ସୂଚନା ଅନୁସାରେ ୨୦୧୫ମସିହାରେ ମୁସଲିମ ପ୍ରଥା ଅନୁସାରେ ବିବାହ ସଂପନ୍ନ ହୋଇଥିଲା । ବରପକ୍ଷ ମାଗିଥିବା ୧୫ଲକ୍ଷ ଯୌତୁକ ମଧ୍ୟ ଦିଆଯାଇଥିଲା । ମାତ୍ର ବିବାହ ପରେ ଶାଶୂଘର ଲୋକ ଆହୁରି ଅଧିକ ଯୌତୁକ ଦାବି କରିଥିଲେ । ୫ଜଣ ଦିଅର ମଧ୍ୟ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଦାବି ମୁତାବକ ଆହୁରି ଅଧିକ ଯୌତୁକ ନଦେବାରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।
ମହିଳାଙ୍କ ସ୍ୱାମୀ ଏକ ସ୍କର୍ପିଓ କାର ଆଣିବା ପାଇଁ ବାଧ୍ୟ କରିବାରୁ ସେ ବାପ ଘରେ ଥିଲେ। ମାତ୍ର ତାଙ୍କ ସ୍ୱାମୀ ତାଙ୍କୁ ତିନି ତଲାକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଥାନାରେ ଅଭିଯୋଗ କରିବା ସହ ମହିଳା ଜଣଙ୍କ ତାଙ୍କ ଶାଶୂଘର ଲୋକଙ୍କୁ ଉଚିତ ଦଣ୍ଡ ଦେବାକୁ ଦାବି କରିଛନ୍ତି। ପୋଲିସ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଜାରି ରଖିଛି। ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
]]>
ସୂଚନା ଅନୁସାରେ ଗତ ସୋମବାର ଦିନ ଜଣେ ମହିଳାଙ୍କ ଶବବ୍ୟବଚ୍ଛେଦ କରାଯିବାକୁ ଶବବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା । ହେଲେ ମଙ୍ଗଳବାର ଦିନ ଜଣେ ମହିଳା ଡାକ୍ତରଙ୍କ ସମେତ ଅନ୍ୟ ତିନି ଜଣ ଡାକ୍ତର ସେଠାକୁ ଯାଇଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ମୃତ ମହିଳାଙ୍କ ଆଖି ନଥିବା କଥା କହିଥିଲେ । ପରେ ପରେ ଘଟଣାଟି ଥାନାରେ ପହଞ୍ଚିବା ସହ ପୋଲିସ ଏହାର ତଦନ୍ତ କରିଥିଲା । ଦୁଇ ଡାକ୍ତରଙ୍କୁ ଗିରଫ କରି ଥାନାକୁ ନେଇଥିଲା ।
ଦୁଇ ଡାକ୍ତରଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ । ଆଉ ଏହା ପଛର କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲା । ହେଲେ ସେପରି କିଛି ତଥ୍ୟ ପାଇପାରିନଥିଲା । ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା ।
ଏପରି ଏକ ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । ୟୁପିର ବଦାଉନ୍ ଜିଲ୍ଲାର ଏକ ଚିକିତ୍ସାଳୟରେ ଏହି ଘଟଣା ଘଟିଛି । ପରେ ପରେ ଏହି ମାମଲା କୋର୍ଟକୁ ଯିବା ପରେ କାର୍ଯ୍ୟରେ ଅବହେଳା ଯୋଗୁଁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ କରିଥିବା ୨ଜଣ ଡାକ୍ତରଙ୍କୁ ପୋଲିସ ଗିରଫ କରିଛି । ଘଟଣାରେ କାହାର ସମ୍ପୃକ୍ତି ରହିଛି । ଏବଂ ଏହି ଘଟଣା ପଛରେ ଅନ୍ୟ କେଉଁମାନେ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି ।
]]>ତେବେ ପୁରା କାହାଣୀଟି ହେଲା, ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଜଣେ କାର୍ଯ୍ୟରତ ମହିଳା ବିଚାରପତି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି । ଏନେଇ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ‘ମୁଁ ଏହି ଚିଠି ଦୁଃଖ ଏବଂ ଯନ୍ତ୍ରଣାର ସହ ଲେଖୁଛି । ବହୁ ଉତ୍ସାହ ଏବଂ ବିଶ୍ୱାସର ସହ ନ୍ୟାୟିକ ସେବାରେ ଯୋଗ ଦେଇଥିଲି । କିନ୍ତୁ ସ୍ୱଳ୍ପ ଚାକିରି କାଳ ଭିତରେ ଜାଣିବାକୁ ପାଇଲି ଯେ ନ୍ୟାୟ ମାଗିବା ଭିକ୍ଷା ମାଗିବା ସହ ସମାନ ।’
ସେ ଆହୁରି ଲେଖିଛନ୍ତି, ‘ମୋତେ ପୂରା ଅଦାଲତରେ ଅପମାନିତ କରାଗଲା, ଗାଳି ଦିଆଗଲା । ଚାକିରିରେ ଯୋଗଦେବାର କମ୍ ସମୟ ମଧ୍ୟରେ ମୋତେ ଯୌନ ନିର୍ଯାତନାର ଶିକାର ହେବାକୁ ପଡ଼ିଲା । ସର୍ବସମ୍ମୁଖରେ ଗାଳି ଶୁଣିଛି । ଅନ୍ୟମାନଙ୍କୁ ନ୍ୟାୟ ଦେଇଛି କିନ୍ତୁ ମୋ ବିଷୟରେ କିଏ ଚିନ୍ତା କରିବ ? ଭାରତରେ କାର୍ଯ୍ୟରତ ସମସ୍ତ ମହିଳାଙ୍କୁ ମୋର ନିବେଦନ ଯେ ସେମାନେ କାର୍ଯ୍ୟସ୍ଥଳୀରେ ଶାରୀରିକ ଶୋଷଣ ସହ ବଞ୍ଚିବା ଶିଖିଯାଆନ୍ତୁ । କାର୍ଯ୍ୟସ୍ଥଳୀରେ ଯୌନ ନିର୍ଯାତନାରୁ ସୁରକ୍ଷା (ପିଓଏସ୍ଏଚ୍) ଆକ୍ଟ କେବଳ ନାମକୁ ମାତ୍ର ।’
ନିଜକୁ ତୁଚ୍ଛ କରି ସେ ପୁଣି ଲେଖିଛନ୍ତି, ‘ନିର୍ଯାତନା ଅଭିଯୋଗ କଲେ ଆପଣଙ୍କୁ ଅତ୍ୟାଚାର କରାଯିବ । ମୋ କଥା ଶୀର୍ଷ ଅଦାଲତ ବି ଶୁଣିନାହାନ୍ତି । ଅଭିଯୋଗ କରିବା ଏବଂ ନ୍ୟାୟ ମାଗିବା ପରେ ମୋତେ କେବଳ ୮ ସେକେଣ୍ଡ ମିଳିଥିଲା । କେବଳ ମୋ ମାମଲା ନୁହେଁ ମୋ ଜୀବନ, ମର୍ଯ୍ୟାଦା ଏବଂ ଆତ୍ମାକୁ ଖାରଜ କରିଦିଆଯାଇଛି । ମୁଁ ଜୀବନ ହାରିବା କଥା ବିଚାର କରୁଛି । ଜଣେ ମହିଳା ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇବା ଭୁଲ୍ ବୋଲି ମୁଁ ଅନୁଭବ କରିସାରିଛି । ମୋ ଭାଗ୍ୟ ପାଇଁ କେହି ଦାୟୀ ନୁହନ୍ତି ।’
ମହିଳା ବିଚାରପତି ଜଣକ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି, ‘ଜଣେ ଜିଲ୍ଲା ଜଜ୍ ତାଙ୍କୁ ରାତିରେ ଭେଟିବାକୁ ଡାକିଥିଲେ । ସେ ନଯିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା । ଅନ୍ୟ କିଏ ଭୁଲ୍ କଲେ ବି ତାଙ୍କୁ ଦାୟୀ କରାଯାଉଥିଲା । ତାଙ୍କୁ ବାରାବାଙ୍କୀ ଜିଲ୍ଲା ବାର୍ ଆସୋସିଏସନ୍ ନ୍ୟାୟିକ କାର୍ଯ୍ୟରୁ ବହିଷ୍କାର କରିବାକୁ ପ୍ରସ୍ତାବ ପାରିତ କରାଯାଇଥିଲା । ଏହାପରେ ବାର୍ ଆସୋସିଏସନ୍ର ବରିଷ୍ଠ ଓକିଲ ଓ ଅନ୍ୟମାନେ ତାଙ୍କ କକ୍ଷରେ ପଶି ଦୁର୍ବ୍ୟବହାର କରିଥିଲେ । ଗାଳିଗୁଲଜ କରି କୋଠରୀର ବିଜୁଳି ବନ୍ଦ କରିଦେଇଥିଲେ । ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା ।’
]]>ସୂଚନା ଅନୁସାରେ ୧୯ ଏପ୍ରିଲ ୨୦୦୯ରେ ହୋଇଥିବା କପିଲ ଦେବ ସିଂ ହତ୍ୟା ମାମଲା ଏବଂ ୨୪ ନଭେମ୍ବର ୨୦୦୯ରେ ମୀର ହାସନ ଆକ୍ରମଣ ମାମଲାରେ ମୁଖତାର ଅନସାରୀଙ୍କ ବିରୋଧରେ ଏକ ଗ୍ୟାଙ୍ଗଷ୍ଟର ମାମଲା ରୁଜୁ ହୋଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ମାମଲାରେ ମୁଖତାର୍ ଅନସାରୀ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏହି ଦୁଇଟି ମାମଲାରେ ପୋଲିସ ମୁଖତାର ଅନସାରୀଙ୍କ ବିରୋଧରେ 120B ଅର୍ଥାତ୍ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଥିଲା, କିନ୍ତୁ ଏହି ଷଡଯନ୍ତ୍ରରେ ପୋଲିସ ତାଙ୍କର ସମ୍ପୃକ୍ତି ପ୍ରମାଣ କରିପାରିଲା ନାହିଁ। ଏହି କାରଣରୁ ଉଭୟ ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। କିନ୍ତୁ ବର୍ତ୍ତମାନ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ମଧ୍ୟ କରିଛନ୍ତି।
]]>हमारी सरकार अच्छे से अच्छे इलाज को, बड़े से बड़े अस्पताल को, देश के दूर-सुदूर क्षेत्रों तक ले जा रही है। हमारा लक्ष्य ये है कि देश के हर जिले में कम से कम एक मेडिकल कॉलेज जरूर हो। pic.twitter.com/6bzebLHsnL
— Narendra Modi (@narendramodi) December 7, 2021
ତେବେ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଗୋରଖପୁରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ବଡ଼ ଭେଟି ଦେଇଛନ୍ତି । ବହୁ ପ୍ରତିକ୍ଷିତ ଗୋରଖପୁର ଏମ୍ସର ଆଜି ଲୋକାର୍ପଣ ହୋଇଛି । ପ୍ରାୟ ଏକ ହଜାର କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଗୋରଖପୁର ଏମ୍ସର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୬ରେ ଏହାର ଭିତ୍ତିଭୂମି ସ୍ଥାପନ କରାଯାଇଥିଲା । ପୂର୍ବାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆଉ ପାଦେ ଆଗକୁ ବଢ଼ିଛନ୍ତି ମୋଦି । ୧୧୨ ଏକର ଜମିରେ ନିର୍ମାଣ ହୋଇଥିବା ଏହି ଏମ୍ସ ହସ୍ପିଟାଲ୍ରେ ୭୫୦ଟି ବେଡ୍, ୨ଟି ଅକ୍ସିଜେନ୍ ପ୍ଲାଣ୍ଟ, ୧୪ଟି ମୋଡୁଲାର ଅପରେସନ୍ ଥିଏଟର ରହିଛି ।
सबको पता है कि गोरखपुर सहित इस बड़े क्षेत्र में 5 साल पहले तक दिमागी बुखार की क्या स्थिति थी। लोगों को इलाज के लिए बनारस या लखनऊ जाना पड़ता था। मेडिकल कॉलेज में जो रिसर्च सेंटर चलता था, उसकी अपनी बिल्डिंग तक नहीं थी।
— Narendra Modi (@narendramodi) December 7, 2021
आज यहां एम्स के साथ रिसर्च सेंटर की बिल्डिंग भी तैयार है। pic.twitter.com/VXDlcLd0p8
ଖାଲି ଏମ୍ସ ନୁହେଁ, ପ୍ରଧାନମନ୍ତ୍ରୀ ମୋଦି କୃଷି କ୍ଷେତ୍ରରେ ସହାୟତା ପାଇଁ ଏକ ସାର କାରଖାନାର ମଧ୍ୟ ଉଦ୍ଘାଟନ କରିଛନ୍ତି । ୮ ହଜାର ୬୦୩ କୋଟି ଟଙ୍କା ବିନିଯୋଗରେ ନିର୍ମିତ ସାର କାରଖାନା ଦ୍ୱାରା ପ୍ରତିବର୍ଷ ୧୨ ଲକ୍ଷ ମେଟ୍ରିକ୍ ଟନ୍ ସାର ଉତ୍ପାଦନ ହେବ । ଲୋକାର୍ପଣ ପୂର୍ବରୁ ଏମ୍ସ ଓ ସାର କାରଖାନା ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ ।
]]>आज माफिया जेल में हैं और निवेशक दिल खोलकर यूपी में निवेश कर रहे हैं। यही डबल इंजन का डबल विकास है। इसीलिए डबल इंजन की सरकार पर यूपी के लोगों को विश्वास है। pic.twitter.com/3A2Kx6IaB0
— Narendra Modi (@narendramodi) December 7, 2021
ଘଟଣା ଅନୁସାରେ, ବରଗଦବା ଗାଁରେ ଏକ ନଦୀ ପାଖରେ ଦୁଇ ଦାଦା ପୁଅ ଭାଇ କୃଷ୍ଣା (୨୫) ଓ ଦିବାକର (୨୩)ଙ୍କୁ ୯ ଏମଏମ ବନ୍ଧୁକରୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ପୁଲିସ୍ ଅପରାଧୀଙ୍କୁ ଧରିବାକୁ ଖୋଳତାଡ଼ ଚଳାଇଥିଲା। ଏଥିରେ ୯ ଜଣଙ୍କୁ ଗିରଫ୍ ମଧ୍ୟ କରିଥିଲା।
ଚୌରୀଚୌରା ଥାନା ସର୍କଲ ଅଧିକାରୀ ରଚନା ମିଶ୍ରଙ୍କ କହିବା ଅନୁସାରେ, ଘଟଣା ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ କାଇଦା କରି ଗରିଫ୍ କରିଥିଲା। ଅଭିଯୁକ୍ତ ବିରୋଧରେ ଧାରା ୧୪୭,୧୪୮,୧୪୯, ୩୦୨, ୧୨୦ ବି ଓ ୨୧୬ କେ ଅନ୍ତର୍ଭୁକ୍ତ ମାମଲା ରୁଜୁ ହୋଇଛି।
ତେବେ ଜେଲ୍ ଯିବା ପୂର୍ବରୁ ଅଭିଯୁକ୍ତ ଜଣକ ମିଡିଆ ସାମ୍ନାରେ ନିଜ ବୟସ ୧୭ ବର୍ଷ ଓ ସେ ନବମ ଶ୍ରେଣୀର ପଢ଼ୁଥିବା କହିଥିଲା। କିନ୍ତୁ ଅଭିଯୁକ୍ତର ବୟସ ପାଖାପାଖି ୨୦ ହେବ। ତା ପରିବାର, ତାକୁ ନାବାଳିକ ଦର୍ଶାଇବା ପାଇଁ ବୟସ ଲୁଚାଇବା ସହିତ ପ୍ରମାଣପତ୍ର ମଧ୍ୟ ଦେଇନଥିବା ଝଂଗହା ଥାନାର ଷ୍ଟେସନ ହାଉସ ଅଫିସର ଅନୀଲ କୁମାର ସିଂ କହିଛନ୍ତି। ଦୁଇ ଗୋଷ୍ଠୀଙ୍କ ବିବାଦ କାରଣରୁ ଦୁଇ କକା ପୁଅ ଭାଈଙ୍କ ହତ୍ୟା ହୋଇଥିବା ଏସପି ଅରବିନ୍ଦ ପାଣ୍ଡେ କହିଥିଲେ।
]]>
ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲରେ ୬୨ଟି ରାଜ୍ୟସଭା ପଦ ଖାଲି ହେଉଛି। ଏଥିମଧ୍ୟରୁ ୩ଟି ମନୋନୀତ ସଦସ୍ୟ ହୋଇଥିବାବେଳେ ୫୯ଟି ଆସନ ପାଇଁ ନିର୍ବାଚନ ହେବାର ଥିଲା। ଏଥି ମଧ୍ୟରୁ ୩୩ଟି ଆସନରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ଓଡ଼ିଶାରୁ ୩ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ୧୬ଟି ରାଜ୍ୟର ୫୯ଟି ଆସନରୁ ୨୮ଟି ଆସନ ବିଜେପି ଖାତାକୁ ଯିବା ନିଶ୍ଚିତ। ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ହେବ।
]]>