• translate

Tag: Uttar Pradesh

UP FLOOD
ୟୁପିରେ ବନ୍ୟା ସ୍ଥିତି ଗମ୍ଭୀର: ଘର ଭିତରୁ ବାହାରି ପାରୁନାହାନ୍ତି ଲୋକ

ସ୍ଥାନୀୟ ଅଂଚଳର ଜଣେ ବାସିନ୍ଦା ଅର୍ଥାତ୍‌ ବନ୍ୟା ପୀଡ଼ିତା ରୀତା ଦେବୀ ଗଣମାଧ୍ୟମକୁ କହିଛନ୍ତି ଯେ, ବନ୍ୟାରେ ଶତାଧିକ ଘର ଭାସିଯାଇଛି। ଗାଈ ଗୋରୁଙ୍କୁ ସାଙ୍ଗରେ ଧରି ଉଚ୍ଚା ସ୍ଥାନକୁ ପଳାଉଛୁ। ଏହାସହ ସେ କହିଛନ୍ତି ଗଙ୍ଗା ନଦୀରେ ଯେପରି ଭାବରେ ପାଣି ବଢୁଛି ତାହା ଆଜି ରାତି ସୁଦ୍ଧା ଘର ଛାଳ ଉପରକୁ ଛୁଇଁଯିବ। ତେଣୁ ଆମେ ମାନେ ଘର ଛାଡ଼ି ପଳାଉଛୁ। କିନ୍ତୁ ଗାଁ ମଧ୍ୟରେ ଏମିତି ଘର ଅଛି ଯେଉଁମାନେ କି ବାହାରିବା ପରିସ୍ଥିତିରେ ନାହାନ୍ତି। ପାଣିର ସୁଅ ଏତେ ପ୍ରଖର ଅଛି କି ସେମାନେ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି।

yogi-government
ଯୋଗୀ ସରକାରଙ୍କ ବଡ଼ ଘୋଷଣା : ୫୮ ହଜାରରୁ ଅଧିକ ଗ୍ରାମ ପଞ୍ଚାୟତରେ ଚାକିରି ସୁଯୋଗ

ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ବାଜି ଖେଳିଛି ବିଜେପି । ରାଜ୍ୟର ସମସ୍ତ ୫୮,୧୮୯ ଗ୍ରାମ ପଞ୍ଚାୟତରେ ଚାକିରି ପାଇଁ ବିଜ୍ଞାପନ ବାହାରିଛି ।

Kanwar Yatra
କାଉଡ଼ି ଯାତ୍ରାକୁ ଅନୁମତି ଦେବା ପରେ ଆଡ଼ୁଆରେ ଯୋଗୀ ସରକାର

ନାଗରିକର ସ୍ୱାସ୍ଥ୍ୟ ଓ ବଞ୍ଚିବାର ଅଧିକାର ସବୁଠୁ ଉର୍ଦ୍ଧ୍ୱରେ । ମୌଳିକ ଅଧିକାରଠୁ ଉପରେ ନୁହେଁ ଧର୍ମୀୟ ଭାବନା ।

PM Modi At Varanasi
ମୋଦିଙ୍କ ମାରାଥନ ଉଦ୍‌ଘାଟନ, ୟୁପିକୁ ଦେଲେ ୧୫୦୦ କୋଟିର ଗିଫ୍ଟ

ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ଉଦଘାଟନ । ୧୫ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

Narendra Modi
ସ୍ୱତନ୍ତ୍ର ପ୍ୟାକେଜ୍‌ ନେଇ ଆସନ୍ତାକାଲି ୟୁପି ଗସ୍ତ କରିବେ ମୋଦି

କୁହାଯାଉଛି ମୋଦିଙ୍କର ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ସଜ ସଜ ପଂଚାୟତ ନିର୍ବାଚନରେ ବିଜେପି ୟୁପିରେ ବାଜିମାତ୍‌ କରିଛି। କେବଳ ଏତିକି ନୁହେଁ ବରଂ ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୨ରେ ୟୁପିରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ମୋଦିଙ୍କର ଏହି ଗସ୍ତ ସବୁ ଆଡ଼ୁ ଗୁରୁତ୍ୱପୂର୍ଣ୍ଣ ରହିଛି। କୁହାଯାଉଛି, ମୋଦି ଆସନ୍ତାକାଲି ୟୁପି ପାଇଁ କିଛି ନୂଆ ଯୋଜନା ଘୋଷଣା କରିଛନ୍ତି

terrorist arrest at Lucknow
ଲକ୍ଷ୍ନୌରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ଏଟିଏସ୍‌

ପୁଣି ଦୁଇ ଆତଙ୍କବାଦୀ ଗିରଫ । ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍‌ । ଆତଙ୍କବାଦୀ ସଂଗଠନ ଅଲ କାଏଦା ଲିଙ୍କରେ ଏହି ଆତଙ୍କବାଦୀ ପରିଚାଳିତ ହେଉଥିବା ସୂଚନା ।

JOB
ଦୁଇରୁ ଅଧିକ ପିଲା ଥିଲେ ମିଳିବ ନାହିଁ ସରକାରୀ ଚାକିରି

ଯୋଗୀ ଆଦିତ୍ୟନାଥ ଏହାକୁ ଲାଗୁ କରିବା ନେଇ ପୂର୍ବରୁ ଇସାରା ମଧ୍ୟ ଦେଇସାରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ସରକାରଙ୍କ ଏହି ଆଇନ ଉଲଙ୍ଘନ କରନ୍ତି ସେମାନେ ସରକାରଙ୍କ ପକ୍ଷରୁ ମିଳୁନଥିବା କୌଣସି ବି ଜନମଙ୍ଗଳକାରୀ ଯୋଜନାର ଲାଭ ପାଇବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାସହ ତାଙ୍କର ରାସନ୍ କାର୍ଡ ମଧ୍ୟ ୪ଟି ସଦସ୍ୟ ଭିତରେ ସୀମିତ ରହିବ ଓ କୌଣସି ପ୍ରକାର ସରକାରୀ ସବସିଡି ମଧ୍ୟ ନେଇପାରିବେନି।

MURDER
ପାରିବାରିକ କଳହର କରୁଣ ପରିଣତି : ରୋଷେଇ କରିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରୋଷେଇ କରିବାକୁ ମନା କରିବାରୁ ସୈତାନ ପାଲଟିଲା ସାତ ଜନମର ସାଥୀ । ପ୍ରେମ ବିବାହର ୩ ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ସବୁ ଦିନ ଖୁସିରେ ରଖିବାର କଥା ଦେଇ ଘରକୁ ଆଣିଥିବା ଲକ୍ଷ୍ମୀକୁ ଜୀବନରୁ ମାରି ଦେବାପରେ ବେଡ୍ ଭିତରେ ଲୁଚାଇ ରଖିଥିଲା ଅଭିଯୁକ୍ତ । ଆଉ ତା’ପରେ ସହର ଛାଡ଼ି ଫେରାର ମାରିଥିଲା ସ୍ୱାମୀ । ତେବେ ଦୁଇ ଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପୋଲିସକୁ ସୂଚନା ଦେଇଥିଲେ ପଡ଼ୋଶୀ । ଏବେ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି ପୋଲିସ୍ । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ।

yogi adityanath
ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ଼, ଯୋଗୀ ସରକାରଙ୍କୁ ସହଯୋଗୀ ଦଳର ଚେତାବନୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ଶାସକ ମେଣ୍ଟରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବଳ କଷାକଷି ଆରମ୍ଭ ହୋଇଛି । ଶାସକ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ନିଶଦର ଅଧ୍ୟକ୍ଷ ସଞ୍ଜୟ ନିଶଦ ବିଜେପି…

yogi adityanath
ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ, ମୋଦିଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ତେଣୁ ଏବେଠୁ ରାଜ୍ୟରେ ଆରମ୍ଭ ହେଲାଣି ଆରୋପ ପ୍ରତ୍ୟାରୋପ । ନିର୍ବାଚନ ଯେତିକି ପାଖୋଉଛି ରାଜନୀତି ସେତିକି ସରଗରମ ହେଉଛି । ନେତାଙ୍କ କଥାରେ ଉଷ୍ମତା ବଢ଼ୁଛି । ତେବେ ଗୁରୁବାର…

YOGI
ବାରାଣସୀ ପୋଲ ଦୁର୍ଘଟଣାରେ ସରିଲା ଉଦ୍ଧାର କାର୍ଯ୍ୟ

ବାରାଣସୀ : ଉତ୍ତର ପ୍ରଦେଶ ବାରାଣସୀର କ୍ୟାଣ୍ଟେନମେଣ୍ଟ ରେଲେଓ୍ୱ ଷ୍ଟେସନ ନିକଟରେ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଘଟଣା ସ୍ଥଳରେ ଏନଡିଆରଏଫ୍‌ର ୫ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ରାତି ତମାମ ଉଦ୍ଧାର କାର୍ଯ୍ୟ ହୋଇଥିଲା। ସେପଟେ ଏହି ଘଟଣାରେ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ମଧ୍ୟରେ […]

Storm
ପ୍ରଳୟଙ୍କାରୀ ଧୂଳିଝଡରେ ୭୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଧୂଳିଝଡର ତାଣ୍ଡବ। ପ୍ରଳୟଙ୍କାରୀ ଧୂଳିଝଡରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଉତ୍ତରପ୍ରଦେଶରେ ୪୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଗ୍ରାରେ କେବଳ ୩୬ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଧୂଳିଝଡର ତାଣ୍ଡବରେ ରାଜସ୍ଥାନରେ ୨୭ଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ଓ ରାଜସ୍ଥାନ ବ୍ୟତୀତ ଦିଲ୍ଲୀରେ ମଧ୍ୟ ଧୂଳିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ଦିଲ୍ଲୀରେ କିଛି କ୍ଷୟକ୍ଷତି ହୋଇନଥିବାର […]

school vehicle accident
ସ୍କୁଲ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରେନ୍; ୧୩ ଛାତ୍ରଛାତ୍ରୀ ମୃତ

ଗୋରଖପୁର: ଉତ୍ତର ପ୍ରଦେଶ କୁଶି ନଗରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଭ୍ୟାନ୍‌କୁ ଟ୍ରେନ୍ ଧକ୍କା ଦେବା ଫଳରେ  ୧୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋରଖପୁର ଠାରୁ ୫୦ କି.ମି. ଦୂରରେ ଆଜି ସକାଳେ ଏହି ଘଟଣା ଘଟିଛି। ଜଗୁଆଳୀ ବିହୀନ ଲେବଲ୍‌ କ୍ରସିଂ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଭ୍ୟାନ୍‌ରେ ୨୦ ରୁ ୩୦ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି କୁହାଯାଉଛି। ସେଥିମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ […]

BJP
2019 ପୂର୍ବରୁ ବିଜେପିକୁ ବଡ଼ ଝଟକା: ୟୁପିର ୨ ଓ ବିହାରରେ ଗୋଟିଏ ଲୋକସଭା ଆସନରେ ହାରିଲା ଦଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ସାମ୍ନା କରିଛି ବିଜେପି। ଉତ୍ତର ପ୍ରଦେଶର ନିଜ ଗଡ଼ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ୫ ଥର ଜିତି ଆସିଥିବା ଗୋରଖପୁରରେ ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି। ସେହିଭଳି ଫୁଲପୁର ଆସନରେ ମଧ୍ୟ ହାରିଛି ବିଜେପି। ଏହି ଉଭୟ ଆସନକୁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିଭଳି ବିହାରରେ ଆରାରିଆ ଲୋକସଭା […]