ଡ୍ରଙ୍କ୍ ଆଣ୍ଡ ଡ୍ରାଇଭରେ ଜବତ ଗୋଟିଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଜଣେ କାର ଚାଳକଙ୍କଠାରୁ ଜବତ ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ୨ଟି ପର୍ଯ୍ୟାୟରେ ୫ ହଜାର ଟଙ୍କା ନେବାକୁ ଦାବି କରିଥିଲେ SI ପ୍ରିୟବ୍ରତ ପ୍ରଧାନ । ପୂର୍ବରୁ ୩ ହଜାର ଟଙ୍କା ନେଇଥିଲେ । ଆଜି ଆଉ ୨ ହଜାର ଟଙ୍କା ନେବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ ।
]]>ପାହାଳ ଅଞ୍ଚଳରେ ଥିବା ଉତ୍କଳ ସିଗ୍ନେଚରରେ ୩ ହଜାର ବର୍ଗଫୁଟରେ ନିର୍ମିତ କୋଟିଏ ଟଙ୍କାର ଫ୍ଲାଟ୍ ଥିବା ବେଳେ ଗୌତମନଗର ଅଞ୍ଚଳରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ୨ କୋଟି ଟଙ୍କା ମୂଲ୍ୟର ୨୫୦୦ ବର୍ଗଫୁଟ୍ର ସପିଂ କମ୍ପ୍ଲେକ୍ସ, କଳ୍ପନା ସ୍ଥିତି ଉତ୍କଳ ରୟାଲ୍ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଫ୍ଲାଟ, କଳାରାହଙ୍ଗ ଅଞ୍ଚଳରେ ଜେଡ୍ -୧ ଆଇକନିକ୍ ରେ ୫ ବିଏଚକେ ଫ୍ଲାଟ୍ ପାଇଁ ଅଗ୍ରୀମ ୧.୩୫କୋଟି ଟଙ୍କା ଜମା ଦେଇଥିଲେ ।
ସେହିପରି ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ୱେଷ୍ଟ୍ ଏଣ୍ଡ ଆପାର୍ଟମେଣ୍ଟରେ ଫ୍ଲାଟ୍, ରଙ୍ଗମାଟିଆ ହରପ୍ରିୟା ଏନକ୍ଲେଭରେ ଫ୍ଲାଟ ଠାବ ହୋଇଛି। ବେଙ୍ଗାଲୁରୁରେ ମଧ୍ୟ ତାଙ୍କର ଫ୍ଲାଟ ରହିଛି। ସେ ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି।
ଭୁବନେଶ୍ୱର ଆକ୍ସିସ ବ୍ୟାଙ୍କରେ ସର୍ବାଧିକ ୨ କୋଟି ୧୧ଲକ୍ଷ ୭୯ ହଜାର ଟଙ୍କା ଥିବା ବେଳେ ICICI ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର ଟଙ୍କା ଓ SBIରେ ୩୯ ଲକ୍ଷ ୫୫ ହଜାର ଟଙ୍କା ରହିଛି। ଇନସ୍ୟୁରାନ୍ସ ଓ ବଣ୍ଡ୍ ଜମାକୁ ଠାବ କରାଯାଇଛି। ଏନଏଚଏଆଇ କ୍ୟାପିଟାଲ୍ ଗେନ୍ ବଣ୍ଡରେ ୪୮ଲକ୍ଷ ଟଙ୍କା ଓ ମ୍ୟାକ୍ସ ଲାଇଫରେ ୩୧ ଲକ୍ଷ ୯୦ ହଜାର ଟଙ୍କା ରହିଛି। ଘରୁ ନଗଦ ୧ଲକ୍ଷ ୧୬ହଜାର ୭୦୦ ଟଙ୍କା, ୬୦୦ ଗ୍ରାମର ସୁନା ଗହଣା ୩୧୮ ଗ୍ରାମର ରୁପା, ୯ ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
]]>ସୂଚନା ଅନୁସାରେ, କୋମନା ତହସିଲର ମିଛାପାଲି ଆରଆଇ ସେକସନର ୩୦ ଜଣ ଲୋକ ଦୀର୍ଘ ୨୦ ବର୍ଷ ହେବ ସରକାରୀ ଜମିକୁ ଜବରଦଖଳ କରି ଚାଷବାସ କରି ଆସୁଥିଲେ ।
ଏହି ଜବରଦଖଲ ଜମିକୁ ପଟ୍ଟା କରିଦେବା ପାଇଁ ରେଭିନ୍ୟୁ ସୁପରଭାଇଜର ନିଜ ଉଦ୍ୟାନବନ୍ଧ ଗାଁର ଭଡ଼ାଘରେ ଜବରଦଖଲକାରୀ ନୀଳମଣି ମାଝିଙ୍କ ଠାରୁ ୩୦ ଜଣଙ୍କ ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।
ସେଠାରୁ ତାଙ୍କୁ ଧରିବା ସହିତ, ତାଙ୍କ ଉଦ୍ୟାନବନ୍ଧ ଭଡ଼ା ଘର ଓ କୋମନା ତହସିଲ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ନୂଆପଡ଼ା ଭିଜିଲାନସ୍ ଡିଏସପିଙ୍କ ନେତୃତ୍ୱରେ ନୂଆପଡା ଓ ଭବାନିପାଟଣା ଭିଜିଲାନସ୍ ଟିମ ଚଢାଉରେ ସାମିଲ ଥିବା ସୂଚନା ମିଳିଛି ।
]]>ସରକାରୀ ଚାକିରୀ..ପଦବୀ ମୋଟର୍ ଭେଇକିଲ୍ ଇନିସପେକ୍ଟର ବା MVI । ଆଉ ଏହି ଲାଭଜନକ ପଦବୀର ଅଧିକାରୀ ହେଉଛନ୍ତି ଜଣେ ସରକାରୀ ବାବୁ । ଯାହାଙ୍କ ନାଁ ପଞ୍ଚାନନ ବେହେରା,ନୟାଗଡ଼ର MVI । ହେଲେ ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଏବେ ଟେରା । କାରଣ ରାଜଧାନୀ ଭୁବନେଶ୍ୱରରେ ଭିଜିଲାନ୍ସ ଯେଉଁଠି ହାତ ମାରୁଛି ପ୍ରାୟତଃ ସେହି ସ୍ଥାନରୁ ବାହାରୁଛି MVI ବାବୁଙ୍କ ଜାଗାବାଡ଼ି ।
ଭିଜିଲାନ୍ସର ତଥ୍ୟ କହୁଛି, ଭୁବନେଶ୍ବରର ପ୍ରାଇମ୍ ଲୋକେସନରେ ରହିଛି ସତେଇଶଟି ପ୍ଲଟ୍ । ହଁ ଠିକ୍ ଶୁଣିଲେ, ଟୋଟାଲ୍ ୩୧ଟି ପ୍ଲଟ୍ । ସେହି ୩୧ଟି ପ୍ଲଟ୍ ମଧ୍ୟରେ ରହିଛି ୧୦ଟି ବେନାମୀ । ଆଉ ମୋଟ୍ ୩୧ଟି ପ୍ଲଟ ଭିତରୁ ଜମି ମାଫିଆ ଏବଂ ଦଲାଲଙ୍କ କବଜାରେ ଥିବା ପଥରଗାଡ଼ିଆରେ ୧୮ଟି ପ୍ଲଟର ମିଳିଛି ସନ୍ଧାନ ।
ବଳ ପ୍ଲଟ୍ କାହିଁକି, ଶୈଳଶ୍ରୀ ବିହାରରେ ୩ ହଜାର ସ୍କୋୟାର ଫୁଟର ଏବଂ ପାଣ୍ଡରା ସତ୍ୟବିହାରରେ ୨୪ଶହ ସ୍କୋୟାର ଫୁଟର ଗୋଟିଏ ଲେଖାଏଁ କୋଠା ବି ଭିଜିଲାନ୍ସ ଟିମ୍ ଠାବ କରିଛି । ଏପରିକି ୪ଟି ବେନାମୀ ୪ ଚକିଆ ଗାଡ଼ି ସହ ଅନ୍ୟ ସମ୍ପତ୍ତି ବି ପାଇଛି ଭିଜିଲାନ୍ସ । ବଡ଼ କଥା ହେଉଛି, ଅଧିକାଂଶ ସମ୍ପତ୍ତି ନିଜର ଶାଳକ ଏବଂ ପୁତୁରା ନାଁରେ ରଖିଛନ୍ତି MVI ବାବୁ ।
୧୯୮୯ ମସିହାରେ ଜନସ୍ୱାସ୍ଥ୍ୟ ବିଭାଗର ଜୁନିୟର ଇଞ୍ଜିନିୟର ଭାବେ ଚାକିରୀ ଆରମ୍ଭ କରିଥିଲେ ପଞ୍ଚାନନ । ଏହାପରେ ୨୦୦୩ରେ ବନିଗଲେ ଜୁନିୟର ଏମଭିଆଇ । ତା ପରେ ପ୍ରମୋସନ ପାଇ ଏମଭିଆଇ ହେଲେ । ଆଉ ୩୫ ବର୍ଷ ଧରି ଚାକିରୀ କରିବା ପରେ ଏବେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୈତୃକ ଘର ସମେତ ୭ଟି ଜାଗାରେ ଛାପା ମାରିଛି ଭିଜିଲାନ୍ସ ।
ଏଠି ପ୍ରଶ୍ନ ଉଠୁଛି, କେଉଁ ସୂତ୍ରରୁ ଏତେ ସମ୍ପତ୍ତି ଠୁଳ କରିଛନ୍ତି ପଞ୍ଚାନନ ? ଯେହେତୁ ସେ ମୋଟର୍ ଭେଇକିଲ୍ ଇନିସପେକ୍ଟର ଥିଲେ, ଏହାର ଫାଇଦା ଉଠାଇ କମର୍ସିଆଲ୍ ଗାଡ଼ି ଯାଞ୍ଚ, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ, ମୋଟର ଭେହିକିଲ୍ ଭାଲୁଏସନ୍ ନାଁରେ ଅସଦ୍ ଉପାର୍ଜନ କରିନାହାଁନ୍ତି ତ ? ନିଜେ ବର୍ତ୍ତିଯିବା ପାଇଁ ଠୁଳ ସମ୍ପତ୍ତିକୁ ସଂପର୍କୀୟଙ୍କ ନାଁରେ କରିଥିଲେ କି ପଞ୍ଚାନନ ? ଅପେକ୍ଷା, ଆକଳନ ସରିବା ପରେ କି ତଥ୍ୟ ସାମ୍ନାକୁ ଆଣୁଛି ଭିଜିଲାନ୍ସ ।
ସରକାରୀ ପଦପଦବୀରେ ରହି ଆଖିତରାଟିଲା ଭଳି ସମ୍ପତ୍ତି ଠୁଳ କରିବାରେ ବାବୁ ପଞ୍ଚାନନ ଜଣେ ନୁହଁନ୍ତି । ଇତିମଧ୍ୟରେ ବହୁ ବଡ଼ବଡ଼ିଆ ଅଫିସର ବନ୍ଧା ହେଲେଣି । ଭିଜିଲାନ୍ସର ସବିଶେଷ ତଥ୍ୟ କହୁଛି, ୨୦୨୩ରେ ପଞ୍ଜିକୃତ ହୋଇଥିଲା ୮୫ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା । ଯେଉଁଥିରେ ୧୨୪ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବାବେଳେ ୩୭ ଜଣ କ୍ଲାସ୍ ୱାନ୍ ଅଫିସର ଏବଂ ୧୯ ଜଣ ସେକେଣ୍ଡ କ୍ଲାସ୍ ଅଫିସରଙ୍କ ସମେତ ୮୯ ଜଣ ସରକାରୀ ବାବୁ ଧରାପଡ଼ିଲେଣି । ଏଭଳି ସ୍ଥିତିରେ ୬୦ ପ୍ରତିଶତ ଦଣ୍ଡବିଧାନ ହାରକୁ ନେଇ ରାଜ୍ୟ ସରକାର ଖୁସି ଅଛନ୍ତି ସତ, କିନ୍ତୁ ଦୁର୍ନୀତିର ଚେର କେମିତି ଉପୁଡ଼ାଯିବ, ଥଳକୂଳ ପାଉନାହାଁନ୍ତି ।
(ରିପୋର୍ଟ- ନୟାଗଡ଼ରୁ ଜୟେନ୍ଦ୍ର ବେହେରା)
]]>ପ୍ରଶାନ୍ତଙ୍କ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍, ୫ଟି ପ୍ଲଟ, ୧ କୋଟି ୩୭ ଲକ୍ଷର ବ୍ୟାଙ୍କ ଜମା, ୫ଶହ ଗ୍ରାମରୁ ଅଧିକ ସୁନା ଓ ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତ ଗନ୍ତାୟତଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ଘର ସହ ଅଫିସରେ ରେଡ୍ ଚାଲିଛି । ତେବେ ଭିଜିଲାନ୍ସ ଜବତ କରିଥିବା ସୁନାର ଦାମ୍ ପାଖାପାଖି କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଏହି ଚଢ଼ାଉ ମୋଟ ୮ଟି ସ୍ଥାନରେ କରାଯାଉଥିବା ସୂଚନା ଦେଇଛି ଭିଜିଲାନ୍ସ । ଏଥିରେ ମୋଟ୍ ୮ଜଣ ଡିଏସ୍ପି ଓ ୫ ଜଣ ଇନିସ୍ପେକଟର ସାମିଲ ଅଛନ୍ତି । ଭୁବନେଶ୍ୱରର ୪ଟି ସ୍ଥାନରେ ଭିଜିଲାନ୍ସ ଯାଞ୍ଚ କରୁଥିବାବେଳେ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ଚଢ଼ାଉ କରାଯାଉଛି । ସେହିପରି ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ମୋଟ୍ ୧୬ଟି ବ୍ୟାଙ୍କ ଆକାଉଣ୍ଟ ରହିଥିବା ସୂଚନା ଦେଇଛି ଭିଜିଲାନ୍ସ ।
ତେବେ ରେଡ ପରେ ପ୍ରଶାନ୍ତଙ୍କ ମୋଟ ସଂପତ୍ତିର ପରିମାଣ ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
]]>ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ସୁନୀଲଙ୍କ ଘର, ଅଫିସରେ ରେଡ୍ ପରେ ତାଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ କାବା ହୋଇ ଯାଇଥିଲେ । ଭୁବନେଶ୍ୱର ଜାଗମରାରେ ୧ କୋଟି ୧୦ ଲକ୍ଷ ଟଙ୍କାର ୩ ମହଲା କୋଠା, ଆସ୍କାରେ ମାର୍କେଟ କମ୍ପ୍ଲେକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା, ଗୋଟିଏ କାର୍ ଓ ୪ଟି ବାଇକ୍, ୧୭ଟି ବ୍ୟାଙ୍କ ଆକାଉଣ୍ଟ, ବୀମା, ପୋଷ୍ଟାଲ ଜମା ସହ କିଛି ଜମି ଓ ପ୍ଲଟ ଠାବ କରି ଯାଞ୍ଚ ଚାଲିଛି ।
ଏଯାଏଁ ପୁରା ଆକଳନ ସରିନାହିଁ, ଗଣତି ସରିଲେ ଆହୁରି କେତେ ଯେ ବାହାରିବ କେଜାଣି । ସଂଯୋଗର କଥା ହେଉଛି ସୁନୀଲଙ୍କ ବାପା ଜଗବନ୍ଧୁ ପାଢ଼ୀ ମଧ୍ୟ ଦୁର୍ନୀତି ମାମଲାରେ ୨୦୦୯ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେ ଆର୍ ଉଦୟଗିରିରେ ରେଞ୍ଜର ଥିବାବେଳେ ୧୯୯୯ରେ ତାଙ୍କ ନାଁରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ହୋଇଥିଲା । ବ୍ରହ୍ମପୁର ସ୍ପେଶାଲ ଭିଜିଲାନ୍ସ କୋର୍ଟ ଜଗବନ୍ଧୁଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ଲକ୍ଷ ଟଙ୍କା ଜୋରିମାନା କରିଥିଲେ ।
]]>ହେଲେ ବାବୁଙ୍କ ଏହି ଆଲିସାନ କୋଠାରେ କିନ୍ତୁ ଏଣ୍ଟ୍ରି ମାରିଛି ଭିଜିଲାନସ । ଆଲମାରୀଠୁ କପ୍ ବୋର୍ଡ ଯାଏଁ ଖୋଜୁଛି ତନ୍ନ ତନ୍ନ କରି, ଅଣ୍ଡାଳୁଛି କାଗଜପତ୍ର । କାରଣ ଯନ୍ତ୍ରୀ ସୁନୀଲ କୁମାର ଠୁଳ କରିଛନ୍ତି ଆୟଠୁ ଅଧିକ ସମ୍ପତ୍ତି। ଆଉ ସେହି ଆୟରେ ଛିଡ଼ା କରାଇଛନ୍ତି ବିଶାଳ ସାମ୍ରାଜ୍ୟ।
ସମୟ ଭୋର୍ ପ୍ରାୟ ୪ଟା। ଯନ୍ତ୍ରୀ ସୁନୀଲ ପାଢ଼ୀଙ୍କ ସାମ୍ରାଜ୍ୟ ଉପରେ ଚଢ଼ାଉ ଆରମ୍ଭ କରିଥିଲା ଭିଜିଲାନ୍ସ ସେଲ୍। ପାଢ଼ୀସ୍ ଭିଲ୍ଲାରେ କବାଟ ବାଡ଼େଇଥିଲେ ଭିଜିଲାନ୍ସ ଅଧିକାରୀ। କିନ୍ତୁ କବାଟ ଖୋଲିବା ବଦଳରେ ବାବୁ ଭିଜିଲାନ୍ସକୁ ଦେଖି ଖସିଯିବାକୁ ଆରମ୍ଭ କରିଥିଲେ ପ୍ରୟାସ। ଘର ଛାତ ଡେଇଁ ପଡ଼ୋଶୀ ମହେଶ ଚାନ୍ଦଙ୍କ ଘରେ ଯାଇ ଶରଣ ପଶିଥିଲେ ବୋଲି କହିଛି ଭିଜିଲାନ୍ସ ।
ଏହାକୁ ନେଇ ଦିନତମାମ ଆଜି ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ ପରେ ଦିନ ପ୍ରାୟ ସାଢ଼େ ଗୋଟାଏ ବେଳକୁ ବାବୁଙ୍କ ହେଲା ଆବିର୍ଭାବ। ପଡ଼ୋଶୀ ମହେଶ ଚାନ୍ଦ ହିଁ ଯନ୍ତ୍ରୀଙ୍କୁ ନିଜ ଘରୁ ବାହାର କରି ଆଣି ଭିଜିଲାନ୍ସ ହେପାଜତରେ ଦେଇଥିଲେ। କିନ୍ତୁ, ଯନ୍ତ୍ରୀଙ୍କ କହିବା କଥା, ସେ କୁଆଡ଼େ ଲୁଚିନଥିଲେ। କବାଟ ବନ୍ଦ ଯୋଗୁ ନିଜ ଘରକୁ ଯାଇନଥିଲେ।
ସୁନୀଲଙ୍କୁ ଧରି ଖୋଳତାଡ଼ କରୁଥିବା ଭିଜିଲାନସ ଆଜି ସକାଳୁ ଏକକାଳୀନ ଜାଗମରା ସହ ୫ଟି ସ୍ଥାନରେ ରେଡ୍ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଯନ୍ତ୍ରୀ ସୁନୀଲଙ୍କ ବାପା ଜଗବନ୍ଧୁ ପାଢୀ ହେଉଛନ୍ତି ପୂର୍ବତନ ରେଞ୍ଜର୍। ପୁଅର କାଣ୍ଡ ଯୋଗୁ ବାପା ଜଗବନ୍ଧୁ ବି ଏବେ ଭିଜିଲାନସ ସ୍କାନରରେ । ଏଥିପାଇଁ ଆସିକାର ସୁନାମ୍ଭ ସ୍ଥିତ ଜଗବନ୍ଧୁଙ୍କ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ୍ କଂପ୍ଲେକ୍ସ, ଭଂଜନଗର ସ୍ଥିତ ସମ୍ପର୍କୀୟ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।
ଏହି ଚଢ଼ାଉରେ ଅପରାହ୍ନ ସୁଦ୍ଧା ଭିଜିଲାନସ ଟିମ୍ ଜାଗମରାରେ ୧ କୋଟି ୧୦ ଲକ୍ଷର ୩ ମହଲା କୋଠା, ଆସ୍କାରେ ମାର୍କେଟ କମ୍ପ୍ଲେକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା, ଗୋଟିଏ କାର ଓ ୪ଟି ବାଇକ୍, ୧୭ଟି ବ୍ୟାଙ୍କ ଆକାଉଣ୍ଟ, ବୀମା, ପୋଷ୍ଟାଲ ଜମା ସହ କିଛି ଜମି ଓ ପ୍ଲଟ ଠାବ କରି ଯାଞ୍ଚ କରୁଛି।
ଏଠି ପ୍ରଶ୍ନ, ଉପାନ୍ତ କୋରାପୁଟରୁ କ୍ୟାପିଟାଲ୍ ଭୁବନେଶ୍ୱର ଯାଏଁ ଚାକିରି କରିଥିବା ଯନ୍ତ୍ରୀ କେମିତି ଏତେ ସମ୍ପତ୍ତି ଠୁଳ କଲେ ? କେଉଁ ପ୍ରଭାବଶାଳୀଙ୍କ ଛତ୍ରଛାୟାରେ ସୁନୀଲ ପାଢ଼ୀ ବନିଯାଇଛନ୍ତି କି କୁବେର ଯନ୍ତ୍ରୀ ? ଅପେକ୍ଷା ଭିଜିଲାନ୍ସ ସେଲର ଚୁଡାନ୍ତ ରିପୋର୍ଟକୁ ।
]]>
ଓଲିଉଡରେ ସେ ନିଜର କଳା ଟଙ୍କା ଲଗାଇ ନାହାନ୍ତି ତ ? ଆଉ ଏକ ବଡ଼ କଥା ହେଲା- ଆଇଆଇସି ହେବା ପୂର୍ବରୁ ସୁଶାନ୍ତ ଥରେ ସସ୍ପେଣ୍ଡ୍ ହୋଇଥିଲେ । ୩ଟି ଜିଲ୍ଲାର ଏସ୍ପିଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ କରାଯାଇଥିଲା । ଏହା ସତ୍ତ୍ୱେ ୨୦୨୩ରେ ଆଇଆଇସି ପଦବୀକୁ ପ୍ରମୋସନ ପାଇଥିଲେ ।
#ଖାଉ_ଥାନାବାବୁଙ୍କ_ଓଲିଉଡ୍_ଲିଙ୍କ୍ !
— ଓଟିଭି (@otvkhabar) November 29, 2023
ଫିଲ୍ମରେ, ସିରିଏଲରେ ଅଭିନୟ କରିଥିଲେ ସୁଶାନ୍ତ ....ଓଲିଉଡରେ ଲାଗିଛି କି ସୁଶାନ୍ତଙ୍କ କଳା ଟଙ୍କା ....ତାଙ୍କ ବିରୋଧରେ ୩ ଏସପିଙ୍କ ପ୍ରୋସିଡିଂ ...#Odisha #OTV #Police pic.twitter.com/Woqg8GvoD7
ପ୍ରଥମେ ୨୦୧୨ରେ ଜଗତସିଂହପୁର ଏସ୍ପି ସୁୁଶାନ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ୨୦୧୮ରେ କଟକ ଏସ୍ପି ମଧ୍ୟ ଏପରି ନିର୍ଦ୍ଦେଶ ଦେଇଥିଲେ । ୨୦୨୦ରେ ରାୟଗଡ଼ା ଏସ୍ପି ସୁଶାନ୍ତଙ୍କୁ ପ୍ରଥମେ ତାଗିଦ କରିବା ପରେ ସସ୍ପେଣ୍ଡ୍ କରିଥିଲେ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।
ପ୍ରଶ୍ନ ଉଠୁଛି, ଏତେ ସବୁ ବିବାଦ ସତ୍ତ୍ୱେ ସୁଶାନ୍ତ ଶପତଥୀ କେମିତି ପ୍ରମୋସନ ପାଇଲେ । ତାଙ୍କ ପଛରେ କେଉଁ ବଡ଼ ଲୋକଙ୍କ ଆଶୀର୍ବାଦ ଥିଲା କି ? ନଗଦ ୩୭ ଲକ୍ଷ ଜବତ ହେବା ପରେ ତାଙ୍କୁ ଗିରଫ କରାଯାଇଛି । ଏବେ ସେ ବୈପାରୀଗୁଡ଼ା ଜେଲ୍ରେ ଅଛନ୍ତି । ଭିଜିଲାନ୍ସ ତଦନ୍ତ ଜାରି ରଖିଛି । ଆହୁରି ସ୍ଥାବର ଅସ୍ଥାବର ସଂପତ୍ତି ବାହାରିପାରେ ।
]]>ସେହିଭଳି ୨ଟି ଚାରି ଚକିଆ ଯାନ ଠାବ କରାଯାଇଛି। ଏକ ରିୟଲ ଇଷ୍ଟେଟ କମ୍ପାନୀକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି । ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଅବକାରୀ ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଡିଏସ୍ -ଥ୍ରୀ ସିନେମା ହଲ ନିକଟ ଭଡ଼ା ଘର, ନବରଙ୍ଗପୁର ଓ ଜୟପୁରର ୪ଟି ଠିକଣାରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି।
]]>ଅଭିଯୋଗ ଅନୁସାରେ, ସେ ବବଡ଼ା ଗାଁର କରୁଣାକର ନାଏକଙ୍କ ଠାରୁ ଜବତ ବାଇକ୍ ରିଲିଜ୍ କରିବାକୁ ପୂର୍ବରୁ ୨୦ ହଜାର ଟଙ୍କା ନେଇଥିଲେ। ପରେ କୋର୍ଟ ଅର୍ଡର ଦେଖାଇବା ସତ୍ତ୍ୱେ ଆହୁରି ୧୫ ହଜାର ଟଙ୍କା ଦେବାକୁ କହିଥିଲେ। କରୁଣାକର ଏ ନେଇ ବୌଦ୍ଧ ଭିଜିଲାନ୍ସକୁ ଜଣାଇବା ପରେ, ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ବାଉଁସୁଣୀ ଥାନା ଅଂଚଳରେ ଛପି ରହିଥିଲା ।
#ଲାଞ୍ଚୁଆ_ପୋଲିସ_ଗିରଫ
— ଓଟିଭି (@otvkhabar) November 22, 2023
କୋର୍ଟ ଅନୁମତି ପରେ ବି ଜବତ ଗାଡ଼ିକୁ ଛାଡ଼ିବା ପାଇଁ ଲାଞ୍ଚ ମାଗୁଥିଲେ ପୋଲିସ ବାବୁ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । #Boudh #Odisha #BribeCase pic.twitter.com/nHRbIEixDz
ଫୋନପେ ଯୋଗେ ଲାଞ୍ଚ ଟଙ୍କା ନେଣଦେଣ ବେଳେ, ସବଇନସପେକ୍ଟରଙ୍କୁ ବିକ୍ରମଙ୍କୁ ମାଡ଼ି ବସିଥିଲା । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ଏବଂ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।...
]]>ତାଙ୍କ ବଲାଙ୍ଗିର ଅଫିସ, ଘର, ସମ୍ପର୍କୀୟଙ୍କ ଘରେ ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ସମ୍ପର୍କରେ ସୂଚନା ପାଇଛି ଭିଜିଲାନ୍ସ ।ପୁରୀର ସାକ୍ଷୀଗୋପାଳ ବ୍ଲକ ଛକରେ ୪ ମହଲା କୋଠା, ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁରରେ ଦୁଇ ମହଲା କୋଠା, ଗୋପ ସୋରିଷିଆପଦାରେ ଏକ କୋଠା ସହ ପିପିଲି, ସତ୍ୟବାଦୀ ଆଦି ସ୍ଥାନରେ ୧୫ରୁ ଅଧିକ ପ୍ଲଟ ରହିଛି ।
ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି।
ଅନ୍ୟପଟେ ମଧ୍ୟ ଭୁବନେଶ୍ୱର ପିଏଚ୍ ଡିଭିଜନର କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।ତାଙ୍କ ଆୟଠାରୁ ସେ ୩୩୮ ପ୍ରତିଶତ ଅଧିକ ଆୟ ବହିର୍ଭୁତ ସଂପତ୍ତି ଠାବ କରିଥିବା ସୂଚନା ଦେଇଛି ଭିଜିଲାନ୍ସ । ତାଙ୍କ ନିକଟରୁ ୪ କୋଟିର ଜମା, ୩ଟି କୋଠା, ୬ଟି ପ୍ଲଟ ସହ ବିପୁଳ ସଂପତ୍ତି ଠାବ ହୋଇଛି ।
]]>ଜଣେ ପ୍ରିନ୍ସପାଲଙ୍କର ମଧ୍ୟ ଏତେ ସମ୍ପତ୍ତି ଥାଇପାରେ । ୧୬ଟି ପ୍ଲଟ, ୩ଟି ବହୁତଳ ପ୍ରାସାଦ ଭଳି ଘର, ୫୦ ଲକ୍ଷ ଟଙ୍କାର ଜମାରାଶି । ତା’ସହିତ ୩ଟି ଦାମୀ ୪ ଚକିଆ ଗାଡ଼ି । ସବୁ ଗାଡ଼ିର ଦାମ ମିଶାଇଲେ ନିହାତି ୩୦-୪୦ ଲକ୍ଷ ଟଙ୍କା ହେବ । ଆହୁରି ପୁଣି ତଦନ୍ତ ଚାଲିଛି, କେତେ ଯେ ବାହାରିବ ତାର କିଛି ଆକଳନ କରାଯାଇନାହିଁ ।
ଏତେ ସବୁ ସଂପତ୍ତିର ମାଲିକ ହେଉଛନ୍ତି ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ୍ ଓ ହସ୍ପିଟାଲର ପ୍ରିନସପାଲ ପ୍ରଫେସର ସୁଦର୍ଶନ ବେହେରା । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର, ଅଫିସରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ଚଢଉ । ପୁରୀର ପ୍ରମୁଖ ସ୍ଥାନରେ ତାଙ୍କର ଅନେକ ପ୍ଲଟ ରହିଛି । ସାକ୍ଷୀଗୋପାଳ, ସତ୍ୟବାଦୀ, ଗୋପ, ଭାରତୀପୁର, ପିପିଲି, ଛଇତାନାରେ ରହିଛି ଏହି ସବୁ ପ୍ଲଟ । ୫୦ ଲକ୍ଷ ଟଙ୍କାର ଜମାରାଶି ସହ ଅନ୍ୟ କାଗଜପତ୍ର ମିଳିଛି । ତାଙ୍କର ସାକ୍ଷୀଗୋପାଳ, ପୁରୀ ସଦର ଓ ଗୋପସ୍ଥିତ ଘରେ ଚଢଉ ଚାଲିଛି । ତାଙ୍କ ସ୍ତ୍ରୀ ରହୁଥିବା ସମ୍ବଲପୁର ସିଆରପିଏଫ୍ କ୍ୟାମ୍ପସରେ ମଧ୍ୟ ଚଢଉ ହେଉଛି । ପୁରୀ ଗୋପରେ ଥିବା ସୁଦର୍ଶନଙ୍କ ସମ୍ପର୍କୀୟଙ୍କ ଘର ଓ ବଲାଙ୍ଗିର ଅଫିସରେ ମଧ୍ୟ ରେଡ୍ ଚାଲିଛି ।
]]>ସୁଦର୍ଶନ ବେହେରାଙ୍କ ସାକ୍ଷୀଗୋପାଳ ଏକ ନର୍ସିଂ ହୋମ୍ ସହିତ ପୁରୀ ସଦର ଓ ଗୋପ ସ୍ଥିତ ଘରେ ଚଢଉ ଚାଲିଛି । ଏଥିସହ ତାଙ୍କ ସ୍ତ୍ରୀ ରହୁଥିବା ସମ୍ବଲପୁର CRPF କ୍ୟାମ୍ପସରେ ଚଢଉ ହୋଇଛି ।
ଏହା ବ୍ୟତିତ ସୁଦର୍ଶନଙ୍କ ଗୋପ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ଓ ବଲାଙ୍ଗିର ସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ରେଡ୍ ଚାଲିଛି।
]]>ଗତକାଲି ଅପରାହ୍ନରୁ ରାତି ତମାମ୍ ଚଢ଼ାଉ ଜାରି ରହିବା ସହ ତୁହାକୁ ତୁହା ଜେରା କରିଛନ୍ତି ସିବିଆଇ ଅଧିକାରୀ। ପାରାଦୀପର ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଛି । ବିଛଣା ତଳୁ, ଲାଟ୍ରିନ ଘରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଛି । ପାରାଦୀପ ଭୂୟାଁ ଛକରେ ଥିବା ତାଙ୍କ ଅଫିସ୍ ସମେତ ଜେବି କଲୋନୀରେ ଥିବା କ୍ବାର୍ଟର, ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ମଧ୍ୟ ଚଢ଼ାଉ ହୋଇଛି । ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ଅପର୍ଯ୍ୟାପ୍ତ ଟଙ୍କା ସୁନା ଅଳଙ୍କାର ଜବତ କରିଥିବା ସୂଚନା ମିଳିଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରିଛି।
]]>ନିଜ ସରକାରୀ ଗାଡ଼ିରେ ୧ଲକ୍ଷ ୩୧ ହଜାର ଟଙ୍କା ଧରି ଢେଙ୍କାନାଳରୁ ଭୁବନେଶ୍ୱରକୁ ଯାଉଥିଲେ ସୁନୀଲ । ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ଖବର ପାଇ ଅଧାବାଟରେ ମାଡ଼ି ବସିଥିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍। କଟକ ମଧୁସୂଦନ ସେତୁ ନିକଟରୁ ୧ ଲକ୍ଷ ୩୧ ହଜାର ଟଙ୍କା ସହ ଭିଜିଲାନ୍ସ ଟିମ୍ ଧରିଥିଲା ।
ଖାଲି ଏତିକି ନୁହେଁ, କମାଣ୍ଡାଣ୍ଟଙ୍କର ଢେଙ୍କାନାଳ ସହର ସ୍ଥିତ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ରେଡ୍ ହୋଇଛି। ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରଆଦି ୫ଟି ସ୍ଥାନରେ ରେଡ୍ ବେଳେ ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି।
କେଉଁ ବାବଦରେ ଏତେ ଟଙ୍କା ସରକାରୀ ଗାଡ଼ିରେ ଧରି ଯାଉଥିଲେ ସେନେଇ ସୁନୀଲ ବେହେରା ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା। ପୂର୍ବରୁ ମଧ୍ୟ ବାଟାଲିଅନ କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ନାଁରେ ଅନେକ ଅଭିଯୋଗ ମଧ୍ୟ ରହିଥିଲା।
]]>ମିଳିଥିବା ସୂଚନା ଅନୁସାରେ, ନିଜ ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଟଙ୍କା ଧରି ସୁନୀଲ ବେହେରା ଢେଙ୍କାନାଳରୁ କଟକ ଯାଉଥିଲେ। ଏ ସଂପର୍କରେ ଖବର ପାଇ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଏହି ରେଡ୍ କରିଥିବା ଜଣାପଡ଼ିଛି। ସୁନୀଲ ବେହେରାଙ୍କ ଢେଙ୍କାନାଳ ସ୍ଥିତ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ରେଡ୍ ଚାଲିଛି।
ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଆଦି ୫ଟି ସ୍ଥାନରେ ରେଡ୍ ହୋଇଛି। ରେଡ୍ ବେଳେ ବାଟାଲିଅନ କମାଣ୍ଡାଣ୍ଟଙ୍କ ପାଖରୁ ୧ ଲକ୍ଷ ୩୧ ହଜାର ୫୩୩ ଟଙ୍କା ଜବତ ହୋଇଥିବାବେଳେ କଟକ ବାସଭବନରୁ ୮ ଲକ୍ଷ ୭୦ ହଜାର ଟଙ୍କା ମିଳିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି।
କେଉଁ ବାବଦରେ ଏତେ ଟଙ୍କା ସରକାରୀ ଗାଡ଼ିରେ ଧରି ଯାଉଥିଲେ ସେନେଇ ସୁନୀଲ ବେହେରା ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ଭିଜିଲାନ୍ସ ଟିମ୍ ରେଡ୍ କରି ଖୋଳତାଡ଼ କରୁଛି। ପୂର୍ବରୁ ମଧ୍ୟ ବାଟାଲିଅନ କମାଣ୍ଡାଣ୍ଟ ସୁନୀଲ ବେହେରାଙ୍କ ନାଁରେ ଅନେକ ଅଭିଯୋଗ ମଧ୍ୟ ରହିଥିଲା।
]]>ସୂଚନାନୁଯାୟୀ ଶରତ ବେହେରା ନାମକ ଜଣେ ବ୍ୟକ୍ତି ହରଭଙ୍ଗାର ବାଲିଘାଟ ଠିକା ନେଇଥିଲେ। ତାଙ୍କର ଏକ ବାଲି ଗାଡ଼ିକୁ କୌଣସି କାରଣରୁ ପୋଲିସ୍ ଧରିଥିଲା ଓ ତାକୁ ଜବତ କରି ହରଭଙ୍ଗା ଥାନାରେ ରଖାଯାଇଥିଲା। ସେହି ଗାଡ଼ିକୁ ଛାଡ଼ିବା ପାଇଁ ଆଇଆଇସି ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ।
ଆଜି ଶରତଙ୍କଠୁ IIC ପୁଷ୍ପଲତା ରାଉତରାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ବ୍ରହ୍ମପୁର ଓ ବୌଦ୍ଧର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ ବୋଲି ଜଣାପଡ଼ିଛି। ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଫୁଲବାଣୀ ନେଇଛନ୍ତି। ସେଠାରେ ତାଙ୍କୁ ଅଧିକ ଜେରା କରାଯାଇପାରେ ବୋଲି ସୂଚନା ରହିଛି।
]]>ସାଢେ ୩ ବର୍ଷରେ ୫ କୋଟିର ସଂପତ୍ତି..ସେଥିରୁ ନଗଦ କେବଳ ୩ କୋଟି ଟଙ୍କା..ଆୟର ୫ ଶହ ପ୍ରତିଶତରୁ ଅଧିକ ସଂପତ୍ତି । କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ? ବାବୁଙ୍କ ପଛରେ ରାଜନେତା ଥିଲେ ନା ଥିଲେ ପାୱାରଫୁଲ ଅଫିସର? ଲାଞ୍ଚ ମାମଲାରେ ୧୪ ମାସ ନିଲମ୍ବନ ପରେ କାହା ସୁପାରିଶରେ ପାଇଲେ ପ୍ରୋମସନ ସହ ପୁନଃ ନିଯୁକ୍ତି ? ଆଜି ସରକାରଙ୍କୁ ଟାର୍ଗେଟ କରି ନାଁ ନନେଇ ଫାଇଭ ଟି ସଚିବଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନାଁରେ ଯିଏ ନିଜ ନେତୃତ୍ୱ ସ୍ଥାପନ କରୁଛନ୍ତି । ସେ ଅଧିକାରୀ ଅତିରିକ୍ତ ଉପଜିଲ୍ଲାପାଳଙ୍କ ପୃଷ୍ଠପୋଷକତା ସାଜିଥିଲେ । ଏବେ ସେହି ବାବୁଙ୍କ ଫଟୋ ମଧ୍ୟ ଭାଇରାଲ ହେଉଛି । ଏହା ସହ ଚଳିତ ବର୍ଷ ଦୁର୍ନୀତିଗ୍ରସ୍ଥଙ୍କ ଠାରୁ ପ୍ରାୟ ୧୦୦ କୋଟି ଟଙ୍କା ମିଳିଥିବା ଅଭିୟୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଅନ୍ୟପଟେ ଦଳ ପକ୍ଷରୁ ଅଭିଯୋଗ କରି ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି, ଉକ୍ତ ଅଧିକାରୀ ବିଡିଓ ଥିବା ବେଳେ ଲକ୍ଷେ ଟଙ୍କା ଲାଞ୍ଚ ନେଇ ୨ ବର୍ଷ ନିଲମ୍ବନ ହେବା ସତ୍ତ୍ବେ କେମିତି ଅତିରିକ୍ତ ଜିଲ୍ଲାପାଳ ଭାବେ ପ୍ରୋମୋସନ ପାଇଲେ । ଏହାସହ ଜବତ ହୋଇଥିବା ସଂପତ୍ତି ତାଙ୍କର ନା କେଉଁ ଶାସଦକ ଦଳର ନେତା କିମ୍ଭା ଅଧିକାରୀଙ୍କର ବୋଲି ଆଶଙ୍କା କରିଛି ଦଳ। ସେହିପରି କଂଗ୍ରେସ ଅଭିଯୋଗ କରି କହିଛି ଉକ୍ତ ସରକାରୀ ବାବୁଙ୍କ ପଛରେ ନିଜେ ସରକାର ଅଛନ୍ତି । ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି କୌଣସି ରାଜନୈତିକ କିମ୍ବା ଉଚ୍ଚ ଅଧିକାରୀଙ୍କ ପୃଷ୍ଠ ପୋଷକତା ନଥିଲା ।
ସେପଟେ ପ୍ରଶାନ୍ତଙ୍କଠାରୁ ୫କୋଟି ସଂପତ୍ତି ଠାବ ହେବା ମାମଲା କରି ଗିରଫ କରିଛି ଭିଜିଲାନ୍ସ । ଯେଉଁଥିରେ ପ୍ରାୟ ୩ କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ ହୋଇଥିବାବେଳେ।୨୭ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । କଟକ ଏବଂ ଭୁବନେଶ୍ୱରର ପ୍ରାଇମ ଲୋକେସନରେ ବାବୁଙ୍କର ରହିଛି ୫ଟି ପ୍ଲଟ । ନବରଙ୍ଗପୁରରେ ଏତକ ବେନାମି ପ୍ଲଟ ଲାଗିଚି ଭିଜିଲ୍ନାସ ହାତରେ । ୨ ଟି କାର ଏବଂ ଗୋଟିଏ ବାଇକ ସହ ପୁଅ, ଝିଅଙ୍କ ପାଠପଢା ଖର୍ଚ୍ଚ ପାଇଁ ବାବୁ ଖର୍ଚ୍ଚ କରିଛନ୍ତି ୮୭ ଲକ୍ଷ ଟଙ୍କା।
ପ୍ରଶାନ୍ତଙ୍କ ନିକଟରୁ ଆୟର ୫୦୬ ପ୍ରତିଶତ ଅଧିକ ସଂପତ୍ତି ମିଳିଥିବା ଭିଜିଲାନ୍ସ କହିଛି । ସବୁଠୁ ବଡ କଥା ହେଲା ଡ୍ରାଇଭର ଏବଂ ବିଡିଓ କାର୍ଯ୍ୟାଳୟରେ ରାସନ କାର୍ଡ ପାଇଁ ଆବେଦନ କରିଥିବା ଜଣେ ଲୋକଙ୍କ ନାଁରେ ବେନାମୀ ଆକାଉଣ୍ଟ କରି ଉଭୟରେ ୨୦ ଲକ୍ଷ ଲେଖାଁଏ ଜମା ରଖିଥିଲେ ବାବୁ । ଏମିତି ୬ ବେମାନୀ ଆକାଉଣ୍ଟ ରହିଛି ବାବୁଙ୍କ ପାଖରେ ଯେଉଁଥିରେ କୋଟି କୋଟିର ଜମା ରହିଛି। ଆଉ ଏ ସବୁ ସଂପତ୍ତିର ଆୟର ଉତ୍ସ ହିସାବ ଦେଇ ପାରୁନିଥିବାରୁ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ ।
ବଡ କଥା ହେଉଛି ବିଶ୍ରା ବିଡ଼ିଓ ଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ହୋଇ ନିଲମ୍ବନ ହୋଇଥିଲେ ପ୍ରଶାନ୍ତ । ୨୦୧୮ ନଭେମ୍ବରରୁ ୨୦୨୦ ଜାନୁଆରୀ ଯାଏଁ ମାତ୍ର ଦେଢ ବର୍ଷରେ ପ୍ରଶାନ୍ତଙ୍କୁ ମିଳିଥିଲା ପଦନ୍ନୋତି ସହ ପୁନଃ ନିଯୁକ୍ତି । ଯାହା ପ୍ରଶାନ୍ତଙ୍କ ପଛରେ ରାଜନୈତିକ ବ୍ୟକ୍ତି କିମ୍ବା ପାୱାରଫୁଲ ଅଧିକାରୀଙ୍କ ପୃଷ୍ଠପୋଷକତାର ସନ୍ଦେହକୁ ବଢାଇଛି ।
]]>୩ କୋଟିରୁ ଅଧିକ ଟଙ୍କା ଓ ଭୁବନେଶ୍ୱରରେ ଠାବ ହୋଇଛି ବିଲ୍ଡିଂ । ତାହା ସହ ୫ଟି ପ୍ଲଟ, ୨ଟି ଦାମୀ କାର୍ ମଧ୍ୟ ଠାବ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ । ଖାଲି ସେତିକି ନୁହେଁ, ପ୍ରଶାନ୍ତ ରାଉତଙ୍କ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି । ଆୟଠାରୁ ଅଧିକ ୫୦୦% ସଂପତ୍ତି ଠାବ ହୋଇଥିବା କହିଛି ଭିଜିଲାନ୍ସ ।
ଗତକାଲି ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମିଳିଥିଲା । ଭୁବନେଶ୍ୱର କାନନବିହାର ଘରୁ ୨ କୋଟି ୨୫ ଲକ୍ଷ ଟଙ୍କା ମିଳିଥିବାବେଳେ ପଡ଼ୋଶୀ ଘର ଛାତ ଉପରୁ ୬ ପେଟି ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଖାଲି ସେତିକି ନୁହେଁ, ଏହା ସହିତ ନବରଙ୍ଗପୁର ସରକାରୀ ଘରୁ ୭୭ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିଲା ।
]]>ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତ କୁମାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ତେବେ ରେଡ୍ ବେଳେ ଏତେ ପରିମାଣର ଟଙ୍କା ଜବତ ହୋଇଥିବା ସାମ୍ନାକୁ ଆସିଛି।
ଭିଜିଲାନ୍ସ ବିଭାଗର ୯ଟି ଟିମ୍ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ଭଦ୍ରକ ଜିଲ୍ଲା ସ୍ଥିତ ପ୍ରଶାନ୍ତଙ୍କ ବାସଭବନ, ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ୍ କରିଛି।ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।
]]>ସୂଚନା ଅନୁସାରେ, ଭିଜିଲାନ୍ସ ବିଭାଗର ୯ଟି ଟିମ୍ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ଭଦ୍ରକ ଜିଲ୍ଲା ସ୍ଥିତ ପ୍ରଶାନ୍ତଙ୍କ ବାସଭବନ, ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ୍ କରିଛି।
ସୂଚନାଥାଉ କି, ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ରେ ବିଡ଼ିଓ ଥିବା ସମୟରେ ବିରିପାଣି ପଞ୍ଚାୟତର ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେl
]]>ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଜମା ୧ କୋଟି ୪୦ ଲକ୍ଷ ଟଙ୍କାରୁ ଅଧିକ। ୨ କେଜି ରୂପା ବି ଜବତ ହୋଇଛି। ଏହାସହ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ବାଲେଶ୍ୱରରେ ୩ ମହଲା ବିଶିଷ୍ଟ ୨ଟି କୋଠା ଥିବାବେଳେ ଗୋଟିଏ ଦ୍ୱିତଳ ପ୍ରାସାଦ ବି ରହିଛି ।
ସେହିପରି ଭୁବନେଶ୍ୱର ଗୌତମ ନଗରରେ ୩ BHK ଫ୍ଲାଟ୍, ଓଲ୍ଡ ଟାଉନରେ ୩ BHK ଫ୍ଲାଟ୍ ଥିବା ଜଣାପଡ଼ିଛି । ବାଲେଶ୍ୱରରେ ୪ଟି ପ୍ଲଟ୍ ଥିବାବେଳେ ଅନ୍ୟ ବ୍ୟାଙ୍କ ଓ ବୀମାର ଭେରିଫିକେସନ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡ଼ିଛି।
ବର୍ତ୍ତମାନ ଜୟନ୍ତୀ ବେହେରା ଭୁବନେଶ୍ୱର ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଅବସ୍ଥାପିତ ଅଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ରେଡ୍ ହୋଇଥିଲା। ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା।
]]>ସେହିପରି ନିମାପଡ଼ାରେ ୨ ହଜାର ବର୍ଗଫୁଟର ଗୋଟିଏ ହଲ, ୬୦ ଲକ୍ଷର ବ୍ୟାଙ୍କ ଡିପୋଜିଟ, ଗୋଟିଏ କାର, ଦୁଇଟି ବାଇକ ଠାବ କରିଛି ଭିଜିଲାନ୍ସ ଟିମ୍ । ଆଜି ସକାଳୁ ବ୍ରଜେନ୍ଦ୍ରଙ୍କ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଏହି ରେଡ କରାଯାଉଥିବା ସୂଚନା ମିଳିଛି ।
ଚଢାଉରେ ୨ ଜଣ DSP, ୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
]]>
କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସରକାରୀ ବାବୁଙ୍କ ଏକାଧିକ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ୱର ସୌଭାଗ୍ୟନଗର ସ୍ଥିତ ଘର, ଚକେଇସିହାଣୀରେ ସମ୍ପର୍କୀୟଙ୍କ ଘର, କଟକ ନରସିଂହପୁରରେ ସମ୍ପର୍କୀୟଙ୍କ ଘର ଏବଂ କଟକ ସଦର ବ୍ଲକ୍ ଅଫିସ ଚାମ୍ବରରେ ଚଢାଉ ବେଳେ ଭିଜିଲାନ୍ସ ହାତରେ ଲାଗିଛି ବାବୁଙ୍କ ଅମାପ ସମ୍ପତ୍ତି।
ତେବେ ରାଜଧାନୀର ସୌଭାଗ୍ୟ ନଗରରେ ସହକାରୀ ଯନ୍ତ୍ରୀ ରହୁଥିବା ଘର ଦେଖି କାବା ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ । ବିଳାସପୂର୍ଣ୍ଣ ଘରେ ଦାମୀ ଇଣ୍ଟେରିୟର ସାଙ୍ଗକୁ ଠୁଳ ହୋଇଛି ଲକ୍ଷାଧିକ ଟଙ୍କାର ସୋ ପିସ୍। ତାମଧ୍ୟରୁ ଅଧିକାଂଶ ଇମ୍ପୋଟେଡ୍। କିଚେନରେ ରହିଛି ସିକ୍ରେଟ୍ ଚାମ୍ବର।
କେବଳ ଏତିକି ନୁହେଁ, ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ କ୍ରିପ୍ଟୋ କରେନ୍ସିରେ ବି ନିବେଶ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ଲକ୍ଷ ୨୩ ହଜାର ଟଙ୍କାର ନିବେଶ ନେଇ ସୂଚନା ପାଇଛି ଭିଜିଲାନ୍ସ । ଏଥିସହ ଦୁଇ ପିଲାଙ୍କ ମେଡିକାଲ ଏବଂ ଇଂଜିନିୟରିଂ ପାଠ ପଢା ବାବଦରେ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। ସରକାରୀ ବାବୁ କେଉଁ ଉପାୟରେ ଏତେ ଟଙ୍କା ଅର୍ଜନ କରିଛନ୍ତି ସେନେଇ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ।
ସେପଟେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ବ୍ୟାଙ୍କ ସହାୟକ। ଭବାନୀପାଟଣା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ କୋମନା ବ୍ରାଞ୍ଚରେ କାର୍ଯ୍ୟରତ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକରଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ରେଡ୍ କରିଛି ଭିଜିଲାନ୍ସ। ନୂଆପଡ଼ାର ୩ଟି ସ୍ଥାନରେ ଏବଂ କୋମନା ସ୍ଥିତ ବ୍ରାଞ୍ଚ୍ ରେ ଚଢ଼ାଉ କରି ବ୍ୟାଙ୍କ ସହାୟକଙ୍କ ୩ଟି ଘର, ୯ଟି ପ୍ଲଟ୍, କାର୍, ଟ୍ରାକ୍ଟର ଏବଂ ବାଇକ ଜବତ କରିଛି ଭିଜିଲାନ୍ସ ଟିମ୍।
]]>ଆଜି ସକାଳୁ ଭିଜିଲାନ୍ସ ବିଭାଗ ରେଡ଼ ଜାରି ରଖିଛି । ମୟୂରଭଂଜ କରଞ୍ଜିଆ ସରକାରୀ ବାସଭବନ, କରଞ୍ଜିଆ ତହସିଲ ଅଫିସ ଓ ଭଦ୍ରକ ସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଛି । ଏହି ଚଢ଼ାଉରେ କଟକ ଭିଜିଲାନ୍ସ ସେଲ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ସାମିଲ ହୋଇଛନ୍ତି । ଚଢ଼ାଉ ଜାରି ରହିଥିବା ବେଳେ ଚାର୍ଲସ ନାୟକ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି, ସେ ତଥ୍ୟ ଆସିପାରି ନାହିଁ।
]]>ମୁଗଗହୀର ପଂଚାୟତର ଏକ ପ୍ରକଳ୍ପ କାର୍ଯ୍ୟର ବିଲ ତ୍ୱରାନ୍ୱିତ ପାଇଁ ସେ ଲାଞ୍ଚ ନେଉଥିଲେ। ୫ଟି ପଂଚାୟତ ଦାୟିତ୍ବରେ ଅଛନ୍ତି ଜେଇ ବାଉରୀବନ୍ଧୁ। ସେ ପ୍ରତି କାର୍ଯ୍ୟରେ ଲାଞ୍ଚ ନେଉଥିବା ପୂର୍ବରୁ ଅଭିଯୋଗ ହେଉଥିଲା। ସେହିପରି ଅନ୍ୟ ୩ଟି ଜାଗାରେ ରେଡ୍ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ସେପଟେ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି କିରାଣି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଇଓ ଅଫିସ୍ର କନିଷ୍ଠ କିରାଣି ମାନସ ଧଳ। ଶିକ୍ଷକଙ୍କ ବକେୟା ଦରମା ଉଠାଣ ପାଇଁ ମାନସ ଲାଞ୍ଚ ନେଉଥିଲେ। ସେ ଧରାପଡ଼ିବା ପରେ ଆୟ ବହିର୍ଭୂତ ସଂପତ୍ତି ଲିଙ୍କ୍ ରେ ୨ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ।
]]>ବିପୁଳ ପରିମାଣର ଟଙ୍କା ଧରି ସୁରଜିତ୍ ଲମତାପୁଟରୁ ଭୁବନେଶ୍ୱର ଯାଉଥିବା ବେଳେ ଗତକାଲି ତାଙ୍କୁ କୋରାପୁଟରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ସବୁଠାରୁ ବଡ଼ କଥା, ଗତକାଲି ଚାକିରିରେ ସେ ପ୍ରମୋସନ ପାଇଥିଲେ। ବିପୁଳ ପରିମାଣର ଟଙ୍କା ସହ ଧରାପଡ଼ିବା ପରେ ଗତକାଲି ରାତିରେ ହିଁ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ରେଡ୍ କରିଥିଲା।
]]>ସୂଚନାଥାଉ କି, ଗତ ଜୁନ ମାସରେ ପୁରୀ ପୋଲିସ ଏବଂ ନିଶା ବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା କଥା ଉଠାଇ ଚର୍ଚ୍ଚାକୁ ଆସିଥିଲେ ସଞ୍ଜୟ। ଏପରିକି ଅବକାରୀ କମିଶନର ଆଶିଷ ସିଂଙ୍କୁ ଏ ସଂପର୍କରେ ସେ ଏକ ଚିଠି ମଧ୍ୟ ଲେଖିଥିଲେ। ପରେ ସଞ୍ଜୟ ପଣ୍ଡାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା କଥା କୁହାଯାଇଥିଲା। ମାନସିକ ରୋଗର ନିରାକରଣ ପାଇଁ ସେ କୁଆଡ଼େ ଔଷଧ ସେବନ କରୁଥିବା ପ୍ରେସକ୍ରିପ୍ସନ୍ରେ ସାମ୍ନାକୁ ଆସିଥିଲା।
ଆଉ ଏବେ ଅବକାରୀ ଫ୍ଳାଇଂ ସ୍କ୍ୱାଡ୍ ଅଧିକାରୀ ସଞ୍ଜୟ ପଣ୍ଡା ଭିଜିଲାନ୍ସରେ ପଡ଼ିବା ପରେ ଏହାକୁ ନେଇ ବର୍ତ୍ତମାନ ନାନା ଚର୍ଚ୍ଚା ଲାଗି ରହିଛି।
]]>ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କିଶୋର ଚନ୍ଦ୍ର ଏକ ବୁଲେଟରେ ୫ ଲକ୍ଷରୁ ଅଧିକ ଟଙ୍କା ଧରି ରାୟଗଡ଼ାରୁ ବାହାରକୁ ଯାଉଥିଲେ। ଖବର ପାଇ ରାୟଗଡ଼ା ଭିଜିଲାନ୍ସ ଡିଏସ୍ପି ସୁରେନ୍ଦ୍ରନାଥ ରାଜଗୁରୁ ଟିମ୍ ସହ ପହଞ୍ଚିଥିଲେ। ଭଡ଼ା ଘରେ ସର୍ଚ୍ଚ କରି ଭିଜିଲାନ୍ସ ଟିମ୍ ୬ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି।
କିଶୋରଙ୍କ ସ୍ତ୍ରୀ ଭୁବନେଶ୍ୱର ଏମ୍ସରେ ନର୍ସ ଅଛନ୍ତି। ତାଙ୍କ ଘର ପାତ୍ରପଡ଼ା ଓ ନବରଙ୍ଗପୁରର ମନ୍ତ୍ରୀଗୁଡ଼ା ବାସଭବନରେ ମଧ୍ୟ ସର୍ଚ୍ଚ ହୋଇଛି।
]]>ଗୟାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରକୁ ମିଶାଇ ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ଭଳି ୭ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି। ଚଢାଉ ବେଳେ ଗୟା ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ମୋଟ୍ ୧୬ଟି ବ୍ୟାଙ୍କ ଆକାଉଣ୍ଟର ଭିଜିଲାନ୍ସ ଟିମ୍ ସନ୍ଧାନ ପାଇଛି। ଏହାରି ମଧ୍ୟରୁ ୪ଟି ଯାଞ୍ଚ କରାଯାଇଥିବା ବେଳେ ସେଥିରେ ୪ କୋଟି ୧୦ ଲକ୍ଷ ଟଙ୍କା ଡିପୋଜିଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ।
ଗୟା ଏତେ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ କେଉଁଠୁ ଆଣିଲେ, ସେ ସମ୍ପର୍କରେ ତାଙ୍କୁ ପଚରାଉଚରା ଚାଲିଛି। ଏହା ପୂର୍ବରୁ ଭୁବନେଶ୍ୱର, ଯାଜପୁର ଓ ନୟାଗଡ଼ ରେ ୧୩ଟି ପ୍ଲଟ୍, ୨ଟି ବହୁତଳ ଅଟ୍ଟାଳିକା, ୨ଟି କାର୍ ସମ୍ପର୍କରେ ସୂଚନା ପାଇଛି ଭିଜିଲାନ୍ସ ଟିମ୍। ତାଙ୍କ ସମ୍ପତ୍ତିର ପୁରା ବିବରଣୀ ଜାଣିବା ଲାଗି ଭିଜିଲାନ୍ସ ସର୍ଚ୍ଚ ଅପରେସନ୍ ଜାରି ରଖିଛି।
]]>ଭିଜିଲାନ୍ସ ଜାଲରେ ଇଡ୍କଲ୍ DM । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ । ୪ କୋଟି ୧୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଥିବା ସୂଚନା । #VigilanceRaid #OTV pic.twitter.com/YsEEdfgVfX
— ଓଟିଭି (@otvkhabar) December 21, 2022
ଏହାକୁ ଛାଡ଼ି ସିଜୁଆରେ ପ୍ଲଟ୍, ଜଟଣୀରେ ମଧ୍ୟ ୪ଟି ଜାଗା ରହିଛି। କେବଳ ଏତିକି ନୁହେଁ ୪ ମାସ ପୂର୍ବେ ୭୭ ଲକ୍ଷରେ କିଣା ହୋଇଛି ଆଉ ଗୋଟିଏ ପ୍ଲଟ୍। ଗତକାଲି ଭୁବନେଶ୍ୱର ପାଇକ ନଗର, ପୈତୃକ ଘର ନୟାଗଡ଼ ନଛିପୁର ସମେତ ୩ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। କୋଠା, ପ୍ଲଟର ସନ୍ଧାନ ସହିତ ମିଳିଛି ୭୮ ଲକ୍ଷର ବ୍ୟାଙ୍କ୍ ଡିପୋଜିଟ୍, ପୁଳା ପୁଳା ସୁନା ଗହଣା ଓ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ତମାଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ରେଡ୍ ହୋଇଛି।
]]>ରାଜଧାନୀରେ ୮-୮ଟି ପ୍ଲଟ । ପାଇକ ନଗରରେ ୧୦ ହଜାର ବର୍ଗଫୁଟର ୪ ମହଲା କୋଠା, ଯାହାର ମୂଲ୍ୟ ହେଉଛି ଦେଢ଼ କୋଟିରୁ ଅଧିକ ଏହି କୋଠାରେ ରହିଛି ମାର୍କେଟ କଂପ୍ଲେକ୍ସ ଓ ଲେଡିଜ୍ ହଷ୍ଟେଲ ଏହାକୁ ଛାଡ଼ି ସିଜୁଆରେ ପ୍ଲଟ୍, ଜଟଣୀରେ ମଧ୍ୟ ୪ଟି ଜାଗା କେବଳ ଏତିକି ନୁହେଁ ମାତ୍ର ୪ ମାସ ତଳେ ୭୭ ଲକ୍ଷରେ କିଣା ହୋଇଛି ଆଉ ଗୋଟିଏ ପ୍ଲଟ୍ ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି କୋଟିପତି ପୋଲିସ ବାବୁ ଜଣକ ହେଉଛନ୍ତି ତମାଣ୍ଡୋ ଥାନାର ସବ୍ଇନ୍ସପେର ଅଭିମନୁ୍ୟ ଚୌଧୁରୀ ଅାଜି ଭୁବନେଶ୍ୱର ପାଇକ ନଗର, ପୈତୃକ ଘର ନୟାଗଡ଼ ନଛିପୁର ସମେତ ୩ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ କୋଠା, ପ୍ଲଟର ସନ୍ଧାନ ସହିତ ମିଳିଛି ୭୮ ଲକ୍ଷର ବ୍ୟାଙ୍କ୍ ଡିପୋଜିଟ୍, ପୁଳା ପୁଳା ସୁନା ଗହଣା ଓ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା ।
୧୯୮୯ରେ କନ୍ଷ୍ଟେବଳ ଚାକିରି ଅାରମ୍ଭ କରିଥିବା ଅଭିମନୁ୍ୟ ଚୌଧୁରୀ ଏହା ଭିତରେ ଏସ୍ଆଇ ହୋଇଛନ୍ତି । ୨୦୦୯ ଯାଏ ସେ ରିଜର୍ଭ ପୋଲିସ, ଟ୍ରାଫିକ, ନୟାପଲ୍ଲୀ ଓ ଏୟାର ଫିଲ୍ଡ ଥାନାରେ କନ୍ଷ୍ଟେବଳ ଥିଲେ ୨୦୦୯ରୁ ୨୧ ଯାଏ ସେ ରାଜଧାନୀର ବିଭିନ୍ନ ଥାନାରେ ଏଏସ୍ଅାଇ ଭାବେ କାମ କରିଛନ୍ତି ୨୦୨୧ରୁ ଏ ପଯର୍ୟନ୍ତ ତମାଣ୍ଡୋ ଥାନାରେ ଏସ୍ଅାଇ ଭାବେ ଦାୟିତ୍ୱ ତୁଳାଉଥିଲେ । ଆଉ ୪ ବର୍ଷ ପରେ ସେ ଅବସର ନେଇଥାନ୍ତେ ତା ଅାଗରୁ ଅଭିମନୁ୍ୟଙ୍କ କଳାଧନର ଭଣ୍ଡାର ଦେଖି ଭିଜିଲାନ୍ସ ତାଜୁବ କେବଳ ଏହି ଜଣେ ପୋଲିସ ବାବୁ ନୁହନ୍ତି, ଗତ ୬ ବର୍ଷରେ ଭିଜିଲାନ୍ସ ହାତରେ ଧରାପଡ଼ିଲେଣି ୪୫ ଜଣ ପୋଲିସ ଅଧିକାରୀ ଏମାନେ ସମସ୍ତେ ସବ୍ଇନ୍ସପେକ୍ଟର, ଇନ୍ସପେକ୍ଟର କିମ୍ବା ଡିଏସ୍ପି ରାଙ୍କ୍ର ଅଧିକାରୀ ସୂଚନା ଅଧିକାର ଆଇନ ତଥ୍ୟରୁ ଏହା ଜଣାପଡ଼ିଛି ସବିଶେଷ ତଥ୍ୟ ଦେବାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ମନା କରିଥିବାରୁ, ତାକୁ ନେଇ ଉଠିଛି ପ୍ରଶ୍ନ ।
କେବଳ ପୋରିସ୍ ଅଧିକାରୀ ନୁହନ୍ତି ଅାୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏ ଭିତରେ ଧରା ପଡିଲେଣି ବହୁ ସରକାରୀ ଅଧିକାରୀ ଗତକାଲି ବେଗୁନିଅା ତହସିଲଦାର ପୃଥ଼୍ବୀରାଜ ମଣ୍ଡଳ ଜମି କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଥିଲା ଭିଜିଲାନ୍ସ ଭୁବନେଶ୍ୱରର କଳିଙ୍ଗବିହାରରେ ଥିବା ପୃଥ୍ବୀରାଜଙ୍କ ବାସଭବନରେ ଚଢ଼ାଉ କରି, ଲାଞ୍ଚ ଟଙ୍କାକୁ ଜବତ କରାଯାଇଥିଲା ।
(ରିପୋର୍ଟ- ଆଲୋକ ମହାନ୍ତି, ଭୁବନେଶ୍ୱର)
]]>ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବାବୁ ବାର ଦେଖି ନାମୀଦାମୀ ଘଣ୍ଟା ପିନ୍ଧୁଥିଲେ । ଆଲିସାନ୍ ବିଲ୍ଡିଂରେ ବିତୁଥିଲା ରାଜକୀୟ ଜୀବନ । ହେଲେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ରବିନାରାୟଣ ପଣ୍ଡାଙ୍କୁ ମହଙ୍ଗା ପଡ଼ିଛି ଗଳାବାଟରେ ଉପାର୍ଜନ କରିଥିବା କଳା ଟଙ୍କା । ଆଉ ମାତ୍ର ୬ ମାସ ପରେ ଚାକିରିରୁ ଅବସରରେ ନେଇଥାନ୍ତେ, କିନ୍ତୁ ତା ପୂର୍ବରୁ ଆୟ ବହିର୍ଭୂତ ସଂପତି ଠୁଳ୍ ଅଭିଯୋଗରେ ଚଢଉ କରିଛି ଭିଜିଲାନ୍ସ ।
ସେହିପରି ରବିନାରାୟଣଙ୍କ ଭୁବନେଶ୍ୱର ଆଇଗିଣିଆରେ ରହିଛି ତିନିମହଲା କୋଠା । ଏହାର ଇଣ୍ଟେରିୟର କହୁଛି କେମିତି ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଆଲିସାନ୍ ବିଲ୍ଡିଂରେ ପ୍ରାୟ ଦେଢ କୋଟି ବ୍ୟାଙ୍କ ଲୋଲନରେ ତିଆରି କରିଥିବା କହୁଥିବା ବେଳେ ତାଙ୍କ କ୍ଲାସ ଓ୍ୱାନ କଣ୍ଟ୍ରାକଟର ପୁଅ ଏହି ବିଲ୍ଡିଂ ତିଆରି କରିଛନ୍ତି । ଏହାବାଦ ଖଣ୍ଡଗିରି ସପିଂ ପ୍ଲାଜାରେ ଦୁଇଟି ସପ୍, ପାତ୍ରପଡା ଟାଓ୍ୱାର ବ୍ଲୁ ହ୍ୱିଲରେ ଟୁ ବିଏଚକେ ଫ୍ଳାଟ୍ ରହିଛି ।
ଏବେ ଉଦଳା ସବଡିଭିଜନ RWSSର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ଅଛନ୍ତି ରବି ନାରାୟଣ । ଆଜି ଏକାଥରେକ ଉଦଳାସ୍ଥିତ ସରକାରୀ ଅଫିସ୍ ଓ କ୍ୱାର୍ଟର, କେନ୍ଦ୍ରାପଡାସ୍ଥିତ ପୈତୃକ ଘର, ଦାନପୁର ଓ ଶ୍ୱଶୁର ଘର କଂସାରରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି ।
ଏତିକିରେ ସରିନାହିଁ ହିସାବ । ଭୁବନେଶ୍ୱର ଆଇଆରସି ଭିଲେଜ୍ N6ରେ ରହୁଥିବା ତାଙ୍କ ସମୁଦିଙ୍କ ଘରେ ଚଢାଉ ବେଳେ ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା । ତେବେ ସମୁଦିଙ୍କ କହିବା କଥା, ଏହା ତାଙ୍କର ନୁହେଁ, ବନ୍ଧୁଙ୍କ ଟଙ୍କା । ଜାଗା ବିକ୍ରି ବାବଦକୁ ଦିଲ୍ଲୀର ଜଣେ ବନ୍ଧୁ ଏ ଟଙ୍କା ତାଙ୍କୁ ଦେଇଥିଲେ । ରବିନାରାୟଣ କେଉଁଠି କେତେ ଟଙ୍କା ବିନିଯୋଗ କରିଛନ୍ତି ତାର ଖୋଳତାଡ଼ ଚଳାଇଛି ଭିଜିଲାନ୍ସ
ଗତ ସେପ୍ଟମ୍ବର ୨୮ ତାରିଖରେ ସେହି RWSSର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସ ଫସିଥିଲେ ଭିଜିଲାନସ ଜାଲରେ । ନିଜର କଳାଟଙ୍କାକୁ ଲୁଚାଇବା ଲାଗି ସେ କ୍ରିପ୍ଟୋ କରେନ୍ସିକୁ ବାଛିଥିଲେ ।
]]>୬ ମାସ ପରେ ରବି ନାରାୟଣ ଚାକରିରୁ ଅବସର ନେଇଥାନ୍ତେ ବୋଲି ସୂଚନା ମିଳିଛି। ହେଲେ ତା’ ପୂର୍ବରୁ ସେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଭୁବନେଶ୍ୱ ର ସ୍ଥିତ ତାଙ୍କ ଘରୁ ଯେତିକି ଟଙ୍କାର ସମ୍ପତ୍ତି ମିଳିଛି ତାହା ଦେଖିଲେ ଆଖି ଖୋସି ହୋଇଯିବ। ସେ ରହୁଥିବା ଘର ଓ ବ୍ୟବହାର କରୁଥିବା ଜିନିଷ ଦେଖିଲେ ଜଣାପଡ଼ିବ ତାଙ୍କ ଲାଇଫ୍ଷ୍ଟାଇଲ୍ ବେଶ୍ ସୌଖିନ ଥିଲା। ଭିଜିଲାନ୍ସ ରେଡ୍ ବେଳେ ରବି ନାରାୟଣଙ୍କ ଘରୁ ବହୁ ନାମୀଦାମୀ ବ୍ରାଣ୍ଡ୍ର ଘଣ୍ଟା ଜବତ ହୋଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା। ତାଙ୍କର ଘଣ୍ଟା ପିନ୍ଧିବାର ବହୁତ ସଉକ ଥିଲା ବୋଲି ଜଣାପଡ଼ିଛି। ଏପରିକି ସେ ବାର ଦେଖି ଘଣ୍ଟା ପିନ୍ଧୁ ଥିଲେ। ଏହାସହ ସୁନା ଓ ରୁପା ମଧ୍ୟ ଜବତ ହୋଇଛି।
ରେଡ୍ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ‘ମୋର କାହାସହ ଶତ୍ରୁତା ନାହିଁ। ହୁଏତ କେହି ରାଗ ରଖି ଏସବୁ କରିଥାଇପାରେ। ମୋ ପାଖରେ କୌଣସି ଅମାପ ସମ୍ପତ୍ତି ଅଛି ନା କଳା ଟଙ୍କା’ ବୋଲି ରବି ନାରାୟଣ କହିଛନ୍ତି।
]]>କ୍ରିପ୍ଟୋରେ ଅର୍ଥ ବିନିଯୋଗ ନେଇ ଏକ୍ସପର୍ଟଙ୍କ ସହାୟତା ନିଆଯାଉଛି। ବର୍ତ୍ତମାନ ଠାବ କରେନ୍ସି ଫ୍ରିଜ୍ କରାଯିବ। ଏନେଇ ଇ-ମେଲ୍ ମାଧ୍ୟମରେ କ୍ରିପ୍ଟୋ ଅଥରିଟିଙ୍କୁ ଚିଠି ଲେଖିଛି ଭିଜିଲାନ୍ସ। ଅନ୍ୟ ରାଜ୍ୟର କ୍ରିପ୍ଟୋ ଏକ୍ସପର୍ଟଙ୍କ ସହାୟତା ମଧ୍ୟ ନିଆଯାଉଛି।
ନିହାର ରଞ୍ଜନଙ୍କ ଘରୁ ୧ କୋଟି ୭୫ ଲକ୍ଷ ଟଙ୍କା ମୂଲ୍ୟର କ୍ରିପ୍ଟୋ କରେନ୍ସି ମିଳିଛି। ଆହୁରି ଅଧିକ କ୍ରିପ୍ଟୋ ଲିଙ୍କ୍ ମିଳିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି। RWSS ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରାଜ୍ୟର ୬ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହାବ୍ୟତୀତ ଭିଜିଲାନ୍ସ ମୋଟ୍ ସାଢ଼େ ୪ କୋଟିର ସମ୍ପତ୍ତି ଠାବ କରିଛି। ଏହା ମଧ୍ୟରେ ସମ୍ବଲପୁରରେ ମିଳିଛି ୮ଟି ପ୍ଲଟ୍।
ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେଉଛନ୍ତି ନିହାର ରଞ୍ଜନ ଦାସ । ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ତେବେ ଭିଜିଲାନ୍ସ ଟିମ୍କୁ ଦେଖି ବାବୁ ଏତେ ଜୋରରେ ଡରିଗଲେ ଯେ, ତରବର ହୋଇ ଝରକା ବାଟେ ଡକ୍ୟୁମେଣ୍ଟ୍ ସହ ମୋବାଇଲକୁ ଫୋପାଡି ଦେଇଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ତାଙ୍କର ସବୁ ଚେଷ୍ଟା ପାଣିରେ ପଡ଼ିଥିଲା ।
]]>ଆଜି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରାଜ୍ୟର ୬ଟି ଜାଗାରେ ଚଢ଼ାଉ କରିଥିଲା । ତେବେ ଭୁବନେଶ୍ୱର ଘରେ ଚଢ଼ାଉ ବେଳେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ଦାସ କ୍ରିପ୍ଟୋ କରେନ୍ସିଂ ସମ୍ପର୍କିତ ଡକ୍ୟୁମେଣ୍ଟ ଏବଂ ମୋବାଇଲ୍କୁ ଫିଙ୍ଗିଦେଇଥିଲେ । ସେସବୁକୁ ଭିଜିଲାନ୍ସ ଜବତ କରିବା ସହ କ୍ରିପ୍ଟୋ କରେନ୍ସି ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା ଭିଜିଲାନ୍ସ । ଏହାବ୍ୟତୀତ ଭିଜିଲାନ୍ସ ମୋଟ୍ ସାଢ଼େ ୪ କୋଟିର ସମ୍ପତ୍ତି ଠାବ କରିଛି । ତାମଧ୍ୟରେ ସମ୍ବଲପୁରରେ ମିଳିଛି ୮ଟି ପ୍ଲଟ । ଭୁବନେଶ୍ୱର ଖାରବେଳନଗରରେ ସାଢ଼େ ୩୨ ଲକ୍ଷର ଫ୍ଲାଟ ମଧ୍ୟ ଠାବ ହୋଇଛି । ଖାଲି ସେତିକି ନୁହେଁ ୧୦ ଲକ୍ଷ ଟଙ୍କାର ୩୩୨ ଗ୍ରାମ୍ ସୁନା ଓ ୬୪ ଲକ୍ଷର ବୀମା ମଧ୍ୟ ଠାବ କରିଛି ଭିଜିଲାନ୍ସ । ତାଙ୍କ ପାଖରୁ ନଗଦ ୧ ଲକ୍ଷ ଟଙ୍କା କ୍ୟାସ୍ ମଧ୍ୟ ଜବତ ହୋଇଛି ।
ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେଉଛନ୍ତି ନିହାର ରଞ୍ଜନ ଦାସ । ତାଙ୍କ ଘରେ ଆଜି ରେଡ୍ କରିଥିଲା ଭିଜିଲାନ୍ସ । ତେବେ ଭିଜିଲାନ୍ସ ଟିମ୍କୁ ଦେଖି ବାବୁ ଏତେ ଜୋରରେ ଡରିଗଲେ ଯେ, ତରବର ହୋଇ ଝରକା ବାଟେ ଡକ୍ୟୁମେଂଟ୍ ସହ ମୋବାଇଲକୁ ଫୋପାଡି ଦେଇଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ତାଙ୍କର ସବୁ ଚେଷ୍ଟା ପାଣିରେ ପଡ଼ିଥିଲା ।
ରେଡ୍ ବେଳେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କର କ୍ରିପ୍ଟୋ କରେନ୍ସି ଲିଙ୍କ୍ ପାଇଥିଲା ଭିଜିଲାନ୍ସ । ନିହାର ରଞ୍ଜନ କ୍ରିପ୍ଟୋ କାରବାର କରୁଥିବା ନେଇ ୩୮ଟି ଡକ୍ୟୁମେଣ୍ଟ ଏବେ ଭିଜିଲାନ୍ସ ହାତରେ ଲାଗିଛି । ସେହିପରି ରେଡ୍ ବେଳେ ତାଙ୍କ ଘରୁ ବିପୁଳ ସଂପତ୍ତି ଠାବ ହୋଇଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ସଙ୍ଗରେ ଆଜି ତାଙ୍କର ଖୋର୍ଦ୍ଧା, ସମ୍ବଲପୁର ଓ ବରଗ଼ଡ଼ ଜିଲ୍ଲା ର ୬ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ଆଉ ତାଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ହୋଇଯାଇଛନ୍ତି । ତାଙ୍କ ନାମରେ ୨ଟି କୋଠା, ସମ୍ବଲପୁର ରେ ୮ଟି ପ୍ଲଟ, ୨ଟି କାର୍, ୨ଟି ବାଇକ ଠାବ ହୋଇଛି । ଚଢ଼ଉରେ ୫ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି ।
]]>ରେଡ୍ ବେଳେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କର କ୍ରିପ୍ଟୋ କରେନ୍ସି ଲିଙ୍କ୍ ପାଇଛି ଭିଜିଲାନ୍ସ । ନିହାରଙ୍କ ଘର ରେଡ୍ ବେଳେ କ୍ରିପ୍ଟୋ ଲିଙ୍କ୍ ଠାବ ହୋଇଥିବା ସୂଚନା ଦେଇଛି ଭିଜିଲାନ୍ସ । ନିହାର ରଞ୍ଜନ କ୍ରିପ୍ଟୋ କାରବାର କରୁଥିବା ନେଇ ୩୮ଟି ଡକ୍ୟୁମେଣ୍ଟ ଏବେ ଭିଜିଲାନ୍ସ ହାତରେ ଲାଗିଛି । ସେହିପରି ରେଡ୍ ବେଳେ ତାଙ୍କ ଘରୁ ବିପୁଳ ସଂପତ୍ତି ଠାବ ହୋଇଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ସଙ୍ଗରେ ଆଜି ତାଙ୍କର ଖୋର୍ଦ୍ଧା, ସମ୍ବଲପୁର ଓ ବରଗ଼ଡ଼ ଜିଲ୍ଲା ର ୬ଟି ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ଆଉ ତାଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ହୋଇଯାଇଛନ୍ତି । ତାଙ୍କ ନାମରେ ୨ଟି କୋଠା, ସମ୍ବଲପୁର ରେ ୮ଟି ପ୍ଲଟ, ୨ଟି କାର୍, ୨ଟି ବାଇକ ଠାବ ହୋଇଛି । ଚଢ଼ଉରେ ୫ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ବାବୁଙ୍କ ପାଖରେ ନଗଦ ୧ ଲକ୍ଷ ଟଙ୍କା କ୍ୟାସ୍ ଥିବା ସହିତ ଗୋଟିଏ କାର୍ ଓ ଦୁଇଟି ବାଇକ୍ ରହିଥିବା ଜଣାପଡିଛି । ତେବେ ତଦନ୍ତ ହେଲେ ବାବୁଙ୍କ ପୂରା କୁଣ୍ଡଳୀ ସାମ୍ନାକୁ ଆସିବ ।
]]>IIC ଧିରଜ ଲେଙ୍କାଙ୍କୁ ଭିଜିଲାନ୍ସ ଟିମ୍ ହେପାଜତକୁ ନେଇଛି। ଫୁଲବାଣୀ ଦୁର୍ନୀତି ନିବାରଣ ବିଭାଗର DSP ଅରୁଣ ନାୟକଙ୍କ କହିବା ଅନୁସାରେ, IIC ଧୀରଜ ଲେଙ୍କା ଗାଡ଼ିରେ ଲକ୍ଷାଧିକ ଟଙ୍କା ଧରି ନିଜ ପତ୍ନୀଙ୍କ ପାଖକୁ ଯାଉଥିବାର ଅଭିଯୋଗ ହୋଇଥିଲା।
ଅଭିଯୋଗ ଆଧାରରେ, ଫୁଲବାଣୀ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ବାଲିଗୁଡ଼ା ବଜାରରେ ଅଟକ ରଖି ତାଙ୍କୁ ଏବଂ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧ଲକ୍ଷ ୪୫ ହଜାର ୮ଶହ ଟଙ୍କା ମିଳିଥିଲା। ମିଳିଥିବା ଟଙ୍କା ଦଶହରା ଚାନ୍ଦା ଆଦାୟର ବୋଲି ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ତାଙ୍କ ଠାରୁ ଜବତ ହୋଇଥିବା ଟଙ୍କା ନିଜର ବୋଲି କହିବା ସହ ସେ ଛୁଟି କାଟିବାକୁ ଯାଉଥିଲେ ବୋଲି କହିଛନ୍ତି।
]]>ଗତକାଲିଠାରୁ ଚାଲିଛି ଭିଜିଲାନ୍ସ ରେଡ୍ । ଟାଙ୍ଗରପାଲିର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ବିରୋଧରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ପୈତୃକ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା ।
କୁଳମଣିଙ୍କର ସୁନ୍ଦରଗଡ଼ ର ପ୍ରମୁଖ ସ୍ଥାନମାନଙ୍କରେ ୨୨ଟି ପ୍ଲଟ୍, ୨ଟି ବହୁତଳ କୋଠା, ୪ଟି ବାସଭବନ, ୨ଟି ବୋଲେରୋ, ୨ଟି ଟ୍ରାକ୍ଟର, ୩ଟି ମୋଟର ସାଇକେଲ୍ ରହିଛି । ଏଥିସହ ୩୦ ହଜାରରୁ ଅଧିକ ନଗଦ ଟଙ୍କା, ବିଭିନ୍ନ ବ୍ୟାଙ୍କରେ ୧୫ଟି ସେଭିଙ୍ଗ୍ସ ଆକାଉଣ୍ଟ, ଇନ୍ସୁରାନ୍ସ ଆଦିର କାଗଜପତ୍ର ମଧ୍ୟ ଲାଗିଛି ଭିଜିଲାନ୍ସ ହାତରେ ।
ସୂଚନା ଅନୁସାରେ ଗତକାଲି କୁଳମଣିଙ୍କ ପୈତୃକ ଗାଁ ଲେଫ୍ରିପଡା ଥାନା ଅନ୍ତର୍ଗତ ଡୁମାବହାଲ ସମେତ ସୁନ୍ଦରଗଡ ଏବଂ ଲେଫ୍ରିପଡା ର ୮ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଥିଲା।
ସୂଚନାଥାଉ କି, କିରାଣୀ ଚାକିରି ଭାବରେ ଚାକିରି ଆରମ୍ଭ କରି ଅତିରିକ୍ତ ତହସିଲଦାର କୁଳମଣି ପଦୋନ୍ନତି ପାଇ ORS ପାଇଥିଲେ। ଏହା ପୂର୍ବରୁ ସେ ହେମଗିରି ତହସିଲରେ ମଧ୍ୟ ଅତିରିକ୍ତ ତହସିଲଦାର ଭାବରେ ଅବସ୍ଥାପିତ ଥିଲେ।
]]>ସୁନ୍ଦରଗଡ଼ ସହରର ମିଶନ ରୋଡ୍ ସ୍ଥିତ ୨ ମହଲା ଘର, ଲେଫ୍ରିପଡ଼ାର ୩ ମହଲା ଘର ଏବଂ ଡୁମାବାହାଲରେ ୩ଟି ଘର ରେଡ୍ ହୋଇଛି। ସୂଚନାଥାଉ କି, କିରାଣୀ ଚାକିରି ଭାବରେ ଚାକିରି ଆରମ୍ଭ କରି ଅତିରିକ୍ତ ତହସିଲଦାର କୁଳମଣି ପଦୋନ୍ନତି ପାଇ ORS ପାଇଥିଲେ। ଏହା ପୂର୍ବରୁ ସେ ହେମଗିରି ତହସିଲରେ ମଧ୍ୟ ଅତିରିକ୍ତ ତହସିଲଦାର ଭାବରେ ଅବସ୍ଥାପିତ ଥିଲେ।
ଅନ୍ୟପକ୍ଷେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ ଭେଜିପୁଟର ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ ହୋଇଛି।ଜଣେ ଅଭିଯୋଗକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ଏହି ଲାଞ୍ଚ ଟଙ୍କାକୁ ଜବତ କରିବା ସହ ଭାରପ୍ରାପ୍ତ ଫାଣ୍ଡି ଅଧିକାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ୨ଟି ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଟିମ୍ ଛାନ୍ଭିନ୍ କରିଛନ୍ତି।
]]>ସୂଚନା ଅନୁସାରେ, ଅଭିନବ ଡାଳୁଆ ଜଣେ କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ଟିମ୍ ଅଚାନକ୍ ଚଢ଼ଉ କରି ତାଙ୍କୁ ଧରିଥିଲା। ଏହାସହ ୩୦ ହଜାର ଟଙ୍କା ଜବତ କରାଯାଇଛି। ଏହାପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଲିଙ୍କ୍ରେ ଭିଜିଲାନ୍ସ ଟିମ୍ ଅଭିନବ ଡାଳୁଆଙ୍କ ୮ଟି ସ୍ଥାନରେ ଚଢ଼ଉ କରିଛି।
ଅଭିଯୋଗ ଅନୁସାରେ, ଲାଞ୍ଚ ନଦେଲେ କୋଇଲା ପରିବହନ ପାଇଁ ଅନୁମତି ମିଳିବ ନାହିଁ ବୋଲି ଅଭିନବ ଡାଳୁଆ ଅଭିଯୋଗକାରୀଙ୍କୁ ପୂର୍ବରୁ ଧମକ ଦେଇଥିଲେ। ଫଳରେ ଅଭିଯୋଗକାରୀ ଅଗଷ୍ଟ ୨୪ରେ ୧୫ ହଜାର ଟଙ୍କା ଡିଏସ୍ପି ଇନ୍-ଚାର୍ଜଙ୍କୁ ଦେଇଥିଲେ। ଏହାପରେ ମଧ୍ୟ ପୋଲିସ୍ ବାବୁ ତାଙ୍କୁ ଆହୁରି ଅଧିକ ଟଙ୍କା ମାଗିଥିଲେ। ଶେଷରେ ସମ୍ପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଅଭିନବ ଡାଳୁଆଙ୍କୁ ଧରିଥିଲା।
(ରିପୋର୍ଟ-ରାଜଶ୍ରୀ ଶତପଥୀ, ଢେଙ୍କାନାଳ)
ମିଳିଥିବା ସୂଚନା ଅନୁଯାଇ ପଟ୍ଟମୁଣ୍ଡାଇ ନିମପୁର୍ ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ଲାଞ୍ଚ ନେଉଥିଲେ । ବର୍ତ୍ତମାନ ଶିକ୍ଷା ଅଧିକାରୀଙ୍କ ଭଡା ଘର ସମେତ କଟକ ସ୍ଥିତ ଘର, ବାଲେଶ୍ୱର ସ୍ଥିତ ପୈତୃକ ଘରେ ଏକ କାଳୀନ ଭିଜିଲାନ୍ସ ଚଢାଉ କରୁଥିବା ଜଣା ପଡିଛି ।
ଶିକ୍ଷା ଅଧିକାରୀ ସଂଜୀବ ସିଂହଙ୍କ ନାମରେ ବିଭିନ୍ନ ସମୟରେ ଲାଞ୍ଚ ନେବା, ତଦନ୍ତକୁ ଚପେଇ ଦେବା ଏବଂ ବଦଳି କରିଦେବା, ବିଲ କରିଦେବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ଆଉ ଶେଷରେ ଆଜି ସେ ଧରାପଡ଼ିଛନ୍ତି ।
]]>
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଚାଉଳିଆ ଗାଁର ପଲିସି ହୋଲ୍ଡର୍ ନନ୍ଦିନୀ ନାୟକ ଏଲ୍ଆଇସିରେ ଏକ ବୀମା ପଲିସି କରିଥିଲେ। ତାଙ୍କର ମୃତ୍ୟୁ ପରେ ଡେଥ୍ କ୍ଲେମ୍ ପାଇଁ ନନ୍ଦିନୀଙ୍କ ଏଲଆଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ନିକଟରୁ ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ ପାଇଁ ଡାକ୍ତର ଉମାକାନ୍ତ ଲାଞ୍ଚ ମାଗିଥିଲେ। ସେ ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଖବର ପାଇ ଭିଜିଲାନ୍ସ ଟିମ୍ ଅଚାନକ ଚଢ଼ାଉ କରି ଉମାକାନ୍ତଙ୍କୁ ଧରିଥିଲା। ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି।
#ଲାଞ୍ଚୁଆ_ଡାକ୍ତରଙ୍କ_ରସିକିଆ_ରିଲ୍ସ
— ଓଟିଭି (@otvkhabar) July 20, 2022
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରାଯାଇଛି। ଏବେ ସୋସିଆଲ୍ ମିଡିଆରେ ଡାକ୍ତରଙ୍କ ରଙ୍ଗିଲା ମିଜାଜର ଭିଡିଓ ଭାଇରାଲ ହେଉଛି... #Dhenkanal #ViralVideo #Odisha pic.twitter.com/QYzSFt6ABL
ସେପଟେ ସୋସିଆଲ ମିଡିଆରେ ଉମାକାନ୍ତଙ୍କ ଅନେକ ରିଲ୍ସ ଭିଡିଓ ମିଳିଛି। ଡାକ୍ତରଙ୍କ ରଙ୍ଗିଲା ମିଜାଜର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।
]]>ସେହିପରି ଦକ୍ଷିଣକାଳୀ ସ୍ଥିତ ଦୁଷ୍ମନ୍ତଙ୍କ ଶ୍ୱଶୁର ଘର ଓ ମଙ୍ଗଳପୁର ସ୍ଥିତ ଫାର୍ମ ହାଉସରେ ଚଢଉ ଚାଲିଛି । କେବଳ ଏତିକି ନୁହେଁ ଏହା ସହିତ ନିମାପଡ଼ା ସ୍ଥିତ ଅଫିସ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ତିନିମହଲା ଘର, ଶୈଳଶ୍ରୀ ବିହାର ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢଉ ଚାଲିଛି । ନିମାପଡ଼ା ସବ ଡିଭିଜନ ଅଧିନରେ ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଦୁଷ୍ମନ୍ତ କାର୍ଯ୍ୟରତ ଥିବା ଜଣାପଡିଛି ।
]]>