ଏକ ଆଇରନ୍ ବୋଝେଇ ଟ୍ରକ୍ଟି ଆଉ ଏକ ଟ୍ରକ୍କୁ ଓଭର୍ଟେକ୍ କରିବା ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରକ୍କୁ ଆଇରନ୍ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଇରନ୍ ବୋଝେଇ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ମୋଟା ଗାଁର ନରହରି ପ୍ରଧାନ।
ଖବର ପାଇ ମାର୍ଶାଘାଇ ଓ ମହାକାଳପଡାର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗାଡ଼ିକୁ କାଟି ମୃତଦେହ ବାହାର କରିଥିଲେ। ପୁଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
]]>