ଆମେରିକା ସିନେଟ୍ରେ ଏବେ କମଲା ସବୁଠୁ କନିଷ୍ଠ ସିନେଟର୍ । ଆମେରିକାରେ ଉପରାଷ୍ଟ୍ରପତି ଭଳି ଗୁରୁ ଦାୟିତ୍ୱ ପଦ ପାଇଁ ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଦ୍ଭବ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। କାଲିଫର୍ଣ୍ଣିଆ ସମେତ କାନ୍ସ, ନ୍ୟୁ ଜର୍ସି, ଜର୍ଜିଆ, ଫ୍ଲୋରିଡ଼ା ପ୍ରଭୃତି ଅଞ୍ଚଳରେ କମଲାଙ୍କ ବେଶ ଲୋକପ୍ରିୟତା ରହିଛି ।
ଏଠି କହିରଖିବୁ, ଏହା ପୂର୍ବରୁ ଆମେରିକା ନିର୍ବାଚନରେ ୨ ଜଣ ମହିଳା ଉପରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୦୮ରେ ରିପବ୍ଲିକାନ ପାଟିର ସାରା ପେଲିନ ଏବଂ ୧୯୮୪ରେ ଡେମୋକ୍ରାଟିକ୍ ପାର୍ଟିର ଗିରାଲ୍ଡିନ୍ ଫେରାରୋ। ହେଲେ ୨ ଜଣ ଯାକ ନିର୍ବାଚନ ହାରି ଯାଇଥିଲେ। ସୂଚନାଥାଉ କି, ଆଜି ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କୌଣସି ମହିଳା ନିର୍ବାଚନ ଜିତି ନାହାନ୍ତି।
ନଭେମ୍ବର ୩ ତାରିଖ ହେବାକୁ ଥିବା ଆମେରିକା ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏଥର ଡେମୋକ୍ରେଟିକ୍ ଦଳର ରାଷ୍ଟ୍ରପତି ଭାବେ ଜୋଏ ବିଡେନ୍ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷେ ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ଏଥର ମଧ୍ୟ ପ୍ରାର୍ଥୀ ଘୋଷଣା କରିଛନ୍ତି।
କମଲାଙ୍କ ବାପା ଆମେରିକାନ୍ ହୋଇଥିବା ବେଳେ ତାଙ୍କ ମା’ ଶ୍ୟାମଲା ଗୋପାଲନ୍ ଭାରତୀୟ । ଶ୍ୟାମଲା ଦିଲ୍ଲୀରେ ଉଚ୍ଚଶିକ୍ଷା ପରେ ଆମେରିକା ଯାଇଥିଲେ। ସେଠାରେ ସେ ଜଣେ କ୍ୟାନସର୍ ବିଶେଷଜ୍ଞ ଭାବେ ବେଶ ଜଣାଶୁଣା ଚେହେରା ଥିଲେ । ଭାରତୀୟ ପ୍ରଶାସନିକ ଅଧିକାରୀ ପିଭି ଗୋପାଲନ୍ ହେଉଛନ୍ତି କମଲାଙ୍କ ଅଜା।
]]>