• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Up Violence

Congress
ଲଖିମପୁର ହିଂସା ଘଟଣା, ଅଜୟ ମିଶ୍ରାଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ

ଉତ୍ତରପ୍ରଦେଶ ଲଖିମପୁର ଖେରୀ ମାମଲାକୁ ନେଇ ଥମିବାର ନାଁ ନେଉନି ରାଜନୀତି । ୟୁପି ସରକାର ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଫେରାଦ ହୋଇଛି ଜାତୀୟ କଂଗ୍ରେସ ।

Priyanka Gandhi
ୟୁପି ହିଂସାକୁ ନେଇ ତେଜୁଛି ରାଜନୀତି,ପ୍ରିୟଙ୍କା ଗାନ୍ଧି କହିଲେ-କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ,ନ୍ୟାୟ ମିଳୁ

ଗଣତନ୍ତ୍ରରେ ନ୍ୟାୟ ଏକ ଅଧିକାର। ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ଗତକାଲି ସମସ୍ତ ପୀଡ଼ିତ ପରିବାରକୁ ଭେଟି ଥିଲି ଓ ସମସ୍ତେ ନ୍ୟାୟ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଇସ୍ତଫା ଦେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧି

Sachin Pilot
ପ୍ରିୟଙ୍କାଙ୍କୁ ଗିରଫ ନେଇ ତେଜୁଛି ବିଦ୍ରୋହ, ସଚିନ୍‌ କହିଲେ ନିନ୍ଦନୀୟ

ମୃତ କୃଷକଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପୋଲିସ ବେଆଇନ ଭାବେ ଅଟକ ରଖିଥିଲା । ଯାହାକୁ ନେଇ କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି । କଂଗ୍ରେସ ନେତାମାନେ ଏହାକୁ ନାପସନ୍ଦ କରିଛନ୍ତି ।

Rahul Gandhi
ୟୁପି ହିଂସା: ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବେ ଭୂପେଶ-ଚରଣଜିତ୍‌

ୟୁପି ଖେରିରେ ଆନ୍ଦୋଳନରତ ଚାଷୀଙ୍କ ସହ ଘଟିଥିବା ଦୁର୍ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାସ୍ଥଳରେ ପହଞ୍ଚି ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଛନ୍ତି ।

Rahul Gandhi & Priyanka Gandhi
ଲଖିମପୁର ଖେରି ଯିବା ପାଇଁ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ମିଳିଲା ଅନୁମତି

ଲଖିମପୁର ଖେରି ଯିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି ମିଳିଛି। ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିବା ସୂଚନା ମିଳିଛି। ଲଖିମପୁର ଖେରି ଯିବାକୁ ଦିଲ୍ଲୀରୁ ରାହୁଲ ଗାନ୍ଧି ବାହାରିଛନ୍ତି। 

Lakhimpur Kheri Violence
ୟୁପି ହିଂସା:କେନ୍ଦ୍ର ମନ୍ତ୍ରୀ କହିଲେ,ଯଦି ଘଟଣା ଦିନ ମୋ ପୁଅ କେଉଁଠି ଥିଲା ଜାଣିବାକୁ ଚାହୁଁଛନ୍ତି,ତା’ହେଲେ...

ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ପୋଲିସ୍‌ ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାଁ ନିଆଯିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସମଗ୍ର ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ରାଜନୀତି ମଧ୍ୟ ତେଜିବାରେ ଲାଗିଛି। 

Rahul Gandhi
ଲଖିମପୁର ଖେରି ଯିବା ପାଇଁ ରାହୁଲ ଗାନ୍ଧିଙ୍କୁ ଅନୁମତି ଦେଲେନି ଯୋଗୀ ସରକାର

ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି। ଲଖିମପୁର ଖେରି ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି। ରାହୁଲଙ୍କ ଗସ୍ତ ପାଇଁ ଅନୁମତି ପ୍ରଦାନ କରିବାକୁ  ୟୁପି ସରକାର ମନା କରି ଦେଇଛନ୍ତି। ରାହୁଲଙ୍କ ସମେତ ୫ ଜଣିଆ ଟିମ୍ ଆଜି ଲଖିମପୁର ଖେରି ଗସ୍ତ ପାଇଁ ଅନୁମତି ଲୋଡ଼ି ଥିଲେ।

Lakhimpur
ଥମୁନି ଲଖିମ୍‌ପୁର ହିଂସା, ମୋଦିଙ୍କୁ ଘଟଣାସ୍ଥଳକୁ ଡାକିଲାଣି କଂଗ୍ରେସ

ଉତ୍ତର ପ୍ରଦେଶ ଲଖିମ୍‌ପୁର ଚାଷୀ ବିରୋଧୀ ହିଂସାକୁ ନେଇ ଝଡ଼ । ଚାଷୀଙ୍କ ଉପରେ ଏକ ଜିପ୍‌କୁ ମଡାଇ ଦିଆଯାଉଥିବା ଭିଡିଓ ଭାଇରାଲ୍ ହେବା ପରେ ତେଜିଛି ରାଜନୀତି ।

UP Violence
ୟୁପି ହିଂସା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ହେଲା ଏମିତି ଖୁଲାସା....

ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ହଠାତ୍‌ ଝଟ୍‌କା ଲାଗିବା ଯୋଗୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ମୃତ୍ୟୁ ପ୍ରବଳ ରକ୍ତସ୍ରାବ ଯୋଗୁ ହୋଇଛି।

Farmers Being Run Over By SUV
ଆନ୍ଦୋଳନରତ ଚାଷୀଙ୍କ ଉପରେ ଏସ୍‌ୟୁଭି ମାଡ଼ିଯିବା ଦୃଶ୍ୟ ଭାଇରାଲ୍‌

ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଏକ ଏସ୍‌ୟୁଭି ଗାଡ଼ି ମାଡ଼ି ଯିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଗତ ରବିବାର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଗାଷୀଙ୍କ ମାଡ଼ି ଯାଇଥିଲା। ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା।

lakhimpur-kheri-violence
ପୁଅ ସାମ୍ନାରେ ବାପାକୁ ଗାଡ଼ି ଚଢ଼ାଇ ହତ୍ୟା, ମୃତ କୃଷକଙ୍କ ପୁଅ ବଖାଣିଲା ହୃଦୟବିଦାରକ କାହାଣୀ

ହିଂସା ସମୟର ହୃଦୟବିଦାରକ ଦୃଶ୍ୟ । ପୁଅ ସାମ୍ନାରେ ଗାଡ଼ି ଚଢ଼ାଇ ବାପାର ଜୀବନ ନେଇଗଲେ । ମୃତକ ଦଲଜିତଙ୍କ ସିଂଙ୍କ ପରିବାର ନ୍ୟାୟ ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । ହିଂସାକାଣ୍ଡ ସମୟରେ ଦଲଜିତଙ୍କ ୧୫ ବର୍ଷର ପୁଅ ଘଟଣାସ୍ଥଳରେ ଥିଲା । ଆଉ ତା’ରି ଆଖି ସାମ୍ନାରେ ସବୁ କିଛି ଘଟିଗଲା ।

Akhilesh Yadav Detained
ୟୁପି ହିଂସା: ବାସଭବନ ସାମ୍ନାରେ ଧାରଣା ଦେଇଥିବା ଅଖିଳେଶ ଯାଦବଙ୍କୁ ଅଟକ ରଖିଲା ପୋଲିସ୍‌

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ନିଜ ବାସଭବନ ଆଗରେ ଧାରଣା ଦେଇଥିବା ଅଖିଳେଶଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଅଟକ ରଖିଛି।

farmers-protest-denied-to-do-funeral-of-dead-bodies
ଲଖିମପୁର ହିଂସା ଘଟଣାରେ ଜିଦ୍‌ରେ ଅଟଳ କୃଷକ, ଅଭିଯୁକ୍ତ ଗିରଫ ହେବା ପରେ ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ଘୋଷଣା

ଲଖିମପୁର ଖେରିରେ ହିଂସା ପରେ ପୂରା ୟୁପି ଏବେ ରାଜନଅତିକ ଅଖାଡ଼ାରେ ପରିଣତ ହୋଇଛି । ବିରୋଧୀଦଳ ନେତାମାନେ ଲକ୍ଷ୍ମୀପୁର ଯାଇ ଚାଷୀଙ୍କୁ ଭେଟିବାକୁ ଚାହୁଁଛନ୍ତି, କିନ୍ତୁ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସେହିପରି ଲଖିମପୁର ହିଂସା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଦାୟୀ କରିଛନ୍ତି କୃଷକ ।

Murder Case Against Union Minister's Son
ୟୁପି ହିଂସା: କେନ୍ଦ୍ରମନ୍ତ୍ରୀ ପୁଅଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ଦେବା ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି।

Priyanka Gandhi
‘ଦମ୍‌ ଅଛି ତ ଛୁଇଁକି ଦେଖାଅ...’ ପୋଲିସ୍‌କୁ ଆଇନ୍‌ ଶିଖାଇଲେ ପ୍ରିୟଙ୍କା !

ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ସୀତାପୁର ହରଗାଁଓ ନିକଟରେ ପୋଲିସ୍‌ ଗିରଫ କରିଥିବା ନେଇ ଜାତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ସୂଚନା ଦେଇଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧି ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା।

UP Violence
ଆନ୍ଦୋଳନରତ କୃଷକଙ୍କ ଉପରେ କାର୍‌ ଚଢ଼ାଇ ଦେଲେ ମନ୍ତ୍ରୀଙ୍କ ପୁଅ ! ହିଂସାକାଣ୍ଡରେ ୪ କୃଷକଙ୍କ ସମେତ ୮ ମୃତ

ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ହତ୍ୟା ଅଭିଯୋଗକୁ ନେଇ ଉତ୍ତରପ୍ରଦେଶ ଲଖିମପୁର ଖେରି ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଅଛନ୍ତି।