କିନ୍ତୁ ପାସ ସେନା ଢାକାରେ ବ୍ୟାପକ ଭାବରେ ବ୍ୟାପିଥିଲେ । କ୍ୟାପଟେନ ନିର୍ବାଣ ଏବଂ ତାଙ୍କ ଦଳ ଏହି ଚିଠିକୁ ନେଇ ଆକ୍ରମଣ କରିଥିଲା। କୌଣସି ପ୍ରକାରେ ସେହି ଚିଠି ପାକ୍ ସେନାର ଅଧିକାରୀଙ୍କ ନିକଟକୁ ପଠାଗଲା । ତେବେ ସେହି ଚିଠି ପାଇବା ପରେ ପାକ୍ ସେନାର ଅଧିକାରା ଆତ୍ମସମର୍ପଣ କରିଥିଲେ ।
ଭାରତୀୟ ସେନା ପ୍ରଥମ ଥର ପାଇଁ ଢାକାରେ ପ୍ରବେଶ କରିଥାଏ । ଇଣ୍ଡୋ-ପାକ୍ ବିଭାଜନ ପୂର୍ବରୁ ଜେନେରାଲ୍ ନିଆଜି ଏବଂ ଜେନେରାଲ୍ ନାଗ୍ରା ପରସ୍ପରକୁ ଜାଣିଥିଲେ। ତେବେ ଜେନେରାଲ ନିଆଜି ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ଥିଲେ। କିନ୍ତୁ ସେ କିଛି ସର୍ତ୍ତ ରଖିଥିଲେ, ଯାହା ଆମ ସେନା ମୁଖ୍ୟ ଜେନେରାଲ ସାମ ମାନେକ୍ସାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା |ପାକ୍ ସେନା ଅସ୍ତ୍ରଶସ୍ତ୍ର ଛଡାଇ ନେଇ ଥିବା ନେଇ ମଧ୍ୟ ସୂଚନା ମିଳିଛି । ସେହି ସମୟରେ ଭାରତୀୟ ସେନା ଚାରିପାଖରୁ ଢାକାକୁ ଘେରି ରହିଥିଲା ।
ଆମକୁ ପାକିସ୍ତାନୀ ଜିପ୍ ଅନୁସରଣ କରୁଥିଲା। ଆମେ ଆମର ଲୁଚିବା ସ୍ଥାନକୁ ଫେରୁଥିଲୁ | ପୁଣି ଥରେ ଆମ ଉପରେ ଗୁଳି ବିନିମୟ ଆରମ୍ଭ ହେଲା। ମେଜର ସେଠୀଙ୍କ ଗୋଡରେ ଗୁଳି ବାଜିଥିଲା ଏବଂ ତେଜେନ୍ଦର ମଧ୍ୟ ଗୁଳି ଚଳାଇ ସେଠାରେ ସହିଦ ହୋଇଥିଲେ। କିଛି ସମୟ ପରେ ଆମେ ଆମର ଲୁଚକାଳିରେ ପହଞ୍ଚିଲୁ | ଜେନେରାଲ ନାଗ୍ରା କର୍ଣ୍ଣେଲ ପନ୍ନୁଙ୍କ ସହ ସେଠାରେ ଥିଲେ। ଏହିପରି ଭାବରେ ମେଜର ଜେନେରାଲ ମହମ୍ମଦ ଜାମସେଦ ତାଙ୍କ ପିସ୍ତଲକୁ ଜେନେରାଲ ନାଗ୍ରାଙ୍କୁ ଦେଇ ଆତ୍ମସମର୍ପଣ କରିଥିଲେ ବୋଲି କହିଛନ୍ତି । କ୍ୟାପଟେନ ନିର୍ଭୟ ଚିଠିକୁ ନେଇ ଆତ୍ମସମର୍ପଣର ସମ୍ପୂର୍ଣ୍ଣ କାହାଣୀ କହିଥିଲେ।
]]>
ଘୋମାଘୋଟ ଯୁଦ୍ଧରେ ପାକିସ୍ତାନୀ ଫୌଜକୁ ଭାରତୀୟ ସେନା ପରାସ୍ତ କରିଥିଲା । ମିଳିଥିବା ସୂଚନା ଅନୁସାରେ ଭାରତ ପାକିସ୍ତାନର ପ୍ରାୟ ୧ ଲକ୍ଷ ଯବାନଙ୍କୁ ବନ୍ଦୀ କରିନେଇଥିଲା ଏହାସହ ପାକିସ୍ତାନରୁ ବାଂଲାଦେଶକୁ ମୁକ୍ତ କରିଥିଲା । ପରେ ପରେ ନୂଆ କରି ଗଠନ ହେଲା ବାଂଲାଦେଶ । ତେଣୁ ପ୍ରତିବର୍ଷ ଡିସେମ୍ବର ୧୬ କୁ ବିଜୟ ଦିବସ ଭାବରେ ପାଳନ କରାଯାଏ ।
୧୯୭୧ ମସିହା ପୂର୍ବରୁ ବାଂଲାଦେଶ ପାକିସ୍ତାନର ଏକ ଅଂଶ ଥିଲା । ଯାହାକୁ 'ପୂର୍ବ ପାକିସ୍ତାନ' ବୋଲି କୁହାଯାଉଥିଲା। ତେବେ ବର୍ତ୍ତମାନର ପାକିସ୍ତାନକୁ 'ପଶ୍ଚିମ ପାକିସ୍ତାନ' କୁହାଯାଉଥିଲା। 'ପୂର୍ବ ପାକିସ୍ତାନ'ର ଲୋକମାନେ ବର୍ଷ ବର୍ଷ ଧରି ସଂଗ୍ରାମ ତଥା ପାକିସ୍ତାନୀ ସେନାର ଅତ୍ୟାଚାରକୁ ବିରୋଧ କରି ଆନ୍ଦୋଳନ କରୁଥିଲେ । ଲୋକଙ୍କୁ ମାଡ ଦିଆଯାଉଥିଲା, ଶୋଷଣ କରାଯାଉଥିଲା, ଦୁଷ୍କର୍ମ ସହ ହତ୍ୟା ବି କରାଯାଉଥିଲା। ଏହି ଅତ୍ୟାଚାର ବିରୋଧରେ ଭାରତ ବାଂଲାଦେଶୀମାନଙ୍କୁ ଉଦ୍ଧାର କରିବାକୁ ପଣ କରି ଆଗକୁ ବଢିଥିଲା ।
ସ୍ୱାଧୀନତା ସଂଗ୍ରାମ ସମୟରେ ପାକିସ୍ତାନୀ ସେନାର ଅତ୍ୟାଚାରକୁ ବିରୋଧ କରି ବାଂଲାଦେଶରେ ମୁକ୍ତି ବାହୀନୀ ନାମକ ଏକ ସଂଗଠନ ବି ଗଠନ କରାଯାଇଥିଲା । ଯେଉଁ ସଂଗଠନରେ ଅନେକ ଆନ୍ଦୋଳନକାରୀ ଯୋଗ ଦେଇଥିଲେ । ତେବେ କ୍ରମାଗତ ଭାବରେ ପାକିସ୍ତାନୀର ଅତ୍ୟାଚାରକୁ ସହୟ କରିପାରିନଥିଲେ ବାଂଲାଦେଶର ନାଗରିକ ମାନେ । ଧୀରେ ଧୀରେ ଧୀନତା ଲାଗି ତେଜିଲା ଆନ୍ଦୋଳନ। ସ୍ୱାଧୀନତା ପାଇଁ ମୁକ୍ତି ବାହୀନୀ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ତେବେ ୧୯୭୧ ମସିହା ଡିସେମ୍ବର ୩ ତାରିଖରେ ଆରମ୍ଭ ହୋଇଥିଲା ଯୁଦ୍ଧ । ଯାହା କି ଶେଷରେ ବାଂଲାଦେଶର ଗଠନ କରିଥିଲା । ପାକିସ୍ତାନୀ ସେନାଙ୍କଠାରୁ ମୁକ୍ତି ପାଇଥିଲେ ବାଂଲାଦେଶର ନାଗରିକ । ତେବେ ଏହି ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତ । ତେଣୁ ଡିସେମ୍ବର ୧୬ କୁ ବିଜୟ ଦିବସ ରୂପେ ପାଳନ କରେ ଭାରତ ।
]]>
ସୁବେଦାର ଲକ୍ଷ୍ମଣ ସିଂ ୧୯୬୨, ୬୫ ଏବଂ ୭୧ ଯୁଦ୍ଧ ଲଢିଥିଲେ। ଭାରତ-ପାକିସ୍ତାନ ଯୁଦ୍ଧ ଅନୁଭୂତି ବର୍ଣ୍ଣନା କଲାବେଳେ ୯୦ ବର୍ଷ ବୟସରେ ବି ତାଙ୍କ ଶରୀର ବେଶ ଫୂର୍ତ୍ତି ଦେଖାଯାଏ। ସେ ୧୯୭୧ ଯୁଦ୍ଧ ବିଷୟରେ କୁହନ୍ତି, ଏହି ସମୟରେ ସେ ବାରୁଦ ସୁଡଙ୍ଗ ମଝିରେ ଫଶି ଯାଇଥିଲେ। ବିସ୍ଫୋରଣ ଯୋଗୁ ସେ ଗୁରୁତର ଆହତ ହୋଇଥିଲେ।
ରାଜସ୍ଥାନ ନିବାସୀ ଲକ୍ଷ୍ମଣ ସିଂହ ୫ କୁମାଉଁ ରେଜିମେଣ୍ଟରେ ନିଯୁକ୍ତି ପାଇଥିଲେ। ୧୯୭୧ ଯୁଦ୍ଧ ସମୟରେ ସେ ଆରଏସପୁରା ସୁଚେତପୁର ସୀମା ମ୍ୟାଙ୍ଗୋ ଓପି ଚେକ୍ପୋଷ୍ଟରେ ମୁତୟନ ଥିଲେ। ୧୯୭୧ ଯୁଦ୍ଧରେ ଏହି ୫ କୁମାଉଁ ରେଜିମେଣ୍ଟ ଅପୂର୍ବ ସାହାସ ଦେଖାଇଥିଲା।
ସେ କହନ୍ତି ସେହିବର୍ଷ ଡିସେମ୍ବର ଆରମ୍ଭରେ ପାକିସ୍ତାନ ସୈନ୍ୟମାନେ ଆମ ପୋଷ୍ଟ ଉପରକୁ ମେସିନ୍ ଗନ୍ରୁ ଫାୟାରିଂ କରିଥିଲେ। ତେବେ ଆମର କୌଣସି ସୈନିକଙ୍କର କିଛି କ୍ଷତି ହୋଇ ନ ଥିଲା। ହେଲେ ଆମ ସେନାଙ୍କୁ ସେମାନେ ସାମ୍ନା କରିପାରି ନ ଥିଲେ। ଆମର ଜବାବ ଏମିତି ଜୋରଦାର ଥିଲା ଯେ, ପାକିସ୍ତାନୀ ସେନା ନିଜ ପୋଷ୍ଟ ଛାଡି ପଳାଇଯିବାକୁ ବାଧ୍ୟ ହୋଇଥିଲେ। ଏହି ରେଜିମେଣ୍ଟ ପାକିସ୍ତାନର ପୋଷ୍ଟକୁ ନିଜ କବ୍ଜାକୁ ନେଇ ଆସିଥିଲେ।
ଏହି ଯୁଦ୍ଧ ସମୟରେ ସୁବେଦାର ଲକ୍ଷ୍ମଣ ସିଂହ ଏକ ଲାଣ୍ଡମାଇନ ନିଷ୍କ୍ରିୟ କରିବାକୁ ଯାଇଥିବାବେଳେ ବିସ୍ଫୋରଣରେ ଗୁରୁତର ହୋଇଥିଲେ। ତାଙ୍କ ଗୋଡରେ ଆଘାତ ଲାଗିଥିଲା। ଡିସେମ୍ବର ୧୩-୧୪କୁ ସେମାନଙ୍କୁ ସୂଚନା ଦିଆଗଲା ଯେ ପାକିସ୍ତାନ ଉପରେ ସେମାନେ ଜିତ୍ ହାସଲ କରିସାରିଛନ୍ତି। ସେତେବେଳଳକୁ ଭାରତୀୟ ଯବାନ ଲାହୋର ପହଞ୍ଚି ସାରିଥିଲେ।
ସୁବେଦାର ଲକ୍ଷ୍ମଣ ସିଂହଙ୍କୁ ୧୯୮୨ରେ ତତ୍କାଳୀନ ରାଷ୍ଟ୍ରପତି ନିଲମ ସଞ୍ଜୀବ ରେଡ୍ଡି ସମ୍ମାନିତ କରିବା ସହ ତାଙ୍କର ବୀରତ୍ୱର ପ୍ରଶଂସା କରିଥିଲେ। ୧୯୭୯ରେ ସେନାରୁ ଅବସର ନେବା ପରେ ପରିବାର ସହ କୃଷ୍ଣାପୁରୀରେ ରହୁଥିଲେ। ସେତିକି ନୁହେଁ, ସେନାବାହିନୀରେ ଯୋଗ ଦେଇ ଦେଶ ମାତୃକାର ପୂଜା କରିବା ପାଇଁ ଯେମିତି ସୁବେଦାର ଲକ୍ଷ୍ମଣ ସିଂହଙ୍କ ପରିବାର ଶପଥ ନେଇଛନ୍ତି। ଲକ୍ଷ୍ମଣ ସିଂହଙ୍କ ପରେ ତାଙ୍କ ପୁଅ, ନାତି ମଧ୍ୟ ସେନାରେ ଯୋଗ ଦେଇଛନ୍ତି।
]]>
୧୯୭୧ ଯୁଦ୍ଧରେ ପାକିସ୍ତାନ ଭାରତୀୟ ଯବାନଙ୍କ ପାଖରେ ପରାଜୟ ସ୍ୱୀକାର କରିଥିଲେ। ଏଥିପାଇଁ ଅନେକ ବୀର ସନ୍ତାନଙ୍କୁ ହରାଇଥିଲା ଭାରତମାତା। ଏମିତି ଜଣେ ଯୋଦ୍ଧା ନିର୍ମଳଜିତ୍ ସିଂହ। ଭାରତୀୟ ବାୟୁ ସେନାର ଏହି ଯୋଦ୍ଧାଙ୍କୁ ପରମବୀର ଚକ୍ର ମିଳିଥିଲା। ୧୯୭୧ ଯୁଦ୍ଧ ଯେବେ ବି ମନକୁ ଆସିବ ଫ୍ଲାଇଙ୍ଗ ଅଫିସର ନିର୍ମଳଜିତ ସିଂହଙ୍କ ବୀରତ୍ୱର କାହାଣୀ ଆଖି ଆଗରେ ଭାସି ଉଠିବ। ନିର୍ମଳଜିତ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ପାକିସ୍ତାନର ୬ଟି ଜେଟ ବିମାନକୁ ଏକା ଏକା ଧୂଳି ଚଟାଇଥିଲେ ଏବଂ ଦୁଇଟିକୁ ଡଗ ଫାଇଟ୍ରେ ହରାଇ ଖସାଇବାରେ ସଫଳ ହୋଇଥିଲେ। ଅନ୍ୟ ୪ଟି ଶତ୍ରୁପକ୍ଷ ଜେଟ ପରିସ୍ଥିତିକୁ ଦେଖି ଖସି ପଳାଇବାକୁ ବାଧ୍ୟ ହୋଇଥିଲେ।
ଡିସେମ୍ବର ୧୯୭୧ରେ ଯେତେବେଳେ ପାକିସ୍ତାନୀ ଫୌଜର ୧୧ ବାୟୁସେନା ଆମର ବାୟୁସେନା ଆଡ୍ଡା ଉପରେ ଆକ୍ରମଣ କଲା ସେତେବେଳେ ନିର୍ମଳଜିତ୍ ଶ୍ରୀନଗର ଏୟାର ବେସ୍ରେ ତାଙ୍କର ନେଟ ଏୟାର ସ୍କ୍ୱାର୍ଡନଙ୍କ ସହ ଦାୟତ୍ୱରେ ଥିଲେ। ପାକ୍ ସେନାଙ୍କ ଆକ୍ରମଣରୁ ଶ୍ରୀନଗରରୁ ବଞ୍ଚାଇବା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା।୧୪ ଡିସେମ୍ବର ସକାଳ ପ୍ରାୟ ୮ଟା ହେବ। ଏକାସାଙ୍ଗରେ ୬ ପାକିସ୍ତାନୀ ଜେଟ ବିମାନ ଶ୍ରୀନଗର ଏୟାର ବେସ୍କୁ ଟାର୍ଗେଟ କରିଥିଲା।
ନିର୍ମଳଜିତ ତୁରନ୍ତ ଅତି ନିକଟରେ ଉଡୁଥିବା ପାକିସ୍ତାନୀ ଜେଟକୁ ପିଛା କରିବାକୁ ଲାଗିଲେ। ତାଙ୍କ ପଛରେ ଆଉ ଏକ ପାକିସ୍ତାନୀ ଜେଟ ତାଙ୍କ ସହ ତାଙ୍କୁ ଟାର୍ଗେଟ କରୁଥିଲେ ଏବଂ ପଛରେ ଦୁଇଟ ଜେଟ୍ ବି ତାଙ୍କୁ ପିଛା କରୁଥିଲା। ଏପରି ସ୍ଥିତିରେ ଜୀବନକୁ ଭୟ ନ କରି ସେ ଡଗ ଫାଇଟ୍ କରି ଶତ୍ରୁ ବିମାନକୁ ପାଣି ପିଆଇ ଦେଇଥିଲେ। ଶେଷରେ ଦୁଇଟି ବିମାନକୁ ମାରି ଖସାଇବାରେ ସଫଳ ହୋଇଥିଲେ।
ଦୁଇଟି ବିମାନକୁ ଖସାଇବା ପରେ ନିର୍ମଳଜିତ୍ ୩ୟ ବିମାନକୁ ଟାର୍ଗେଟ କଲେ। ହେଲେ ତା ପୂର୍ବରୁ ସେ ଜାଣି ପାରିଥିଲେ ତାଙ୍କ ବିମାନରେ ନିଆଁ ଲାଗି ଯାଇଛି। ତା ପୂର୍ବରୁ ସେ ଶେଷ ସନ୍ଦେଶ ଦେଇଗଲେ-‘ ବୋଧହୁଏ ମୋ ନେଟ ବି ଟାର୍ଗେଟରେ ପହଞ୍ଚି ଗଲାଣି..ଏବେ ତୁମେ ମୋର୍ଚ୍ଚା ଦାୟିତ୍ୱ ନିଅ।’ ଏହା କହିବା ପରେ ପରେ ତାଙ୍କ ବିମାନ ଜଳୁଥିବା ଅବସ୍ଥାରେ ତଳକୁ ଖସୁଥିବା ଦେଖିବାକୁ ମିଳିଥିଲା। ସମସ୍ତଙ୍କ ସାମ୍ନାରେ ଚାହୁଁ ଚାହୁଁ ଭାରତ ମାତା ତା‘ର ବୀର ପୁତ୍ରକୁ ସବୁଦିନ ପାଇଁ ହରାଇ ଦେଲା...।
]]>