NPJ ଭ୍ୟାକ୍ସିନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ PCSK9 ଇନହିବିଟର ନାମକ ମହଙ୍ଗା ଔଷଧ LDL କୋଲେଷ୍ଟ୍ରୋଲକୁ ହ୍ରାସ୍ କରିବାରେ ଯେପରି କାମ କରେ ସେହିପରି ଏହି ନୂଆ ଟିକା ମଧ୍ୟ ବ୍ୟାଡ୍ କୋଲେଷ୍ଟ୍ରୋଲକୁ ହ୍ରାସ୍ କରିଥାଏ। ବୈଜ୍ଞାନିକମାନେ କହିଛନ୍ତି ଯେ ବର୍ତ୍ତମାନ ସମୟରେ କୋଲେଷ୍ଟ୍ରୋଲ ଚିକିତ୍ସା ଅତ୍ୟନ୍ତ ମହଙ୍ଗା ଏବଂ ସମସ୍ତ ଲୋକଙ୍କ ପାଇଁ ଉପଲବ୍ଧ ନୁହେଁ। ଏହି ଟିକା ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଏହା କିପରି କମ୍ ମୂଲ୍ୟରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ।
ବୈଜ୍ଞାନିକମାନେ କହିଛନ୍ତି ଯେଉଁ ପ୍ରାଣୀମାନଙ୍କୁ ଆମେ ଏହି ଟିକା ଦେଇଥିଲୁ। ସେମାନଙ୍କ ପାଖରେ କୋଲେଷ୍ଟ୍ରୋଲ ସ୍ତରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବାର ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଉଛି ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିପାରେ। ଗତ ୧୦ ବର୍ଷ ମଧ୍ୟରେ ମୂଷା ଏବଂ ମାଙ୍କଡ଼ ଉପରେ କୋଲେଷ୍ଟ୍ରୋଲ ଟିକା ପରୀକ୍ଷା କରାଯାଇଥିଲା ଏବଂ ଏହାର ଫଳାଫଳ ମଧ୍ୟ ଭଲ ରହିଛି। ବର୍ତ୍ତମାନ ଏହି ଟିକା ମଣିଷ ଉପରେ ପରୀକ୍ଷା କରାଯିବ।
ଏହି ଟିକା ପ୍ରସ୍ତୁତ କରୁଥିବା ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ, ଏହି ଟିକା ପ୍ରତି ଡୋଜ୍ ୧୦୦ ଡଲାରରୁ ଶସ୍ତା ହୋଇପାରେ। କାରଣ ଏହା ସରଳ ଓ ଅପେକ୍ଷାକୃତ ଶସ୍ତା ବ୍ୟାକ୍ଟେରିଆରୁ ନିର୍ମିତ। ପ୍ରତ୍ୟେକ ଡୋଜ୍ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ମନୁଷ୍ୟ ଶରୀରରେ ରହିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି ।
]]>ଗତ ଜାନୁଆରୀ ମାସ ୨୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ ଉପସ୍ଥିତିରେ ଏହାର ଆରମ୍ଭ ହୋଇଥିଲା । ଯାହା ଆଗାମୀ ଦିନରେ ବଜାରକୁ ଆସିବାକୁ ଯାଉଛି । ଆଉ ଏହା ଭାରତର ପ୍ରଥମ ଗର୍ଭାଶୟ କ୍ୟାନ୍ସର ଭ୍ୟାକ୍ସିନ୍ ହେବ ।
ଅଧିକାରୀଙ୍କ କହିବା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଏ ସମ୍ପର୍କରେ ଜଣାଯାଇଛି । ଘରୋଇ ବଜାରରେ ଏହି ଗର୍ଭାଶୟ କର୍କଟ ଟିକାର ମୂଲ୍ୟ ଡୋଜ ପ୍ରତି ୨୦୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏହି ଟିକା ବଜାରରେ ୨ଟି ଡୋଜ୍ ଆକାରରେ ଉପଲବ୍ଧ ହେବ । ଯାହାକି ଅନ୍ୟ ଟିକା ଠାରୁ କମ୍ ମୂଲ୍ୟ ରହିବ ବୋଲି କୁହାଯାଇଛି । ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ଏହି ଟିକାକୁ କମ୍ ମୂଲ୍ୟରେ ଉପଲବ୍ଧ କରାଯିବ ବୋଲି କୁହାଯାଇଛି ।
ଆମେ ଏଠାରେ କହିରଖିବୁ ଭାରତରେ ଗର୍ଭାଶୟ କ୍ୟାନ୍ସର ପାଇଁ ବିଦେଶୀ ଟିକା ଉପଲବ୍ଧ ହେଉଛି । ଯାହାର ମୂଲ୍ୟ ଭାରତୀୟ ଟିକା ଠାରୁ ଢେର ଅଧିକ । ଆମେରିକା କମ୍ପାନୀ ମର୍କର ଏଚପିବି ଭ୍ୟାକ୍ସିନର ଦାମ୍ ପ୍ରାୟ ୧୦ ହଜାର ଟଙ୍କା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଚପିବି ଭ୍ୟାକ୍ସିନକୁ ଟିକାକରଣରେ ସାମିଲ କରାଯାଇଛି ।
ପରେ ଏହି ଟିକାର ମୂଲ୍ୟକୁ ନେଇ କେନ୍ଦ୍ର ସରକାର ବିଚାରବିମର୍ଶ କରୁଥିଲେ । ଯାହାକି ଆଗାମୀ ଦିନରେ ଭାରତର ଗର୍ଭାଶୟ କ୍ୟାନ୍ସର ଟିକା ବଜାରକୁ ଆସିବାକୁ ଯାଉଛି । ୯ରୁ ୧୪ ବର୍ଷର ନାବାଳିକାଙ୍କୁ ଏହି ଟିକା ଦିଆଯିବଆ ନେଇ ମଧ୍ୟ ଧ୍ୟାନ ଦିଆଯାଇଛି ।
ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ବାୟୋଟେକ୍ନୋଲୋଜିର ମିଳିତ ଉଦ୍ୟମରେ ପ୍ରସ୍ତୁତ କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମାଭାଇରସ୍ ଭ୍ୟାକ୍ସିନ୍ର ଆଜି ହୋଇଛି ଶୁଭାରମ୍ଭ । ଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜୀତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଟିକାର ଶୁଭାରମ୍ଭ କରି ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲା କହିଛନ୍ତି- ଏଭଳି ଟିକା ଉଦ୍ଭାବନ ପାଇଁ ପ୍ରାୟ ୧୦ବର୍ଷ ରିସର୍ଚ୍ଚ କରିବାକୁ ପଡିଛି । ଟିକାର ସଫଳତା ସମ୍ପର୍କରେ ଅନୁଧ୍ୟାନ ପାଇଁ ୨ ହଜାର ସ୍ୱେଚ୍ଛାସେବୀଙ୍କୁ ମନୋନୀତ କରାଯାଇଥିଲା । ଟିକା ପ୍ରଥମେ ଭାରତରେ ଉପଲବ୍ଧ ହେବ ଓ ପରେ ବିଦେଶକୁ ଯିବ ।
ପ୍ରଥମ ପର୍ଯ୍ୟାୟରେ ଭାରତ ସରକାରଙ୍କୁ ୨୦ କୋଟି ଡୋଜ୍ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଟିକାର ଦର ଡୋଜ୍ ପିଛା ୨ ଶହରୁ ୪ ଶହ ଟଙ୍କା ପାଖାପାଖି ରହିବ । କିନ୍ତୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ଚୂଡ଼ାନ୍ତ ହେବ । ସେପଟେ କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂ କହିଛନ୍ତି ଭାରତ ପାଇଁ ଆଜି ଏକ ଐତିହାସିକ ଦିନ । ମହିଳା ଓ କିଶୋରୀମାନଙ୍କୁ ଜରାୟୁ କର୍କଟ କବଳରୁ ସୁରକ୍ଷା ଦେବାକୁ ମୋଦି ସରକାରଙ୍କ ଲକ୍ଷ୍ୟ ସଫଳ ହୋଇଛି । ଆୟୁଷ୍ମାନ ଭାରତ ଯୋଜନାରେ ଏହି ଟିକା ହିତାଧିକାରୀଙ୍କୁ ଉପଲବ୍ଧ ହେବ । ସ୍କୁଲ ସ୍ତରରୁ ଅର୍ଥାତ୍ ୧୦ରୁ ୧୪ ବର୍ଷର କିଶୋରୀଙ୍କୁ ଏହି ଟିକା ଦିଆଯିବାକୁ ଯୋଜନା ରହିଛି ।
କର୍କଟ ରୋଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ-ଭାରତରେ କିଶୋରୀ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଶତ୍ରୁ ସାଜିଛି ଜରାୟୁ କର୍କଟ । ୧୫ରୁ ୪୪ ବର୍ଷ ବୟସ୍କାଙ୍କୁ ଏହି କର୍କଟ ଅଧିକ ଆକ୍ରମଣ କରିଥାଏ । ୯୮ ପ୍ରତିଶତ ରୋଗୀ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଡାକ୍ତରଙ୍କ ପାଖକୁ ଆସୁଥିବାରୁ ଆଉ ଆରୋଗ୍ୟ ସମ୍ଭବ ହେଉନାହିଁ । ଫଳରେ ଶେଷରେ ମୃତ୍ୟୁ ଘଟୁଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି-୨୦୧୯ରୁ ଆଜି ସୁଦ୍ଧା ୪୧ ଲକ୍ଷରୁ ଅଧିକ ମହିଳାଙ୍କର ଜରାୟୁ କର୍କଟରେ ମୃତ୍ୟୁ ଘଟିଲାଣି । ଏମିତିକି ପ୍ରତି ୮ ମିନିଟ୍ରେ ଏହି ରୋଗରେ ଜଣେ ମହିଳାଙ୍କର ପ୍ରାଣ ଯାଉଛି ।
ସଚେତନତାର ଅଭାବ ଓ ଜରାୟୁ କର୍କଟକୁ ଏକ ସାଧାରଣ ରୋଗ ଭାବି ଅବହେଳା ପରେ ପ୍ରାଣଘାତୀ ସାଜୁଛି । ବିଦେଶରେ ଏହାର ପ୍ରତିଷେଧକ ଟିକା ମିଳୁଛି, ହେଲେ ବହୁମୂଲ୍ୟ । ଏମିତିକି ଡୋଜ୍ ପିଛା ୧୧ ହଜାରରୁ ଅଧିକ ଟଙ୍କା ପଡୁଛି । ତେଣୁ ଭାରତରେ କମ୍ ଦରରେ ଜରାୟୁ କର୍କଟ ଟିକା ଉପଲବ୍ଧ ହେଲେ ତାହା କେବଳ ମହିଳା ନୁହଁନ୍ତି କିଶୋରୀଙ୍କ ମୃତ୍ୟୁହାରକୁ ବି ବହୁ ମାତ୍ରାରେ ରୋକି ପାରିବ ।
ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ କିଶୋରୀମାନଙ୍କୁ ଜରାୟୁ କ୍ୟାନସର ସଂଜିବନୀ ଦେବାକୁ ସ୍ଥିର କରିଛନ୍ତି । ସ୍କୁଲ ସ୍ତରରେ ଟିକାକାରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଡୋଜ୍ ଟିକା ଦିଆଯିବାର ୬ ରୁ ୭ ମାସ ପରେ ଦିଆଯିବ ଦ୍ୱିତୀୟ ଡୋଜ୍ ।
]]>ନ୍ୟୁଜିଲ୍ୟାଣ୍ଡରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ -19 ଟିକା ଏବଂ ପ୍ରତିରୋପଣ କାର୍ଯ୍ୟକ୍ରମର ସମୂହ ପ୍ରବନ୍ଧକ ଏଷ୍ଟ୍ରିଡ୍ କର୍ଣନିଫ୍ କହିଛନ୍ତି ମନ୍ତ୍ରଣାଳୟକୁ ଏ ବିଷୟରେ ଅବଗତ କରାଯାଇଛି । ଘଟଣାକୁ ଗୁରୁତର ସହ ନିଆଯାଇଛି । ସ୍ଥିତିକୁ ନେଇ ମନ୍ତ୍ରଣାଳୟ ବହୁତ ଚିନ୍ତିତ । କୌଣସି ବ୍ୟକ୍ତି ଟିକାର ମାତ୍ରାଧିକ ଡୋଜ୍ ନେଇଥିଲେ, ଯଥାଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ବୋଲି ଅନୁରୋଧ କରିଛି । ତେବେ ଘଟଣାଟି କେଉଁଠାରେ ଘଟିଛି ମନ୍ତ୍ରଣାଳୟ ପ୍ରଘଟ କରିବ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ଏ ପ୍ରସଙ୍ଗରେ ଇମ୍ୟୁନାଇଜେସନ୍ ଆଡଭାଇଜରୀ ସେଣ୍ଟରର ମେଡିକାଲ୍ ନିର୍ଦ୍ଦେଶକ ତଥା ଅକଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ନିକ୍କି ଟର୍ନର ଭିନ୍ନ କଥା କହିଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକା ନେବା ସମ୍ପର୍କରେ କୌଣସି ତଥ୍ୟ ନାହିଁ ବୋଲି କହିଛନ୍ତି ।
ଲୋକଙ୍କୁ ଦିଆଯାଉଥିବା ଟିକାକୁ ପ୍ରାଥମିକ ତଥ୍ୟ ଆଧାରରେ ଡିଜାଇନ୍ କରାଯାଇଛି । ଏହା ମାନବ ଶରୀରରେ ଭଲ ପ୍ରତିରକ୍ଷା ପ୍ରତିକ୍ରିୟା ଦେବା ସହ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କାମ କରେ । ହେଲେ ଏକ ଦିନରେ ଟିକାକରଣର ଏକାଧିକ ମାତ୍ରା ଗ୍ରହଣ କଲେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହିବ ବୋଲି ମଧ୍ୟ ସେ କହିଛନ୍ତି । ଏପରି କରିବା ଆଦୌ ଠିକ୍ ନୁହେଁ । ତେବେ ଏସମ୍ପର୍କରେ ଆମ ପାଖରେ କୌଣସି ପ୍ରମାଣ ନାହିଁ । ଗୋଟିଏ ଦିନରେ ଏକାଧିକ ଡୋଜ୍ ନେବା ନିରାପଦ ନୁହେଁ, ଏହା ବ୍ୟକ୍ତିଙ୍କ ଜୀବନକୁ ବିପଦରେ ପକାଇ ଦେଇଛି । କ’ଣ ହେବ କିଛି କହିହେବ ନାହିଁ ।
]]>WHO ବିଶେଷଜ୍ଞ କହିବା ଅନୁଯାୟୀ ଚୀନରେ ଦୁଇ ଡୋଜ ଟୀକାକରଣ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଇମ୍ୟୁନିଟି ପାୱାର ଦୁର୍ବଳ ହେଉଥିବାର ଦେଖାଯାଉଛି । ତେବେ ଏହି ପରିସ୍ଥିତିରେ ସେମାନଙ୍କୁ କୋଭିଡର ତୃତୀୟ ଡୋଜ ଦିଆଯିବା ଉଚିତ୍ ବୋଲି WHO ପରାମର୍ଶ ଦେଇଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ପ୍ରତିରକ୍ଷା ଶକ୍ତି କମ ଥିବାରୁ ସେମାନଙ୍କୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଥାଏ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଚୀନର ସିନୋଭାକ ଏବଂ ସିନୋଫାର୍ମ ଟିକା ନେଇ ଥିବା ୬୦ବର୍ଷରୁ ଅଧିକ ଲୋକଙ୍କୁ କୋଭିଡ -୧୯ ର ତୃତୀୟ ଡୋଜ ଦିଆଯିବା ଉଚିତ। WHO କହିଛି ଅନୁଯାୟୀ ସିନୋଭାକ୍ ଏବଂ ସିନୋଫାର୍ମ ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ପ୍ରତିରକ୍ଷା ଶକ୍ତି ଦୁର୍ବଳ ହେଉଥିବାର ଦେଖାଯାଉଛି । ଏହି କ୍ଷେତ୍ରରେ ସଂକ୍ରମଣକୁ ରୋକିବାକୁ ହେଲେ ତୃତୀୟ ଡୋଜ ଟୀକାକରଣର ନିହାତି ଆବଶ୍ୟକ । କେବଳ ଚୀନ ନୁହେଁ ବରଂ ସମସ୍ତ ଦେଶ ମାନେ କୋଭିଡର ବୁଷ୍ଟର ଡୋଜ ନେବା ପାଇଁ କୁହାଯାଇଛି ।
SAGE ପକ୍ଷରୁ କୁହାଯାଇଛି ଯେ ସବୁ ଦେଶ ଗୁଡିକ ଯଥାସମ୍ଭବ ଲୋକଙ୍କୁ ଦୁଇଟି ଡୋଜ ଦେବାର ଲକ୍ଷ୍ୟ ରଖିବା ଉଚିତ୍ । ଏହା ପରେ ତୃତୀୟ ଡୋଜ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେବା ଉଚିତ୍ । ସର୍ବପ୍ରଥମେ ଏହି ତୃତୀୟ ଡୋଜ ବୃଦ୍ଧଙ୍କୁ ଦିଆଯିବା ଉଚିତ୍ । ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକ ଜନସଂଖ୍ୟା ଥିବା ଦେଶ ମାନେ ଶୀଘ୍ର ତୃତୀୟ ଡୋଜ ପାଇଁ WHO ନିକଟରେ ସୁପାରିସ କରିବା ଦରକାର । ଚୀନ ବ୍ୟତିତ ବିଶ୍ୱର ପ୍ରାୟ ଦେଶ ମାନଙ୍କରେ କରୋନାର ସ୍ଥିତି ବିଗିଡିବାରେ ଲାଗିଛି ।
]]>ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ଏଣିକି ପିଲାଙ୍କୁ କୋଭିଡ୍ ଟିକା ଦିଆଯିବ । ଜାଡସ କ୍ୟାଡିଲା ପରେ କୋଭାକ୍ସିନ୍କୁ ଅନୁମତି ମିଳିଛି । କିନ୍ତୁ ତାହା ଗୁଜବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ।
ତେବେ ଏହି ଟିକାକୁ ଭରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରୁଛନ୍ତି । କୋଭାକ୍ସିନ ହେଉଛି ଭାରତୀୟ କରୋନା ଟିକା । କରୋନା ଭାଇରସ୍ ବିରୋଧରେ କ୍ଲିନିକାଲ୍ ପରୀକ୍ଷଣରେ କୋଭାକ୍ସିନ୍ ପ୍ରାୟ ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିଲା । ପିଲାଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଗାଇଡଲାଇନ୍ ଜାରିକରିବେ । ଆଉ ତା’ପରେ ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ । ପିଲାମାନେ ମଧ୍ୟ ବୟସ୍କଙ୍କ ପରି କୋଭାକ୍ସିନର ଦୁଇଟି ଡୋଜ୍ ନେବେ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରେ କୋଭାକ୍ସିନ୍ ଟିକା ପିଲାଙ୍କ ପାଇଁ କୌଣସି କ୍ଷତି ଘଟାଇଥିବା ସୂଚନା ନାହିଁ ।
ଅନୁମତି ମିଳିବା ପରେ ଶ୍ୱାସ ରୋଗରେ ପୀଡ଼ିତ ପିଲାଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି କୁହାଯାଇଛି । ସରକାରୀ ଟିକାକରଣ କେନ୍ଦ୍ରରେ ଏହି ଟିକା ମାଗଣାରେ ପ୍ରଦାନ କରାଯିବ । ପିଲାମାନଙ୍କ ପାଇଁ କୋଭାକ୍ସିନ୍ ଟିକାକୁ ସ୍ୱୀକୃତି ମିଳିବା ଆଶ୍ୱସ୍ତିର ଖବର । କାରଣ କରୋନାର ସମ୍ଭାବ୍ୟ ତୃତୀୟ ଲହରୀରେ ପିଲାମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । କିନ୍ତୁ ପିଲାମାନେ ସଠିକ୍ ସମୟରେ କରୋନା ଟିକା ନେଲେ ସଂକ୍ରମଣ କମିଯାଇପାରେ ବୋଲି ଆକଳନ କରାଯାଉଛି ।
]]>ଜନସନ୍ ଆଣ୍ଡ ଜନସନ୍ ଫାର୍ମା କମ୍ପାନୀକୁ ବ୍ରିଟେନ ସରକାର ଏହି ସଙ୍ଗିଲ୍ ସଟ୍ ଟିକାର ୨ କୋଟି ଡୋଜ ପ୍ରସ୍ତୁତ କରିବା ପାଇଁ ଅର୍ଡର ଦେଇଛନ୍ତି । ଆମେରିକାରେ ହୋଇଥିବା ପରୀକ୍ଷଣରେ ଜନସନ ଆଣ୍ଡ ଜନସନର ଏହି ଟିକା ସାମାନ୍ୟ ଏବଂ ଗୁରୁତର କରୋନା ସଂକ୍ରମଣକୁ ରୋକିବାରେ ୭୨ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଥିଲା । ବ୍ରିଟେନ ଏପର୍ଯ୍ୟନ୍ତ ୬.୨ କୋଟି ଡୋଜ ଟିକାକରଣ କରିସାରିଛି । ଅଧିକାଂଶ ଡୋଜ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ଫାଇଜର ଟିକା ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ମାଡର୍ନାର ଟିକାକୁ ମଧ୍ୟ ଅନୁମତି ଦିଆଯାଇଛି।
ପୁଣି ବୃଦ୍ଧି ପାଉଛି ନୂତନ ମାମଲା
ଗତ କିଛି ମାସ ଧରି ବ୍ରିଟେନରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ଥରେ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି । B1.617.2 ଭ୍ୟାରିଏଣ୍ଟର ମାମଲା ବୃଦ୍ଧି ପାଉଥିବା ହେତୁ କିଛି ଅଞ୍ଚଳରେ କଟକଣାକୁ କଡ଼ାକଡ଼ି କରାଯାଇଛି । ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ଆରମ୍ଭ ହୋଇଯାଇଛି । ବ୍ରିଟେନ ସରକାର ମଙ୍ଗଳବାର ଅନାବଶ୍ୟକ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ସହ କରୋନାର B1.617.2 ଭ୍ୟାରିଏଣ୍ଟକୁ ମାତ୍ ଦେବା ପାଇଁ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଏହାପରେ ଏବେ ବୋରିସ୍ ଜନସନଙ୍କ ସରକାର ବିରୋଧରେ ଅନେକ ଗୁରୁତର ଅଭିଯୋଗ ସାମ୍ନାକୁ ଆସୁଛି ।
କିଛି ଦିନ ପୂର୍ବରୁ ବ୍ରିଟେନ୍ ସରକାରଙ୍କ ଟିକା ଟାସ୍କଫୋର୍ସ ମୁଖ୍ୟ କ୍ଲିଭ ଡିକ୍ସ ଦାବି କରିଥିଲେ ଯେ, ଅଗଷ୍ଟ ମାସଠାରୁ ବ୍ରିଟେନରେ କରୋନା ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିବ ନାହିଁ। ଡିକ୍ସ କହିଥିଲେ ଯେ ଜୁଲାଇ ଶେଷ ସୁଦ୍ଧା ବ୍ରିଟେନବାସୀ ଅନ୍ତତଃପକ୍ଷେ ଥରେ ଟିକା ନେଇସାରିଥିବେ। ସେ ଆହୁରି କହିଥିଲେ ଯେ, ‘ସେତେବେଳକୁ ଆମେ କରୋନାର ସମସ୍ତ ଭ୍ୟାରିଏଣ୍ଟରୁ ଲୋକଙ୍କୁ ସୁରକ୍ଷିତ କରିସାରିଥିବୁ’।
]]>ନିକଟରେ ଉତ୍ତରପ୍ରଦେଶର ଏକ ଗାଁରୁ ଖବର ଆସିଥିଲା ଯେ, ଟିକା ନେବାକୁ ଗ୍ରାମବାସୀ ଏତେ ଭୟ କରୁଥିଲେ ଯେ ସେମାନେ ନଦୀକୁ ଡେଇଁପଡିଥିଲେ । ତେବେ ଏଭଳି ଘଟଣା କେବଳ ଭାରତରେ ଦେଖାଯାଇଛି ତାହା ନୁହେଁ, ଆମେରିକାର ମଧ୍ୟ କିଛି ସହରରେ ଲୋକମାନେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହି କାରଣରୁ ଏବେ ସରକାର ନୂଆ ଉପାୟ ଆପଣାଇଛନ୍ତି । ଲୋକଙ୍କୁ ଭ୍ୟାକ୍ସିନ ନେବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପୁରସ୍କାର ତଥା ଲଟେରୀ ଟିକଟର ଲୋଭ ଦେଖାଇଛନ୍ତି।
ଆମେରିକାର କାଲିଫର୍ନିଆରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଏଠାରେ ଏବେ ଭ୍ୟାକ୍ସିନ ନେବା ଲୋକଙ୍କୁ ଲଟେରୀ ଟିକଟ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହା ଦ୍ୱାରା ଏଠାକାର ଲୋକ ପାଖାପାଖି ୧୦ କୋଟି ଟଙ୍କା ଜିତିବାର ସମ୍ଭାବନା ରହିଛି। ଏହି ଲଟେରୀ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେଉଛି, ଲୋକମାନେ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଆଗକୁ ଆସି ଟିକା ଗ୍ରହଣ କରିବେ।
ଶହ ଶହ ପୁରସ୍କାର ପାଇବେ
କାଲିଫର୍ନିଆର ଗଭର୍ଣ୍ଣର ଗେଭିନ ନ୍ୟୁଜାମଙ୍କ ଅନୁଯାୟୀ, ଏହି ପ୍ରକ୍ରୟାରେ ୧୦ ଜଣଙ୍କୁ ୧୦ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ । ଏହି କ୍ରମରେ ଟିକା ନେଇଥିବା ୩୦ ଜଣଙ୍କୁ ୫୦ ହଜାର ଡଲାର ପୁରସ୍କାର ପ୍ରଦାନ କରାଯିବ । ଏହା ବ୍ୟତୀତ ୨୦ ଲକ୍ଷ ଲୋକଙ୍କୁ ୫୦ ଡଲାର ଲେଖାଏଁ ପୁରସ୍କାର ଦିଆଯିବ । ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୭ ଲକ୍ଷ ଲୋକ ଟିକା ନେବା ପାଇଁ ନାଁ ପଂଜୀକରଣ କରିସାରିଲେଣି। ତେବେ କେବଳ କାଲିଫର୍ନିଆ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି।
ଏକ ଆକଳନ ଅନୁଯାୟୀ, କାଲିଫର୍ନିଆରେ ଏ ପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷ ଲୋକ ଟିକା ନେଇ ନାହାଁନ୍ତି । ପ୍ରାୟ ୬୩ ପ୍ରତିଶତ ଲୋକ ଟିକା ଗ୍ରହଣ କରିଛନ୍ତି । ଏଠାରେ ସରକାର ଆଶା କରୁଛନ୍ତି ଯେ, ଆଗାମୀ ଦୁଇ ମାସ ମଧ୍ୟରେ ୧୨ ବର୍ଷରୁ ଅଧିକ ବୟସ୍କ ସମସ୍ତ ବ୍ୟକ୍ତି ଟିକା ନେପାରିବେ।
]]>