ସେହିପରି ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ ପର୍ଯ୍ୟଟକ ଉତ୍ତରପ୍ରଦେଶକୁ ଆସିଥିଲେ। ୨୦୨୩ ମସିହାରେ, ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଚତୁର୍ଥ ସ୍ଥାନରେ ଥିଲା।
ଯଦିଓ ପ୍ରାୟ ପ୍ରତ୍ୟେକ ରାଜ୍ୟ ଏବଂ ସହରରେ କିଛି ନା କିଛି ବିଶେଷ ଅଛି ତେବେ କାହାଣୀ କହୁଥିବା ସ୍ଥାନଗୁଡିକ ସମସ୍ତଙ୍କୁ ରୋମାଞ୍ଚିତ କରିଥାଏ । ଯଦି ଆପଣ ଦେଶର ସବୁଠାରୁ ଭଲ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାକୁ ଚାହାଁନ୍ତି, ତେବେ ଆପଣ କାଶ୍ମୀରରୁ କନ୍ୟାକୁମାରୀ ଭିତରେ ଅନେକ ପ୍ରସିଦ୍ଧ ଏବଂ ପ୍ରିୟ ସ୍ଥାନ ପାଇପାରିବେ। ଆସନ୍ତୁ ଦେଶର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ବିଷୟରେ ନଜର ପକେଇବା।
ସମଗ୍ର ଦେଶର ଅଧିକାଂଶ ପର୍ଯ୍ୟଟକ ଜୟପୁର ଏବଂ ଉଦୟପୁର ପରିଦର୍ଶନ କରିବାକୁ ପସନ୍ଦ କରନ୍ତି। ଏହି ଉଭୟ ସହର ଭାରତର ପାରମ୍ପାରିକ ରାଜକୀୟ ଗୌରବକୁ ଦର୍ଶାଏ, ଯାହାକୁ ଉପଭୋଗ କରିବାକୁ ଯାତ୍ରୀମାନେ ଆକର୍ଷିତ ହୁଅନ୍ତି। ଏହା ବ୍ୟତୀତ ଲକ୍ଷ ଲକ୍ଷ ଲୋକ ଜଲ ମହଲ, ଜୟପୁରର ହାୱା ମହଲ ଏବଂ ଉଦୟପୁରର ସିଟି ପ୍ୟାଲେସ୍ ପରିଦର୍ଶନ କରିବାକୁ ଆସନ୍ତି।
ଭାରତର ଅଧିକାଂଶ ପର୍ଯ୍ୟଟକ ଧାର୍ମିକସ୍ଥାନରେ ଦେଖିବାକୁ ମିଳନ୍ତି। ବର୍ଷସାରା ଧାର୍ମିକ ସ୍ଥାନରେ ବହୁତ ଭିଡ଼ ଜମିଥାଏ। ଏହିସବୁ ଧାର୍ମିକ ସ୍ଥାନ ମଧ୍ୟରେ ବାରାଣାସୀ ବହୁତ ଲୋକପ୍ରିୟ। ଦେଶର ପୁରାତନ ସହର ବାରାଣାସୀ ଗଙ୍ଗା କୂଳରେ ଅବସ୍ଥିତ। ଏଠାରେ ଥିବା କାଶୀ ବିଶ୍ୱନାଥ ମନ୍ଦିର, ସଙ୍କଟ ମୋଚନ ହନୁମାନ ମନ୍ଦିର, ରାମନଗର ଦୁର୍ଗ, ସାରନାଥ, ମଣିକର୍ଣ୍ଣିକା ଘାଟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ଭାରତୀୟ ପର୍ଯ୍ୟଟକଙ୍କ ମଧ୍ୟରେ କାଶ୍ମୀର ମଧ୍ୟ ବହୁତ ଲୋକପ୍ରିୟ। ଭାରତର ବିଭିନ୍ନ ସ୍ଥାନରୁ ଲୋକମାନେ କାଶ୍ମୀରର ଶୀତଳ ଉପତ୍ୟକାକୁ ଛୁଟି କାଟିବାକୁ ଆସନ୍ତି। ଡାଲ ହ୍ରଦରେ ନୌଯାତ୍ରା, ଗୁଲମର୍ଗ, ନାଗିନ୍ ହ୍ରଦ, ଶ୍ରୀନଗର, ପରୀ ମହଲ, ଶଙ୍କରାଚାର୍ଯ୍ୟ ପୀଠ ଏବଂ ପହଲଗାମ ହେଉଛି ମୁଖ୍ୟ ଆକର୍ଷଣ।
ଯାହା କନ୍ୟାକୁମାରୀକୁ ସ୍ୱତନ୍ତ୍ର କରିଥାଏ ତାହା ହେଉଛି ଭାରତ ମହାସାଗର, ଆରବ ସାଗର ଏବଂ ବଙ୍ଗୋପସାଗରର ମିଳନ। ପର୍ଯ୍ୟଟକମାନେ ବିଶେଷ ଭାବରେ ଏଠାକାର ଦିଗ୍ବଳୟ ଉପଭୋଗ କରିବା ଏବଂ ସୂର୍ଯ୍ୟୋଦୟ ଦେଖିବା ପାଇଁ ଏଠାକୁ ଆସନ୍ତି। କନ୍ୟାକୁମାରୀରେ ଅବସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲ୍, ତିରୁବଲୁଭର୍ ପ୍ରତିମୂର୍ତ୍ତି, ଭଗବତୀ ଅମ୍ମାନ ମନ୍ଦିର, କନ୍ୟାକୁମାରୀ ବିଚ୍, ପଦ୍ମନାଭପୁରମ୍ ପ୍ୟାଲେସ୍ ଏବଂ ଥିରୁପାରାପୁ ଜଳପ୍ରପାତ ଇତ୍ୟାଦି ପରିଦର୍ଶନ କରାଯାଇପାରିବ।
]]>#WATCH | Prime Minister Narendra Modi inaugurates the Kashi Tamil Sangamam 2.0 at Namo Ghat, in Varanasi. pic.twitter.com/AbCnmNYq96
— ANI (@ANI) December 17, 2023
#WATCH | Varanasi: At Kashi Tamil Sangamam, Prime Minister Narendra Modi says, "...You all have come here as members of my family more than being just guests. I welcome you all to the Kashi Tamil Sangamam..." pic.twitter.com/IHDJmADDeT
— ANI (@ANI) December 17, 2023
କାଶୀ ତାମିଲ ସଂଗମମ୍କୁ ନେଇ ମୋଦି କହିଛନ୍ତି ତାମିଲନାଡ଼ୁରୁ କାଶୀ ଆସିବା ଅର୍ଥ ମହାଦେବଙ୍କ ଗୋଟିଏ ଆସ୍ଥାନରୁ ଆଉ ଏକ ଆସ୍ଥାନକୁ ଆସିବା। ତେଣୁ ତାମିଲନାଡ଼ୁ ଓ କାଶୀ ମଧ୍ୟରେ ଏକ ସ୍ୱତନ୍ତ୍ର ସଂପର୍କ ରହିଛି। ବାରାଣସୀ ଓ କନ୍ୟାକୁମାରୀ ମଧ୍ୟରେ କାଶୀ ତାମିଲ ସଙ୍ଗମମ୍ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି ମୋଦି ।
]]>ଏହି ଅବସରରେ ପ୍ରଧାନମନ୍ତ୍ରୀ ନମୋ ଘାଟରୁ କାଶୀ ତାମିଲ ସଙ୍ଗମ୍ ୨.୦ର ଉଦଘାଟନ କରିବେ । ଏଥିସହ କନ୍ୟାକୁମାରୀରୁ ବାରାଣସୀ ମଧ୍ୟରେ ଏକ ନୂଆ ଟ୍ରେନର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଲୋକ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପକ୍କାଇ ସ୍ୱାଗତ କରିଥିଲେ ।
]]>୩୦.୬ ଏକରରେ ନିର୍ମାଣ ହେବାକୁ ଯାଉଛି ଏହି ବିଶାଳ ଷ୍ଟାଡିୟମ । ଷ୍ଟାଡିୟମ ନିର୍ମାଣ ପାଇଁ ଖର୍ଚ୍ଚ ହେବ ପ୍ରାୟ ୪୫୧ କୋଟି ଟଙ୍କା। ଏହି ଷ୍ଟାଡିୟମ ନିର୍ମାଣ ୩୦ ମାସ ମଧ୍ୟରେ ଶେଷ ହେବ । ଷ୍ଟାଡିୟମରେ ଏକାସାଙ୍ଗେ ୩୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ। ବାରଣାସୀ ଗଞ୍ଜାରୀରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡିୟମ ସବୁଠୁ ନିଆରା ହେବ । କାହିଁକି ନା ଏହି ଷ୍ଟାଡିୟମରେ ରହିବ ମହାଦେବଙ୍କ ଝଲକ ।
ବାରଣାସୀ ହେଉଛି ଦୁନିଆ ଅନ୍ୟତମ ପୁରାତନ ସହର । ଏହାକୁ ଭଗବାନ ଶିବଙ୍କ ସହର ମଧ୍ୟ କୁହାଯାଏ । ଏଠାରେ, ପ୍ରତ୍ୟେକ ପଥରରେ ଶଙ୍କର ରହିଛନ୍ତି । ମହାଦେବଙ୍କ ସହରରେ ଷ୍ଟାଡିୟମ ହେବ ଆଉ ସେହି ଷ୍ଟାଡିୟମରେ ବା କିପରି ମହାଦେବଙ୍କ ଝଲକ ରହିବନି । ଏହି କାରଣରୁ ଏଠାରେ ନିର୍ମାଣ ହେବାକୁ ଥିବା କ୍ରିକେଟ୍ ଷ୍ଟାଡିୟମରେ ଶିବଙ୍କ ଛାପ ଦେଖିବାକୁ ମିଳିବ ।
#ନୂଆ_ଷ୍ଟାଡିୟମ୍
— ଓଟିଭି (@otvkhabar) September 23, 2023
ଶିବଙ୍କ ନଗରୀରେ ହେବ କ୍ରିକେଟ୍ ଷ୍ଟାଡିୟମ୍ । ରହିବ ମହାଦେବଙ୍କ ଝଲକ୍...ବେଲପତ୍ର ଆକାରରେ ହେବ ପ୍ରବେଶ ପଥ#SpecialStory #India #Sports #Cricket #Stadium #OTV pic.twitter.com/Z7hF1hNxLN
ଏହି ଷ୍ଟାଡିୟମରେ କାଶୀର ସାଂସ୍କୃତିକ ଝଲକ ଦେଖିବାକୁ ମିଳିବ। ଷ୍ଟାଡିୟମର ଛାତ ଭଗବାନ ଶିବଙ୍କ ମଥାରେ ଥିବା ଅର୍ଦ୍ଧଚନ୍ଦ୍ର ପରି ନିର୍ମାଣ ହେବ । ତ୍ରିଶୁଳ ଷ୍ଟାଇଲରେ ନିର୍ମାଣ ହେବ ଫ୍ଲଡ୍ ଲାଇଟ୍ । ଷ୍ଟାଡିୟମର ପ୍ରବେଶ ପଥ ବେଲପତ୍ର ଡିଜାଇନରେ ତିଆରି ହେବ । ସେହିପରି ଦର୍ଶକଙ୍କ ପାଇଁ ବସିବା ସ୍ଥାନ ଗଙ୍ଗା ଘାଟର ସିଡି ପରି ରହିବ। ଷ୍ଟାଡିୟମର ମୁଖ୍ୟ ବିଲ୍ଡିଙ୍ଗକୁ ଶିବଙ୍କ ଡମ୍ବରୁ ଆକୃତିରେ ନିର୍ମାଣ କରାଯିବ । ଏହି ଷ୍ଟାଡିୟମ ନିର୍ମାଣ ପରେ ଦର୍ଶକ ଷ୍ଟାଡିୟମ ମଧ୍ୟରେ ଶିବମୟ ପରିବେଶ ଅନୁଭବ କରିପାରିବେ ଦର୍ଶକ ।
]]>ସୂଚନା ଅନୁସାରେ, ସୁପ୍ରିମକୋର୍ଟର ଓକିଲ ଭିନୀତ ଜିନ୍ଦଲ ପ୍ରଫେସର୍ ରତନ ଲାଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ଏନେଇ ସେ କହିଛନ୍ତି ଯେ, ମସଜିଦରେ ଶିବଲିଙ୍ଗଙ୍କ ସନ୍ଧାନକୁ ନେଇ ରତନ ଲାଲ ଏକ ଅପମାନଜନକ ତଥା ଉତ୍ତେଜନାମୂଳକ ଟ୍ୱିଟ୍ କରିଛନ୍ତି। ଏହି ଟ୍ୱିଟ୍ ମାଧ୍ୟମରେ ସେ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି ।
ଆଡଭୋକେଟ୍ ଭିନେଟ୍ ଜିନ୍ଦଲ ଆହୁରି ମଧ୍ୟ କହିଛନ୍ତି, ଗୋଟିଏପଟେ ଜ୍ଞାନବାପି ମସ୍ଜିଦ୍ ବିବାଦ ମାମଲାକୁ ନେଇ କୋର୍ଟରେ କେସ୍ ଲାଗିରହିଥିବା ବେଳେ ପ୍ରଫେସର ରତନ ଲାଲ ଜ୍ଞାନବାପି ମସ୍ଜିଦ୍ ମାମଲାକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇ ଆଇନର ପରିହାସ କରିଛନ୍ତି । ତାଙ୍କର ଏହି ଟ୍ୱିଟ୍କୁ ନେଇ ଦିଲ୍ଲୀ ପୋଲିସର ସାଇବର ସେଲ୍ ପ୍ରଫେସରଙ୍କ ବିରୋଧରେ ଆଇପିସିର ଧାରା ୧୫୩ ଏ ୨୯୫ ଏ ଅନୁଯାୟୀ ମାମଲା ରୁଜୁ କରି ପ୍ରଫେସରଙ୍କୁ ଗିରଫ କରିଛି ।
ଗିରଫ ପୂର୍ବରୁ ପ୍ରଫେସର ରତନ ଲାଲ ତାଙ୍କ ପଦବୀକୁ ରକ୍ଷା କରି ଏକ ବିବୃତ୍ତି ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି, ' ଭାରତରେ କିଛି ବି କହିଲେ, କାହାର ମଧ୍ୟ ଭାବନାକୁ କ୍ଷତି ପହଞ୍ଚିପାରିବ। ତେଣୁ ଏହା କୌଣସି ନୂଆ ନୁହେଁ । ମୁଁ ଅନେକ ପର୍ଯ୍ୟବେକ୍ଷଣ କରିଛି । ଯଦିଓ ମୁଁ ଏହି ବିଷୟରେ ଲେଖିଥିଲି ହେଲେ ମୁଁ ମୋର ପୋଷ୍ଟରେ ସଂଯମତା ସହ ଭାଷା ବ୍ୟବହାର କରିଛି ତେଣୁ ବର୍ତ୍ତମାନ ମଧ୍ୟ ମୁଁ ନିଜକୁ ସୁରକ୍ଷା ପ୍ରଦାନ କରିବି ।’
ମାମଲାରେ ଓକିଲ ଅଭିଯୋଗ କରିଛନ୍ତି ଯେ, ରତନ ଲାଲ ଜ୍ଞାନବାପି ପରିସରରେ ମିଳିଥିବା ଶିବଲିଙ୍ଗ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଶିବଲିଙ୍ଗଙ୍କୁ ସୁନ୍ନତ ସହିତ ଯୋଡି ରତନ ଲାଲ ହିନ୍ଦୁ ଧର୍ମ ଏବଂ ସନାତନ ଧର୍ମର ଦେବତାମାନଙ୍କର ପରିହାସ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଟ୍ୱିଟକୁ ନେଇ ରତନଙ୍କ ଗିରଫ ଦାବି ହୋଇଆସୁଥିଲା। ଯାହା ପରେ ଏବେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।
ତେବେ ଏହା ପୂର୍ବରୁ ମଧ୍ୟ ରତନ ଲାଲ ଅନେକ ଥର ବିବାଦ ଘେରରେ ରହିଥିଲେ ।
]]>ପବିତ୍ର କାଶୀ ବା ବାରାଣସୀ ସହରର ସବଠୁ ବଡ଼ ପରିଚୟ ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହି ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ହିନ୍ଦୁମାନଙ୍କର । ଏହି ଆରାଧ୍ୟ ପୀଠରେ ବର୍ଷର ସବୁ ସମୟରେ ଲୋକଙ୍କ ଭିଡ଼ ଜମୁଥିବାରୁ ୟା ଭିତରେ ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ପାଇଁ ବଦଳି ଯାଇଛି ବହୁ ପୁରୁଣା ବିଧି ବ୍ୟବସ୍ଥା ଓ ପୁରାତନ ଭିତ୍ତିଭୂମି । ୯୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନିମ ପ୍ରକଳ୍ପ କାଶୀ ବିଶ୍ୱନାଥ କରିଡର । ୨୦୧୯ରୁ ଆରମ୍ଭ ହୋଇଥିବା ଏହି ମହତ୍ୱାକାଂକ୍ଷୀ ଯୋଜନା ୟା ଭିତରେ ଅନେକ ଆଗକୁ ଯାଇଥିବା ବେଳେ ବନରାସର ବିକାଶ ୟୁପୀବାସୀଙ୍କୁ ବହୁ ମାତ୍ରାରେ ପ୍ରଭାବିତ କରିଛି ।
ପରେ ଆମ କ୍ୟାମେରା ଟିମ ହାଜର ହୋଇଥିଲା ବିଶ୍ୱସ୍ତରୀୟ ବନାରସ ରେଳ ଷ୍ଟେସନରେ । ସେଠି ପହଞ୍ଚିବା ପରେ ପ୍ଲାଟଫର୍ମର ଚିକ୍ ଚିକ୍ ଚଟାଣ ହିଁ ବୟାନ କରୁଥିଲା ଉତ୍ତର ଭରତରେ ସ୍ୱଚ୍ଛ ଭାରତର ଗାଥା । ଷ୍ଟେସନର ପ୍ରତିଟି କୋଣ ଟିକିନିଖି ଭାବେ ବଖାଣୁଥିଲା ବିକାଶର ବିଭିଧ ଚିତ୍ର । ଯାହା ଏଥର ନିର୍ବାଚନରେ ଶାସକ ଦଳ ସପକ୍ଷରେ ହାଓ୍ୱା ସୃଷ୍ଟି କରିବାରେ ଦମ୍ ବି ରଖୁଥିଲା ।
କାଶୀ ନଗରୀ ବନାରସରୁ ବାରାଣସୀ ପାଲଟିଥିଲେ ବି ଏହାର ପୂର୍ବ ନାଁ ସହ ଯୋଡ଼ି ହୋଇ ରହିଛି ସହରର ଐତିହ୍ୟ ଓ ପୁରୁଣ ପରିଚୟ ବନାରସୀ ଶାଢ଼ି ଓ ବନରାସୀ ପାନ । ଯାହା କି ବିଶ୍ୱ ବିଖ୍ୟାତ ଆଧୁନିକ ଆଭିଜାତ୍ୟ ଭିତରେ ସହରର ଚାକଚକ୍ୟ ବଦଳି ଯାଇଥିଲେ ବି ଅକ୍ଷତ ରହିଛି ଏହାର ସମୃଦ୍ଧ ହସ୍ତତନ୍ତ ଶିଳ୍ପ । ଆଜି ବି ଏଠିକା ଆକର୍ଷଣ ବନାରସୀ ପାଟ ତିଆରି ପାଇଁ କାରିଗର ହାତକୁ ଫୁରସତ ମିଳେନା । ଯାହାର ପ୍ରମାଣ ବାରାଣସୀର ଗଳି କନ୍ଦିରେ ଚାଲୁଥିବା ବଡ଼ ବଡ଼ ବନାରସୀ ସିଲ୍କ୍ ସୋରୁମ୍ ଓ ବ୍ୟବସାୟ ପ୍ରତିଷ୍ଠାନ । ସେହିଭଳି ବାରାଣସୀ ଆସିଲେ ଏଠାକାର ପାନ ମାୟାରେ ବାୟା ଦେଶୀ ବିଦେଶୀ ପର୍ଯ୍ୟଟକ ।
]]>ଯୋଗୀ ଆଦିତ୍ୟନାଥ ଓ ଅଫିସିଆଲ୍ସଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ରାସ୍ତାରେ ଚାଲି ଚାଲି ବୁଲୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଅତି ପାଖରୁ ଦେଖିବା ଏବଂ ତାଙ୍କ ସହ ସେଲ୍ଫି ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଲୋକଙ୍କୁ ସିଧାସଳଖ ଭେଟି ଆଲୋଚନା କରୁଥିବାର ଦେଖିବାକୁ ମିଳିଛି ।
ଏପରିକି ବାପା କାଖରେ ବସି ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଆସିଥିବା ଜଣେ ଛୋଟ ଶିଶୁକୁ ବି ନିରାଶ କରିନଥିଲେ ପ୍ରଧାନମନ୍ତ୍ରୀ । ଏକ ଗଳି ରାସ୍ତାରେ ଠିଆ ହୋଇ ଯୋଗୀ ଆଦିତ୍ୟନାଥ ଓ ଅଧିକାରୀଙ୍କ ସହ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନଜରକୁ ଶିଶୁଟି ଚାଲି ଆସିଯାଇଥିଲା । ଆଉ କଥାବାର୍ତ୍ତାକୁ ବନ୍ଦ ରଖି ପ୍ରଧାନମନ୍ତ୍ରୀ ସିଧା ଶିଶୁଟି ପାଖକୁ ଚାଲି ଆସିଥିଲେ ଭାବ ବିନିମୟ କରିଥିଲେ । ଶିଶୁଟିର ଗାଲରେ ହାତ ମାରି ଗେହ୍ଲା କରିବା ସହ ମଜା ମଧ୍ୟ କରିଥିଲେ । ଶିଶୁ ସହ ପ୍ରଧାନମନ୍ତ୍ରୀଙ୍କ ଏହି କଉତୁକିଆ ଭିଡିଓଟି ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି ।
ଗତକାଲି କାଶୀ ଧାମରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ପ୍ରବେଶ ବେଳକୁ ମୋଦି ମୋଦି ନାରାରେ ଗୁଞ୍ଜରିତ ହୋଇଥିଲା ପରିବେଶ । ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ବାରାଣସୀବାସୀ ଏକାଠି ହୋଇ ପୁଷ୍ପବୃଷ୍ଟି କରିବା ସହ ନିଜ ପ୍ରିୟ ସାଂସଦଙ୍କୁ ଟୋପି, ଉତ୍ତରୀୟ ଆଦି ବିଭିନ୍ନ ଉପହାର ଭେଟିଦେଇଥିଲେ । ପ୍ରଧାନମନ୍ତ୍ରୀ ବାରଣାସୀରେ ପହଞ୍ଚିବା ପରେ ପ୍ରଥମେ କାଳଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ସେଠାରୁ ଡବଲ୍ ଡେକର୍ ବୋଟ୍ରେ ଖିରଖିରା ଘାଟରୁ ଲଳିତା ଘାଟକୁ ଯାଇ ନଦୀରେ ବୁଡ଼ ପକାଇଥିଲେ । କାଶୀବିଶ୍ୱନାଥ କରିଡର୍ ଲୋକାର୍ପଣ ଅବସରରେ ଏହି ପ୍ରକଳ୍ପରେ ନିୟୋଜିତ ଶ୍ରମିକଙ୍କ ଉପରେ ପୁଷ୍ପବୃଷ୍ଟି କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ସେମାନଙ୍କ ସହିତ ଏକାଠି ବସି ମଧ୍ୟାନ୍ନ ଭୋଜନ କରିଥିଲେ ମୋଦି ।
]]>କାଶୀ ଆକାଶରେ କୁହୁଡ଼ି ଏବଂ ସେଥିରେ ଉଡୁଛି ବିରାଟ ବିରାଟ ବେଲୁନ୍ । ଏହି ରଙ୍ଗ ବେରଙ୍ଗର ବିଶାଳକାୟ ବେଲୁନ ଗୁଡ଼ିକ ଦେଖିବାକୁ ଯେତିକି ଆକର୍ଷଣୀୟ ଲାଗୁଛି, ସେତିକି ରୋମାଞ୍ଚକର ବି ଲାଗୁଛି । ସତେ ଯେପରି ବାସ୍ତବ ଚିତ୍ର ନୁହେଁ ଏହା ଏକ ସ୍ୱପ୍ନ ରାଇଜ । ଏଭଳି ସୁନ୍ଦର ଦୃଶ୍ୟରେ ନିର୍ଜୀବ ବେଲୁନ୍ ଗୁଡ଼ିକ ଜୀବନ୍ତ ହୋଇ ଦଳବଳ ଧରି ଦୂର ଆକାଶକୁ ଉଡ଼ିଯାଉଛନ୍ତି ।
ଦୂର ଆକାଶରେ ଉଡ଼ୁଥିବା ବେଲୁନ୍ ଗୁଡ଼ିକ ତଳୁ ଦେଖିଲେ ଯଦି ଏତେ ସୁନ୍ଦର ଦିଶୁଛି, ସେହି ବେଲୁନ୍ରେ ବସି ଆକାଶରେ ଉଡ଼ିଲେ କେମିତି ଲାଗିବ । ଦେହରେ ଥଣ୍ଡା ଥଣ୍ଡା ପବନ ବାଜୁଥିବ, କୁହୁଡ଼ି ଘଷି ହୋଇଯାଉଥିବ, ଆଉ ତଳେ ଦେଖାଯାଉଥିବ ବାରାଣସୀ ସହର ଓ ଗଙ୍ଗା ନଦୀର ବିହଙ୍ଗମ ଦୃଶ୍ୟ । ୩ ଦିନିଆ ଏୟାର୍ ବେଲୁନ୍ ମେଳାରେ ଏଭଳି ଅଭୂଲା ଅନୁଭୂତି ସାଉଁଟିଥିଲେ ବହୁ ବାରାଣସୀ ବାସୀ ଓ ପର୍ଯ୍ୟଟକ ।
ବେଲୁନ୍ରେ ଗରମ ବାଷ୍ପ ଭର୍ତ୍ତି ହେବା ପରେ, ଠିକ୍ ଦୀପାବଳିର ଆକାଶ ଦୀପ ଭଳି ତାହା ଧିରେ ଧିରେ ଉପକୁ ଉଠୁଥିଲା । ସାଥିରେ ଲୋକମାନଙ୍କୁ ନେଇ ବେଲୁନ୍ ଗୁଡ଼ିକୁ ଭୂଇଁଠୁ ହଜାରେ ଫୁଟ୍ ଉଚ୍ଚତା ଯାଏଁ ଉଡ଼ିବାକୁ ଅନୁମତି ଥିଲା । ପ୍ରତ୍ୟେକ ବେଲୁନ୍ରେ ଅତି ବେଶୀରେ ୩୦ ଜଣ ଲୋକଙ୍କୁ ଯାତ୍ରା କରିବାର ଅନୁମତି ଦିଆଯାଇଥିଲା । ମୁଣ୍ଡ ପିଛା ୫୦୦ ଟଙ୍କାର ଟିକେଟ୍ କାଟି ଆକାଶରେ ଉଡ଼ିବାର ମଜା ନେଉଥିଲେ ପର୍ଯ୍ୟଟକ ।
ସୂଚନା ଅନୁସାରେ, କାର୍ଯ୍ୟକ୍ରମରେ ଥିବା ବେଲୁନ୍ଗୁଡିକୁ ଉଡ଼ାଇବା ପାଇଁ ପୋଲାଣ୍ଡ୍ରୁ ୧୧ ଜଣ ଅଭିଜ୍ଞ ପାଇଲଟ୍ ଆସିଥିଲେ । ଏହି ବେଲୁନ୍ ଗୁଡ଼ିକ ରାମନଗର ଡୁମ୍ରୀରୁ ଉଡ଼ି ବାରାଣସୀ ସହରର ୪ଟି ନିର୍ଦ୍ଧାରିତ ସ୍ଥାନରେ ଓହ୍ଲାଉଥିଲା । ସୁରକ୍ଷା ଦୃଷ୍ଟିରୁ ରାମନଗର ଥାନା ପୋଲିସ ଓ ଅଗ୍ନିଶନ ବାହିନୀ ବେଲୁନ୍ ଉଡ଼ାଣ ଓ ଅବତରଣ ସ୍ଥଳରେ ମୁତୟନ ଥିଲେ । ପ୍ରତିବର୍ଷ ବାରାଣସୀରେ ଏଭଳି ବେଲୁନ୍ ସୋ ଆୟୋଜନ ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ।
]]>କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ଗସ୍ତ ସମୟରେ କଂଗ୍ରେସ ପ୍ରତିଜ୍ଞା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି କରୁଥିବାର ଦେଖାଯାଇଛି । ଏହି ଯାତ୍ରା ସହିତ ଜଡିତ ସ୍ଥାନ, ମାର୍ଗ, ତାରିଖ ଏବଂ ମୁଖ୍ୟ ପ୍ରସଙ୍ଗ ସମୀକ୍ଷା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । କଂଗ୍ରେସର ଏହି ଯାତ୍ରା ‘ହମ୍ ବଚନ୍ ନିଭାୟେଙ୍ଗେ’ ନାମରେ ଏକ ବସ୍ ଯାତ୍ରା କରାଯାଇଛି । ଏହି ବସ ଯାତ୍ରାକୁ ୟୁପିର ୫ଟି ବିଭିନ୍ନ ସ୍ଥାନ ତଥା ବାରଣାସୀ, ଅଯୋଧ୍ୟା, ସାହାରନପୁର, ଆଗ୍ରା ଏବଂ ଝାନ୍ସୀରୁ ବାହାର କରାଯିବ । କଂଗ୍ରେସର ଏହି ଯାତ୍ରା ୧୨ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ ଏବଂ ପ୍ରତ୍ୟେକ ପ୍ରମୁଖ ଗ୍ରାମ ଏବଂ ସହର ଦେଇ ଗତି କରିବ । ଏହି ଯାତ୍ରା ସମ୍ପୃକ୍ତ ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତାଙ୍କ ଦ୍ୱାରା ପରିଚାଳିତ ହେବ।
କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲାଲୁଙ୍କ ଅନୁଯାୟୀ, ଅକ୍ଟୋବର ୧୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଦ୍ୱାରା କଂଗ୍ରେସ ପ୍ରତିଜ୍ଞା ଯାତ୍ରା ଆରମ୍ଭ କରାଯାଇଛି । ଏହି ସମୟ ପ୍ରିୟଙ୍କା ଗାନ୍ଧୀ ବାରଣାସୀର ଜଗତପୁର ଇଣ୍ଟର କଲେଜ ପଡିଆରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ପ୍ରତିଜ୍ଞା ଯାତ୍ରାର ପତାକା ଉତ୍ତୋଳନ କରିଛନ୍ତି ଏବଂ ପରେ ବାରଣାସୀ ସମେତ ଅଯୋଧ୍ୟା, ସାହାରନପୁର, ଆଗ୍ରା ଏବଂ ଝାନ୍ସୀ ରେ ଆୟୋଜିତ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଏହି ସଭାରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ । ଏହି ଯାତ୍ରା ସମୟରେ ସେ କୃଷକ ଓ ଯୁବକ ମାନଙ୍କ ସହ ବିଭିନ୍ନ ସଭାର ଆୟୋଜନ କରି ବିଜେପିର ବିଫଳତାକୁ ବଖାଣିବେ । ଏହା ସହିତ କଂଗ୍ରେସ ସପକ୍ଷରେ ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।
]]>ଜାଣନ୍ତୁ କ’ଣ ଥିଲା ବିବାଦ?
ଅନେକ ଦିନ ହେଲାଣି ଏହି ସ୍ଥାନରେ ମସଜିଦ୍କୁ ନେଇ ବିବାଦ ଦେଖାଦେଇଛି। ହିନ୍ଦୁ ପକ୍ଷର କହିବା ଅନୁସାରେ,କାଶୀ ବିଶ୍ୱନାଥ ମନ୍ଦିରକୁ ୧୬୬୪ ମସିହାରେ ଔରଙ୍ଗଦେବଙ୍କ ରାଜତ୍ୱ କାଳରେ ନଷ୍ଟ କରିଦିଆଯାଇଥିଲା। ଆଉ ଏହାପରେ ମନ୍ଦିରର ଅବଶେଷରେ ସେହିଠାରେ ହିଁ ମସଜିଦ୍ ନିର୍ମାଣ କରାଯାଇଥିଲା। କିନ୍ତୁ ପରେ ୧୯୦୦ ମସିହାରେ ଏହାକୁ ନେଇ ପୁଣି ଥରେ ବିବାଦ ଦେଖାଯାଇଥିଲା ଏବଂ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ପକ୍ଷ ଅଂଟା ଭିଡ଼ିଥିଲେ। କିନ୍ତୁ ମୁସଲିମ୍ ପକ୍ଷ ଜାଗା ଦେଇନଥିଲେ। ଆଉ ଏହାରି ମଧ୍ୟରେ ୧୯୯୧ ମସିହାରେ ବାରାଣାସୀ ସିଭିଲ୍ କୋର୍ଟରେ ମାମଲା ଦାୟର କରାଯାଇଥିଲା। ଆଉ ଆଜି ପର୍ଯ୍ୟନ୍ତ ମଧ୍ୟ ମାମଲା ବିଚାରଧୀନ ରହିଛି। ତେବେ ଏହାରି ମଧ୍ୟରେ ଉଭୟ ପକ୍ଷଙ୍କ ଆଲୋଚନା ପରେ ମନ୍ଦିର ନିର୍ମାଣ ହେବ ବୋଲି ଜଣାପଡ଼ିଛି ଯାହାକୁ ନେଇ ହିନ୍ଦୁ ସମାଜ ମଧ୍ୟରେ ଖୁସି ଖେଳିଯାଇଛି।
ଖାଲି ସେତିକି ନୁହେଁ ପୂର୍ବାଞ୍ଚଳରେ ବାରାଣାସୀ ମେଡିକାଲ୍ ହବ୍ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଣିକି ଦିଲ୍ଲୀ ଓ ମୁମ୍ବାଇକୁ ଲୋକେ ଯିବା ପରିବର୍ତ୍ତେ କାଶୀରେ ହିଁ ସମସ୍ତ ସୁବିଧା ପାଇବେ । ତାସହ ସମ୍ପୂର୍ଣ୍ଣ ଉତ୍ତରପ୍ରଦେଶର କୃଷି ଓ ପର୍ଯ୍ୟଟନ ଶିଳ୍ପକୁ ବିକାଶ କରିବାକୁ ଯୋଜନା କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହସ୍ପିଟାଲ ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ଯାଇ ଏହାର ଅନୁଧ୍ୟାନ କରିଥିଲେ ।
ଏହାସହ ପ୍ରଧାନମନ୍ତ୍ରୀ ମୋଦି ଆଜି ବାରାଣାସୀରେ ମଲ୍ଟି ଲେବଲ୍ ପାର୍କିଂ, ଗଙ୍ଗା ନଦୀରେ ନୂତନ ବୋଟିଂ ବ୍ୟବସ୍ଥା, ଥ୍ରୀ ଲେନ୍ ବାରାଣାସୀ-ଗାଜିପୁର ହାଇୱେ ଭଳି ଏକାଧିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରକଳ୍ପକୁ ଉତ୍ତରପ୍ରଦେଶବାସୀଙ୍କ ପାଇଁ ସମର୍ପଣ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।
ତେବେ କରୋନାର ଦ୍ୱିତୀୟ ଲହର ସାମାନ୍ୟ କମିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ନିଜର ନିର୍ବାଚନ ମଣ୍ଡଳୀ ବାରାଣାସୀ ଗସ୍ତ କରିଛନ୍ତି । ପାଖାପାଖି ୮ ମାସ ପରେ ମୋଦି ବାରାଣାସୀ ଆସିଛନ୍ତି । ମୋଦିଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଥିଲା । କଡ଼ ସୁରକ୍ଷା ବଳୟ ମଧ୍ୟରେ ମୋଦି ବାରାଣାସୀ ଗସ୍ତ କରି ଫେରିଛନ୍ତି । ଗସ୍ତ ପୂର୍ବରୁ ଏସପିଜିର ସ୍ୱତନ୍ତ୍ର ସୁରକ୍ଷା ଦଳ ମୋଦିଙ୍କ ଗସ୍ତବ୍ୟ ସ୍ଥଳଗୁଡ଼ିକୁ ଯାଞ୍ଚ କରିଥିଲେ ।
କୁହାଯାଉଛି ମୋଦିଙ୍କର ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସଜ ସଜ ପଂଚାୟତ ନିର୍ବାଚନରେ ବିଜେପି ୟୁପିରେ ବାଜିମାତ୍ କରିଛି । କେବଳ ଏତିକି ନୁହେଁ ବରଂ ଆଗାମୀ ବର୍ଷ ଅର୍ଥାତ୍ ୨୦୨୨ରେ ୟୁପିରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ତେଣୁ ମୋଦିଙ୍କର ଏହି ଗସ୍ତ ସବୁଆଡ଼ୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।
]]>କୁହାଯାଉଛି ମୋଦିଙ୍କର ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ସଜ ସଜ ପଂଚାୟତ ନିର୍ବାଚନରେ ବିଜେପି ୟୁପିରେ ବାଜିମାତ୍ କରିଛି। କେବଳ ଏତିକି ନୁହେଁ ବରଂ ଆଗାମୀ ବର୍ଷ ଅର୍ଥାତ୍ ୨୦୨୨ରେ ୟୁପିରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ମୋଦିଙ୍କର ଏହି ଗସ୍ତ ସବୁ ଆଡ଼ୁ ଗୁରୁତ୍ୱପୂର୍ଣ୍ଣ ରହିଛି। କୁହାଯାଉଛି, ମୋଦି ଆସନ୍ତାକାଲି ୟୁପି ପାଇଁ କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। କାରଣ କଂଗ୍ରେସ , ସମାଜ ବାଦୀ ପାର୍ଟି ଓ ମାୟବତୀ ୟୁପିରେ କେମିତି ନିଜ ଦଳ ଜିତାପଟ୍ କରିବ ସେନେଇ ଏବେଠୁ ମାନସମନ୍ଥନ କରୁଛନ୍ତି। ଆଉ ପଂଚାୟତ ନିର୍ବାଚନରେ ବାଜିମାତ୍ କରିବା ପରେ ମଧ୍ୟ ସାଧାରଣ ନିର୍ବାଚନରେ ଯେମିତି ଅଧିକ ସିଟ୍ ଦଳ ଅକ୍ତିଆର୍ କରିବ ସେନେଇ ବିଜେପି ନେତା ମଧ୍ୟ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
ଦେଶର ପୂର୍ବାଞ୍ଚଳରେ ଦଳ କେମିତି ମଜଭୁତ୍ ହେବ ସେନେଇ ମୋଦି ସବୁବେଳେ ଚିନ୍ତା କରୁଥିବା ବେଳେ ଆସନ୍ତାକାଲି ମୋଦିଙ୍କ ଗସ୍ତକୁ ନେଇ ଏବେଠୁ ଅନେକ ଚର୍ଚ୍ଚା ଲାଗିଲାଣି। ୟୁପି ରାଜ୍ୟ ସଭାପତିଙ୍କ ସୂଚନା ଅନୁସାରେ, ମୋଦି ସକାଳ ପ୍ରାୟ ୧୦.୩୦ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରାଣାସୀରେ ପହଞ୍ଚିବେ। ତେବେ ମୋଦିଙ୍କ ସ୍ୱାଗତ ପାଇଁ ସେମାନେ ପୂରା ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ସଭାପତି।
]]>