ତି ।

Helpless
ଝିଅ ମାଆକୁ ଆଉ ମାଆ ଝିଅକୁ ଚାହିଁ ବଞ୍ଚିଛନ୍ତି

ବୃଦ୍ଧ ବୟସରେ ଦାଉ ସାଧିଲା ଦଇବ। ସ୍ୱାମୀ ଓ ଦୁଇ ଝିଅଙ୍କୁ ମହାମାରୀ କରୋନା ଛଡାଇ ନେଲା। ଆଉ ଏବେ ଦିବ୍ୟାଙ୍ଗ ଝିଅର ବୋଝ ସେ ସହି ପାରୁନାହାନ୍ତି।

Pension Scheme
ନୂଆ ନିୟମ ! ପତ୍ନୀ ଚାହିଁଲେ ସ୍ୱାମୀ ପରିବର୍ତ୍ତେ ପିଲାଙ୍କ ନାଁରେ କରିପାରିବେ ପେନ୍‌ସନ୍‌

ମହିଳା କର୍ମଚାରୀ ଚାହିଁଲେ ନିଜର ନୋମିନି ନିଜେ ବାଛିପାରିବେ । ନୂଆ ନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଜଣେ ମହିଳା ନିଜ ସ୍ୱାମୀଙ୍କ ପରିବର୍ତ୍ତେ ପିଲାଙ୍କୁ ପେନ୍‌ସନ୍‌ ନୋମିନି ଭାବେ ରଖିପାରିବେ ।

Suicide
ସହି ପାରିଲେନି ସ୍ୱାମୀଙ୍କ ବିୟୋଗ, ଆତ୍ମହତ୍ୟା କରିଦେଲେ

ସ୍ବାମୀଙ୍କ ଅକାଳ ବିୟୋଗକୁ ସହ୍ୟ ନକରିପାରି ସ୍ତ୍ରୀର ଆତ୍ମହତ୍ୟା । ଖବର ଆସିଛି ଜଟଣୀ ଥାନା ଅଞ୍ଚଳରୁ ।

Stunt
ଶୂନ୍ୟରେ ଚାଲୁଛନ୍ତି, ଶୂନ୍ୟରେ ନାଚୁଛନ୍ତି ଯୁବତୀ ! ଦେଖନ୍ତୁ ଭିଡିଓ...

ଆପଣ ଆକାଶରେ କେବେ ଚାଲିଛନ୍ତି ? ଚାଲିବା ତ ଦୂରର କଥା, ଏତେ ଉଚ୍ଚରୁ ଯେ କେହି ନିଜକୁ ସୁରକ୍ଷିତ ରଖି ଖେଳ ପ୍ରଦର୍ଶିତ କରିପାରେ, ତାହା ଭାବିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ ।

Road Problen
ବିପଦପୂର୍ଣ୍ଣ ପାଲଟିଛି ପୋଲ; ମୃତ୍ୟୁକୁ କରିଛି ଅପେକ୍ଷା

ବିପଦପୂର୍ଣ୍ଣ ପାଲଟିଛି ପୋଲ । ମୃତ୍ୟୁକୁ କରିଛି ଅପେକ୍ଷା । ପୋଲରେ ଯାତାୟାତ ନକରିବାକୁ ବାରଣ କରିଛି ପୂର୍ତ୍ତ ବିଭାଗ । ହେଲେ ହେଉନି ନୂଆ ପୋଲ। ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ସୋମବାର ଯଇଦା ଗାଁର ଜଣେ ମହିଳା ଅସୁସ୍ଥ ହେବାପରେ ଚେତା ବୁଡ଼ିଯାଇଥିଲା ।

Husband accused
ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁସିଥିଲା ସ୍ୱାମୀ; ବାନ୍ଧିଲା ପୋଲିସ

କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ ।