ଆଜି ପୁରୀ ଯାଇ ନିର୍ମଳା ସୀତାରମଣ ରାତ୍ରୀଯାପନ କରିବେ। ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ କରିବେ। ପରେ ପୁରୀରେ ‘ମୋ ମାଟି ମୋ ଦେଶ ଅଭିଯାନ’ରେ ସାମିଲ ହେବେ ଅର୍ଥମନ୍ତ୍ରୀ।...ସେଠାରୁ ବୀରହରେକୃଷ୍ଣପୁର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ । ଏହାପରେ ପୁଣି ଭୁବନେଶ୍ୱର ଫେରି ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ।
ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟାଣ୍ଟ କନଫରେନସ୍ରେ ଯୋଗଦେଇ ବକ୍ତବ୍ୟ ରଖିବେ। ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ ।
]]>ନୀତି ଆୟୋଗ ଦ୍ୱାରା ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରର ଘରୋଇକରଣରୁ ୯୦୦ କୋଟି ଟଙ୍କା ରୋଜଗାର ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ସେହିଭଳି ପାରାଦୀପ ବନ୍ଦରର ୪ଟି ପ୍ରକଳ୍ପର ମନିଟାଇଜେସନ୍ ଲାଗି ନିଷ୍ପତ୍ତି ନେଇଛନ୍ତି । ମନିଟାଇଜେସନ୍ ପାଇପଲାଇନ୍ ଅନୁସାରେ, ୨୦୨୨ ଜାନୁଆରୀରେ ପାରାଦୀପ ବନ୍ଦରର ଇନର ହାର୍ବର ଫେସିଲିଟିର ଆଧୁନିକୀକରଣ ଓ ବଡ଼ ଜାହାଜ ଚଳାଚଳ ଲାଗି ୱେଷ୍ଟର୍ଣ୍ଣ ଡକ୍ କ୍ୟାିଭ୍ ବର୍ଥର ବିକାଶ ଲାଗି କାର୍ଯ୍ୟାଦେଶ ପ୍ରଦାନ କରାଯିବ ।
ଏହାଛଡ଼ା ଇଣ୍ଡିଆନ୍ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ ଅଧୀନରେ ଥିବା ଭୁବନେଶ୍ୱରର ହୋଟେଲ କଳିଙ୍ଗ ଅଶୋକା ଓ ପୁରୀର ହୋଟେଲ ନୀଳାଚଳର ଘରୋଇକରଣ ଲାଗି ମଧ୍ୟ ଜାତୀୟ ମନିଟାଇଜେସନ୍ ପାଇପଲାଇନରେ ଯୋଜନା କରିଛନ୍ତି । କେନ୍ଦ୍ର ସରକାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସୋମବାର ନ୍ୟାସନାଲ ମନିଟାଇଜେସନ ପାଇପଲାଇନ ପୋଗ୍ରାମ ବା ଏନ୍ଏମ୍ପିର ଶୁଭାରମ୍ଭ କରିଥିଲେ।
]]>
ବିଭିନ୍ନ ରାଜ୍ୟରେ ଥିବା ଏଟିଏମ ଗୁଡିକରେ ଟଙ୍କାର ମରୁଡି ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିହାର,ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟରେ ଏଟିଏମ ଗୁଡିକରେ ଟଙ୍କାର ଅଭାବ ଦେଖିବାକୁ ମିଳିଛି। ଏଟିଏମ୍ରୁ ଟଙ୍କା ବାହାରୁନଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଖାଲି ହାତରେ ଫେରୁଛନ୍ତି। ୨ରୁ ୩ ଦିନ ହେଲା ଏଭଳି ସ୍ଥିତି ଲାଗି ରହିଛି। ଦିଲ୍ଲୀରେ ୮୦ ପ୍ରତିଶତ ଏଟିଏମ୍ କ୍ୟାସଲେସ୍ ହୋଇପଡିଛି। ଯାହା କିଛି ଏଟିଏମ୍ ଅଛି ସେଥିରୁ କେବଳ ୫ଶହ ଟଙ୍କିଆ ନୋଟ୍ ବାହାରୁଛି। ତେବେ ଏହା ସାମୟିକ ଅବସ୍ଥା। ଖୁବ୍ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି।
କିଛି ରାଜ୍ୟରେ ଅତ୍ୟଧିକ ନୋଟ୍ ଥିବାବେଳେ କିଛି ରାଜ୍ୟରେ ବହୁତ କମ୍ ନୋଟ୍ ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନୋଟ୍ ସ୍ଥାନାନ୍ତର କରାଯିବ।
ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟ୍ୱିଟ୍ କରି କହିଛନ୍ତି, ଦେଶର ମୁଦ୍ରା ସ୍ଥିତିର ସମୀକ୍ଷା ହୋଇଛି। ବର୍ତ୍ତମାନ ବ୍ୟାଙ୍କ୍ରେ ଓ ବଜାରରେ ଆବଶ୍ୟକତା ଠାରୁ ଅଧିକ ମୁଦ୍ରା ରହିଛି। ଦେଶର କିଛି ସ୍ଥାନରେ ସାମୟିକ ଭାବେ ଏହି ସମସ୍ୟା ଦେଖାଦେଇଛି ଏବଂ ଏହାର ତୁରନ୍ତ ସମାଧାନ ପାଇଁ ଚେଷ୍ଟା ଚାଲିଛି।
]]>