ଓଡ଼ିଶାର ସବୁଠି ତାତିରେ ସିଜୁଛନ୍ତି ଲୋକେ। ଗତ କିଛି ଦିନ ଧରି ରାଜ୍ୟରେ ବଢ଼ିଥିବା ଗରମ ସମସ୍ତଙ୍କୁ ଆଉଟୁପାଉଟୁ କରୁଛି। ଏପରି ହୋଇଛି କି ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର।
ଚଳିତ ସିଜିନରେ ତାତିର ସବୁ ରେକର୍ଡ ପାର୍ କରିଛି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର। ଗତକାଲି ଏଠାରେ ପାରଦ ୪୪ ଦଶମିକ ୨ ଡିଗ୍ରୀ ଛୁଇଁଥିଲା। ଏଣେ ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟରେ ବଢିଛି ଗ୍ରୀଷ୍ଣ ପ୍ରବାହ। ଅସହ୍ୟ ତାତିରେ ଓଡ଼ିଶା ଜଳିଥିବା ବେଳେ ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।
]]>କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ଼, ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଗତକାଲି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ସୋନପୁର, ବଲାଙ୍ଗିର ଏବଂ ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି।
]]>ଆସନ୍ତାକାଲି ଓ ୧୪ ତାରିଖ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଟ୍ରପ୍ ଲାଇନ୍ ଧୀରେଧୀରେ ଦକ୍ଷିଣ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଆସନ୍ତାକାଲି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବରଗଡ଼, ବଲାଙ୍ଗିର, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୪ ତାରିଖରେ ନୂଆପଡ଼ା, ବଲାଙ୍ଗିର ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
]]>ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ୪୨.୪ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ସୁନ୍ଦରଗଡ଼ ଓ ବଲାଙ୍ଗିର- ୪୧ଂ, ଭବାନୀପାଟଣା ଓ ବୌଦ୍ଧ-୪୦ଂ ରହିଛି।
]]>ସେପଟେ ବିହାରର ଦକ୍ଷିଣ ଅଞ୍ଚଳ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। କୋରାପୁଟର ଲମତାପୁଟ, ସିମିଳିଗୁଡ଼ା, ପଟାଙ୍ଗୀ, ମୟୂରଭଞ୍ଜର ଚନ୍ଦନପୁର ଓ ବାଲେଶ୍ୱରର ରାଜଘାଟରେ ସ୍ୱଳ୍ପ ଧରଣର ବର୍ଷା ରେକର୍ଡ କରାଯାଇଛି।
ରାଜ୍ୟରେ ଆଗକୁ କେମିତି ରହିବ ପାଣିପାଗ ସେନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦ୍ଦେଶ ଏଚ୍. ଆର୍. ବିଶ୍ୱାସ ସୂଚନେ ଦେଇ କହିଛନ୍ତି, ‘୮ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ ଓ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୯ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ୯ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଉତ୍ତର ଉପକୂଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି। ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ଏମିତି ପାଗ ରହିବ ଓ ୮-୯ ତାରିଖ ଆଡ଼କୁ ବର୍ଷାର ପରିମାଣ ବଢ଼ିପାରେ।
ଆହୁରି ପଢନ୍ତୁ : ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
]]>ସାମୁଦ୍ରିକ ଝଡ଼ର ରୂପ ନେବା ପରେ ଏହାର ନାଁ ‘ତାଉକତେ’ ରହିବ। ଏହା ଆହୁରି ଅଧିକ ଘନୀଭୂତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଗୁଜରାଟ ଓ ପାକିସ୍ତାନ ଉପକୂଳ ଆଡ଼କୁ ଗତି କରିପାରେ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମେ’ ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଗୁଜରାଟ ଉପକୂଳ ଛୁଇଁପାରେ। ଏହାର ପ୍ରଭାବରେ କେରଳ, ତାମିଲନାଡୁ, କର୍ଣ୍ଣାଟକ, ଗୋଆ ଓ ଦକ୍ଷିଣ କୋଙ୍କଣ ଏବଂ ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷେ, ଆଜି ଓ ଆସନ୍ତାକାଲି ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବି ବର୍ଷା ହୋଇପାରେ।
]]>