ରବିବାର ଭୋଟିଂ ବେଳେ ରୁଷର ବିଭିନ୍ନ ଭୋଟିଂ କେନ୍ଦ୍ରରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭୋଟିଂରେ ସ୍ବଚ୍ଛତା ଅବଲମ୍ବନ କରାଯାଉନଥିବା ନେଇ ଆମେରିକା ମଧ୍ୟ ଅଭିଯୋଗ ଆଣିଥିଲା। ଏହା ସତ୍ତ୍ୱେ ମଧ୍ୟ ପୁଟିନ ପୁଣି ଥରେ ବିଜୟୀ ହୋଇଛନ୍ତି। ୪ ପ୍ରତିଶତ ଭୋଟ୍ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି କମ୍ୟୁନିଷ୍ଟ ପାର୍ଟି ଅଫ୍ ରୁଷିଆନ ଫେଡେରେସନର ପ୍ରାର୍ଥୀ ନିକୋଲାଇ ଖାରିତୋନଭ୍।
Putin returns as President with 87.17 pc votes, sets priorities for new term
— ANI Digital (@ani_digital) March 17, 2024
Read @ANI Story | https://t.co/ySF5yjvG58#Russia #VladimirPutin #PresidentialElection pic.twitter.com/t4Bw5WhnKH
ଏହାପୂର୍ବରୁ ରବିବାର ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପ୍ରକ୍ରିୟା ଶେଷ ହୋଇଥିଲା । ମୋଟ ୧୧.୪୨ କୋଟି ଭୋଟରଙ୍କ ମଧ୍ୟରୁ ୭୨.୮୪ ପ୍ରତିଶତ ଲୋକ ତିନି ଦିନରେ ଭୋଟ୍ ଦେଇଛନ୍ତି । ୧୯୯୯ ମସିହାରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଭାବରେ ପୁଟିନ ରୁଷରେ କ୍ଷମତାରେ ଅଛନ୍ତି । ଯେତେବେଳେ ସ୍ୱାସ୍ଥ୍ୟ ଖରାପ ହେତୁ ବୋରିସ୍ ୟେଲତସିନ୍ ତାଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ, ସେବେ ରୁଷ ନିଜର ଅସ୍ତିତ୍ୱ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା ।
]]>ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ କହିଛନ୍ତି, "ଆମେ ଜାଣୁ ଯେ ଋଷ ସୈନ୍ୟବାହିନୀ ସହ କାମ କରିବା ପାଇଁ କିଛି ଭାରତୀୟ ଚୁକ୍ତି କରିଛନ୍ତି । କିନ୍ତୁ ଆମେ ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରୁଛି କି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଯୁଦ୍ଧଠାରୁ ଦୂରେଇ ରୁହନ୍ତୁ ।
କିଛି ଦିନ ପୂର୍ବରୁ ଋଷରେ ଭାରତୀୟ ନାଗରିକଙ୍କ ସହିତ ଠକେଇ ହୋଇଥିବା ଏକ ମାମଲା ସାମ୍ନାକୁ ଆସିଛି । କାମ ସନ୍ଧାନରେ ଋଷ ଯାଇଥିବା ଲୋକଙ୍କ ସହ ଧୋକା କରି ସେମାନଙ୍କୁ ୟୁକ୍ରେନରେ ଯୁଦ୍ଧ କରିବାକୁ ପଠାଯାଇଛି । ସେମାନଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟମାନଙ୍କୁ ଯୁଦ୍ଧରେ ହେଲପର ଭାବରେ କାର୍ଯ୍ୟ କରିବାକୁ ନିଯୁକ୍ତ କରାଯାଇଛି ।
ଏହା ପରେ ତାଙ୍କୁ ୱାଗନର୍ ଗ୍ରୁପରେ ନିଯୁକ୍ତ କରାଯାଇଥିଲା, ଯାହାକୁ ଋଷର ବ୍ୟକ୍ତିଗତ ସେନା କୁହାଯାଉଥିଲା ଏବଂ ୟୁକ୍ରେନ ସହିତ ଯୁଦ୍ଧ କରିବା ପାଇଁ ସେମାନଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଯାଇଥିଲା । ତେଲେଙ୍ଗାନାର ନାରାୟଣପେଟ ଜିଲ୍ଲାରେ ରହୁଥିବା ୨୨ ବର୍ଷିୟ ମହମ୍ମଦ ସୁଫିଆନ ଏବଂ କର୍ଣ୍ଣାଟକର କାଲାବୁରାଗିରେ ରହୁଥିବା ଅନ୍ୟ ତିନି ଜଣ ଭାରତୀୟ ନିଜ ପରିବାର ଲୋକଙ୍କୁ ଏହି ସୂଚନା ଦେଇଛନ୍ତି । ତାପରେ ଏହି ମାମଲା ସାମ୍ନାକୁ ଆସିଥିଲା |
ସୁଫିଆନ୍ ଜଣେ ଋଷ ସୈନିକଙ୍କ ମୋବାଇଲ୍ ଫୋନରୁ ତାଙ୍କ ପରିବାରକୁ ଏକ ଭିଡିଓ ପଠାଇଥିଲେ ଯେଉଁଥିରେ ତାଙ୍କୁ ସେନା ପୋଷାକରେ ଦେଖିବାକୁ ମିଳିଥିଲା। ସେ ଠକାମୀର ଶିକାର ହୋଇଥିବା ସେ ଦାବି କରିଛନ୍ତି।
]]>ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିଲେ ୟେଭଗେନି ପ୍ରିଗୋଝିନ । ଜୁନରେ ରୁଷରେ ହୋଇଥିବା ବିଦ୍ରୋହ ପରେ ୟେଭଗେନୀ ପ୍ରିଗୋଝିନଙ୍କ କେତେବେଳେ ବି ହତ୍ୟା କରାଯାଇପାରେ ବୋଲି ଆକଳନ କରାଯାଉଥିଲା । ତେବେ ତାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ରୁଷିଆର ବିମାନ ଚଳାଚଳ ବିଭାଗ ପକ୍ଷରୁ ଦୁର୍ଘଟଣା ନେଇ ସ୍ପଷ୍ଟ କରାଯାଇଛି ।
ୟେଭଗେନୀ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କୁ 'ପୁଟିନ୍ସ ସେଫ୍' ବୋଲି ମଧ୍ୟ ସମ୍ବୋଧନ କରାଯାଏ । ୨ଦିନ ପୂର୍ବରୁ ୱାଗନର ଗ୍ରୁପ ମୁଖ୍ୟ ୟେଭଗେନୀ ପ୍ରିଗୋଝିନ ଆଫ୍ରିକାରେ ଥିବା ବେଳେ ସୋସିଆଲ୍ ମିଡିଆରେ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।
ପ୍ରିଗୋଝିନ୍ଙ୍କ ଘରୋଇ ସେନା ସଙ୍ଗଠନ ରୁଷ୍ର ୟୁକ୍ରେନ୍ ବିରୋଧୀ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ରୁଷ ସେନା ସହ କାନ୍ଧରେ କାନ୍ଧ ମିଶାଇ ୱାଗନର ଗ୍ରୁପ୍ କାମ କରୁଥିଲା। କିନ୍ତୁ କିଛି ମାସ ତଳେ ମସ୍କୋର ସାମରିକ ନେତୃତ୍ୱ ସହିତ ପ୍ରିଗୋଝିନଙ୍କ ସମ୍ପର୍କ ତିକ୍ତ ହେବାରୁ ସେ ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ।
ରୁଷ ସେନା ବିରୋଧରେ ୱାଗନର ଗ୍ରୁପ୍ ଲଢ଼େଇ ଡାକରା ଦେଇଥିବାରୁ ଏହାକୁ ପୁଟିନ ରାଷ୍ଟ୍ର ବିରୋଧୀ ବୋଲି କହିଥିଲେ। ଏଥିସହ ଦେଶଦ୍ରୋହୀମାନଙ୍କୁ ଆଦୌ ଛଡ଼ା ଯିବନି ବୋଲି ସେ ଚେତାବନୀ ଦେଇଥିଲେ। ତେଣୁ ଯେକୌଣସି ମୂହୂର୍ତ୍ତରେ ପ୍ରିଗୋଝିନ୍ଙ୍କୁ ହତ୍ୟା କରାଯାଇପାରେ ବୋଲି ଦେଶବାସୀ ଆଶଙ୍କା କରିଥିଲେ।
୧୯୬୧ ମସିହାରେ ଜନ୍ମିତ ପ୍ରିଗୋଝିନ୍ ୨୦ ବର୍ଷ ବୟସରୁ ହିଁ ମାରପିଟ, ଡକାୟତି ଆଦି ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ। ଜେଲ୍ରୁ ବାହାରିବା ପରେ ସେ ନିଜର ୱାଗନର ଗ୍ରୁପ୍ କରି ସେଥିରେ ଭଡ଼ାଟିଆ ସୈନ୍ୟଙ୍କୁ ଯୋଡ଼ୁଥିଲେ।
]]>ଆମେରିକାର ଏହି ଘୋଷଣା ପରେ ପୁଟିନ୍ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଖାଲି ରୁଷିଆ ନୁହେଁ ଜର୍ମାନୀ, ଇଂଲଣ୍ଡ, ସ୍ପେନ୍ ଏବଂ ଇଟାଲୀ ମଧ୍ୟ ଚିନ୍ତିତ ରହିଛନ୍ତି । ନାଟୋ ସଦସ୍ୟମାନେ କ୍ଲଷ୍ଟର ବୋମା ବ୍ୟବହାରକୁ ନେଇ ଉଦ୍ବେଗ ମଧ୍ୟ ପ୍ରକାଶ କରିଛନ୍ତି । ତାହାସହ ୧୦୦ରୁ ଅଧିକ ବୋମା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ଆପଣ ଜାଣନ୍ତି କି କ’ଣ ଏହି କ୍ଲଷ୍ଟର ବୋମା ? ଯେଉଁଥିପାଇଁ ପୁଟିନ୍ଙ୍କ ସହ ଅନ୍ୟ ଦେଶ ମଧ୍ୟ ଚିନ୍ତାରେ ପଡ଼ିଛି । ଏହି କ୍ଲଷ୍ଟର ବୋମା କେବଳ ରୁଷିଆ ୟୁକ୍ରେନ୍ ପାଖରେ ରହିଛି ନା ଭାରତ ବି ରଖିଛି ? ଆସନ୍ତୁ ଜାଣିବା ।
କ୍ଲଷ୍ଟର ବୋମା ହେଉଛି ଏପରି ଅସ୍ତ୍ର , ଯାହା ଶତ୍ରୁକୁ କଡ଼ା ଜବାବ ଦେଇଥାଏ । ଗୋଟିଏ କ୍ଲଷ୍ଟର ବୋମାରେ ଛୋଟ ଛୋଟ ଅନେକ ବୋମା ରହିଥାଏ । ଯେ କୌଣସି ଏକ ବଡ଼ ସ୍ଥାନରେ କ୍ଳଷ୍ଟର ବୋମାକୁ ବ୍ୟବହାର କରାଯାଇଥାଏ । ଏକକାଳୀନ କ୍ଲଷ୍ଟର ବୋମାର ପ୍ରୟୋଗ କରିବା ଦ୍ୱାରା ସେଥିରୁ ଅନେକ ଗୁଡ଼ିଏ ବୋମା ବାହାରିବା ସହ ଶତ୍ରୁ ପକ୍ଷ ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ ।
ଗୋଟିଏ କ୍ଳଷ୍ଟର ବୋମାରୁ ଅନେକ ଗୁଡ଼ିଏ ଛୋଟ ବୋମା ବାହାରିଥାଏ । ସେହି ଛୋଟ ଛୋଟ ବୋମାଗୁଡ଼ିକୁ ସବମୁନିସନ୍ ବା ବୋମାଲେଟ୍ କୁହାଯାଏ । ଏହି ବୋମାକୁ ଶତ୍ରୁକୁ ମାତ୍ ଦେବାକୁ ବିଭିନ୍ନ ଉପାୟରେ ପ୍ରୟୋଗ ମଧ୍ୟ କରାଯାଇଥାଏ । ଯେପରି ବିମାନରୁ ପକାଇବା କିମ୍ବା ସ୍ୱତନ୍ତ୍ର ଉପାୟରେ ଯୁଦ୍ଧ କରିବା ।
ଏହି ବୋମାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର କରାଯାଇଥିଲା । ଯାହା ପାଇଁ ଏକ ବଡ଼ ଅଞ୍ଚଳ ନଷ୍ଟ ହୋଇଥିଲା ବୋଲି କୁହାଯାଇଛି । କ୍ଲଷ୍ଟର ବୋମାରୁ ବାହାରୁଥିବା ଅନେକ ଛୋଟ ଛୋଟ ବୋମା ମାଟିରେ ପଡ଼ିଥାଏ । ହେଲେ ସମସ୍ତ ବୋମା ବିସ୍ଫୋରଣ ହୋଇନଥାଏ । ମାଟିରେ ପୋତି ହୋଇରହିଥିବା କିଛି ବୋମା କୌଣସି ମଣିଷର ସଂସ୍ପର୍ଶରେ ଆସିଲେ ବିସ୍ଫୋରଣ ହୋଇଥାଏ । ଫଳରେ ଲୋକଙ୍କ ମୃତ୍ୟୁ ହୋଇଥାଏ ।
ରେଡକ୍ରସର ଅନ୍ତର୍ଜାତୀୟ କମିଟି ଅନୁଯାୟୀ ୧୦ରୁ ୪୦ ପ୍ରତିଶତ କ୍ଲଷ୍ଟର ବୋମା ବିସ୍ଫୋରଣ ହୁଏ ନାହିଁ । ଏହାକୁ ମୃତ ବୋଲି କୁହାଯାଏ । ବିସ୍ଫୋରଣ ହୋଇନଥିବା ବୋମା ଖେଳନା ପରି ଦେଖାଯାଏ । ସେଥିପାଇଁ ପିଲାମାନେ ପ୍ରାୟତଃ ବୋମା ବିସ୍ଫୋରଣରେ ଜୀବନ ହରାଇଥାନ୍ତି ।
ତେବେ କ୍ଲଷ୍ଟର ବୋମାକୁ ୧୦୦ରୁ ଅଧିକ ଦେଶରେ ନିଷେଧ କରାଯାଇଛି । କ୍ଲଷ୍ଟର ଅସ୍ତ୍ର ତିଆରି କରିବାର କ୍ଷମତା ୩୪ଟି ଦେଶକୁ ମିଳିଛି । ସେଥିମଧ୍ୟରେ ଭାରତ ରହିଛି । ଭାରତ ନିକଟରେ ମଧ୍ୟ M395 କ୍ଲଷ୍ଟର ବୋମା ରହିଛି ।
]]>ଋଷ ରାଷ୍ଟ୍ରପତି କହିଛନ୍ତି, ‘କିଛି ବର୍ଷ ପୂର୍ବେ ଭାରତରେ ଆମର ବନ୍ଧୁ ତଥା ଋଷର ସବୁଠୁ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଭଳି ଏକ କନ୍ସେପ୍ଟ ଆଣିଥିଲେ। ଯାହାର ପ୍ରଭାବ ସ୍ପଷ୍ଟ ଭାବେ ଭାରତର ଅର୍ଥବ୍ୟବସ୍ଥା ଉପରେ ଦେଖିବାକୁ ମିଳିଛି। ତେଣୁ ଅନ୍ୟର ଭଲ କନ୍ସେପ୍ଟକୁ ଯଦି ଆମେ ଆପଣାଉଛେ, ତା’ହେଲେ ଏଥିରେ କୌଣସି ଭୁଲ୍ ନୁହେଁ। ବିଶେଷକରି ଯଦି ସେ ଆମର ଭଲ ବନ୍ଧୁ ହୋଇଥିବେ, ତା’ହେଲେ ତାଙ୍କର ଭଲ କାମକୁ ଆପଣାଇବାରେ କୌଣସି ଅସୁବିଧା ନାହିଁ’।
ସୂଚନାଥାଉ କି, ୟୁକ୍ରେନ ଯୁଦ୍ଧ ପରେ ଋଷ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଋଷର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ କନ୍ସେପ୍ଟକୁ ଆପଣାଇବା ପାଇଁ ପୁଟିନ ଯୋଜନା କରିଛନ୍ତି। ମେକ୍ ଇନ୍ ଇଣ୍ଡିଆ ଭଳି ଋଷରେ ମଧ୍ୟ ସ୍ୱଦେଶୀ ଦ୍ରବ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ପୁଟିନ ଯୋଜନା କରିଛନ୍ତି।
When Putin gives example of Prime Minister Modi’s ‘Make in India’ and the impact it has had on India’s economic fortunes… pic.twitter.com/JnqE7sXvRw
— Amit Malviya (@amitmalviya) June 29, 2023
ଅନ୍ୟପକ୍ଷେ, ଋଷ ରାଷ୍ଟ୍ରପତିଙ୍କ ମୁହଁରେ ‘ମେକ୍ ଇନ୍ ଇଣ୍ଡିଆ’ର ପ୍ରଶଂସାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
]]>ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବି ସାଧାରଣ ନାଗରିକ ଏବଂ ଦେଶକୁ ସୁରକ୍ଷା ଦିଆଯିବ । ୱାଗନର୍ ଗ୍ରୁପ୍ ରୁଷକୁ ଚ୍ୟାଲେଞ୍ଜ କରିଛି । ଏବେ ଏକଜୁଟ ରହିବା ପାଇଁ ପଡ଼ିବ । ଦେଶଦ୍ରୋହୀଙ୍କ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି । ଯେଉଁମାନେ ବିଦ୍ରୋହରୁ ବିରତ ରହିବେ ସେମାନଙ୍କର କୌଣସି କ୍ଷତି ହେବାକୁ ଦିଆଯିବନାହିଁ ବୋଲି ରୁଷିଆନ୍ ଆର୍ମି ପକ୍ଷରୁ କୁହାଯାଇଛି।...
ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଯେଉଁମାନେ ବିଦ୍ରୋହ କରନ୍ତି ସେମାନଙ୍କୁ ଆତଙ୍କବାଦୀ ଭଳି ଦଣ୍ଡ ଦିଆଯିବ । ରୁଷର ସେନା ହିରୋ ପରି ଲଢ଼େଇ କରୁଛନ୍ତି । ଏହି ସମୟରେ ସମସ୍ତ ଦେଶବାସୀ ଏକଜୁଟ ରହିବା ଆବଶ୍ୟକ । ୱାଗନର୍ ଦେଶ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ଉଚିତ୍ । ଯେଉଁମାନେ ଦେଶଦ୍ରୋହ କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ ।
ଯୁଦ୍ଧର ଘନଘଟା ଭିତରେ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଛିଡ଼ା ହୋଇଛି ଆଉ ଏକ ସମସ୍ୟା। ପୁଟିନଙ୍କୁ ଗାଦିଚ୍ୟୁତ କରିବାକୁ ପୁଟିନଙ୍କ ପ୍ରାଇଭେଟ୍ ସେନା 'ୱାଗନର' ଗୋଷ୍ଠୀର ମୁଖ୍ୟ ଯୋଜନା କରିଥିବା କୁହାଯାଉଛି। ଏକଦା ପୁଟିନଙ୍କ ନିକଟତର ଥିବା ୱାଗନର ପ୍ରାଇଭେଟ୍ ଆର୍ମି ଚିଫ୍ ୟେବଗେନି ପ୍ରିଗୋଝିନ୍ କହିଛନ୍ତି, ତାଙ୍କ ସହ ୨୫ ହଜାର ସୈନିକ ଅଛନ୍ତି, ଯେଉଁମାନେ ମରିବାକୁ ବି ପ୍ରସ୍ତୁତ ରହିଛନ୍ତି। ସେମାନେ ରୁଷର ସୈନିକଙ୍କ ନେତୃତ୍ୱକୁ ହଟାଇବା ଲାଗି ଆଗକୁ ବଢୁଛନ୍ତି। ରାସ୍ତାରେ ଯାହାବି ପ୍ରତିବନ୍ଧକ ଆସିବ ସମସ୍ତଙ୍କୁ ହଟାଇ ଦିଆଯିବ ବୋଲି ୱାଗନର ସେନାର ମୁଖ୍ୟ କହିଛନ୍ତି ।
ଖାଲି ସେତିକି ନୁହେଁ, ରୁଷର ଏକ ହେଲିକପଟରକୁ ୟେବଗେନି ଖସାଇ ଦେଇଥିବା ଦାବି କରିଛନ୍ତି। ରୁଷ ସେନା ତାଙ୍କ ସୈନିକଙ୍କ ଉପରେ ଆକ୍ରମଣ କରିବା ପ୍ରତିବାଦରେ ୟେବଗେନି ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି ।
ସେପଟେ ୱାଗନର ଗୋଷ୍ଠୀର ଏଭଳି ଚେତାବନୀ ପରେ ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି । ଏପରିକି ପୁଟିନଙ୍କ ବାସଭବନ କ୍ରେମଲିନରେ ଟ୍ୟାଙ୍କ ମୁତୟନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।...
ୟୁକ୍ରେନରେ ପ୍ରଥମ କରି ରୁଷ ଆକ୍ରମଣ କରିବା ପରେ ୟେବଗେନି ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଭଡ଼ାଟିଆ ସୈନିକମାନେ ୟୁକ୍ରେନରେ ଦୃଢ଼ତାର ସହ ଲଢ଼େଇ କରି ରୁଷକୁ ଯୁଦ୍ଧରେ ଅଗ୍ରଣୀ କରାଇଥିଲେ । ଆଉ ଏବେ ୟେବଗେନି ନିଜେ ପୁଟିନଙ୍କ ବିରୋଧୀ ହୋଇଯାଇଛନ୍ତି ଏବଂ ତାଙ୍କ ସୈନିକଙ୍କୁ ରୁଷର ସୈନିକଙ୍କ ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ କରୁଛନ୍ତି।....
]]>ବିରୋଧୀ ଦଳର ନେତା ବାଲେରୀ ଟ୍ୱିଟ୍ କରିଛନ୍ତି, ପୁଟିନଙ୍କ ସହିତ ରୁଦ୍ଧଦ୍ୱାର ବୈଠକ ପରେ ଲୁକାସେଙ୍କୋଙ୍କୁ ତତ୍କ୍ଷଣାତ୍ ମସ୍କୋର ସେଣ୍ଟ୍ରାଲ୍ କ୍ଲିନିକାଲ୍ ହସ୍ପିଟାଲକୁ ନିଆଯାଇଛି । ବର୍ତ୍ତମାନ ସେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ଅଧୀନରେ ତାଙ୍କର ଦେଖାରଖା କରାଯିବା ସହ ରକ୍ତ ସଫା କରାଯାଉଛି । ତାଙ୍କ ସ୍ଥିତି ଏତେ ଗୁରୁତର ଅଛି ଯେ, ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରିବ ନାହିଁ ।
ଲୁକାଶେଙ୍କୋଙ୍କୁ ବିଷ ଦିଆଯାଇଛି ?
ଲୁକାଶେଙ୍କୋଙ୍କୁ କ୍ରେମଲିନ୍ ପକ୍ଷରୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି। ବେଲାରୁଷ୍ର ଏକଚ୍ଛତ୍ରବାଦୀ ରାଷ୍ଟ୍ରପତି ଲୁକାସେଙ୍କୋଙ୍କୁ ବଞ୍ଚାଇବା ପାଇଁ କରାଯାଉଥିବା ଉଦ୍ୟମରୁ ଜଣାପଡ଼ୁଛି ତାଙ୍କୁ ବିଷ ଦିଆଯାଇଛି । କିଛି ସମୟ ହେବ ଲୁକାଶେଙ୍କୋଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ଚାଲିଛି ।
ମେ ୯ ତାରିଖ ଦିନ ମଧ୍ୟ ଲୁକାସେଙ୍କୋ ରୁଷ୍ ଯାଇଥିଲେ । ମସ୍କୋରେ ବିଜୟ ଦିବସ ପରେଡ୍ ଶେଷ ହେବା ପରେ ନିଜ ଦେଶକୁ ଫେରିଆସିଥିଲେ । ରୁଷୀୟ ରାଷ୍ଟ୍ରପତି ପୁଟିନ୍ଙ୍କ ସହିତ ସେ ମଧ୍ୟାହ୍ନ ଭୋଜନ ବି କରିନଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରୁଷ୍ ଗସ୍ତ ସମୟରେ ଲୁକାସେଙ୍କୋ କ୍ଳାନ୍ତ ଦିଶୁଥିଲେ ଏବଂ ଡାହାଣ ହାତରେ ବ୍ୟାଣ୍ଡେଜ୍ ଗୁଡ଼ା ହୋଇଥିଲା ।
]]>ତେବେ ଏହା ପ୍ରଥମଥର ନୁହେଁ ବାରମ୍ବାର ପୁଟିନ୍ଙ୍କ ଉପରେ ହେଉଛି ଆକ୍ରମଣ । ବାରମ୍ବାର କରାଯାଉଛି ହତ୍ୟା ଉଦ୍ୟମ । ପୁର୍ବରୁ ମଧ୍ୟ ପୁଟିନଙ୍କୁ ବିସ୍ଫୋରକ ଭର୍ତ୍ତି ଡ୍ରୋନରେ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ହେଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ସେହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା । ନୂତନ ଭାବେ ନିର୍ମିତ ଶିଳ୍ପ ପାର୍କ ପରିଦର୍ଶନ ସମୟରେ ପୁଟିନ ଯିବାବେଳେ ତାଙ୍କୁ ହତ୍ୟା କରାଯିବାକୁ ଯୋଜନା କରିଥିଲା ୟୁକ୍ରେନ୍ ।
ମସ୍କୋ ନିକଟ ନୋଜିନସ୍କ ଅଞ୍ଚଳର ଜଙ୍ଗଲରେ UJ-22 ଡ୍ରୋନ୍ ମିଳିଥିଲା । ଯେଉଁଥିରେ ୧୭ କିଲୋଗ୍ରାମ C4 ପ୍ଲାଷ୍ଟିକ୍ ବିସ୍ଫୋରକ ରହିଥିଲା । ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ପଠାଯାଇଥିଲା ବୋଲି ୟୁକ୍ରେନ୍ କାର୍ଯ୍ୟକର୍ତ୍ତା ୟୁରୀ ରୋମାନେଙ୍କୋ ଦାବି କରିଥିଲେ ।
ଏହା ପୂର୍ବରୁ ପୁଟିନ୍ଙ୍କ କାରେଡ୍ ଯାଉଥିବା ବେଳେ ସେଥିରେ ଆକ୍ରମଣ କରାଯାଇଥିଲା । କାର୍ର ଆଗ ଚକା ବ୍ଲାଷ୍ଟ ହୋଇଥିଲା । ଧୁଆଁ ମୟ ହୋଇଯାଇଥିଲା ପରିବେଶ । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଥିଲେ । ସେ ରାସ୍ତାରେ ଯାଉଥିବା ବେଳେ ହଠାତ୍ ତାଙ୍କ କାର୍ର ଆଗ ଚକା ବ୍ଲାଷ୍ଟ ହୋଇଥିଲା । ପରେ ଚାରିଆଡ଼େ ଧୁଆଁ ବ୍ୟାପି ଯାଇଥିଲା ।
]]>#WATCH | Russia today alleged that there were attempts by Ukraine to assassinate President Putin, saying it was a "terrorist attack" while claiming it shot down drones over the residence of Putin
— ANI (@ANI) May 3, 2023
(Video: Russia's RT news) pic.twitter.com/6b7jkeYluT
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏକ ବଡ ଖବର ସାମ୍ନାକୁ ଆସିଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିସ୍ଫୋରକ ଭର୍ତ୍ତି ଡ୍ରୋନରେ ହତ୍ୟା କରିବାକୁ ୟୁକ୍ରେନ ଉଦ୍ୟମ କରିଛି । ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସେହି ୟୁକ୍ରେନ ଡ୍ରୋନର ଆବର୍ଜନା ରୁଷର ରାଜଧାନୀ ମସ୍କୋଠାରୁ ଅଳ୍ପ ଦୂରରେ ମିଳିଥିଲା ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ଏକ ମିଶନରେ ଥିଲା । ଏହି ଡ୍ରୋନରେ ୧୭ କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା । ସୂଚନାନୁସାରେ, ନୂତନ ଭାବେ ନିର୍ମିତ ଶିଳ୍ପ ପାର୍କ ପରିଦର୍ଶନ ସମୟରେ ପୁଟିନ ଯିବାବେଳେ ତାଙ୍କୁ ହତ୍ୟା କରାଯିବାକୁ ଯୋଜନା କରିଥିଲା ୟୁକ୍ରେନ୍ ।
ମସ୍କୋ ନିକଟ ନୋଜିନସ୍କ ଅଞ୍ଚଳର ଜଙ୍ଗଲରେ UJ-22 ଡ୍ରୋନ୍ ମିଳିଥିଲା । ଯେଉଁଥିରେ ୧୭ କିଲୋଗ୍ରାମ C4 ପ୍ଲାଷ୍ଟିକ୍ ବିସ୍ଫୋରକ ଥିଲାବୋଲି ସୂଚନା ରହିଛି । ପୁଟିନଙ୍କୁ ହତ୍ୟା କରିବା ପାଇଁ ଏହି ଡ୍ରୋନ ପଠାଯାଇଥିଲା ବୋଲି ୟୁକ୍ରେନ୍ କାର୍ଯ୍ୟକର୍ତ୍ତା ୟୁରୀ ରୋମାନେଙ୍କୋ ଦାବି କରିଛନ୍ତି ।
ସେ ଟ୍ୱିଟ୍ କରି କହିଛନ୍ତି ଯେ, ଇଣ୍ଡଷ୍ଟ୍ରି ପାର୍କକୁ ପୁଟିନଙ୍କ ଗସ୍ତ ବିଷୟରେ ଆମର ଗୁପ୍ତଚର ଅଧିକାରୀ ସୂଚନା ପାଇଥିଲେ । ଏହା ପରେ ୟୁକ୍ରେନ କାମିକାଜେ ଡ୍ରୋନ୍ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ଖବର ପାଇବା ପରେ ପୁଟିନ୍ ତାଙ୍କର ଗସ୍ତ କାର୍ଯ୍ୟସୂଚୀ ପରିବର୍ତ୍ତନ କରିଥିଲେ । ଯାହାଫଳରେ ଯୁକ୍ରେନ୍ର ଷଡ଼ଯନ୍ତ୍ର ସଫଳ ହୋଇପାରିନଥିଲା ।
ଯେଉଁଠାରେ ଡ୍ରୋନ୍ ପଡ଼ିଥିଲା, ସେଠାରେ ବିସ୍ଫୋରକ ବିଶେଷଜ୍ଞମାନେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ତେବେ ଏନଇ ୟୁକ୍ରେନ୍ ପକ୍ଷରୁ କୌଣସି ସରକାରୀ ବିବୃତି ପ୍ରକାଶ କରାଯାଇନାହିଁ ।
]]>ଅନ୍ୟପଟେ ଓଡ଼ିଶା ପୋଲିସର ଧାଁ ଧପଡ଼ ଆରମ୍ଭ ହୋଇଛି । ରାୟଗଡ଼ା ଗସ୍ତ କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ । ହୋଟେଲ ସାଇ ଇଣ୍ଟରନ୍ୟାସନାଲ୍କୁ ଯାଇ ଖୋଳତାଡ଼ କରିଛନ୍ତି । ପ୍ରଥମେ ସାଙ୍ଗରେ ଆସିଥିବା ଭ୍ଲାଦିମିର୍ ବିଦାନୋଭ୍ ଓ ଦିନକ ପରେ ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭଙ୍କ କେମିତି ହେଲା ମୃତ୍ୟୁ ? ରୁମ୍ ନମ୍ବର ୨୦୩ରେ ଏକାଠି ରହୁଥିବା ଭ୍ଲାଦିମିର୍ ଓ ପାଭେଲଙ୍କ ମୃତ୍ୟୁ ରହସ୍ୟ କଣ ? ଯଦି ଭ୍ଲାଦିମିରଙ୍କ ମୃତ୍ୟୁ ହୃଦଘାତ୍ରୁ ହେଲା, ତେବେ ରୁମ୍ ଝରକା ଦେଇ କେମିତି ତଳକୁ ଖସିପଡ଼ି ପ୍ରାଣ ହରାଇଲେ ପାଭେଲ୍ ? ଅଘଟଣ ନା ଆତ୍ମହତ୍ୟା ?
ରାୟଗଡ଼ା ଏସ୍ପିଙ୍କୁ ଧରି ଆଜି ହୋଟେଲ୍ ଭିତରେ ଯାଞ୍ଚ କରିଛନ୍ତି ଡିଆଇଜି । ସେ କହିଛନ୍ତି, ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ତଦନ୍ତ କରି ତଥ୍ୟ ସାମ୍ନାକୁ ଆଣିବୁ । ସେପଟେ ଡିଜିପି ସୁନୀଲ ବଂଶଲ ମାମଲାର ସମ୍ପୂର୍ଣ୍ଣ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ।
୬୬ ବର୍ଷିୟ ପାଭେଲ ଆଣ୍ଟୋଭ । ରୁଷ୍ର ଅନ୍ୟତମ ବିତ୍ତଶାଳୀ ସାଂସଦଙ୍କ ମଧ୍ୟରେ ଥିଲେ ଅନ୍ୟତମ । ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ, ମାନବାଧିକାର ପାଇଁ ଲଢ଼େଇ କରୁଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରାଷ୍ଟ୍ରପତି ପୁତିନ୍ଙ୍କୁ ହଲାପଟା କରି ଚର୍ଚ୍ଚାକୁ ଆସିଥିବା କୋଟିପତି ବ୍ୟବସାୟୀ ପାଭେଲ୍ଙ୍କ ଯୋଜନା ଥିଲା, ପୂର୍ବ ଭାରତ ସହ ଓଡ଼ିଶାର ଆଦିବାସୀଙ୍କ ଜୀବନ ଶୈଳୀ, ପରମ୍ପରାକୁ ପରଖିବେ ଓ ପ୍ରାକୃତିକ ପରିବେଶ ଭିତରେ ଜନ୍ମଦିନ ପାଳିବେ ।
ସେହି ଅନୁଯାୟୀ, ତାଙ୍କ ଟୁର୍ର ନାଁ ଥିଲା ଟ୍ରାଇବାଲ୍ସ ଟୁର୍ ଅଫ ଇଣ୍ଡିଆ । ତେଣୁ ଦିଲ୍ଲୀ ସ୍ଥିତ ଏକ ଟୁର୍ ଅପରେଟର ସଂସ୍ଥା ଜରିଆରେ ଦିଲ୍ଲୀରୁ ଭାୟା ଭୁବନେଶ୍ୱର ଦେଇ ଗତ ୨୧ରେ ରାୟଗଡ଼ା ପହଞ୍ଚିଥିଲେ । ସାଙ୍ଗରେ ଥିଲେ ଟୁରଭୋ ଓ ପାନ୍ ସେଙ୍କୋ ଦମ୍ପତ୍ତି ସହ ଅନ୍ୟତମ ବନ୍ଧୁ ଭ୍ଲାଦିମିର୍ । ପ୍ରଥମେ ଦାରିଙ୍ଗବାଡ଼ି ବୁଲିଲେ ଓ ପରେ ଜୟପୁର ଦେଇ ପୂର୍ବ ଭାରତ ଅଭିମୁଖେ ଯାଇଥାନ୍ତେ । କିନ୍ତୁ ରାୟଗଡ଼ାରେ ରହୁଥିବା ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ୨୨ ତାରିଖରେ ହୃଦଘାତରେ ଭ୍ଲାଦିମିରଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ରେ ରହସ୍ୟଜନକ ଭାବେ ପାଭେଲ୍ଙ୍କ ମୃତଦେହ ମିଳିଥିଲା ହୋଟେଲ୍ ତଳୁ । କୁହାଯାଉଛି, ସାଙ୍ଗ ଭ୍ଲାଦିମିରଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ପାଭେଲ୍ ଆତ୍ମହତ୍ୟା କରିଥାଇପାରନ୍ତି ।
ତେବେ ପ୍ରଶ୍ନ, ଜଣେ ସାଂସଦ ହୋଇ କେମିତି ଏଭଳି ଚରମ ନିଷ୍ପତ୍ତି ନେଲେ ? କୁହାଯାଏ, ପୁତିନ ଜଣେ ପ୍ରତିହିଂସା ପରାୟଣ ବ୍ୟକ୍ତି । ସମାଲୋଚନାକୁ ସେ କୁଆଡ଼େ ବରଦାସ୍ତ କରିପାରନ୍ତିନି । ଏଭଳି ସ୍ଥିତିରେ ପାଭେଲ୍ ପୁତିନଙ୍କ ବିରୋଧୀ ଥିବାରୁ ଏଭଳି ଅସ୍ୱାଭାବିକ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ ତ ? ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏବେ ଏଭଳି ଚର୍ଚ୍ଚା ଲାଗିରହିଛି ।
ରୁଷ୍ ଦୂତାବାସକୁ ଅବଗତ କରିବା ପରେ ଏବଂ ପରିବାର ଲୋକଙ୍କ ସହମତି ପରେ ଭ୍ଲାଦିମିରଙ୍କ ଅନ୍ତିମ ସତ୍କାର ସରିଥିବାବେଳେ ପାଭେଲ୍ଙ୍କ ମଧ୍ୟ ରାୟଗଡ଼ାରେ ଅନ୍ତିମ ସତ୍କାର ହେବ ବୋଲି ସୂଚନା ମିଳିଛି ।
]]>ଇୟର୍ ଏଣ୍ଡ୍ ପ୍ରେସ୍ କନଫରେନ୍ସ ବା ବର୍ଷ ଶେଷର ସାମ୍ବାଦିକ ସମ୍ମିଳନୀ । ପ୍ରତିବର୍ଷ ଡିସେମ୍ବରରେ ଶହ ଶହ ସାମ୍ବାଦିକଙ୍କ ପ୍ରଶ୍ନର ଅତି ଦୃଢ଼ତାର ସାମ୍ନା କରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ବିରାଟ ଅଡିଟୋରିୟମ ମଞ୍ଚରେ ଏକାକୀ ବସି ଘଣ୍ଟା ଘଣ୍ଟା ଧରି ସେମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି । ପରୋକ୍ଷରେ ନିଜର ପ୍ରସଙ୍ଗ ଭିତ୍ତିକ ଜ୍ଞାନ ଏବଂ ବିଶେଷ କରି ନିଜର ଷ୍ଟାମିନା ବା ସହନଶକ୍ତିର ପରିଚୟ ଦିଅନ୍ତି ପୁତିନ । ଗତବର୍ଷ ୪ ଘଣ୍ଟା ଧରି ଦେଖିବାକୁ ମିଳିଥିଲା ପୁତିନଙ୍କ ଏହି ପ୍ରେସ୍ ବାର୍ତ୍ତା । ହେଲେ ଚଳିତ ବର୍ଷ ଏଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଛନ୍ତି ରୁଷ ରାଷ୍ଟ୍ରପତି ।
ବିଗତ ୧୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ସେ ଏହାକୁ ବାତିଲ କରିବା ଘଟଣା, ତାଙ୍କ ଅସୁସ୍ଥତା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି ଯେ, ନୂଆବର୍ଷ ପୂର୍ବରୁ ସେଭଳି କୌଣସି ପ୍ରେସ୍ କନଫରେନ୍ସ ହେବାର କାର୍ଯ୍ୟକ୍ରମ ନାହିଁ । ସେ ଏହାର କୌଣସି କାରଣ ଦର୍ଶାଇ ନାହାନ୍ତି । ଏଥିସହ ସେ କହିଛନ୍ତି ଯେ, ପୁତିନ ସର୍ବଦା ବିଭିନ୍ନ କାର୍ଯ୍ୟକ୍ରମରେ ଏବଂ ବିଦେଶ ଗସ୍ତ ବେଳେ ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିଥାନ୍ତି । ଆଶା କରାଯାଉଛି ସେ ନିଶ୍ଚିତ ରୂପେ ଏଥିପାଇଁ ଅନ୍ୟ କୌଣସି ବାଟ ଖୋଜିନେବେ । ହେଲେ ପ୍ରଶ୍ନ ଉଠୁଛି, ପୁତିନଙ୍କ ଏଭଳି ନିଷ୍ପତ୍ତି ପଛର କାରଣ କଣ?
ପୁତିନ କର୍କଟ ଓ ପାର୍କିନ୍ସନରେ ପୀଡ଼ିତ ଥିବା ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି । ଖୁବଶୀଘ୍ର ତାଙ୍କର ଏମର୍ଜେନ୍ସି କଲନ୍ ସର୍ଜରୀ ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି । ହୁଏତ ଏଥିଯୋଗୁଁ ସାମ୍ବାଦିକ ସମ୍ମିଳନୀକୁ ଆସିବାକୁ ଚାହୁଁ ନାହାନ୍ତି ରୁଷ ରାଷ୍ଟ୍ରପତି । ଆମେରିକୀୟ ଗୁଇନ୍ଦା ରିପୋର୍ଟ ମଧ୍ୟ କହୁଛି ଯେ, ପୁତିନ କ୍ୟାନ୍ସରର ଆଡଭାନ୍ସ ଷ୍ଟେଜ୍ ବା ଲାଷ୍ଟ୍ ଷ୍ଟେଜରେ ଅଛନ୍ତି । ତେବେ ତାଙ୍କୁ କେଉଁ କ୍ୟାନ୍ସର ହୋଇଛି, ତାହା ରିପୋର୍ଟରେ ସ୍ପଷ୍ଟ କରାଯାଇନାହିଁ । ଅନ୍ୟ ପକ୍ଷରେ ୟୁକ୍ରେନ୍ ଯୁଦ୍ଧରେ ରୁଷୀୟ ସୈନ୍ୟ ବିପୁଳ କ୍ଷତି ସହିବା ଏବଂ ପଛଘୁଞ୍ଚା ଦେବା ଘଟଣା ମଧ୍ୟ ପୁତିନଙ୍କ ଏହି ନିଷ୍ପତ୍ତି ପଛର ଅନ୍ୟ ଏକ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
]]>ମୋଦିଙ୍କ ନେତୃତ୍ୱରେ ଭାରତରେ ଅନେକ କିଛି ସଫଳତା ହାସଲ କରିଛି । ତାଙ୍କର ‘ମେକ ଇନ ଇଣ୍ଡିଆ’ ଚିନ୍ତାଧାରା ଅର୍ଥନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତର ଭବିଷ୍ୟତ ବେଶ ଉଜ୍ଜ୍ୱଳ । ସବୁଠାରୁ ଗର୍ବ କରିବାର ବିଷୟ ହେଉଛି ଯେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ । ପ୍ରଧାନମନ୍ତ୍ରୀ ମୋଦି ଏମିତି ଜଣେ ବ୍ୟକ୍ତି, ଯିଏ ନିଜ ଦେଶର ଲୋକଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ଦେଶରେ ସଫଳ ବିଦେଶ ନୀତି ପ୍ରଣୟନ କରିବା ବ୍ୟକ୍ତିତ୍ୱ ମଧ୍ୟରେ ଜଣେ ହେଉଛନ୍ତି ପିଏମ୍ ନରେନ୍ଦ୍ର ମୋଦି ।
ବିକାଶମୂଳକ କାର୍ଯ୍ୟ ନେଇ ଭାରତ ସହ ରୁଷର ଦଶନ୍ଧୀ ଧରି ସୁସମ୍ପର୍କ ରହିଛ । ଉଭୟ ରାଷ୍ଟ୍ର ମଧ୍ୟରେ କୌଣସି ବିବାଦ ନାହିଁ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି ପୁଟିନ୍ । ନିଜ ଦେଶବାସୀଙ୍କ ହିତର ସୁରକ୍ଷା କରିବା ଦିଗରେ ସେ ସର୍ବଦା ତତ୍ପର । ଅନେକ ପାଶ୍ଚାତ୍ୟ ଦେଶ ଭାରତ ଉପରେ କଟକଣା ଜାରି କରିବାକୁ ପ୍ରୟାସ କରିଛନ୍ତି । କିନ୍ତୁ ଏହି ସବୁ ପ୍ରୟାସକୁ ପିଏମ୍ ନରେନ୍ଦ୍ର ମୋଦି ଅକାମୀ କରି ଦେଇଥିଲେ । ଭାରତ ବିକାଶ କ୍ଷେତ୍ରରେ ଜବରଦସ୍ତ ସଫଳତା ହାସଲ କରିଛି ଆଗକୁ ଭାରତର ବହୁତ ବଡ଼ ଭବିଷ୍ୟତ ଅଛି ବୋଲି କହିଛନ୍ତି ପୁଟିନ୍ ।
ଭାରତରେ କୃଷି ପାଇଁ ସାର ଗୁରୁତ୍ୱ ବହନ କରୁଥିବାରୁ ଏହାର ରାପ୍ତାନୀ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବାରମ୍ବାର କହି ଆସିଥିବା ପୁଟିନ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରର ବିକାଶ ପାଇଁ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାର ଦୁଇ ଗୁଣ ବଢ଼ିଥିବା ସେ ସମସ୍ତଙ୍କୁ ଜଣାଇଛନ୍ତି।
]]>ଏହି ସମରାଭ୍ୟାସରେ ଆଣବିକ ଆକ୍ରମଣ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ ଓ ଲଢ଼ୁଆ ବିମାନ ଭାଗ ନେଇଥିବା ବେଳେ ବିଭିନ୍ନ ପ୍ରାକ୍ଟିସ୍ ରେଞ୍ଜରୁ ବାଲିଷ୍ଟିକ୍ ଓ କ୍ରୁଜ୍ ମିଜାଇଲ୍ ଛଡ଼ାଯାଇଥିଲା। ରୁଷ ଓ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଯଦି ରୁଷ ଉପରେ ପରମାଣୁ ହମ୍ଲା ହୁଏ, ତେବେ ଏହାର ଜବାବ ମସ୍କୋ ପକ୍ଷରୁ କିପରି ଦିଆଯିବ ସେନେଇ ପ୍ରସ୍ତୁତ ଚାଲିଛି।
ଏହି ସମରାଭ୍ୟାସ ବେଳେ ଛଡ଼ାଯାଇଥିବା କ୍ଷେପଣାସ୍ତ୍ର ଗୁଡ଼ିକ ନିଜ ଲକ୍ଷ୍ୟଭେଦ କରିଛି ବୋଲି ଜଣାପଡ଼ିଛି। ମସ୍କୋ ପକ୍ଷରୁ ଏଭଳି ସମରାଭ୍ୟାସ ନେଇ ଆଗରୁ ସୂଚନା ଦିଆଯାଇଥିଲା ବୋଲି ଓ୍ୱାଶିଂଟନ୍ ଜଣାଇଛି। କିଛି ଦିନ ପୂର୍ବେ ମସ୍କୋ ଅଭିଯୋଗ କରିଥିଲା ଯେ, ରୁଷକୁ ବଦନାମ କରିବା ପାଇଁ ୟୁକ୍ରେନ୍ ଏକ ତେଜସ୍କ୍ରିୟ ବିକିରଣ ଯୁକ୍ତ ବୋମା ବା ଡାର୍ଟି ବମ୍ ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରୁଛି। ତେବେ ଏଭଳି ଅଭିଯୋଗକୁ ୟୁକ୍ରେନ୍ ପକ୍ଷରୁ ଖଣ୍ଡନ କରାଯାଇଥିଲା।
ସୂଚନାଥାଉ କି, କ୍ରିମିଆକୁ ସଂଯୋଗ କରୁଥିବା ବ୍ରିଜ୍ ଧ୍ୱଂସ ପରେ ରୁଷିଆର ଆକ୍ରମଣ ତୀବ୍ର ହୋଇଛି।
]]>କାଜାଖସ୍ତାନର ରାଜଧାନୀ ଆସ୍ତାନାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ପୁଟିନ୍ ଏହି ଚେତାବନୀ ଦେଇଛନ୍ତି। ଏଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।କିଛିଦିନ ପୂର୍ବରୁ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିବା ପରେ ପୁଟିନ୍ କହିଥିଲେ ଯେ, ରୁଷ୍ର ସାମ୍ରାଜ୍ୟକୁ ସୁରକ୍ଷା ଦେବାକୁ ସେ ଆଣବିକ ଅସ୍ତ୍ରର ପ୍ରୟୋଗ କରିବାକୁ ବି ପଛେଇବେ ନାହିଁ। ତେବେ ଏହାକୁ ମିଳିତ ଜାତିସଂଘ ତୀବ୍ର ନିନ୍ଦା କରିଥିଲା। ଏହାପରେ ଜି-୭ ରାଷ୍ଟ୍ରସମୂହ ଏହାକୁ ଭର୍ତ୍ସନା କରିବା ସହ ୟୁକ୍ରେନ ଉପରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ପରିଣାମ ସାଂଘାତିକ ହେବ ବୋଲି କହିଥିଲେ।
ସୂଚନାଥାଉ କି, କିଛିଦିନ ପୂର୍ବେ ଟେଲିଭିଜନ ବାର୍ତ୍ତା ମାଧ୍ୟମରେ ପୁଟିନ୍ ପରମାଣୁ ଧମକ ଦେଇଥିଲେ। ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକୁ ଟାର୍ଗେଟ୍ କରି ଚେତାଇଥିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ।ରୁଷିଆକୁ ଧ୍ୱଂସ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଉଦ୍ୟମ କରୁଛନ୍ତି । ଆଉ ଏଥିରେ ୟୁକ୍ରେନ୍ ସେମାନଙ୍କ ପାଇଁ ଅସ୍ତ୍ର ସାଜିଛି । ଏପରି ସ୍ଥଳେ ଦରକାର ହେଲେ ପରମାଣୁ ଅସ୍ତ୍ରର ପ୍ରୟୋଗ କରାଯିବ।ପାଶ୍ଚାତ୍ୟ ରାଷ୍ଟ୍ରମାନେ ପରମାଣୁ ଯୁଦ୍ଧର ଧମକ ଦେଇ ବ୍ଳାକମେଲ୍ କରୁଛନ୍ତି। କିନ୍ତୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରୁଷିଆ ପାଖରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି ବୋଲି ପୁଟିନ୍ କହିଥିଲେ।
]]>ପୁଟିନଙ୍କ ଏଭଳି ମନ୍ତବ୍ୟ ପରେ ସାରା ବିଶ୍ୱରେ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଏମିତିକି ତାଙ୍କ ଛବି ବିଶ୍ୱଦରବାରରେ ଏକ ପ୍ରକାର ମଳିନ ପଡ଼ିଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହାରି ଭିତରେ ପୁଟିନ୍ଙ୍କୁ ନେଇ ଆଉ ଏକ ଘଟଣା ଘଟିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ କୌତୁହଳ ପୁର୍ଣ୍ଣ ଚର୍ଚ୍ଚା ଚାଲିଛି । ଋଷର ରାଷ୍ଟ୍ରପତି ତଥା ବିଶ୍ୱର ଜଣେ ପାୱାରଫୁଲ୍ ନେତା ଭ୍ଲାଦ୍ମିର ପୁଟିନ୍ଙ୍କୁ ମିଳିଛି ଟ୍ରାକ୍ଟର ଉପହାର ।
ବେଲାରୁଷର ରାଷ୍ଟ୍ରପତି ଆଲକ୍ସଜେଣ୍ଡାର ଲୁକାଶେଙ୍କୋ (Alexander Lukashenko) ଋଷ ରାଷ୍ଟ୍ରପତି ଭ୍ଲାଦ୍ମିର ପୁଟିନ୍ଙ୍କୁ ତାଙ୍କର ୭୦ ତମ ଜନ୍ମ ଦିନରେ ଦେଇଛନ୍ତି ଟ୍ରାକ୍ଟର ଉପହାର । କାରଣ ବେଲାରୁଷ ଶିଳ୍ପ ଜଗତର ପ୍ରତୀକ ହେଉଛି ଟ୍ରାକ୍ଟର । ତେଣୁ ପୁଟିନ୍ଙ୍କୁ ସମ୍ମାନ ଦେବାକୁ ଯାଇ ଆଲେକ୍ଜେଣ୍ଡାର ବା ବେଲାରୁଷ ରାଷ୍ଟ୍ରପତି ତାଙ୍କୁ ଟ୍ରାକ୍ଟର ଉପହାର ଦେଇଛନ୍ତି ।
]]>ପୁତିନ୍ ୟୁକ୍ରେନର ୪ ରାଜ୍ୟକୁ ନିଜ ଭୌଗୋଳିକ ସୀମାରେ ମିଶାଇଦେଇଛନ୍ତି। ସେପ୍ଟେମ୍ବର ୩୦, ୨୦୨୨ରେ ସେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିବା ସହ ୪ ରାଜ୍ୟର ମୁଖ୍ୟଙ୍କ ସହ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର କରିଛନ୍ତି। ନିଜ ସେନା ନିୟନ୍ତ୍ରଣରେ ଥିବା ୪ ରାଜ୍ୟ ଡୋନେସ୍କ, ଲୁହାନସ୍କ, ଜାପୋରିଜିୟା, ଏବଂ ଖେରସୋନ୍କୁ ରୁଷ୍ର ସୀମାରେଖାରେ ସେ ମିଶେଇଛନ୍ତି। ଭୌଗୋଳିକ ସ୍ଥିତାବସ୍ଥା ଅନୁସାରେ ଏହି ୪ ଅଞ୍ଚଳ ହିଁ ସମଗ୍ର ୟୁକ୍ରେନର ୧୮% ବୋଲି କୁହାଯାଉଛି। ତେବେ ପୁତିନ୍ ଏସବୁ କରିବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। କ’ଣ ସେ କାରଣ ଆସନ୍ତୁ ନଜର ପକେଇବା।
ଆତ୍ମ ସନ୍ତୋଷ:
ପ୍ରଥମତଃ ୟୁକ୍ରେନ୍ ଉପରେ ଦୀର୍ଘ ୭ମାସ ଧରି ଆକ୍ରମଣ ଜାରି ରଖିବା ଦ୍ୱାରା ନିଜ ଦେଶର ହିଁ ଅଧିକ କ୍ଷତି ହୋଇଥିବା ପୁତିନ୍ ଏବେ ଭଲଭାବେ ବୁଝିସାରିଛନ୍ତି। ରୁଷ୍ ଭଳି ଏକ ବିଶାଳ ଦେଶର ଆର୍ଥିକ ସ୍ଥିତି କେବଳ ଏହି ଯୁଦ୍ଧ କାରଣରୁ ବିଗିଡିଥିବା ଏବଂ ଏସବୁ ପାଇଁ ପୁତିନ୍ ହିଁ ଦାୟୀ ବୋଲି ଦେଶବାସୀଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଆରମ୍ଭ ହୋଇଯାଇଥିଲା ଅର୍ଥାତ୍ ୟୁକ୍ରେନ୍ ସହ ଯୁଦ୍ଧରେ ଯଦି କୌଣସି ପରିଣାମ ନ ମିଳେ ବା କିଛି ବି ଫାଇଦା ନ ମିଳେ ତେବେ ନିଜ ଦେଶବାସୀଙ୍କ ଆକ୍ରୋଶର ଶିକାର ହେବା ନିଶ୍ଚିତ ବୋଲି ପୁତିନ୍ ହୁଏତ ହୃଦ୍ବୋଧ କରିପାରିଛନ୍ତି।
ତେବେ ଯୁଦ୍ଧର ପରିଣାମ କ’ଣ ହେବ ତାହା ତ ସମୟ କହିବ, କିନ୍ତୁ ବର୍ତ୍ତମାନ ସମୟରେ ୟୁକ୍ରେନ୍ ସହ ସଂଲଗ୍ନ ଥିବା ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଯଦି ଅକ୍ତିଆର କରିନିଆଯାଏ ତେବେ ଏହା ଏକ ରକମ ଯୁଦ୍ଧରେ ବିଜୟକୁ ସୂଚୀତ କରିବ, ଯାହାକି ଜନ ଆକ୍ରୋଶରୁ ତାଙ୍କୁ ବଞ୍ଚିବାରେ ସହାୟକ ବୋଲି ହୁଏତ ପୁତିନ୍ ଚିନ୍ତା କରିଥାଇପାରନ୍ତି। ମୋଟାମୋଟି କେବଳ ଆତ୍ମସନ୍ତୋଷ ପାଇଁ ପୁତିନ୍ ଏସବୁ କରିଛନ୍ତି।
ଖରାପ ଛବିରୁ ବର୍ତ୍ତିବା:
ଦ୍ୱିତୀୟତଃ ୟୁକ୍ରେନ୍ର କିଛି ଅଞ୍ଚଳକୁ ନିଜ ସୀମା ସହ ମିଶାଇବା ଦ୍ୱାରା ରୁଷ୍ର ବଦଦବା ବିଶ୍ୱସ୍ତରରେ ମଧ୍ୟ ବୃଦ୍ଧି ପାଇବ କାରଣ ୟୁକ୍ରେନର ଯେଉଁ ନାଟୋ ସଦସ୍ୟତା ଆବେଦନକୁ ନେଇ ଏହି ଯୁଦ୍ଧର ସୂତ୍ରପାତ ହୋଇଥିଲା, ଏଥିରେ ୟୁକ୍ରେନ୍ ନିଜର ୪ ଅଞ୍ଚଳ ହରାଇବା ସାର ହୋଇଛି ବୋଲି ନାଟୋ ସଦସ୍ୟତା ହାସଲ ପାଇଁ ମାନସିକତା ରଖୁଥିବା ଅନ୍ୟ ସୀମାବର୍ତ୍ତୀ ରାଷ୍ଟ୍ରଙ୍କୁ ଏକ ସ୍ପଷ୍ଟ ସଂକେତ ଦେବାରେ ରୁଷ୍ ଅନେକାଂଶରେ ସଫଳ ହୋଇପାରିଛି। ସିଧାସଳଖ କହିଲେ, ରୁଷ୍ ନିଜ ସୀମାବର୍ତ୍ତୀ ରାଷ୍ଟ୍ର (ବିଶେଷକରି ଯେଉଁମାନେ ରୁଷ୍ର ପ୍ରାଧାନ୍ୟକୁ ଅଣଦେଖା କରି ଆମେରିକା ତଥା ପାଶ୍ଚାତ୍ୟ ଦେଶ ସହ ହାତ ମିଳାଇବାକୁ ଚେଷ୍ଟା କରୁଛନ୍ତି) ଯେଉଁମାନେ ନିଜକୁ ସ୍ୱତନ୍ତ୍ର ବୋଲି ଭାବୁଛନ୍ତି ସେମାନଙ୍କୁ ଏକ ସ୍ୱଚ୍ଛ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନି।
ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମୁହଁତୋଡ ଜବାବ:
ତୃତୀୟତଃ ଆମେରିକା ତଥା ୟୁରୋପ ସଂଘୀୟ ରାଷ୍ଟ୍ରଗୁଡ଼ିକ ଏକଜୁଟ୍ ହୋଇ ରୁଷ୍ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, ୟୁକ୍ରେନ୍କୁ ସୁରକ୍ଷା ଦେବା ଆଳରେ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ରୁଷ୍ ଏପରି କିଛି କରିବାକୁ ଚାହୁଁଥିଲା ଯେଉଁଥିରେ ସାପ ମରିଯିବ ଆଉ ବାଡ଼ି ଭାଙ୍ଗିବନି। ରୁଷ୍ ତାହା ହିଁ କରିଛି।
ଏବେ ଅନ୍ତତଃ ୟୁକ୍ରେନ୍ ଗୋଟିଏ କଥା ତ ଭଲଭାବେ ବୁଝିସାରିଥିବ, ଆମେରିକା ହେଉ କି ନାଟୋ କିମ୍ବା ୟୁରୋପୀ ସଂଘ ଏମାନେ ଅତିବେଶୀରେ କେବଳ ବାହାରୁ ସମର୍ଥନ ସହାୟତା ଦେଇପାରିବେ, କିନ୍ତୁ ପ୍ରତ୍ୟକ୍ଷ ଭାବେ କଦାପି ସାମ୍ନାକୁ ଆସିବେ ନାହିଁ। ରୁଷ୍ ଏହି ଶିକ୍ଷା ହିଁ ୟୁକ୍ରେନ୍କୁ ଦେବାକୁ ଚାହୁଁଥିଲା ବୋଲି କୁହାଯାଉଛି।
ତେବେ ଏହି ପରିପ୍ରେକ୍ଷୀରେ ଅନେକ ପ୍ରଶ୍ନ ମଧ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି।
ଜେଲେନ୍ସ୍କି ସିନା ଅସହାୟ ଥିଲେ, ବିଶ୍ୱ ନେତା କୁଆଡେ ଗଲେ:
ରୁଷ୍ ୟୁକ୍ରେନ୍ର ୪ ରାଜ୍ୟକୁ ନିଜ ସହ ମିଶାଇଦେଲା। ୟୁକ୍ରେନ୍ ରାଷ୍ଟ୍ରପତି ଭି. ଜେଲେନ୍ସ୍କି ସମ୍ପୂର୍ଣ୍ଣ ଅସହାୟ ଭାବେ ଏସବୁକୁ ଦେଖି ଚୁପ୍ ରହିବାକୁ ବାଧ୍ୟ ହେଲେ; କିନ୍ତୁ ବିଶ୍ୱର ଅନ୍ୟ ନେତାମାନେ ଯେଉଁମାନେ ଜେଲେନ୍ସ୍କିଙ୍କୁ ଫୁସୁଲା ଫୁସୁଲି କରି ଯୁଦ୍ଧର କରାଳ ନିଆଁ ଝୁଲ ମଧ୍ୟକୁ ଠେଲି ଦେଇଥିଲେ ସେମାନେ କୁଆଡେ ଗଲେ।
ଶୁଣିବାକୁ ମିଳୁଛି ଆମେରିକା ଏବଂ ଜାତିସଂଘ ସୁରକ୍ଷା ପରିଷଦ କୁଆଡେ ରୁଷ୍ ସେନା ପକ୍ଷରୁ ଏହି ୪ ପ୍ରଦେଶରେ କରାଯାଇଥିବା ଜନମତ ସଂଗ୍ରହ ପ୍ରକ୍ରିୟାକୁ ଦୃଢ଼ ନିନ୍ଦା କରିଛନ୍ତି। ଏତଦ୍ବ୍ୟତୀତ ରୁଷ୍ ପକ୍ଷରୁ ଏହି ୪ ପ୍ରଦେଶ ଉପରେ ଅଧିକାରକୁ ମଧ୍ୟ ବେଆଇନ ଦର୍ଶାଯାଇଛି; କିନ୍ତୁ ଏସବୁକୁ କିଏ ଶୁଣୁଛି।
ଅନାଦି କାଳରୁ ‘ଯୁଦ୍ଧ ବିଜେତା ହିଁ ସର୍ବାଧିପତି’ ବୋଲି ଯେକୌଣସି ଯୁଦ୍ଧର ପ୍ରାରମ୍ଭିକ ପ୍ରଥା ରହିଆସିଛି ଅର୍ଥାତ୍ ଯୁଦ୍ଧରେ ଯିଏ ବିଜୟୀ ହେବ, ନିଜ ହିସାବରେ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ତା’ ପାଖକୁ ସ୍ୱତଃ ପ୍ରବୃତ୍ତ ଭାବେ ଚାଲିଯିବ। ପରାଜିତ ବ୍ୟକ୍ତି କେବଳ ମୁଣ୍ଡ ନୁଆଁଇ ସବୁକିଛି ସହ୍ୟ କରିବାକୁ ବାଧ୍ୟହେବ। ରୁଷ୍ ତାହା ହିଁ କରିଛି।
କେତେ ସତ କହୁଛନ୍ତି ପୁତିନ୍:
ୟୁକ୍ରେନ୍ର ୪ ପ୍ରଦେଶକୁ ନିଜ ଭୌଗୋଳିକ ସୀମାରେଖାରେ ମିଶ୍ରଣ କରିବା ପରିପ୍ରେକ୍ଷୀରେ ପୁତିନ୍ ଯାହା କହିଛନ୍ତି ତାହା କେତେ ସତ କେତେ ମିଛ ସେ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି। ମିଶ୍ରଣ ପର୍ବ ପୂର୍ବରୁ ରୁଷ୍ ପକ୍ଷରୁ ଏହି ୪ ପ୍ରଦେଶରେ କରାଯାଇଥିବା ଜନମତ ସର୍ଭେରୁ ଏସବୁ ଅଞ୍ଚଳର ନାଗରିକ ରୁଷ୍ ସହ ମିଶିବାକୁ ଆଗ୍ରହ ପ୍ରକାଶ କରିଥିବା ପୁତିନ୍ କହିଛନ୍ତି। ଫଟୋରୁ ମଧ୍ୟ ସେମିତି କିଛି ଆଭାସ ମିଳୁଛି।
ଏସବୁ ମଧ୍ୟରେ ପୁତିନ୍ ୟୁକ୍ରେନ୍ ଉପରେ ଯେଉଁସବୁ ଅଭିଯୋଗ ଲଗାଇଛନ୍ତି ସେଥିରେ କେତେ ସତ୍ୟତା ରହିଛି ତାହା କେବଳ ତାଙ୍କୁ ହିଁ ଜଣା; କିନ୍ତୁ ପୁତିନ୍ଙ୍କ ଅଭିଯୋଗର ଯଥାର୍ଥତାକୁ ହୃଦବୋଧ କରିବାର ମଧ୍ୟ ଆବଶ୍ୟକତା ରହିଛି। ନାଟୋରେ ସାମିଲ ହେବା ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସାମାନ୍ୟ ଜିଦ୍ ଏବଂ ପୁତିନ୍ଙ୍କ ଅହଂ ଯୁଦ୍ଧର କାରଣ ସାଜିଛି। ଏବେ ଯେତେବେଳେ ପୁତିନ୍ ୟୁକ୍ରେନ୍ର ୪ ଅଞ୍ଚଳକୁ ବଳପୂର୍ବକ ଅକ୍ତିଆର କରିନେଇଛନ୍ତି ସେତେବେଳେ ଆଗକୁ କ’ଣ କରାଯିବା ଉଚିତ୍ ତାହା ଜେଲେନ୍ସ୍କିଙ୍କ ପାଇଁ ଏକ ବଡ ପ୍ରଶ୍ନ ଭାଏ ଉଭା ହୋଇଛି।
ଯୁଦ୍ଧରୁ ଗୋଟିଏ କଥା ତ ପ୍ରମାଣିତ ହୋଇସାରିଛି ଯେ, ୟୁକ୍ରେନ୍ ନିଜର ସାହସ ବଳରେ ଏହି ଯୁଦ୍ଧକୁ କିଛି ମାତ୍ରାରେ ଜିତିସାରିଛି। ସବୁଠୁ ବଡ଼ କଥା ୟୁକ୍ରେନ୍ର ସାହସ, ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ନିରବଚ୍ଛିନ୍ନ ଦେଶବାସୀଙ୍କ ସହ ଯୋଡିହୋଇ ରହିବା, ସେନାଙ୍କ ଗହଣରେ ଯୁଦ୍ଧ ମୈଦାନରେ ଉପସ୍ଥିତ ରହିବା ଏବଂ ସେମାନଙ୍କ ମନୋବଳକୁ ବଢ଼ାଇବା ବିଶ୍ୱବାସୀଙ୍କ ହୃଦୟକୁ ଜିତିସାରିଛି। ସୁତରାଂ ଯାହା କିଛି ହେବା କଥା ହୋଇସାରିଛି, ୟୁକ୍ରେନ୍ ମଧ୍ୟ ଏବେ ଏ ଦିଗରେ ଚିନ୍ତା କରିବା ପୂର୍ବକ ପୁତିନ୍ଙ୍କ ପକ୍ଷରୁ ଦିଆଯାଇଥିବା ଶାନ୍ତି ଆଲୋଚନା ପ୍ରସ୍ତାବ ଉପରେ ବିଚାର କରିବା ଉଚିତ।
ଯୁଦ୍ଧର ପରିଣାମ କଦାପି ଶୁଭଙ୍କର ନୁହେଁ, ପଡୋଶୀ ହିଁ ପଡୋଶୀର ପ୍ରଥମ ବନ୍ଧୁ ହେବା ଉଚିତ। ଯଦି ପଡୋଶୀ ଶତ୍ରୁ ସାଜେ ତେବେ ତାହା ନିଜ ପାଇଁ ସବୁଠୁ ଅଧିକ ଘାତକ ସାବ୍ୟସ୍ତ ହୋଇଥାଏ। ଜେଲେନ୍ସ୍କିଙ୍କୁ ମଧ୍ୟ ଏ ଦିଗରେ ଚିନ୍ତା କରିବା ଉଚିତ। ବେଳେବେଳେ ଅନିଚ୍ଛା ସତ୍ତ୍ୱେ ନିଜ ଲୋକଙ୍କ ପାଇଁ କିଛି ଜିଦ୍କୁ ପରିହାର କରିବା ବୁଦ୍ଧିମତାର ପରିଚୟ ଦେଇଥାଏ। ସାମାନ୍ୟ ନମ୍ରତା ବିକାଶ, ଉନ୍ନତିର ଯଦି ମାର୍ଗ ପ୍ରଶସ୍ତ କରିପାରୁଛି ତେବେ ଏଥିରେ ଅସୁବିଧା କ’ଣ?
ଏହାର ମାନେ ନୁହେଁ ଯେ, ୟୁକ୍ରେନ୍ ରୁଷ୍ ଆଗରେ ଆତ୍ମସମର୍ପଣ କରୁ କିମ୍ବା ନିଜକୁ ଛୋଟ କରୁ। ଶାନ୍ତି ଆଲୋଚନା ଦ୍ୱାରା ମଧ୍ୟ ଅନେକ ସମସ୍ୟାକୁ ଏଡାଇ ଯାଇହେବ। ଅନ୍ୟର ପ୍ରରୋଚନାରେ ପଡ଼ି ପଡୋଶୀ ରାଷ୍ଟ୍ର ସହ ଶତ୍ରୁତା କରିବା, ନିଜ ଲୋକଙ୍କ ଜୀବନକୁ ବିପନ୍ନରେ ପକାଇବା, ହଜାର ହଜାର ଜୀବନକୁ ନଷ୍ଟ ହୋଇଯିବାକୁ ଦେବା ଏସବୁ କଦାପି ବୁଦ୍ଧିମାନ ରାଜନୀତିର ପରିଚୟ ନୁହେଁ।
କିଏ ଜାଣେ ୟୁକ୍ରେନର ସାମାନ୍ୟ ପଶ୍ଚାତପଦ ପୁନର୍ବାର ୪ ପ୍ରଦେଶକୁ ଫେରିପାଇବା ଦିଗରେ ସହାୟକ ହୋଇପାରେ। ନିଷ୍ଠୁର ଶାସକ ବିବେଚିତ ହେଉଥିବା ପୁତିନଙ୍କ ମନ ଯେ ପରିବର୍ତ୍ତନ ନ ହେବ ସେକଥା କିଏ କହିବ?
ସନ୍ତୋଷ କୁମାର, ଆନାଲିଷ୍ଟ୍
ନ୍ୟାସନାଲ୍-ଇଣ୍ଟର୍ନ୍ୟାସ୍ନାଲ୍ ଇସ୍ୟୁଜ୍
ଦୂରଭାଷ : ୯୪୩୯୩୬୯୧୦୧
(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
]]>ଦିନ ହେଉ କି ରାତି, ରୁଷ୍-ଫିନ୍ଲ୍ୟାଣ୍ଡ୍ ସୀମା, ରୁଷ୍-ଜର୍ଜିଆ ସୀମା ଚେକ୍ପୋଷ୍ଟ୍ରେ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାଇଛନ୍ତି ଶହ ଶହ ଗାଡ଼ି। ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ୁଛନ୍ତି ଆତଙ୍କିତ ରୁଷୀୟ ନାଗରିକ। ଏମାନଙ୍କ ମଧ୍ୟରେ ଅଧିକାଂଶ ୧୮ରୁ ୬୫ ବର୍ଷ ବୟସ୍କ ପୁରୁଷ ଅଛନ୍ତି। ଏହି ବୟସର ୩ ଲକ୍ଷ ଲୋକଙ୍କୁ ମିଲିଟାରୀ ଟ୍ରେନିଂ ଦେଇ ରିଜର୍ଭ ଫୋର୍ସଭାବେ ୟୁକ୍ରେନ୍ ଯୁଦ୍ଧକୁ ପଠାଇବାକୁ ଚାହୁଁଛନ୍ତି ପୁତିନ। ତେଣୁ ବହୁସଂଖ୍ୟାରେ ପୁରୁଷ ପତ୍ନୀ ଓ ପିଲାଙ୍କୁ ଘରେ ଛାଡ଼ି ପଡ଼ୋଶୀ ଦେଶକୁ ପଳାଉଥିବା ଦେଖିବାକୁ ମିଳିଛି। କେବଳ ସଡ଼କପଥ ନୁହେଁ, ବିମାନବନ୍ଦରରେ ବି ହଠାତ ଭିଡ଼ ବଢ଼ିଯାଇଛି।
ପୁତିନଙ୍କ ଘୋଷଣା ପରେ ଗତ ବୁଧବାରଠାରୁ ମସ୍କୋରୁ ଓ୍ୱାନ୍-ୱେ ଫ୍ଲାଇଟ୍ ବୁକିଂ ବଢ଼ିବାରେ ଲାଗିଛି। ଟିକେଟ୍ ଦାମ୍ ବି ବହୁଗୁଣ ବଢ଼ିଯାଇଛି। ଖାସ୍ କରି ତୁର୍କୀ, ଆଜରବାଇଜାନ୍, ଆର୍ମେନିଆ, ଜର୍ଜିଆ, ମଣ୍ଟେନିଗ୍ରୋ, ଉଜ୍ବେକିସ୍ତାନ, କାଜାଖସ୍ତାନ ଆଦି ଭିସା-ଫ୍ରି ଦେଶକୁ ଉଡ଼ୁଥିବା ଡାଇରେକ୍ଟ ଫ୍ଲାଇଟ୍ ଟିକେଟ୍ ଚଳିତ ସପ୍ତାହ ପାଇଁ ସବୁ ବିକ୍ରି ହୋଇଯାଇଛି। ବହୁ ଲୋକ ଦୁବାଇ ବି ପଳାଉଛନ୍ତି।
ତେବେ ଲିଥୁଆନିଆ, ଲାଟ୍ଭିଆ, ଇଷ୍ଟୋନିଆ ଓ ଚେକ୍ ରିପବ୍ଲିକ୍ ଆଦି ପଡ଼ୋଶୀ ଦେଶ ରୁଷୀୟ ଶରଣାର୍ଥୀକୁ ଆଶ୍ରୟ ଦେବାକୁ ମନା କରିଦେଇଛନ୍ତି। କେବଳ ଏତିକି ନୁହେଁ, ସବୁଠାରୁ ରୋଚକ କଥା ହେଉଛି, ଯୁଦ୍ଧକ୍ଷେତ୍ରକୁ ଯିବାରୁ ବର୍ତ୍ତିବାକୁ କେମିତି ଦେଶ ଛଡ଼ାଯିବ, ତା ସହିତ ଘରେ ରହି କେମିତି ହାତ ଭାଙ୍ଗିହେବ ଗୁଗୁଲ୍ ସର୍ଚ୍ଚରେ ଟ୍ରେଣ୍ଡ୍ କରିବାରେ ଲାଗିଛି। ଅନ୍ୟପକ୍ଷରେ ଲୋକଙ୍କୁ ଦେଶଛାଡ଼ିବାରୁ ରୋକିବା ପାଇଁ ପୁତିନ ଖୁବ୍ଶିଘ୍ର ମାର୍ଶଲ୍ ଲ’ ଲାଗୁ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ଖାର୍କିଭ୍ ଓ ଖେର୍ସନରେ ବିପର୍ଯ୍ୟୟ ପରେ ବ୍ୟାକ୍ଫୁଟ୍ରେ ରୁଷୀୟ ସେନା ଖାର୍କିଭ୍ର ଇଜିୟମ ଓ କୁପିଆନ୍ସ ସହରକୁ ପୁନଃଅଧିକାର କରିନେଇଛି ୟୁକ୍ରେନ୍। କୁହାଯାଉଛି ଯେ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିବା ପାଇଁ ପୁତିନଙ୍କ ପାଖରେ ରିଜର୍ଭ ସୈନ୍ୟଙ୍କୁ ମୁତୟନ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଦେଶ ବିରୋଧରେ ପ୍ରଥମ ଥର ଲାଗି ଋଷିଆକୁ ରିଜର୍ଭ ଫୋର୍ସ ମୁତୟନ କରିବାକୁ ପଡ଼ୁଛି। ରୁଷ୍ ନିକଟରେ ଏବେ ପ୍ରାୟ ଅଢ଼େଇ କୋଟି ରିଜର୍ଭ ଫୋର୍ସ ଅଛନ୍ତି, ଯାହାକି ଅବସରପ୍ରାପ୍ତ ସୈନିକ ଏବଂ ମିଲିଟାରୀ ଟ୍ରେନିଂ ନେଇଥିବା ସାଧାରଣ ନାଗରିକଙ୍କୁ ନେଇ ଗଠିତ।
ତେବେ ସେମାନଙ୍କ ମଧ୍ୟରୁ ୩ ଲକ୍ଷଙ୍କୁ ମୁତୟନ କରାଯିବ ବୋଲି ପୁଟିନଙ୍କ ଏହି ଘୋଷଣା ପରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ରୁଷ୍ବାସୀ। ଆମେ ତୁମ ପାଇଁ ତୋପ ଆଗରେ ବଳି ପଡ଼ିବାକୁ ଯିବୁ ନାହିଁ ବୋଲି ସଫାସଫା ଶୁଣାଇଦେଇଛନ୍ତି ଜନସାଧାରଣ। ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ, ଏହାକୁ ଦୃଢ଼ହସ୍ତରେ ଦମନ କରିବାକୁ ଚେଷ୍ଟା କରୁଛନ୍ତି ରୁଷ୍ ସରକାର। ପରିଣାମ ସ୍ୱରୂପ ଏବେସୁଦ୍ଧା ପ୍ରାୟ ୧୩ଶହ ଆନ୍ଦୋଳନକାରୀ ଗିରଫ ହେଲେଣି।
ଏବେ ରୁଷ୍ ସୀମାରେ ଯେପରି ଦୃଶ୍ୟ ଦେଖିବାକୁ ମିଳିଛି, କିଛି ମାସ ତଳେ ଠିକ ସେହିପରି ଦୃଶ୍ୟ ଦେଖିବାକୁ ମିଳୁଥିଲା ୟୁକ୍ରେନ୍ ସୀମାରେ। ଯୁଦ୍ଧ ଡରରେ ପରିବାରକୁ ଧରି ପଡ଼ୋଶୀ ଦେଶକୁ ପଳାଉଥିଲେ ୟୁକ୍ରେନୀୟ ନାଗରିକ। ତେଣୁ କୁହାଯାଇପାରେ, ଏବେ ପୁଣି ନିଜକୁ ଦୋହରାଉଛି ଇତିହାସ। ହିଷ୍ଟ୍ରି ରିପିଟ୍ସ ଇଟ୍ସେଲ୍ଫ ।
]]>ପାଶ୍ଚାତ୍ୟ ରାଷ୍ଟ୍ରମାନେ ରୁଷିଆକୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁ ନାହାନ୍ତି । ଏହାସହ ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ରୁଷିଆକୁ ଧ୍ୱଂସ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଉଦ୍ୟମ କରୁଛନ୍ତି । ଆଉ ଏଥିରେ ୟୁକ୍ରେନ୍ ସେମାନଙ୍କ ପାଇଁ ଅସ୍ତ୍ର ସାଜିଛି । ଏପରିସ୍ଥଳେ ଦରକାର ହେଲେ ପରମାଣୁ ଅସ୍ତ୍ରର ପ୍ରୟୋଗ କରାଯିବ ।
West has crossed the line. West is calling to weaken, divide and destroy Russia. Support for compatriots to determine their own futures. Goals of special operation unchanged - LPR completely liberated, DPR partially, reports Russia's RT quoting Russian President Vladimir Putin https://t.co/46mCQgbPlv
— ANI (@ANI) September 21, 2022
ଋଷୀୟ ନ୍ୟୁଜ୍ ଏଜେନ୍ସି ଆରଟିଓ ସହ ପୁଟିନ ଆଲୋଚନା କରିଛନ୍ତି । ପାଶ୍ଚାତ୍ୟ ଦେଶ ଗୁଡ଼ିକ ଋଷକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଦେଶବାସୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଲକ୍ଷ୍ୟରେ ସରକାର ପଦକ୍ଷେପ ନେଉଛନ୍ତି । ସେହିପରି 'ୟୁକ୍ରେନ ଯୁଦ୍ଧ'ର ଲକ୍ଷ୍ୟ ଅପରିବର୍ତ୍ତିନୀୟ ରହିଛି । ରୁଷିଆର ଅଂଚଳକୁ ସୁରକ୍ଷା ଦେବା ପାଇଁ ସେନା ଅଧିକାରୀଙ୍କ ନିଷ୍ପତ୍ତିକୁ ସେ ସମର୍ଥନ କରୁଥିବା କହୁଛନ୍ତି । ପୂର୍ବ ୟୁକ୍ରେନରେ ଥିବା ଡନବାସ୍ ଅଂଚଳକୁ ସ୍ୱାଧୀନ କରିବାକୁ ପଦକ୍ଷେପ ନିଆଯିବ ।
ପଶ୍ଚିମୀ ଦେଶକୁ ଚେତାବନୀ
ଏଥି ସହିତ ପୁଟିନ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ରମାନେ ପରମାଣୁ ଯୁଦ୍ଧର ଧମକ ଦେଇ ବ୍ଳାକମେଲ୍ କରୁଛନ୍ତି । କିନ୍ତୁ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ରୁଷିଆ ପାଖରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି । ଋଷିଆର ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ଆସିଲେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ । ସମସ୍ତ ସାଧନା ଉପଯୋଗ କରି ଲଢ଼େଇ ହେବ । ନିଜର ସୁରକ୍ଷା ପାଇଁ ରୁଷିଆ ଯେ କୌଣସି ପଦକ୍ଷେପ ନେଇପାରେ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି । ଏହାକୁ କେବଳ ଏକ ଧମକ୍ ଭାବିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି ।
ସେହିପରି ପୁଟିନ ତାଙ୍କ ଦେଶର ସାମରିକ ବ୍ୟାରିକେଡ ସମ୍ପର୍କୀତ ଏକ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି, ଯାହା ଆଜିଠାରୁ କାର୍ଯ୍ୟକାରୀ ହେବ । ନିର୍ଦ୍ଦେଶ ଅନୁସାରେ ଦେଶରେ ବର୍ତ୍ତମାନ ୩୦୦୦,୦୦ ସୈନ୍ୟ ନିୟୋଜିତ ହେବେ ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।
]]>
ଉଜବେକିସ୍ଥାନରେ ଚାଲିଛି ସାଂଘାଇ କୋପରେଶନ ଅର୍ଗାନାଇଜେସନ (SCO)ର ୨୨ ତମ କ୍ଷେତ୍ରୀୟ ସମ୍ମେଳନ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶରିଫ କାନରେ ଇୟର ଫୋନ ଲଗାଇବାକୁ ବେଶ କିଛି ସମୟ ନେଉଛନ୍ତି। ହେଲେ ଯେତେ ଚେଷ୍ଟା କଲେ ବି ତାହା ଖସି ପଡୁଛି। ପରେ ପାକ ପ୍ରଧାନମନ୍ତ୍ରୀ ଏଥିପାଇଁ ସାହାଯ୍ୟ ମାଗିଛନ୍ତି। ଜଣେ ଅଧିକାରୀ ଆସି ତାଙ୍କ କାନରେ ଇୟରଫୋନ ଲଗାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ବ୍ୟାବସାୟିକ ଆଲୋଚନା ପାଇଁ ପୁଟିନ ଇୟରଫୋନ ଲଗାଇ ଅପେକ୍ଷା କରିଛନ୍ତି। ଅଧିକାରୀ ଶରିଫଙ୍କ କାନରେ ଇୟରଫୋନ ଲଗାଇ ଦେଇଛନ୍ତି। ହେଲେ ପରେ ପରେ ତାହା ପୁଣି ଖସି ପଡୁଛି। ଏ ଦୃଶ୍ୟ ଦେଖି ରୁଷ ରାଷ୍ଟ୍ରପତି ପୁଟିନ ନିଜ ହସକୁ ସମ୍ବରଣ କରିପାରି ନାହାନ୍ତି। ସେ ଖୁବ୍ ଜୋରରେ ହସୁଥିବା ଦେଖିବାକୁ ମିଳିଛି।
ସୋଶିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ବେଶ୍ ସମାଲୋଚନା କରାଯାଇଛି। ଏପରିକି ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଦଳ ଶରିଫଙ୍କୁ ସମାଲୋଚନା କରି ଏହା ଦେଶ ପାଇଁ ଏକ ଲଜ୍ଜା ବୋଲି କହିଛନ୍ତି।
ଭରା ସଭାରେ ଏମିତି ଅପଦସ୍ତ ହେବା ପାକିସ୍ତାନ ପାଇଁ କିଛି ନୂଆ କଥା ନୁହେଁ। ବିରୋଧୀ ଦଳ ପୂର୍ବରୁ ବେଲାରୁସ ନେତାଙ୍କ ସହ ହୋଇଥିବା ଏକ ଆଲୋଚନାର ଫଟୋ ଭାଇରାଲ କରାଇଛନ୍ତି। ଏଥରେ ଶାହବାଜ ଶରିଫଙ୍କ ଉଦ୍ଦେଶ୍ୟରେ ‘ଭିକାରୀଙ୍କ ପରି ବସିଛନ୍ତି’ ବୋଲି ଉଲ୍ଲେଖ ରହିଛି। ପ୍ରକୃତରେ ଫଟୋଟିରେ ଦେଖିବାକୁ ମିଳିଛି, ବେଲାରୁସର ଅଧିକାରୀ ହାତରେ ପେନ, ପେପର ଧରି ମିଟିଂରେ ନୋଟ ଲେଖୁଥିବାବେଳେ ଶାହବାଜ ସରିଫ ଏବଂ ତାଙ୍କ ସହ ଥିବା ଅଧିକାରୀମାନେ ଖାଲି ହାତରେ ବସିଛନ୍ତି ଏବଂ କେତେଜଣ ଅଧିକାରୀଙ୍କୁ ଘୁମଉଥିବା ଅବସ୍ଥାରେ ଦେଖିବାକୁ ମିଳିଛି।
ଏହି ଫଟୋଟିକୁ ଟୁଇଟ କରି ପିଟିଆଇର ସଦସ୍ୟ ଶିରିନ ମଜାରୀ କହିଛନ୍ତି, ଯଦି ଆପଣ କେବଳ ମାଗଣା ଟ୍ରିପ୍ରେ ଆସିଛନ୍ତି ବୋଲି ଭାବୁଛନ୍ତି, ତେବେ ଆପଣଙ୍କର ଦେଶ ପାଇଁ କୌଣସି ଚିନ୍ତା ନାହିଁ। ତେଣୁ ଗୋଟିଏ ପକ୍ଷ ନୋଟ ପ୍ରସ୍ତୁତ କରୁଥିବାବେଳେ ଆପଣ ମିଟିଂ ସମୟରେ ଶୋଇ ପାରୁଛନ୍ତି।
ସୂଚନାଥାଉ କି, କୋଭିଡ କଟକଣା ପରେ ଦୀର୍ଘ ୨ ବର୍ଷ ପରେ ଅୟୋଜିତ ହୋଇଛି SCO ସମ୍ମେଳନ। ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଶାଇ ୮ଟି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଏଥିରେ ଯୋଗ ଦେଇଛନ୍ତି।
]]>ପୂର୍ବରୁ ମଧ୍ୟ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିବା କିଛି ଅଭିଯୁକ୍ତଙ୍କୁ ପୁଟିନ୍ଙ୍କ ସୁରକ୍ଷାକର୍ମୀମାନେ ଗିରଫ ମଧ୍ୟ କରିଛନ୍ତି । ଏହି ଦୁର୍ଘଟଣା ଚଳିତ ସପ୍ତାହର । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । ଏହାରି ଭିତରେ ବାରମ୍ବାର ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।
ତିନି ନମ୍ବର ଗାଡ଼ିରେ ଥିଲେ ପୁଟିନ୍
ସୁରକ୍ଷା ଦୃଷ୍ଟିରୁ ପୁଟିନଙ୍କୁ ଏକ ଅଜଣା ତାରିଖରେ ତାଙ୍କର ସରକାର ବାସଭବନକୁ ନିଆଯାଉଥିଲା । ଏଥିପାଇଁ ୫ଟି କାର ବାହାରିଥିଲା । ୩ ନମ୍ବର କାର୍ରେ ପୁଟିନ୍ ବସିଥିଲେ । ତେବେ ରାସ୍ତାରେ ଯାଉଥିବା ବେଳେ ଅଚାନକ ଏକ ଆମ୍ବୁଲାନ୍ସ ଆସି ପ୍ରଥମ କାର୍କୁ ବ୍ଲକ୍ କରିଥିଲା । ଏହା ଦେଖି ଦ୍ୱିତୀୟ କାର୍ ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଖଟାଇ, ଗାଡ଼ିକୁ ନଅଟକାଇ ଏଣେ ତେଣେ ଚଲାଇବାକୁ ଲାଗିଲା ।
ଏହାର ମାତ୍ର କିଛି ମିନିଟ୍ ଭିତରେ ପୁଟିନ୍ ବସିଥିବା ତିନି ନମ୍ବର କାର୍ର ଆଗ ପଟର ବାମ ଚକା ହଠାତ୍ ବ୍ଲାଷ୍ଟ ହୋଇଥିଲା । ଏହାପରେ ପୁରା ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା । ଏହି ଘଟଣା ପୁଟିନ୍ଙ୍କ ଆବାସଠାରୁ ମାତ୍ର କିଛି କିଲୋମିଟର ଦୂରରେ ଘଟିଥିଲା । ତେବେ ଏହି ଆକ୍ରମଣ ପରେ ମଧ୍ୟ ପୁଟିନ୍ ସୁରକ୍ଷିତ ଭାବେ ନିଜ ଆବାସରେ ପହଞ୍ଚିସାରିଛନ୍ତି । ଏହି ଘଟଣା ପରେ ପୁଟିନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କିଛି କର୍ମୀଙ୍କୁ ଓ ଟିମ୍ ମୁଖ୍ୟଙ୍କୁ ଅଟକ ରଖାଯାଇଛି ।
ପୂର୍ବରୁ ମଧ୍ୟ ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ସୂଚନାଯୋଗ୍ୟ, ଋଷରେ ଏବେ ଧିରେ ଧିରେ ରାଜନୈତିକ ଅସ୍ଥିରତା ଦେଖାଦେଲାଣି । ଗୋଟିଏ ପଟେ ଦୀର୍ଘ ଦିନ ଧରି ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଏବେ ଶୁଣିବାକୁ ମିଳୁଛି ଯେ, ଋଷର ଅନେକ ସରକାରୀ ଅଧିକାରୀ ପୁଟିନ୍ଙ୍କ ଇସ୍ତଫା ଦାବି କରୁଛନ୍ତି । ୬୫ରୁ ଅଧିକ ମୁନିସିପାଲ ପ୍ରତିନିଧି ମଧ୍ୟ ପୁଟିନ୍ଙ୍କଠାରୁ ଇସ୍ତଫା ଦାବି କରିଛନ୍ତି ।
ସେମାନେ କହିଛନ୍ତି ଯେ, ୟୁକ୍ରେନର କାଉଣ୍ଟର ଆଟାକ୍ ଫଳରେ ଦେଶକୁ ଅନେକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି । ଯୁଦ୍ଧ ଫଳରେ ଦେଶ ଉପରେ ଅନେକ କୁପ୍ରଭାବ ପଡ଼ିଛି । ଆର୍ଥିକ ସ୍ଥିତିରେ ଋଷ ଦୁର୍ବଳ ହେବାକୁ ବସିଛି ବୋଲି ଅନେକ ଦାବି କଲେଣି ।
ଗତ ମାସରେ ଏକ କାରରେ ବୋମା ବିସ୍ଫୋରଣ ଫଳରେ ପୁଟିନଙ୍କ ଜଣେ ବନ୍ଧୁଙ୍କ ଝିଅର ମୃତ୍ୟୁ ହୋଇଥିଲା । ପୁଟିନଙ୍କ 'ଯୁଦ୍ଧ ମାଷ୍ଟରମାଇଣ୍ଡ' ଆଲେକ୍ସଜାଣ୍ଡାର୍ ଡୁଗିନ୍ଙ୍କ ଝିଅ ଡାରିଆ ଡୁଗିନାଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କ ପିତା ଏହି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଛନ୍ତି।
]]>କୋଭିଡ୍ ମହାମାରୀ ଓ ରୁଷ ୟୁକ୍ରେନ୍ ଯୁଦ୍ଧରେ ଲକ୍ଷାଧିକ ଲୋକ ପ୍ରାଣ ହରାଇବା ପରେ ରୁଷରେ ଉଦବେଗଜନକ ଭାବେ ଜନସଂଖ୍ୟା ହ୍ରାସ ପାଇଛି । ଦେଶରେ ଜନସଂଖ୍ୟା ହ୍ରାସ ପାଉଥିବାରୁ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ତେଣୁ ପୁଟିନ୍ ସରକାର ‘ମଦର ହିରୋଇନ୍’ ଯୋଜନା ଆରମ୍ଭ କରିଛନ୍ତି । ଜନସଂଖ୍ୟା ବଢ଼ାଇବାକୁ ହେଲେ ଏହି ଯୋଜନାକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ନୂଆ ଯୋଜନାରେ ସାମିଲ ମହିଳାଙ୍କୁ ‘ମଦର ହିରୋଇନ’ ବୋଲି ସମ୍ବୋଧିତ କରାଯିବ । ଆଉ ତାଙ୍କୁ ସ୍ୱତନ୍ତ୍ର ସୁବିଧା ମଧ୍ୟ ପ୍ରଦାନ କରାଯିବ । ଚଳିତ ବର୍ଷ ମାର୍ଚ୍ଚ ମାସରେ କୋଭିଡ୍ କାରଣରୁ ରୁଷରେ ଅନେକ ଲୋକଙ୍କ ଜୀବନ ଯାଇଛି । ସେହିପରି ୟୁକ୍ରେନ୍ ଯୁଦ୍ଧରେ ପ୍ରାୟ ୫୦,୦୦୦ ସୈନ୍ୟ ପ୍ରାଣ ହାରାଇଛନ୍ତି । ଏଥିପାଇଁ ରୁଷ ସରକାର ଏହି ଅଭିନବ ଯୋଜନା ପ୍ରଣୟନ କରିଛନ୍ତି । ସୋଭିଏତ ଏରାକୁ ଫେରାଇ ଆଣିବାକୁ ପୁଟିନ ସରକାର ଲକ୍ଷ ରଖିଛନ୍ତି ।
ଯେଉଁ ମଳିଳାମାନେ ୧୦ରୁ ଅଧିକ ଛୁଆ ଜନ୍ମ କରିବେ, ସେମାନଙ୍କୁ ମଦର ହିରୋଇନ୍ ଆଖ୍ୟା ଦିଆଯିବ । ଦଶମ ସନ୍ତାନ ଜନ୍ମ ହେବା ପୂର୍ବରୁ ମହିଳାଙ୍କୁ ୧୩,୫୦୦ ପାଉଣ୍ଡ ପ୍ରଦାନ କରାଯିବ ।
]]>G7 leaders laughed at Putin
— NEXTA (@nexta_tv) June 26, 2022
During #G7 meeting, leaders joked whether it would be advisable to take off their jackets or even be more naked in order to oppose "formidable" and "tough" image of Putin.
Justin Trudeau added:"We will arrange a ride on horseback with bare-chested." pic.twitter.com/Imq9caA3Oh
ପ୍ରଥମେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ G7 ନେତାଙ୍କ ସହ ଆଲୋଚନା କରୁଥିବା ବେଳେ ପୁଟିନ୍ଙ୍କ ଫୁଙ୍ଗୁଳା ଫଟୋକୁ ଥଟ୍ଟା କରିଥିଲେ । ଆମ୍ଭେମାନେ ମଧ୍ୟ ପୋଷାକ କାଢ଼ିଦେବା କି ବୋଲି ସେ କହିଥିଲେ ? ତେବେ ଏହାର ଉତ୍ତରରରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ଏବେ ନୁହେଁ, ଫଟୋ ଉଠାଇବା ପର୍ଯ୍ୟନ୍ତ ଅପେକ୍ଷା କର । ଆଉ ତା’ପରେ ବୋରିସ୍ ଜନସନ ପୁଣି ଥରେ କହିଛନ୍ତି, 'ଆମକୁ ଦେଖାଇବାକୁ ପଡିବ ଯେ ଆମ ଶରୀର ପୁଟିନଙ୍କ ଠାରୁ ଅଧିକ ଶକ୍ତିଶାଳୀ' । ପରେ ସେହି ନେତାଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ ନିଜ ନିଜର ଜ୍ୟାକେଟ୍ କାଢ଼ି ଦେଇଥିଲେ । ପରେ ଜଷ୍ଟିନ ଟ୍ରୁଡୋ ପୁଟିନଙ୍କ ଉଦ୍ଦେଶ୍ୟରେ ଆହୁରି ଥଟ୍ଟା କରି କହିଛନ୍ତି, ଆମେ ମଧ୍ୟ ଫୁଙ୍ଗୁଳା ଦେହରେ ଫଟୋ କ୍ଲିକ୍ କରିବା ।
ସୂଚନାଯୋଗ୍ୟ ୨୦୦୯ରେ ସାଇବେରିଆନ୍ ଟାଭା ଅଞ୍ଚଳର ପର୍ବତରେ ପୁଟିନଙ୍କୁ ବିନା ସାର୍ଟରେ ଘୋଡ଼ାସବାର କରୁଥିବା ଦେଖିବାକୁ ମିଳିଥିଲା । ତେବେ ଜଷ୍ଟିନ ଟ୍ରୁଡୋଙ୍କ ମନ୍ତବ୍ୟ ଉପରେ ୟୁରୋପୀୟ ୟୁନିଅନର ସଭାପତି ଉର୍ସୁଲା ୱାନ୍ ଡେର୍ କହିଛନ୍ତି ଘୋଡାଚଢ଼ା ସର୍ବୋତ୍ତମ । ତେବେ ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ, ହେଲେ ସେ ଏଥିରେ କୌଣସି ମନ୍ତବ୍ୟ ଦେଇନଥିଲେ ।
]]>ରବିବାର ଦିନ ଫିଲ୍ମ ନିର୍ମାତା ନିକିତା ମିଖାଇଲୋଭଙ୍କୁ ଋଷୀୟ ଫେଡେରେଶନ ପକ୍ଷରୁ ପୁଟିନ୍ ପୁରସ୍କାର ପ୍ରଦାନ କରିଥିଲେ । ଆଉ ସେହି ସମୟରେ ସେ ଥରୁଥିବା ଦେଖିବାକୁ ମିଳୁଛି । ଏହାସହ ପୋଡିୟମ ନିକଟରେ ଛିଡ଼ା ହୋଇଥିବା ବେଳେ ସେ ଗୋଡ ହଲାଉଥିବା ନଜର ଆସିଛନ୍ତି । ପୁଟିନ ସିଧା ଛିଡ଼ା ହେବାରେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି ।
Putin’s legs shaking, he looks unsteady on his feet, fueling more speculation about his health. Video was taken Sunday. pic.twitter.com/TIVfK30tAp
— Mike Sington (@MikeSington) June 14, 2022
ନ୍ୟୁୟର୍କ ପୋଷ୍ଟ ଏହି ଫୁଟେଜକୁ ଉଦବେଗଜନକ ବୋଲି ବର୍ଣ୍ଣନା କରିଛି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପୁଟିନଙ୍କୁ ଡାକ୍ତରମାନେ ଆରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଟେଲିଗ୍ରାମ ଚ୍ୟାନେଲ SVRରେ ଏହି ଦାବି କରାଯାଇଛି । ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ ହେବା ଦିନଠାରୁ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଟିନ ଗୁରୁତର ଅସୁସ୍ଥ ଥିବା ନେଇ କୁହାଯାଉଛି ।
ସୂଚନାଯୋଗ୍ୟ ମାସେ ପୂର୍ବରୁ ପୁଟିନ୍ ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍ ରିପୋର୍ଟରୁ ଜଣାପଡ଼ିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଭାବେ ସଙ୍କଟାପନ୍ନ ହେବା ସହ ସେ ଜୀବନ ମରଣ ସହ ସଂଘର୍ଷ କରୁଥିବା କୁହାଯାଉଥିଲା । ୟୁକ୍ରେନ ସହ ଯୁଦ୍ଧ ପରଠାରୁ ପୁଟିନ୍ଙ୍କୁ ବହୁତ କମ୍ ଥର ସର୍ବସାଧାରଣରେ ଦେଖିବାକୁ ମିଳିଛି । ୟୁକ୍ରେନ୍ ଆକ୍ରମଣ କରିବା ପାଇଁ ଆଦେଶ ଦେବାର କିଛି ଦିନ ପୂର୍ବରୁ ରକ୍ତ କର୍କଟ ରୋଗ ଚିକିତ୍ସା ନିମନ୍ତେ ପୁଟିନ୍ଙ୍କ ପିଠିରେ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ଶୁଣିବାକୁ ମିଳିଥିଲା ।
]]>ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପୁଟିନ୍ଙ୍କୁ ବ୍ଲଡ୍ କ୍ୟାନ୍ସର ହୋଇଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଥିବା FSB ଅଫିସର ସୂଚନା ଦେଇଛନ୍ତି। ଏହାସହ ପୁଟିନ୍ଙ୍କ ଦୃଷ୍ଟିଶକ୍ତି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବେଳେ ବେଳେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସବୁ ଥରୁଛି।’
ମିଳିଥିବା ସୂଚନା ଅନୁସାରେ, ଚଷମା ବ୍ୟବହାର କରିବା ଲାଗି ପୁଟିନ୍ ମନା କରୁଛନ୍ତି । କାରଣ ଏହାଦ୍ୱାରା ସେ ଆହୁରି ଦୁର୍ବଳ ହୋଇଯିବେ ବୋଲି ଭାବୁଛନ୍ତି।
ପୁଟିନ୍ ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍ ରିପୋର୍ଟରୁ ଜଣାପଡ଼ିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଭାବେ ସଙ୍କଟାପନ୍ନ ହେବାରେ ଲାଗିଛି ଓ ସେ ଜୀବନ ମରଣ ସହ ସଂଘର୍ଷ କରୁଥିବା ସୂଚନା ମିଳିଛି। ଏନେଇ ଜଣେ ପୂର୍ବତନ ବ୍ରିଟିଶ ଗୁପ୍ତଚର ଖ୍ରୀଷ୍ଟୋଫର ଷ୍ଟେଲି ସୂଚନା ଦେଇଥିଲେ। ରୁଷ୍-ୟୁକ୍ରେନ ଯୁଦ୍ଧ ପରଠାରୁ ପୁଟିନ ଅଧିକ ଅସୁସ୍ଥ ହେବାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଭାବେ ବିଗିଡ଼ିବାରେ ଲାଗିଛି।
ୟୁକ୍ରେନ ସହ ଯୁଦ୍ଧ ପରଠାରୁ ପୁଟିନ୍ଙ୍କୁ ବହୁତ କମ୍ ଥର ସର୍ବସାଧାରଣରେ ଦେଖିବାକୁ ମିଳିଛି। ସୂଚନାଥାଉ କି, ଗତ ସପ୍ତାହରେ ମସ୍କୋର ବିଜୟ ଦିବସ ଉପଲକ୍ଷେ ପୁଟିନ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ସମୟରେ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା।
]]>
ଏହି ତାଲିକାରେ ଆମେରିକୀୟ ସିନେଟର ଏବଂ ପ୍ରତିନିଧି ସଭାର ସଦସ୍ୟ, ପୂର୍ବତନ ତଥା ବର୍ତ୍ତମାନର ସରକାରୀ କର୍ମଚାରୀ, ସାମ୍ବାଦିକ, ସାମରିକ କର୍ମଚାରୀ, ଆଇନଜୀବୀ, ସାଧାରଣ ନାଗରିକ ଏବଂ ସିଇଓ ଆଦି ସାମିଲ ଅଛନ୍ତି । ଏହାସହ ଆମେରିକାର ଜଏଣ୍ଟ୍ ଚିଫ୍ ଅଫ୍ ଷ୍ଟାଫର ଚେୟାରମ୍ୟାନ୍ ମାର୍କ ମିଲି, ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍, ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସି ନିର୍ଦ୍ଦେଶକ ୱିଲିୟମ୍ ବର୍ନସ୍, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ହ୍ୱାଇଟ୍ ହାଉସର ପ୍ରେସ ସଚିବ ଜେନ ସାକିଙ୍କ ନାମ ମଧ୍ୟ ତାଲିକାରେ ଅନ୍ତର୍ଭୁକ୍ତ ।
ତେବେ ଆଶ୍ଚର୍ଯ୍ୟର କଥା ଏହି ତାଲିକାରେ କିଛି ଏପରି ଲୋକଙ୍କ ନାଁ ମଧ୍ୟ ରହିଛି, ଯେଉଁମାନେ ପ୍ରାଣ ହରାଇ ସାରଛନ୍ତି । ଆମେରିକା ବ୍ୟତୀତ ଋଷିଆ ସରକାର କାନାଡାର ୨୬ ଜଣଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ତାଲିକାରେ ପ୍ରତିରକ୍ଷା ମୁଖ୍ୟ, ପ୍ରତିରକ୍ଷା ଶିଳ୍ପ ଅଧିକାରୀ ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଇରେ ଟ୍ରୁଡୋ ଅଛନ୍ତି।
ସେପଟେ ଶନିବାର ଦିନ ଋଷିଆ ପଡୋଶୀ ଫିନଲ୍ୟାଣ୍ଡକୁ ଗ୍ୟାସ ରପ୍ତାନୀ ବନ୍ଦ କରିଦେଇଛି । ୨୪ ଫେବୃଆରୀରେ ୟୁକ୍ରେନ ଆକ୍ରମଣ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁରୋପୀୟ ଦେଶମାନଙ୍କୁ ରୁବଲରେ ଗ୍ୟାସ ଦେବାକୁ କହିଥିଲେ ।
]]>ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଷ୍ଟେଲି ଏକ ବ୍ୟକ୍ତିଗତ ସୂଚନା ଲେଖିଥିଲେ। ୨୦୧୬ ଆମେରିକା ନିର୍ବାଚନରେ ରୁଷ୍ ହସ୍ତକ୍ଷେପ କରି ଟ୍ରମ୍ପକୁ ଜିତାଇଥିବା ଷ୍ଟ୍ରେଲି ଉଲ୍ଲେଖ କରିଥିଲେ। ସେହି ସମୟରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ହଇଚଇ ସୃଷ୍ଟି ହୋଇଥିଲା। ଏବେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କିତ ତଥ୍ୟ ପ୍ରଘଟ କରିବା ପରେ ଷ୍ଟେଲିଙ୍କୁ ନେଇ ଆହୁରି ଚର୍ଚ୍ଚା।
ଅନ୍ୟପକ୍ଷେ, ପୁଟିନଙ୍କ ଅବସ୍ଥା ଗୁରୁତର ଥିବା ରୁଷ୍ ରାଷ୍ଟ୍ରପତିଙ୍କର ଜଣେ ଏକାନ୍ତ ଅନୁଗତ ମଧ୍ୟ କହିଥିବା ସୂଚନା ମିଳିଛି। ତାଙ୍କୁ ବ୍ଲଡ୍ କ୍ୟାନ୍ସର ହୋଇଥିବା ସେ କହିଛନ୍ତି। ଏହି ତଥ୍ୟ ଆମେରିକାର ପତ୍ରିକା ‘ନ୍ୟୁ ଲାଇନ୍ସ’ରେ ପ୍ରକାଶ ପାଇଛି। ଏହାପୂର୍ବରୁ ପୁଟିନଙ୍କର ଅପରେସନ୍ ହୋଇଥିବା ନେଇ ଲୋକପ୍ରିୟ ଟେଲିଗ୍ରାମ ଚ୍ୟାନେଲ ଜେନେରାଲ୍ ଏସ୍ଭିଆର୍ରେ ଦାବି କରାଯାଇଥିଲା।
ୟୁକ୍ରେନ ସହ ଯୁଦ୍ଧ ପରଠାରୁ ପୁଟିନ୍ଙ୍କୁ ବହୁତ କମ୍ ଥର ସର୍ବସାଧାରଣରେ ଦେଖିବାକୁ ମିଳିଛି। ସୂଚନାଥାଉ କି, ଗତ ସପ୍ତାହରେ ମସ୍କୋର ବିଜୟ ଦିବସ ଉପଲକ୍ଷେ ପୁଟିନ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ସମୟରେ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା।
"The tough guy" #Putin is the only one who shows weakness during today's parade and sits under a blanket and holds his hands! 🧸#RussiaWarCrimes pic.twitter.com/nm2wI9BT0q
— 🆃🅷🅴 🅵🅰🅲🅴 🅾🅵 🆆🅰🆁 (@Top_dog_mindset) May 9, 2022
ଗତ ୯ ତାରିଖରେ ମସ୍କୋର ରେଡ୍ ସ୍କୋୟରରେ ଭିକ୍ଟ୍ରି ଡେ ପରେଡ୍ର ଚିତ୍ର କମ୍ବଳ ଘୋଡ଼ାଇ ହୋଇ ଶାନ୍ତ ବସିଥିବା ଦେଖିବାକୁ ମିଳିଥିଲା । ପୁଟିନଙ୍କ ପୂର୍ବର ଫୂର୍ତ୍ତିଲା ଚେହେରା ନାହିଁ, କି ଆଖିରେ ତେଜ ବି ନାହିଁ । ସଂପୂର୍ଣ୍ଣ ସୁସ୍ଥ ନଥିବା ପରି ଦେଖାଯାଉଥିଲେ । ଏହାକୁ ନେଇ ବିଶ୍ୱବ୍ୟାପୀ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ପରେଡ୍ ସମୟରେ ପୁଟିନ୍ ଭଲରେ ନିଶ୍ୱାସ ନେଇପାରୁନଥିବା ବେଳେ ନରମ ଗଳାରେ ମାତ୍ର ୧୦ ମିନିଟର ଉଦବୋଧନ ଦେଇଥିଲେ । ଏହି ସମୟରେ ସେ ବାରମ୍ବାର କାଶିବାର ମଧ୍ୟ ଦେଖିବାକୁ ମିଳିଥିଲା ।
ଏହା ତାଙ୍କ ଅସୁସ୍ଥତା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ସେ କ୍ୟାନସର ସମେତ ପାର୍କିନସନ୍ ଡିଜିଜ୍ ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ପଶ୍ଚିମ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏମିତିକି ମାର୍ଚ୍ଚ ୯ ତାରିଖରେ କ୍ୟାନସର ପାଇଁ ପୁତିନଙ୍କର ଅସ୍ତ୍ରୋପଚାର କରାଯାଇଥିବା କୁହାଯାଉଛି । ରୁଷିଆ ସୁରକ୍ଷା କାଉନସିଲର ମୁଖ୍ୟ ନିକୋଲାଇ ପାତ୍ରୁସେଭ୍ ଏହି ସମୟରେ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଥିବା ନ୍ୟୁୟର୍କ ଟାଇମସ୍ ଖବର ଛାପିଛି ।
ଗତ ଏପ୍ରିଲ ୨୪ ତାରିଖରେ ପୁତିନ ନିଜ ଘନିଷ୍ଠ ସହଯୋଗୀ ତଥା ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର୍ ଲୁକାସେଙ୍କୋଙ୍କୁ ଭେଟିଥିଲେ । ଏହି ସମୟରେ ତାଙ୍କ ହାତ ଜୋରରେ ଥରୁଥିଲା । ଛାତି ଉପରେ ହାତକୁ ଅନେକ ସମୟ ଚାପି ରଖିବା ପରେ ସେ ପ୍ରକୃତିସ୍ଥ ହୋଇଥିଲେ । ଏହାପରେ ସେ ଟଳି ଟଳି ଲୁକାସେଙ୍କୋଙ୍କ ପାଖରେ ପହଞ୍ଚିଥିଲେ । ଏସବୁ ଚିତ୍ର ପୁଟିନ ସୁସ୍ଥ ନଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।
ମାତ୍ର କ୍ରେମଲିନ୍ ପକ୍ଷରୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି । ସେହିପରି ବେଲାରୁଷ ରାଷ୍ଟ୍ରପତି ମଧ୍ୟ ପୁଟିନଙ୍କ ଅସୁସ୍ଥତା ଖବରରେ ସତ୍ୟତା ନଥିବା କହିଛନ୍ତି । ଆଗ ଅପେକ୍ଷା ପୁଟିନ୍ ଅଧିକ ଫିଟ୍ ଓ ମାନସିକ ଭାବେ ଅଧିକ ସ୍ଥିର ଥିବା କହିଛନ୍ତି ।
ୟୁକ୍ରେନ ବିପକ୍ଷରେ ଯୁଦ୍ଧକୁ ନେଇ ବିବାଦୀୟ ହୋଇପଡ଼ିଛନ୍ତି ପୁଟିନ୍ । ସାରା ବିଶ୍ୱ ତାଙ୍କୁ ଜଣେ ଉଗ୍ର ଓ କ୍ରୁର ରାଜନେତା ଭାବେ ଚିତ୍ରିତ କରିବାରେ ଲାଗିଛି । ତେବେ ୟୁକ୍ରେନ ଯୁଦ୍ଧ ପାଇଁ ପୁଟିନ ଆମେରିକା ଓ ୟୁରୋପୀୟ ସଂଘକୁ ଦାୟୀ କରିଛନ୍ତି । ମାତୃଭୂମିକୁ ସୁରକ୍ଷିତ ରଖିବା ଲାଗି ଋଷ ସୈନ୍ୟ ଲଢୁଥିବା ଭିକ୍ଟ୍ରି ଡେ ପରେଡ୍ ଅବସରରେ କହିଥିଲେ ପୁଟିନ୍ । ଅନ୍ୟପକ୍ଷରେ ଯୁଦ୍ଧ ବଦଳରେ ପୁତିନଙ୍କ ଅସୁସ୍ଥତା ଖବରକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।
]]>ଗତବର୍ଷ ଦେଶଦ୍ରୋହ ଅଭିଯୋଗରେ ଭିକ୍ଟରଙ୍କୁ ନଜରବନ୍ଦୀ କରାଯାଇଥିଲା। ତେବେ ଚଳିତ ବର୍ଷ ଫେବୃଆରୀରେ ସେ ଫେରାର ହୋଇଯାଇଥିଲେ। ଏବେ ପୁଣିଥରେ ୟୁକ୍ରେନ ତାଙ୍କୁ ହେପାଜତକୁ ନେଇଥିବା ଦାବି କରିଛି। ଭିକ୍ଟରଙ୍କୁ ମୁକ୍ତି ବଦଳରେ ରାଷ୍ଟପ୍ରତି ଜେଲେନସ୍କି ୟୁକ୍ରେନ ନାଗରିକ ଓ ସୈନିକଙ୍କୁ ଛାଡ଼ିବା ପାଇଁ ପ୍ରସ୍ତାବ ରଖିଛନ୍ତି। ଅନେକ ଗୁଜବ ଖବର ପ୍ରଚାର ହେଉଛି। ତେଣୁ ୟୁକ୍ରେନ ଜାରି କରିଥିବା ଫଟୋରେ କେତେ ସତ୍ୟତା ଅଛି ତାହା ଏବେ କୁହାଯାଇପାରିବ ନାହିଁ ବୋଲି ଋଷ୍ ରାଷ୍ଟ୍ରପତି ଭବନ କ୍ରେମଲିନର ପ୍ରବକ୍ତା କହିଛନ୍ତି।
ଭିକ୍ଟର ମେଡ୍ଭେଡ୍ଚୁକ୍ ୟୁକ୍ରେନର ସାଂସଦ ଥିଲେ। ଏହାସହ ସେ ବିରୋଧୀ ଦଳର ଫର୍ ଲାଇଫ୍ର ନେତା ମଧ୍ୟ। ‘For Life’ ପାର୍ଟି ଋଷ ସମର୍ଥିତ ବୋଲି କୁହାଯାଉଛି। ଏହି ପାର୍ଟି ଋଷ୍କୁ ସମର୍ଥନ କରୁଥିବାରୁ ରାଷ୍ଟ୍ରପତି ଜେଲେନସ୍କି ପ୍ରତିବନ୍ଧକ ଲଗାଇ ଥିଲେ। ଭିକ୍ଟର, ପୁଟିନଙ୍କ ଅତି ଘନିଷ୍ଠ ବନ୍ଧୁ ବୋଲି ମଧ୍ୟ କୁହାଯାଉଛି। ୨୦୦୩ରେ ଉଭୟଙ୍କ ସାକ୍ଷାତ ହୋଇଥିଲା।
]]>ୟୁକ୍ରେନ ସହ ଦୀର୍ଘ ଦିନ ହେବ ଯୁଦ୍ଧ ଜାରି ରଖିଛି ଋଷ। ହେଲେ ୟୁକ୍ରେନକୁ ପରାସ୍ତ କରିବାରେ ସଫଳ ହୋଇନି। ଯାହାକୁ ନେଇ ବିରକ୍ତ ହୋଇ ପଡୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଏଭଳି ପରିସ୍ଥିତିରେ ପୁଟିନ୍ କିଛି ବଡ ପଦକ୍ଷେପ ନେଇପାରନ୍ତି। ଅନେକ ଥର ପରମାଣୁ ଆକ୍ରମଣର ଧମକ ଦେଉଥିବା ପୁଟିନ୍ କୌଣସି ସମୟରେ ପରମାଣୁ ଆକ୍ରମଣ କରି ପାରନ୍ତି ବୋଲି କୁହାଯାଉଛି। ଏଥି ପାଇଁ ସାଙ୍ଗରେ ସିକ୍ରେଟ୍ ନ୍ୟୁକ୍ଲିୟର ବ୍ରିଫକେସ୍ ଧରି ବୁଲୁଛନ୍ତି ପୁଟିନ୍। ସାରା ଦୁନିଆ ସାମ୍ନାକୁ ଆସିଥିବା ଏ ଫଟୋରେ ପୁଟିନଙ୍କ ପଛେ ପଛେ ଚାଲୁଥିବା ବ୍ୟକ୍ତି ଜଣକ ହାତରେ ଏକ କଳା ରଙ୍ଗର ବ୍ରିଫକେସ୍ ଧରିଛନ୍ତି। ଯାହା ଭିତରେ ରହିଛି ବିଶ୍ୱ ଧ୍ୱଂସ କରିବା ଭଳି ଅସ୍ତ୍ର। ଏହା ପୁଟିନଙ୍କ ପରମାଣୁ ବ୍ରିଫକେସ୍ ବୋଲି କୁହାଯାଉଛି।
‘ଦ ସନ୍’ର ରିପୋର୍ଟ ଅନୁଯାୟୀ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ମସ୍କୋର ଖ୍ରୀଷ୍ଟ ସେଭର୍ କ୍ୟାଥେଡ୍ରାଲରେ ପହଞ୍ଚିଥିଲେ । ଏହି ସମୟରେ ସିକ୍ରେଟ ବ୍ରିଫକେସ ସହ ପୁଟିନଙ୍କୁ ଦେଖିବାକୁ ମିଳିଥିଲା । ପରମାଣୁ ବ୍ରିଫକେସ୍ ଦେଖାଇ ପୁଟିନ ବିଶ୍ୱକୁ ଦେଖାଇବାକୁ ଚାହାଁନ୍ତି, କୌଣସି ସମୟରେ ସେ ବଡ ନିଷ୍ପତ୍ତି ନେଇପାରନ୍ତି। ପୂର୍ବରୁ ବହୁ ଥର ବିଶ୍ୱକୁ ପରମାଣୁ ଆକ୍ରମଣର ଧମକ ଦେଇ ସାରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଏବେ ଏ ଫଟୋଟି ବିଶ୍ୱ ସାମ୍ନାକୁ ଆସିଯିବା ପରେ ପୁଣି ଥରେ ତୃତୀୟ ବିଶ୍ୱଯୁଦ୍ଧର ଭୟ ସାରା ବିଶ୍ୱକୁ ଘାରିଛି।
]]>ୟୁକ୍ରେନ ଉପରେ ଆକ୍ରମଣ ପରେ ଅନେକଙ୍କ ପାଇଁ ଭିଲେନ୍ ପାଲଟି ଯାଇଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । କେଜିବି ଏଜେଣ୍ଟରୁ ରାଜନେତା ଓ ତାପରେ ଶକ୍ତିଶାଳୀ ରାଷ୍ଟ୍ର ଋଷିଆର ଆଜୀବନ ରାଷ୍ଟ୍ରପତି । ଅତି ଚତୁରତାର ସହ ଶାସନ ଉପରେ ନିଜ ହାତମୁଠାକୁ ଟାଣ କରିପାରିଥିଲେ ପୁଟିନ୍ । ସାରା ବିଶ୍ୱ ତାଙ୍କୁ ଜଣେ ବିଚକ୍ଷଣ ରାଜନେତା ଭାବେ ସମ୍ମାନ ବି ଦେଇଆସୁଥିଲା । ତେବେ ୟୁକ୍ରେନ ଆକ୍ରମଣ ତାଙ୍କୁ ଜଣେ କ୍ରୁର ମଣିଷ ଭାବେ ଚିତ୍ରିତ କରିଛି ।
ଅନ୍ୟପକ୍ଷରେ ନିଆଁରେ ଖେଳୁଥିବା ପୁଟିନ୍ଙ୍କ ଜୀବନ ପ୍ରତି ସଦାସର୍ବଦା ରହିଆସିଛି ବିପଦ । ତାଙ୍କ ଜୀବନ ନେବା ଲାଗି ଅନେକ ଥର ଉଦ୍ୟମ ହୋଇଛି । ମାତ୍ର ସେ ବର୍ତ୍ତି ଯାଇଛନ୍ତି । ସେଥିଲାଗି ସଦସର୍ବଦା ନିଜର ଅତି ବିଶ୍ୱସ୍ତ ସୁରକ୍ଷା କର୍ମୀଙ୍କ ଗହଣରେ ରହିଥାଆନ୍ତି ପୁଟିନ୍ । ଉଡିଗଲା ଚଢେଇର ଛାଇ ବି ଯେଭଳି ତାଙ୍କ ଉପରେ ନପଡିବ ସେଥିଲାଗି ପ୍ରସ୍ତୁତ ଥାଆନ୍ତି ଗୁଇନ୍ଦା ଏଜେଣ୍ଟ । ସେ କୁଆଡେ ଯିବେ, କଣ କରିବେ କେହି କିଛି ବି ଜାଣିପାରନ୍ତି ନାହିଁ ।
ତେବେ ପୁଟିନ୍ଙ୍କଠୁ ଅଧିକ ରହସ୍ୟମୟ ତାଙ୍କ ପରିବାର । ପୁଟିନ୍ଙ୍କ ପତ୍ନୀ ଓ ଦୁଇ ଝିଅ ଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ସେମାନଙ୍କୁ ନେଇ ଅତି ଗୋପନୀୟତା ଅବଲମ୍ବନ କରାଯାଏ । ତେବେ ୟୁକ୍ରେନ ରାଜଧାନୀ କିଭ୍ ନିକଟବର୍ତ୍ତୀ ବୁଚା ସହରରେ ଋଷ ସେନା ଦ୍ୱାରା ସାଧାରଣ ଲୋକଙ୍କ ନରସଂହାର ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଛନ୍ତି ପୁଟିନ୍ଙ୍କ ଦୁଇ ଝିଅ କାଟେରିନା ଓ ମାରିଆ । ଏମାନଙ୍କ ବିରୁଦ୍ଧରେ ବି ଆର୍ଥିକ ଓ ସାମାଜିକ କଟକଣା ଲଗାଇବା ପାଇଁ ଚିନ୍ତା କରୁଛନ୍ତି ୟୁରୋପୀୟ ରାଷ୍ଟ୍ର ।
ତେବେ କାଟେରିନା ଓ ମାରିଆ ସେମାନଙ୍କର ଅସଲି ନାଁ ନୁହେଁ ବୋଲି କୁହାଯାଉଛି । ଋଷ ପ୍ରତିରକ୍ଷା ବିଭାଗ କ୍ରେମଲିନ୍ ତରଫରୁ କେବେବି ଏମାନଙ୍କ ନାଁ କିମ୍ବା ଫଟୋ ପ୍ରକାଶ କରାଯାଇନାହିଁ । ୨୦୧୫ ମସିହାରେ ପୁଟିନ୍ ନିଜ ଦୁଇ ଝିଅଙ୍କ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ଉଭୟ ଋଷୀୟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ଅନେକଗୁଡିଏ ଭାଷାରେ କଥା ହୋଇପାରୁଥିବା କହିଥିଲେ ପୁଟିନ୍ ।
ପୁଟିନ୍ଙ୍କ ବଡ ଝିଅ ମାରିଆ ବର୍ଣ୍ଣୋସ୍ତୋଭା ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଘରୋଇ ସଂସ୍ଥା ନୋମେନ୍କୋର କୋ-ଓନର ହୋଇଥିବା ବେଳେ ସାନ ଝିଅ କାଟେରିନା ମସ୍କୋ ବିଶ୍ୱବିଦ୍ୟାଳୟରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ଇନଷ୍ଟିଚ୍ୟୁଟ୍ ଚଳାଉଛନ୍ତି । ପୁଟିନ୍ଙ୍କ ପୂର୍ବତନ ପତ୍ନୀ ଲ୍ୟୁଡ୍ମିଲା ପୁଟିନ୍ ଏମାନଙ୍କ ମାଆ । ୨୦୧୩ରେ ଲ୍ୟୁଡ୍ମି ଓ ପୁଟିନ୍ଙ୍କର ଛାଡ଼ପତ୍ର ହୋଇଥିବା ବେଳେ ଏବେ ସେ ଫ୍ରାନସରେ ରହୁଛନ୍ତି । ଏପଟେ କାଟେରିନା ଓ ମାରିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଝିଅ ବୋଲି ଋଷିଆରେ ସମସ୍ତେ ଜାଣନ୍ତି । ମାତ୍ର ବାସ୍ତବିକତା କାହାକୁ ବି ଜଣା ନାହିଁ । କାରଣ ରାଷ୍ଟ୍ରପତି ପୁଟିନ୍ କେବେ ବି ସର୍ବସାଧାରଣରେ ଏମାନଙ୍କ ନାଁ ପ୍ରକାଶ କରିନାହାନ୍ତି କି ଏମାନଙ୍କ ସହ ଫଟୋ ମଧ୍ୟ ଉଠାଇ ନାହାନ୍ତି ।
]]>ଏଠାରେ ପ୍ରଶ୍ନ ଉଠୁଛି ମିସ୍ଲିଡ୍ ହେଉଛନ୍ତି କି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ? ପୁଟିନଙ୍କୁ ଭୁଲ ତଥ୍ୟ ଦେଉଛନ୍ତି କି ତାଙ୍କ ପରାମର୍ଶଦାତା ? ମାସେ ପରେ ହେଲାଣି ଋଷ-ୟୁକ୍ରେନ୍ ଯୁଦ୍ଧ। ୟୁକ୍ରେନ୍ର ଅନେକ କ୍ଷତି ଘଟାଇ ସାରିଲାଣି ଋଷ୍। ହେଲେ ୟୁକ୍ରେନକୁ ପରାସ୍ତ କରିପାରିନି ରୁଷିଆ। ଅତି ଅଳ୍ପ ସମୟ ଭିତରେ ୟୁକ୍ରେନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଭାବି ନେଇଥିଲା ଋଷ୍। ହେଲେ ତାହା ହୋଇ ନାହିଁ। ଆଟାକ୍ କରି ୟୁକ୍ରେନକୁ ଡରାଇ ନିଜ ଲକ୍ଷ୍ୟ ପୂରଣର ଆଶା ରଖିଥିବା ଋଷଷ୍ ବି ଇତି ମଧ୍ୟରେ ଅନେକ କ୍ଷତି ସହିଲାଣି।
ତେବେ କାହିଁକି ନିଜ ଲକ୍ଷ୍ୟ ପୂରଣରେ ସଫଳ ହେଉନି ଋଷ୍ ? କେଉଁଠି ଭୁଲ୍ ରହୁଛି ? ୟା ଉପରେ ଆମେରିକା ଏବେ ନିଜ ପ୍ରତିକ୍ରିୟା ରଖିଛି। ଆମେରିକା କହିଛି ଯେ, ଋଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ଙ୍କୁ ମିସ୍ଲିଡ୍ କରାଯାଇଛି। ୟୁକ୍ରେନ୍ରେ ଯୁଦ୍ଧ ନେଇ ପୁଟିନ୍ଙ୍କୁ ତାଙ୍କ ଆଡଭାଇଜର ଭୁଲ୍ ବାଟରେ ନେଉଛନ୍ତି। ହ୍ୱାଇଟ୍ ହାଉସ୍ କହିଛି ଯେ, ଋଷ ସେନାର ପ୍ରଦର୍ଶନ ନେଇ ପୁଟିନ୍ଙ୍କୁ ଭୟରେ ସଠିକ୍ ଅପଡେଟ୍ ଦିଆଯାଉନି।
ଋଷ ସୈନ୍ୟ ୟୁକ୍ରେନ୍ରେ କଣ କରୁଛନ୍ତି ? ତାଙ୍କ କାର୍ଯ୍ୟଶୈଳୀ କିପରି ଅଛି ? ତାହା ସମ୍ବନ୍ଧରେ ରାଷ୍ଟ୍ରମୁଖ୍ୟ ପୁଟିନ୍ଙ୍କୁ ସଠିକ୍ ଭାବେ ଜଣାଯାଉନାହିଁ ବୋଲି ବାଇଡେନ୍ଙ୍କ ଅଫିସ ପକ୍ଷରୁ କୁହାଯାଇଛି। କେବଳ ଆମେରିକା ନୁହେଁ, ବ୍ରିଟେନ୍ ଏବଂ ୟୁରୋପୀୟ ରାଷ୍ଟ୍ରମାନେ ମଧ୍ୟ ଏମିତି କିଛି ଅଭିଯୋଗ କରିଛନ୍ତି। ପଶ୍ଚିମୀ ରାଷ୍ଟ୍ର କହୁଛନ୍ତି ଯେ, ଋଷ୍ ସୈନିକ ଋଷ୍ର ନିର୍ଦ୍ଦେଶକୁ ଆଉ ମାନୁ ନାହାନ୍ତି। ଏପରିକି ତାଙ୍କ ପାଖରେ ଥିବା ଯୁଦ୍ଧାସ୍ତ୍ରକୁ ମଧ୍ୟ ସେମାନେ ନଷ୍ଟ କରିଦେଇଥିବା କୁହାଯାଉଛି। ତେବେ ଏନେଇ ଋଷ୍ କୌଣସି ପ୍ରତିକ୍ରିୟା ରଖିନାହିଁ।
ୟୁକ୍ରେନ୍ରେ ଋଷ୍ର ଯୁଦ୍ଧ ସେତେଟା ଫଳବତୀ ନହେବାକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ସମସ୍ତେ ସେୟା ହିଁ କହୁଛନ୍ତି ଯେ, କାହିଁକି ସଫଳ ହୋଇପାରୁନି ଋଷ୍ ? ବୋମାମାଡ, ଗୁଳି ବର୍ଷଣ, ରକେଟ୍ ମାଡରେ ବ୍ରେକ୍ ଲାଗୁନି। ମାସେରୁ ଅଧିକ ଦିନ ହେଲାଣି ୟୁକ୍ରେନ୍ ଉପରେ ନନ୍ଷ୍ଟପ୍ ଆକ୍ରମଣ କରି ଚାଲିଛି ଋଷ୍। ଫେବୃଆରୀ ୨୪ରେ ପ୍ରଥମେ ଆଟାକ କରିଥିଲା ଋଷ୍। ଇତି ମଧ୍ୟରେ ଏକ ମାସରୁ ଅଧିକ ଦିନ ବିତି ଗଲାଣି ଯୁଦ୍ଧକୁ। କେହି ବି ଭାବିନଥିଲେ ଯେ ଯୁଦ୍ଧ ଏତେ ଦିନ ଧରି ଚାଲିବ। ଏମିତିକି ରାଷ୍ଟ୍ରପତି ପୁଟିନ୍ ବି ଭାବି ନଥିଲେ।
କାହିଁକି ନା ଋଷ୍ ଭଳି ଏକ ପ୍ରଭାବୀ ତଥା ଉନ୍ନତ ଯୁଦ୍ଧାସ୍ତ୍ରରେ ଶକ୍ତିଶାଳୀ ରାଷ୍ଟ୍ର ଅତି ସହଜରେ ୟୁକ୍ରେନକୁ କବ୍ଜା କରିଦେବ ବୋଲି ସମସ୍ତଙ୍କ ଧାରଣା ଥିଲା। ହେଲେ ତାହା ଭୁଲ୍ ପ୍ରମାଣିତ ହୋଇଛି। ୟୁକ୍ରେନ୍ ରୁଷଠାରୁ ଛୋଟ ଦେଶ ଓ ସାମରିକ ଭାବେ ସେତେ ଉନ୍ନତ ନହେଲେ ମଧ୍ୟ ଋଷ୍ ସହ ଭଲ ଲଢୁଛି। ଏନେଇ ଚିନ୍ତାରେ ପଡିଛି ଋଷ୍। ସାମରିକ ବିଶେଷଜ୍ଞମାନେ ମଧ୍ୟ କେବେ ବି ଭାବି ନଥିଲେ ଯେ, ଋଷ୍ ଏପରି ପରିସ୍ଥିତିର ସମ୍ମୁଖୀନ ହେବ।
ପ୍ରଥମେ ୟୁକ୍ରେନର ମିଲିଟାରି ସ୍ଥାନ ଗୁଡିକୁ ଆକ୍ରମଣ କରିବାକୁ ପ୍ଲାନ କରିଥିଲା ଋଷ୍। ଯୁଦ୍ଧ ନୁହଁ କେବଳ ମିଲିଟାରି ଆକ୍ରମଣ ପାଇଁ ପୁଟିନ୍ କହିଥିଲେ। କିନ୍ତୁ ଅବିଳମ୍ବେ ସହର ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ଅନେକ ସାଧାରଣ ଲୋକଙ୍କ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିଲା। ଏହା ଦର୍ଶାଇଥିଲା ଯେ, ଋଷ୍ ଯାହା ପ୍ଲାନ୍ କରିଥିଲା ସେହି ଅନୁସାରେ ସେ ଆଗେଇଲାନି। ସେହିପରି ସ୍ଥଳଭାଗରେ ଥାଇ ଯୁଦ୍ଧ କରୁଥିବା ସୈନିକ ଏବଂ ଆକାଶମାର୍ଗରୁ ଆକ୍ରମଣ କରୁଥିବା ସୈନିକଙ୍କ ମଧ୍ୟରେ ସମନ୍ୱୟ ମଧ୍ୟ ରହିନଥିଲା ବୋଲି କୁହାଯାଉଛି।
ଅନେକ ଋଷ୍ ସୈନିକଙ୍କ ମୃତ୍ୟୁ ମଧ୍ୟ ଖୁବ୍ଶୀଘ୍ର ହୋଇଥିଲା। ଯାହା ଋଷ୍କୁ ବ୍ୟାକ୍ଫୁଟ୍କୁ ନେବା ପଛରେ ଆଉଗୋଟେ କାରଣ। ୟୁକ୍ରେନ୍ ଉପରେ ଫେବୃଆରୀ ୨୪ରେ ପ୍ରଥମେ ଋଷ୍ ଆକ୍ରମଣ କରିଥିଲା। ଏହାର ୪ ଦିନ ପରେ ଅର୍ଥାତ ଫେବୃଆରୀ ୨୮ରେ ସାଟେଲାଇଟ୍ ଚିତ୍ର ଅନୁସାରେ, କିଭ୍କୁ ଘେରି ରହଥିଲେ ଋଷ୍ ସୈନିକ। ଲାଗୁଥିଲା ଖୁବ୍ ଶୀଘ୍ର କିଭ୍ ଦଖଲ କରିଦେବେ ଋଷ୍ ସୈନିକ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କିଭକୁ ସମ୍ପୂର୍ଣ୍ଣ ରୂପେ ନିଜ ଅଧିନକୁ ନେଇପାରିନି ଋଷ୍ ସେନା।
କୁହାଯାଉଛି ଯେ, ଋଷ୍ ସୈନିକ ୟୁକ୍ରେନ୍ରେ ଅନେକ ପ୍ରତିକୂଳ ପରିସ୍ଥିତିରେ ଯୁଦ୍ଧ କରୁଛନ୍ତି। ୟୁକ୍ରେନରେ ତାପମାତ୍ରା ମାଇନସ୍ ରହୁଥିବାରୁ ବହୁ ହଇରାଣ ହେଉଛନ୍ତି। ସେମାନଙ୍କର ଯୁଦ୍ଧାସ୍ତ୍ର, ପୋଷାକ, ତେଲ ଇତ୍ୟାଦି ଦରକାର ପଡ଼ୁଥିବାବେଳେ ତାହା ସେମାନଙ୍କ ପାଖରେ ସହଜରେ ପହଞ୍ଚି ପାରୁନଥିବା ଜଣାପଡିଛି। ଟ୍ରେନ୍ରେ ସେମାନଙ୍କ ପାଇଁ ଆସୁଥିବା ସାମଗ୍ରୀ ସେମାନଙ୍କ ପାଖରେ ପହଞ୍ଚିପାରୁନି। ଅନେକ ଟ୍ରକ୍ ବରଫରେ ଫସି ରହିଛି। ପୁଣି ଅନେକ ଗାଡ଼ିର ତେଲ ସରି ଯାଇଥିବାରୁ ସେଗୁଡିକ ଚାଲିପାରୁନି। ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି।
ପୁଣି କୁହାଯାଉଛି ଋଷ୍ ଯେଉଁ ସୈନିକମାନଙ୍କୁ ପ୍ରଥମେ ଯୁଦ୍ଧ ପାଇଁ ପଠାଇଥିଲା ସେମାନେ ସେତେ ଦକ୍ଷ ନୁହନ୍ତି। ତେବେ ସେ ଯାହା ବି କାରଣ ହେଉନା କାହଁକି ମାସାଧିକକାଳ ଯୁଦ୍ଧ ପରେ ବି ରାଜଧାନୀ କିଭ୍କୁ ନିଜ ଦଖଲକୁ ନନେଇପାରିବା, ୟୁକ୍ରେନକୁ କବ୍ଜା ନକରିପାରିବା ଦର୍ଶାଉଛି ଯେ କେଉଁଠି ନା କେଉଁଠି ଋଷ୍ର ରଣନୀତିରେ କିଛି ତ୍ରୁଟି ରହିଛି।
]]>ପୁଟିନଙ୍କ ଏହି ଗୁପ୍ତ ଜାହାଜର ମୂଲ୍ୟ ୭୦୦ ମିଲିୟନ ଡଲାର ହେବ ବୋଲି କୁହାଯାଉଛି। ‘ସ୍କେହେର ଜାଦେ’ ନାମକ ଏହି ସୁପରୟାଚର ମାଲିକ କିଏ ତାହା ସର୍ବସାଧାରଣ ଜାଣିନାହିଁ। ସମସ୍ତଙ୍କ ପାଇଁ ଏହା ଲୁକାୟିତ ହୋଇ ରହିଛି। ଗୁପ୍ତ ଜାହାଜର ଲମ୍ବ ୧୪୦ ମିଟର ହୋଇଥିବା ବେଳେ ଏଥିରେ ବହୁ ବିଳାସପୂର୍ଣ୍ଣ ବୈଶିଷ୍ଠ୍ୟ ରହିଛି। ଏଥିରେ ଦୁଇଟି ହେଲିପ୍ୟାଡ୍ ମଧ୍ୟ ରହିଛି। ଯାହାକି ଏକ ଆପାର୍ଟମେଣ୍ଟର ଦୁଇଟି ବ୍ଲକ ସହ ସମାନ। ଯେଉଁଥିରେ ସ୍ପା ଓ ସେଲୁନ୍ ମଧ୍ୟ ରହିଛି।
ରୁଷର ବିରୋଧୀ ଦଳର ନେତା ଆଲେକ୍ସୀ ନାଭାଲନିଙ୍କ ଦୁର୍ନୀତି ନିବାରଣ ୟୁନିଟ୍ ଏହି ଜାହାଜକୁ ଜବତ କରିବାକୁ ଇଟାଲୀ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛି। ନାଭାଲିନ୍ଙ୍କ ଏକ ୟୁଟ୍ୟୁବ୍ ଚ୍ୟାନେଲ ଏହାର ଏକ ଭିଡିଓ ସେୟାର କରିଛି। ନାଭାଲନିଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଉପସ୍ଥାପିକା ଜର୍ଜି ଆଲବୁରୋଭ ଏବଂ ମାରିଆ ପେଭଚିକଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓରେ ଦର୍ଶାଯାଇଛି ଯେ ଜାହାଜର କ୍ୟାପଟେନ ଜଣେ ବ୍ରିଟିଶର ଅଟନ୍ତି । ଅବଶିଷ୍ଟ କର୍ମଚାରୀମାନେ ରୁଷର ଦୁଇଟି ଗୁପ୍ତ ସେବା FSO ଏବଂ FSBରୁ ଆସିଛନ୍ତି।
ସୋସିଆଲ ମିଡିଆରେ ପେଭଚିକ୍ କହିଛନ୍ତି ଯେ, ଦୀର୍ଘ ଏକ ଦଶନ୍ଧି ହେବ ଆମେ ପୁଟିନଙ୍କ ଦୁର୍ନୀତିର ଅନୁସନ୍ଧାନ କରିଛୁ। ଗୋଟିଏ କଥାରେ ଆମେ ନିଶ୍ଚିତ ଯେ, ପୁଟିନ ତାଙ୍କ ନିଜ ସମ୍ପତ୍ତି ନିଜ ନାମରେ କେବେ ହେଲେ ରଖନ୍ତି ନାହିଁ।
]]>ଯୁଦ୍ଧ ବେଳେ ଯେଉଁମାନେ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ମିତ୍ର ରାଷ୍ଟ୍ରମାନଙ୍କ ପାଇଁ କାମ କରୁଛନ୍ତି, ସେମାନଙ୍କୁ ମସ୍କୋ କେବେ କ୍ଷମା କରିବନି ବୋଲି ପୁଟିନ୍ କହିଛନ୍ତି । ଏହାସହ ପୁଟିନ୍ କହିଛନ୍ତି ଖୁବଶୀଘ୍ର ରୁଷ୍କୁ ବିଶ୍ୱାସଘାତକମୁକ୍ତ କରାଯିବ । ଏମାନେ ରହିଲେ ଦେଶ ପାଇଁ ପରବର୍ତ୍ତୀ ସମୟରେ ବଡ଼ ବିପଦ ହେବ । କେବଳ ଏତିକି ନୁହେଁ ବରଂ ଋଷିଆରେ ରହି ଯେଉଁମାନେ ଋଷର ପଦକ୍ଷେପକୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ମଧ୍ୟ ପୁଟିନ୍ କଡ଼ା ଚେତାବନୀ ଦେଇଛନ୍ତି ।
ଦେଶ ପାଇଁ ସରକାର କାମ କରୁଛନ୍ତି । ଯେଉଁମାନେ ବିଶ୍ୱାସରେ ବିଷ ଦେଇଛନ୍ତି, ସେମାନଙ୍କୁ ଛଡ଼ାଯିବ ନାହିଁ । ବର୍ତ୍ତମାନ ସମୟରେ ଯୁଦ୍ଧରେ ହଜାର ହଜାର ସୈନିକଙ୍କ ଜୀବନ ଯାଇଛି । ୟୁକ୍ରେନ ବିରୋଧରେ ଯେଉଁ ପଦକ୍ଷେପ ଋଷିଆ ନେଇଛି ତାହା ସଠିକ୍ ବୋଲି ମଧ୍ୟ ଦୋହରାଇଛନ୍ତି ପୁଟିନ୍। ଆଉ ପୁଟିନ୍ଙ୍କ ଏହି ମନ୍ତବ୍ୟ ପୂରା ବିଶ୍ୱର ନଜରରେ ରହିଛି।
ଏହାରି ମଧ୍ୟରେ ୨୩ଦିନରେ ପହଞ୍ଚିଛି ଋଷିଆ ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ୍ ଦଖଲ ଲାଗି ଋଷ ସେନାର ପ୍ରୟାସ ଜାରି ରହିଛି । କିଭ୍ ଉପକଣ୍ଠରେ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ଅଧିକରୁ ଅଧିକ ବେସାମରିକ ବିଲଡିଂକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି । ଖାରକିଭ୍ ଓ ଜାପୋରଜିଆରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଆଉ ଏହାରି ମଧ୍ୟରେ ବିଶ୍ୱାସ ଘାତକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଟିନ୍ ।
]]>ସେପଟେ ରୁଷିଆ ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର କ୍ଷେତ୍ରରେ ଟୁ ପ୍ଲସ ଟୁ ଆଲୋଚନା ମଧ୍ୟ ହୋଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ରୁଷିଆ ପ୍ରତିପକ୍ଷ ଜେନେରାଲ୍ ସେର୍ଗି ସୋଇଗୁ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ରୁଷିଆ ପ୍ରତିପକ୍ଷ ସେର୍ଗି ଲାବରବଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଚଳିତ ବର୍ଷ ରୁଷିଆ ସହ ବୈଦେଶିକ ବ୍ୟାପାର କ୍ଷେତ୍ରରେ ଏହା ଚତୁର୍ଥ ବୈଠକ ଥିଲା । ରୁଷିଆ ଓ ଭାରତ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜଭୁତ କରିବା ପାଇଁ ଏହା ସହାୟକ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି । ଭାରତ ଓ ରୁଷିଆ ମଧ୍ୟରେ ସମ୍ମିଳନୀ ସବୁବେଳ ପାଇଁ ସ୍ୱତନ୍ତ୍ରତା ରଖିଥାଏ ବୋଲି ଜୟଶଙ୍କର କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ରୁଷିଆ ରଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ମିଳନୀ ପୂର୍ବରୁ ଦୁହେଁ ଆଲୋଚନା କରିଥିଲେ ।
ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରୁଷିଆ ପ୍ରତିପକ୍ଷ ସେର୍ଗି ସୋଇଗୁ ଟୁ ପ୍ଲସ ଟୁ ଆଳୋଚନା କରିଛନ୍ତି ଏହି ଅବସରରେ ସୋଇଗୁ କହିଛନ୍ତି ଯେ, ଭାରତ ଓ ରୁଷିଆ ମଧ୍ୟରେ ସଂପର୍କ ବହୁ ପୁରୁଣା ଓ ସ୍ୱାଭାବିକ । ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ରକ୍ଷା କ୍ଷେତ୍ରରେ କାମ କରି ଆସିଛି ଏହି ଦୁଇ ରାଷ୍ଟ୍ର୧୦ । ସେପଟେ ରାଜନାଥ ମଧ୍ୟ ଆଲୋଚନା ନେଇ ନିଜର ମତ ରଖିଛନ୍ତି ।
ଟୁ ପ୍ଲସ ଟୁ ଆଲୋଚନା ଅବସରରେ ଭାରତ ଓ ରୁଷିଆ ମଧ୍ୟରେ କିଛି ରାଜିନାମା ସ୍ୱାକ୍ଷର ହୋଇଛି । ୬ ଲକ୍ଷ ୧ ହଜାର ୪୨୭ଟି ଏକେ-୨୦୩ ଆସଲ୍ଟ ରାଇଫଲ୍ କିଣିବା ଲାଗି ରାଜିନାମା ସ୍ୱାକ୍ଷର କରାଯାଇଛି । ଏହାସହ ମିଲିଟାରି ଟେକ୍ନିକାଲ କୋ-ଅପରେସନ ପାଇଁ ମଧ୍ୟ ଦୁଇ ଦେଶ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହାଛଡ଼ା କୋଲାସିକୋବ ସିରିଜ୍ ଅସ୍ତ୍ର ଉତ୍ପାଦନ ପାଇଁ ଦୁଇ ଦେଶ ଚୁକ୍ତି କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡର ଏସ୍. ଜୟଶଙ୍କର ଓ ରୁଷିଆ ପ୍ରତିପକ୍ଷ ସେର୍ଗି ଲାବରବଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି । ତେବେ ଏହା ପୂର୍ବରୁ ଦୁହେଁ ପରସ୍ପକୁ ଭେଟିବାବେଳେ ହାତ ନ ମିଳାଇ କହୁଣୀ ମିଳାଇ ସ୍ୱାଗତ କରିଥିଲେ । କରୋନା ପାଇଁ ହ୍ୟାଣ୍ଡସେକ୍ ନ କରି ଦୁଇ ନେତା କହୁଣି ମିଳାଇଥିବା କୁହାଯାଉଛି ।
]]>