ଆସନ୍ତା ଅକ୍ଟୋବରରେ ଏହାର ଉଦଘାଟନ ହେବାର ଅଛି । ଭାରତୀୟ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟରେ ଏହା ପରିପୂର୍ଣ୍ଣ । ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଏହି ମନ୍ଦିର ନିର୍ମାଣରେ ଶ୍ରମଦାନ କରିଛନ୍ତି । କୁହାଯାଉଛି କାମ୍ବୋଡିଆରର ବୃହତ୍ତମ ମନ୍ଦିର ପରେ ଏହା ହେଉଛି ଦ୍ୱିତୀୟ ବୃହତ୍ତମ ମନ୍ଦିର ।
]]>ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ହତ୍ୟା ପରେ ଆମେରିକା ଗୁପ୍ତଚର ଏଜେନ୍ସି କାନାଡ ସରକାରଙ୍କୁ ଏହି ସମ୍ବନ୍ଧୀୟ ସୂଚନା ଦେଇଥିଲା । ତେବେ ଆମେରିକା କେଉଁ ପ୍ରକାର ସୂଚନା କାନାଡାକୁ ଦେଇଛି ତାହା ପ୍ରକାଶ କରାଯାଇନାହିଁ । ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କ ମୃତ୍ୟୁ ପରେ ଆମେରିକାର ଅଧିକାରୀ କାନାଡା ପ୍ରତିପକ୍ଷଙ୍କୁ କହିଥିଲେ କି ତାଙ୍କ ପାଖରେ ଏହି ହତ୍ୟାକାଣ୍ଡ ବିଷୟରେ କୌଣସି ପୂର୍ବ ସୂଚନା ନଥିଲା। ଯଦି କିଛି ସୂଚନା ଥାନ୍ତା ତାହାଲେ ତୁରନ୍ତ କାନାଡାକୁ ସେ ସମ୍ପର୍କରେ ସୂଚନା ଦିଆଯାଇଥାନ୍ତା ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା।
ସୂଚନା ଅନୁସାରେ ଆମେରିକା ନିୟମିତ ଭାବରେ କାନାଡା ସମେତ ପଡ଼ୋଶୀ ଦେଶମାନଙ୍କ ସହ ଯୋଗଯୋଗ କରିଥାଏ। କିନ୍ତୁ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ସହ ଜଡ଼ିତ ସୂଚନା ଆମେରିକା ଜାଣିଶୁଣି ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ କାନାଡାକୁ ଦେଇଥିଲା। କାହିଁକି ନା ଆମେରିକା କାନାଡାକୁ ସାହାଯ୍ୟ କରିବାକୁ ଚାହେଁ କିନ୍ତୁ ଭାରତ ସହ ମଧ୍ୟ ସମ୍ପର୍କ ଖରାପ କରିବାକୁ ଚାହେଁନି ।
]]>ବ୍ରହ୍ମପୁର କୁକୁଡ଼ାଖଣ୍ଡି ଗୁଣ୍ଠବନ୍ଧ ଗାଁର ଯୁବକ ସାଗର କୁମାର ପାତ୍ର । ୨୦୧୧ ମସିହାରୁ ଘର କି ଗାଁରେ ଘରଚଟିଆ ଦେଖିବାକୁ ପାଇଲେନି ସାଗର । କିନ୍ତୁ କାହିଁକି ହଠାତ୍ ଏଇ ଛୋଟିଆ ଚଢେଇ ଉଭାନ ହୋଇଗଲେ ସେନେଇ ଆରମ୍ଭ କରିଦେଲେ ଗବେଷଣା । ଇଣ୍ଟରନେଟ୍ରୁ ଜାଣିବାକୁ ପାଇଥିଲେ କେମିତି ଓ କେଉଁ ସବୁ ସ୍ଥାନରେ ଘର କରି ରୁହନ୍ତି ଘରଚଟିଆ । ବାସ୍ ନିଜସ୍ୱ ଉଦ୍ୟମରେ କୁତ୍ରିମ ଘର କରିବା ସହିତ ମାଟି ହାଣ୍ଡି, ପ୍ଲାଇ ବକ୍ସ, ଲାଉ ତୁମ୍ବାରେ ତିଆରି କରିଥିଲେ କୃତ୍ରିମ ଘର।
ଘରଚଟିଆଙ୍କ ପାଇଁ ଖାଲି ନିଜ ଗାଁ କି ବ୍ଲକ୍ ନୁହେଁ ବରଂ ପୂରା ଜିଲ୍ଲାରେ ବୁଲିବୁଲି ତିଆରି କରିଥିଲେ ଘର । ଆଉ ସେହି ଘରେ ଘରଚଟିଆମାନେ ରହିବା ସହିତ ନିଜ ବଂଶବିସ୍ତାର ବି କରୁଛନ୍ତି । ସାଗର ନିଜ ଉଦ୍ୟମରେ ଚଢେଇଙ୍କ ପାଇଁ ତିଆରି କରୁଥିବା ବସା ଦେଖିବା ପରେ ଗାଁ ଲୋକ ବି ବି ଚଢେଇଙ୍କ ଲାଗି ତିଆରି କରିଛନ୍ତି ଅନେକ ବସା । ଦୁଆର ମୁହଁକୁ ହେଉ କି ବାଡି ଦୁଆରକୁ ହେଉ...ବାହାରିବା ମାତ୍ରେ ଚଢେଇଙ୍କର କିଚିରିମିଚିରି ଶବ୍ଦ ଶୁଣି ସମସ୍ତେ ଖୁସ୍ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହଜିଯାଉଥିବା ଚଢେଇ ଘରଚଟିଆଙ୍କ ପାଇଁ କୁତ୍ରିମ ଘର କରି ବେଶ୍ ସଫଳତା ପାଇଛନ୍ତି ସାଗର । ସେଇଥି ପାଇଁ ତ କେମିତି ଓ କେତେଦିନରେ ନିଜ ଉଦ୍ୟମରେ ସଫଳ ହୋଇଛନ୍ତି ସାଗର ତାହା ଜାଣିବାକୁ ଆମେରିକାରୁ ଏବେ ଆସିଛି ଡାକରା। ସ୍ୱପ୍ନରେ ସାଗର କେବେ ଭାବିନଥିଲେ ତାଙ୍କର ଉଦ୍ୟମ ଏତେ ସଫଳ ହେବ ଆଉ ଏଇଥି ପାଇଁ ତାଙ୍କୁ ଆମେରିକା ଯିବାକୁ ପଡିବ । କିନ୍ତୁ ବିଦେଶରୁ ଡାକରା ପାଇବା ପରେ ସାଗରକୁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ...।
(ରିପୋର୍ଟ- ଜଗନ୍ନାଥ ସାହୁ, ବ୍ରହ୍ମପୁର)
]]>ଭର୍ଚୁଆଲ୍ ସମ୍ବୋଧନରେ ଆମେରିକାକୁ ଅଧିକ ଅସ୍ତ୍ରଶସ୍ତ୍ର ସହାୟତା ଲୋଡ଼ିବା ସହ ଏପର୍ଯ୍ୟନ୍ତ ଆମେରିକା କରିଥିବା ସହଯୋଗ ପାଇଁ ଜେଲେନସ୍କି ଧନ୍ୟବାଦ ଜଣାଇଥିଲେ। ସେହିପରି ୟୁକ୍ରେନ ଆକାଶକୁ ଆମେରିକା ନାଟୋ ସହାୟତାରେ ନୋ ଫ୍ଲାଇଂ ଜୋନ୍ ଘୋଷଣା ପାଇଁ ମଧ୍ୟ ସେ ଦାବି ରଖିଥିଲେ। ଫଳରେ ୟୁକ୍ରେନର ବିଭିନ୍ନ ସହରରେ ରୁଷ୍ ଆଉ ଧ୍ୱଂଶ ଲୀଳା ରଚିପାରିବ ନାହିଁ ବୋଲି ଜେଲେନସ୍କି କହିଥିଲେ। ରୁଷ୍ ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ ୟୁକ୍ରେନର ଗ୍ରାଫିକ୍ସ ଚିତ୍ର ମଧ୍ୟ ସେ ପ୍ରଦର୍ଶନ କରିଥିଲେ।
ଜେଲେନସ୍କିଙ୍କ ସମ୍ବୋଧନକୁ ସମର୍ଥନ ଜଣାଇଥିଲେ ଆମେରିକା କଂଗ୍ରେସର ପ୍ରତ୍ୟକ ସଦସ୍ୟ। ଅନ୍ୟପକ୍ଷେ, ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସଫଳ ହୋଇଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ଏପରିକି ପାଶ୍ଚାତ୍ୟ ରାଷ୍ଟ୍ର ସମୁହ ପକ୍ଷରୁ ରୁଷ୍ ଉପରେ ଲାଗିଥିବା କଟକଣା ବିଫଳ ହୋଇଛି ବୋଲି ପୁଟିନ କହିଛନ୍ତି। ରୁଷ୍ର ୟୁକ୍ରେନ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଆମେରିକା ଓ ରୁଷ୍ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ରୁଷୀୟ ସିକ୍ୟୁରିଟି କାଉନସିଲର ସଚିବଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା।
]]>]]>
ଶିଶୁଟିର ମସ୍ତାଷ୍କରେ ‘ବ୍ରେନ୍ ଇଟିଙ୍ଗ ଅମିବା’ (Brain Eating Amoeba) ନାମକ ଏକ ପୋକ ପଶିଥିବାରୁ ତାର ମୃତ୍ୟୁ ହୋଇଛି । ଏହି ପୋକଟି ନାକ କିମ୍ୱା ପାଟି ମାଧ୍ୟମରେ ଶିଶୁଟିର ଶରୀରରେ ପ୍ରବେଶ କରିଥିଲା । ସେଠାରୁ ଅମିବା ପୋକ ତାର ମସ୍ତିଷ୍କକୁ ଯାଇ ସେଠାରେ ଥିବା ସବୁ ଅଂଶ ଖାଇଦେଇ ମସ୍ତିଷ୍କକୁ ଖାଲି କରିଦେଇଥିଲା ।
ସୂଚନା ଅନୁସାରେ, ପିଲାଟି ପାର୍କରେ ଥିବା ଆର୍ଟିଫିସିଆଲ୍ ଝରଣା (ସ୍ପ୍ଲାସ୍ ପ୍ୟାଡ୍)ରେ ଖେଳୁଥିଲା । କେବଳ ସେ ନୁହେଁ ବରଂ ଏହିପରି ଅନେକ ପିଲା ସେଠାରେ ଖେଳୁଥିଲେ । ସଠିକ୍ ଭାବରେ ସଫା ହୋଇନଥିଲା, ଯେଉଁ କାରଣରୁ ଏହି ଆମୋବା ଜୀବାଣୁ ରହିଥିଲା । ଖେଳିବା ସମୟରେ ଆମୋବା ପୋକଟି ତାଙ୍କ ମସ୍ତିଷ୍କରେ ପ୍ରବେଶ କରିଥିଲା ଯାହା ପରେ ତାର ଖପୁରୀର ସବୁ ଅଶଂ ଖାଇ ଖାଲି କରିଦେଇଥିଲା । ଏହି ଘଟଣା ପରେ ଟେକ୍ସାସର ସମସ୍ତ ଜଳପ୍ରପାତ ଥିବା ପାର୍କ ବନ୍ଦ ହୋଇଯାଇଛି ।
( splash pad )
]]>ଏନେଇ ନିଲାମ ହାଉସ୍ ପକ୍ଷରୁ କୁହାଯାଇଛି ଯେ ଏହି ଏକକ ଆକ୍ସନ୍ ବନ୍ଧୁକର ମାଲିକ ହେଉଛନ୍ତି ଶେରିଫ୍ ପ୍ୟାଟ୍ ଗାରେଟ୍। ଏହି ଐତିହାସିକ ବନ୍ଧୁକର ନିଲାମ ୨ ରୁ ୪ ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୨୨.୦୪ କୋଟି ହେବ ବୋଲି ଆକଳନ କରାଯାଇଥିଲା । ଶୁକ୍ରବାର ଦିନ, ଲୋକମାନେ ଫୋନ୍, ଅନଲାଇନ୍ ଏବଂ ରୁମରେ ଏଥି ପାଇଁ ଟେଣ୍ଡର କରଥାନ୍ତି । ନିଲାମି ହାଉସ କହିଛି ଯେ ଏହା ୱାଇଲ୍ଡ ୱେଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରସିଦ୍ଧ କାହାଣୀ ମଧ୍ୟରୁ ଅନ୍ୟତମ ଅଟେ ।
ବିଲି ଦ କିଡଙ୍କୁ ମାରିବା ପାଇଁ 0.44 କ୍ୟାଲିବର୍ ବନ୍ଧୁକ ବ୍ୟବହାର କରାଯାଇଥିଲା । ଆଗରୁ ବିଲି ଦ କିଡର ଜନ୍ମ ନାମ ହେନେରୀ ମ୍ୟାକକାର୍ଟି ଥିଲା। ପରେ ସେ ନିଜକୁ ୱିଲିୟମ୍ ବୋନି ନାମ ମଧ୍ୟ ଦେଇଥିଲେ । ଶରିଫ ତାଙ୍କୁ ୧୮୮୧ ମସିହା ଜୁଲାଇ ୧୪ରେ ଛାତିରେ ଗୁଳି କରିଥିଲେ। ମୃତ୍ୟୁ ବେଳକୁ ସେ ୨୧ ବର୍ଷ ବୟସରେ ହୋଇଥିଲେ।
ସୂଚନା ଅନୁସାରେ ପ୍ରଥମ ବନ୍ଧୁକ ୨୦୦୨ରେ ସର୍ବାଧିକ ମୂଲ୍ୟରେ ନିଲାମ କରାଯାଇଥିଲା । ଏହି ବନ୍ଧୁକକୁ ଖ୍ରୀଷ୍ଟି ନାମକ ଜଣେ ବ୍ୟକ୍ତି କିଣିଥିଲେ। ବିପ୍ଳବୀ ଯୁଦ୍ଧ ସମୟରେ ଜର୍ଜ ୱାଶିଂଟନ୍ ଦ୍ୱାରା ଏହି ଫ୍ଲିଣ୍ଟକ୍ ସାଡଲ୍ ପିସ୍ତଲ ରଖାଯାଇଥିଲା । ୨୦୦୨ରେ ଏହା ୧୪.୫୫ କୋଟି ଟଙ୍କାରେ ନିଲାମ କରାଯାଇଥିଲା। ଏହି ବନ୍ଧୁକ ଗୁଡିକ ତାଙ୍କ ବନ୍ଧୁ ଏବଂ ସହକର୍ମୀ ମାର୍କିସ୍ ଡି ଲାଫାୟେଟ୍ ଉପହାର ଦେଇଥିଲେ ।
ଶୁକ୍ରବାର ଦିନ ନିଲାମରେ ଏକ ବ୍ୟାରେଲ୍ ହାତୁଡ଼ି ବନ୍ଧୁକ ମଧ୍ୟ ବିକ୍ରି କରାଯାଇଥିଲା । ଏହି ବନ୍ଧୁକକୁ 9.80 ଅର୍ଥାତ୍ 7.20 କୋଟି ଟଙ୍କାରେ ନିଲାମ କରାଯାଇଛି।
]]>
ଶନିବାର ତାଙ୍କର ପ୍ରଥମ ନିର୍ବାଚନ ରାଲି ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଟୁଲ୍ସା ଓକ୍ଲାହୋମାରେ ରାଲିରେ କରିଛନ୍ତି ଟ୍ରମ୍ପ। ଏହି ଅବସରରେ ଲୋକଙ୍କୁ ସମ୍ବୋଧନ କରି କରୋନା କୁ ସେ 'କୁଙ୍ଗ୍ ଫ୍ଲୁ' ନାମକରଣ କରିପାରିବେ ବୋଲି କହିଛନ୍ତି ଟ୍ରମ୍ପ। ଉହ୍ୱାନ୍ରୁ ଏହି ଭାଇରସ୍ ସାରା ବିଶ୍ୱକୁବ୍ୟାପିଥିବାରୁ ଏହାକୁ ଉହ୍ୱାନ୍ ଭାଇରସ୍ ଭାବେ ବର୍ଣ୍ଣନା କରିଛି ଟ୍ରମ୍ପ ପ୍ରଶାସନ।
ରାଲିରେ ଯୋଗ ଦେଇ ଟ୍ରମ୍ପ କହିଛନ୍ତି “ ଇତିହାସରେ ସୃଷ୍ଟି ହୋଇଥିବା କୌଣସି ରୋଗ ଅପେକ୍ଷା କୋଭିଡ୍-୧୯ର ଅନେକ ନାଁ ଦିଆଗଲାଣି। ସେହି ଅନୁସାରେ ମୁଁ ଏହାକୁ 'କୁଙ୍ଗ୍ ଫ୍ଲୁ' ନାମକରଣ କରିପାରେ। ମୁଁ ଏହାର ୧୯ ପ୍ରକାରର ନାମକରଣ କରିପାରେ। କିଏ ଏହାକୁ ଭାଇରସ୍ କହୁଛି ତ କିଏ 'ଫ୍ଲୁ' ଏଥିରେ କ'ଣ ଫରକ ରହିଛି। ବୋଧ ହୁଏ ଏହି ରୋଗକୁ ଲୋକେ ୧୯ ଓ୨୦ ପ୍ରକାରର ନାଁରେ ଜାଣୁଛନ୍ତି। ” ବୋଲି ଟ୍ରମ୍ପ କହିଛନ୍ତି।
ଏହା ପ୍ରଥମ ଥର ନୁହେଁ , କରୋନା ବ୍ୟାପିବା ପଛରେ ଚାଇନାକୁ ବାରମ୍ବାର ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି। ଚୀନକ ୱହାନ ସହରରୁ ହିଁ ଏହି ମହାମାରୀ ସାରା ବିଶ୍ୱକୁ ବ୍ୟାପିଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି। ଏମିତିକୁ କୋଭିଡ୍-୧୯କୁ ସେ ଚାଇନିଜ୍ ଭାଇରସ୍ ମଧ୍ୟ କହିଛନ୍ତି। ପୁଣି କେତେବେଳେ ଉହ୍ୱାନ୍ରୁ ବ୍ୟାପିଥିବାରୁ ଏହାକୁ ଉହ୍ୱାନ୍ ଭାଇରସ୍ ବି କହିଛି ଟ୍ରମ୍ପ ସରକାର। ଏବେ ଏହାକୁ 'କୁଙ୍ଗ୍ ଫ୍ଲୁ' କହି ଚାଇନାକୁ ବୁଲାଇ ବଙ୍କାଇ ଟାର୍ଗେଟ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି।
କାରଣ ‘କୁଙ୍ଗ୍ ଫ୍ଲୁ’ ହେଉଛି ଚାଇନାର ଏକ ମାର୍ସଲ ଆର୍ଟ, ହାତ ଓ ପାଦକୁ କୌଶଳକ୍ରମେ ବ୍ୟବହାର କରି ଶତ୍ରୃପକ୍ଷ ଉପରେ ଆକ୍ରମଣ କରିବାର ଏକ କୌଶଳ। ଯାହା ଆପଣ ଫିଲ୍ମ ଓ ଶୋ’ରେ ନିଶ୍ଚୟ ଦେଖିବାକୁ ପାଇଥିବେ।
ସୂଚନା ଥାଉକି, ଜନ ହୋପକିଂସ କରୋନାଭାଇରସ୍ ରିସୋର୍ସ ସେଣ୍ଟର ଅନୁସାରେ, ସାରାବିଶ୍ୱରେ କରୋନାରେ ୪୫୦,୦୦୦ରୁ ଅଧିକଙ୍କର ମୃତ୍ୟୁ ହୋଇଥିବା ବେଳେ ୮.୫ ମିଲିୟନ ଲୋକ ଏହି ଭାଇରସ୍ରେ ଆକ୍ରାନ୍ତ ହେଲେଣି। ଏହି ମହାମାରୀରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। ଏଠାରେ ୨.୨ ମିଲିୟନ୍ ଆକ୍ରାନ୍ତ ହୋଇଥିବା ବେଲେ ମୃତ୍ୟୁ ସଂଖ୍ୟା ୧,୧୯,୦୦୦ରେ ପହଞ୍ଚିଛି।
]]>