ବଲାଙ୍ଗିର ଜିଲ୍ଲା ବେଲପଡାର ଲଥାକେନ୍ଦ୍ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଲି ପାଇଁ ଟ୍ରାକ୍ଟରରେ ୩ଜଣ ନାଥବୁଢା ନଦୀକୁ ଯିବା ବେଳେ ଟ୍ରାକ୍ଟରଟି ଓଲଟି ଏକ ଚାଷ ଜମି ଭିତରକୁ ପଶିଯାଇ ତିନିଜଣଙ୍କ ଉପରେ ଚାପି ହୋଇଯାଇଥିଲା। ଫଳରେ ୨ଜଣଙ୍କର ମୃତୁ୍ୟ ହୋଇଥିଲା।
ମୃତକମାନେ ହେଲେ ଲଥାକେନ୍ଦ୍ ଗାଁର ଗୁରୁ ନିଆଲ ଓ ଗୋବର୍ଦ୍ଧନ ଭୋଇ। ଗାଡି ଚାଳକ ନରେନ୍ଦ୍ର କଟାକୁ ପ୍ରଥମେ କଣ୍ଟାବାଂଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
]]>