ସମ୍ବଲପୁର ହାଇୱେ ୟୁଜର୍ସ ଫୋରମ୍ ଦେଇଛି ଏହି ବନ୍ଦ ଡାକରା। ତେବେ ବନ୍ଦରୁ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ ପରି ଜରୁରୀ ସେବାକୁ ବାଦ୍ ଦିଆଯାଇଛି।
ବିଭିନ୍ନ ସଂଗଠନ ଓ ସମ୍ବଲପୁରବାସୀ ଏହି ବନ୍ଦକୁ ସମର୍ଥନ କରୁଛନ୍ତି। ବନ୍ଦ ପାଳନ ପୂର୍ବରୁ ବିଭିନ୍ନ ପର୍ଯ୍ୟାରେ ଧାରଣା, ପ୍ରତିବାଦ ଶୋଭାଯାତ୍ରା ଓ ସଚେତନତା ବୈଠକ କରାଯାଇଥିଲା। ୩୧ ତାରିଖ ଭିତରେ ଦାବି ପୂରଣ ନ ଲେଲେ ବନ୍ଦ ପାଳନ କରିବାକୁ ଆଗରୁ ଚେତାବନୀ ମଧ୍ୟ ଦେଇଥିଲା ଫୋରମ୍।
ବରଗଡ଼ ଟୋଲ୍ ଗେଟ୍ରେ ଯେପରି ବରଗଡ଼ ପଂଜୀକରଣ ଗାଡ଼ିରୁ ଟୋଲ୍ ନିଆଯାଉନାହିଁ, ସମ୍ବଲପୁରରେ ମଧ୍ୟ ଏପରି ନିୟମ କରିବାକୁ ଦାବି କରିଥିଲା ଫୋରମ୍।
]]>ସମ୍ବଲପୁର ଜିଲ୍ଲା ରାଜପଥ ବ୍ୟବହାରକାରୀ ସଂଘ ଏହି ବନ୍ଦ ଡାକରା ଦେଇଛି। ଶିକ୍ଷାନୁଷ୍ଠାନକୁ ବନ୍ଦରୁ ବାଦ୍ ଦିଆଯିବ। ସେହିପରି ଆମ୍ବୁଲାନ୍ସ, ସ୍କୁଲ ବସ୍କୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।
ବରଗଡ଼ ଟୋଲ୍ ଗେଟ୍ରେ ବରଗଡ଼ ଲୋକଙ୍କୁ ଟୋଲ୍ ଛାଡ୍ କରାଯାଇଥିବାରୁ ସମ୍ବଲପୁରରେ ମଧ୍ୟ ସମ୍ବଲପୁରର ଲୋକଙ୍କଠାରୁ ଟୋଲ୍ ନିଆ ନ ଯାଉ ବୋଲି ଦାବି କରାଯାଇଛି। ଏ ସଂପର୍କରେ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।
]]>ସମ୍ବଲପୁର ନମ୍ବର ଥିବା ଗାଡିଗୁଡ଼ିକଠାରୁ ଟୋଲ୍ ଆଦାୟ ନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏଥିଯୋଗୁଁ ଉଭୟ ପଟରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା।
ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ମୁତୟନ କରାଯିବା ସହ ଲୋକଙ୍କୁ ବୁଝାସୁଝା କରାଯାଇଥିଲା। ହେଲେ ଲୋକେ ନ ମାନିବାରୁ ୫୦ ଜଣଙ୍କୁ ଗିରଫ କରାଯାଇଛି।
ବିଜୁ ଏକ୍ସପ୍ରେସ ୱେ ପିପିପି ମୋଡ୍ରେ ତିଆରି ହୋଇଛି। ତେଣୁ ବିନିଯୋଗ ଅର୍ଥ ଉଠିବା ପର୍ଯ୍ୟନ୍ତ ଟୋଲ୍ ଆଦାୟ କରିବାକୁ ପଡିବ ବୋଲି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।
ରାଜ୍ୟ ସରକାର ୩୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଅବଶିଷ୍ଟ ୬୬ ପ୍ରତିଶତ ଅର୍ଥ ଏଲ୍ଆଣ୍ଡ ଟି ବିନିଯୋଗ କରିଛି। ଏକ୍ସପ୍ରେସରେ ପ୍ରତିଷ୍ଠା କରାଯାଇଥିବା ୩ଟି ଟୋଲ୍ ଗେଟ୍ ଜରିଆରେ ଦିନକୁ ୫୦ ଲକ୍ଷ କରି ୧୯ ବର୍ଷ ଯାଏଁ ଟୋଲ୍ ଆଦାୟ ଲାଗି ଲକ୍ଷ୍ୟ ରହିଛି।
]]>କମିଟିର ଯୁକ୍ତି ହେଲା, ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲା। ଜିଲ୍ଲାବାସୀ ଦୀର୍ଘ ୧୭ ବର୍ଷ ଟୋଲ ଦେଇଛନ୍ତି। ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି।
ତେଣୁ ପୁଣି ଥରେ କାହିଁକି ଟୋଲ ଆଦାୟ କରାଯିବ ବୋଲି କମିଟି ପ୍ରଶ୍ନ କରିଛି। କେବଳ ସୁନ୍ଦରଗଡ଼ ନୁହେଁ ଏକ୍ସପ୍ରେସ ୱେର ସମ୍ବଲପୁର ରେଙ୍ଗାଲି ଓ ରାଜଗାଙ୍ଗପୁର ଲାଇନରେ ଥିବା ଟୋଲ୍ ଗେଟରେ ଟୋଲ ଆଦାୟକୁ ମଧ୍ୟ ସ୍ଥାନୀୟ ଲୋକ ଜୋରଦାର ବିରୋଧ କରିଛନ୍ତି। ସମ୍ବଲପୁର ଜିଲ୍ଲାର ଗାଡିକୁ ଟୋଲ ଆଦାୟରୁ ବାଦ୍ ଦେବାକୁ ଲୋକେ ଦାବି କରିଛନ୍ତି।
ସେପଟେ ସରକାର କହିଛନ୍ତି ଯେ, ବିଜୁ ଏକ୍ସପ୍ରେସ ୱେ ପିପିପି ମୋଡରେ ତିଆରି ହୋଇଛି। ତେଣୁ ବିନିଯୋଗ ଅର୍ଥ ଉଠିବା ପର୍ଯ୍ୟନ୍ତ ଟୋଲ ଆଦାୟ କରିବାକୁ ପଡିବ ବୋଲି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।
ଏହି ରାସ୍ତା ନିର୍ମାଣରେ ରାଜ୍ୟ ସରକାର ୩୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଅବଶିଷ୍ଟ ୬୬ ପ୍ରତିଶତ ଅର୍ଥ ଏଲଆଣ୍ଡ ଟି ବିନିଯୋଗ କରିଛି। ଏକ୍ସପ୍ରେସ ୱେ ପ୍ରତିଷ୍ଠା କରାଯାଇଥିବା ୩ଟି ଟୋଲ୍ ଗେଟ୍ ଜରିଆରେ ଦିନକୁ ୫୦ ଲକ୍ଷ କରି ୧୯ ବର୍ଷ ଯାଏଁ ଟୋଲ ଆଦାୟ ଲାଗି ଲକ୍ଷ୍ୟ ରହିଛି।
]]>