ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କ୍ରିଷ୍ଣନଗର ଆସନରୁ ୨୦୧୯ରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମହୁଆ ମୈତ୍ର। ତେବେ ଦୁବାଇରେ ରହୁଥିବା ବିଜିନେସ୍ ଟାଇକୁନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ବିନିମୟରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ କାର୍ଯ୍ୟକାଳ ସରିବାର ଅଳ୍ପ କିଛି ମାସ ପୂର୍ବରୁ ପଦ ହରାଇବାକୁ ପଡ଼ିଛି।
ମହୁଆ ନିଜ ସଂସଦ ଆକାଉଣ୍ଟର ଲଗଇନ୍ ଆଇଡି ଓ ପାସୱାର୍ଡ ମଧ୍ୟ ତାଙ୍କୁ ଦେଇଥିଲେ ବୋଲି ନିଜେ ସତ୍ୟପାଠ ଦାଖଲ କରିଥିଲେ ହୀରାନନ୍ଦାନୀ। ସଂସଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ କ୍ରମେ ଏହି ମାମଲା ଏଥିକ୍ସ କମିଟି ହାତକୁ ଯାଇଥିଲା ।
ଏହି ମାମଲାରେ ମହୁଆଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକ ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କ ଅଭିଯୋଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ରୋଚକ କଥା ହେଉଛି, ଏକ ପୋଷା କୁକୁର ହେନରିକୁ ନେଇ ଜୟ ଓ ମହୁଆଙ୍କ ମଧ୍ୟରେ ଉପୁଜିଥିବା କଳି, ଉଭୟଙ୍କ ବିବାଦକୁ ଅଧିକ ଖୋରାକ ଯୋଗାଇଥିଲା ବୋଲି କୁହାଯାଉଛି।
]]>
#WATCH | Cooch Behar, West Bengal: A clash erupted between Trinamool Congress and BJP workers in Dinhata yesterday. The police had to resort to lathi charge to control the situation. A sub-divisional police officer was injured in the incident. Trinamool Congress has called for a… pic.twitter.com/zolO9wVA7N
— ANI (@ANI) March 19, 2024
ତେବେ ବିବାଦ ଉପୁଜିବା କାରଣକୁ ନେଇ ଉଭୟ ଦଳ ପରସ୍ପର ଉପରେ ଦୋଷ ଲଦିଛନ୍ତି। ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାର୍ଜ କରିଥିଲା। ସଂଘର୍ଷରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କିଛି ଜଣ ଦଳୀୟ କର୍ମୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଏହି ଘଟଣାକୁ ନେଇ ଆଜି ଦିନହାଟାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ତୃଣମୂଳ କଂଗ୍ରେସ ।
ତେବେ କେଉଁ ପରିସ୍ଥିତିରେ ସେ ପଡ଼ିଗଲେ, ତାହା ସ୍ପଷ୍ଟ ହୋଇନାହିଁ। କୁହାଯାଉଛି, ଟ୍ରେଡ୍ ମିଲରେ ୱାକ୍ କରୁଥିବାବେଳେ ମମତା ଖସିପଡ଼ିଥିଲେ। ମୁଣ୍ଡରେ ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ମମତାଙ୍କ ସହିତ ତାଙ୍କ ପୁତୁରା ଓ ପରିବାରର ଅନ୍ୟ ସଦସ୍ୟମାନେ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
TMC says that its chairperson and West Bengal CM Mamata Banerjee sustained "a major injury"
— ANI (@ANI) March 14, 2024
(Pic: AITC/X) pic.twitter.com/60vwdDLsqh
]]>#WATCH | West Bengal CM and TMC chairperson Mamata Banerjee shifted being brought out of SSKM Hospital, in Kolkata.
— ANI (@ANI) March 14, 2024
Party says that she sustained "a major injury" on her head. pic.twitter.com/vFfqnZXXd1
ସୂଚନା ଅନୁସାରେ ହାୱାଡା ଲୋକସଭା ଆସନରୁ ଟିଏମ୍ସି ପ୍ରସନ୍ନ ବାନାର୍ଜୀଙ୍କୁ ପ୍ରାର୍ଥୀ କରିବା ପରେ ଖୁସି ନାହାନ୍ତି ବୋଲି କହିଥିଲେ ସ୍ୱପନ ବାନାର୍ଜୀ। ମମତା ବାନାର୍ଜୀ ଏହାର ଜବାବ ଦେଇ କହିଛନ୍ତି ଯେ ସ୍ୱପନ ବାନାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ, ସେ ଯାହା ଚାହିଁବେ ତାହା କରିପାରିବେ। ମୁଁ ଚାହୁଁ ନାହିଁ ଆମ ପରିବାରର ନାମ ତାଙ୍କ ସହିତ ଜଡିତ ହେଉ’।
ସ୍ୱପନ ବାନାର୍ଜୀଙ୍କୁ ନେଇ ମମତା ବାନାର୍ଜୀ କହିଛନ୍ତି, 'ଲୋକମାନଙ୍କ ବୟସ ବଢ଼ିବା ସହ ସେମାନଙ୍କର ଲୋଭ ମଧ୍ୟ ବଢ଼ିଥାଏ। ଆମ ପରିବାରରେ ସମୁଦାୟ ୩୨ ଜଣ ସଦସ୍ୟ ଅଛନ୍ତି। ମୁଁ ତାଙ୍କୁ ମୋ ପରିବାରର ସଦସ୍ୟ ଭାବୁନାହିଁ। ଆଜିଠାରୁ କେହି ତାଙ୍କୁ ମୋ ଭାଇ ଭାବରେ ପରିଚିତ କରାଇବେ ନାହିଁ। ତାଙ୍କ ସହିତ ମୋର ସମ୍ପର୍କ ଭାଙ୍ଗିବାକୁ ମୁଁ ନିଷ୍ପତ୍ତି ନେଇଛି’ ବୋଲି କହିଛନ୍ତି ମମତା ବାନାର୍ଜୀ।
ସୂଚନା ଅନୁସାରେ ସ୍ୱପନ ବାନାର୍ଜୀ ଏବେ ତାଙ୍କ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଦିଲ୍ଲୀରେ ଅଛନ୍ତି। ସେ କହିଥିଲେ ଯେ ‘ହାୱଡା ଲୋକସଭା ଆସନ ପାଇଁ ତୃଣମୂଳ କଂଗ୍ରେସ ଅନ୍ୟ କିଛି ଦକ୍ଷ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ଉଚିତ୍। ହାୱାଡା ଲୋକସଭା ଆସନରୁ ପ୍ରାର୍ଥୀ ଚୟନରେ ମୁଁ ଖୁସି ନୁହେଁ। ପ୍ରସନ୍ନ ବାନାର୍ଜୀ ସଠିକ୍ ପସନ୍ଦ ନୁହଁନ୍ତି। ଅନେକ ଦକ୍ଷ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି ବୋଲି କହିଥିଲେ ମମତା ବାନାର୍ଜୀଙ୍କ ଭାଇ ସ୍ୱପନ।
ସେହିପରି ବିଜେପିରେ ସାମିଲ ହେବା ନେଇ ଜାରି ରହିଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଛନ୍ତି ସ୍ୱପନ। ତେବେ ଏକ ଫେସବୁକ୍ ଭିଡିଓରେ ସେ ତାଙ୍କ ଭଉଣୀକୁ ସମର୍ଥନ କରିବେ ବୋଲି କହିଛନ୍ତି ଏବଂ ତାଙ୍କ ବିଜେପିରେ ଯୋଗଦେବା ଖବର ମିଥ୍ୟା ବୋଲି ସେ କହିଛନ୍ତି।
ମମତା ବାନାର୍ଜୀଙ୍କ ଦଳ ୟୁସୁଫ ପଠାନଙ୍କୁ ବହରାମପୁରରୁ ପ୍ରାର୍ଥୀ କରିଛି। ଏହି ଆସନରୁ ଏବେ ସାଂସଦ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ। ତେବେ ଚଳିତ ଲୋକସଭା ନିର୍ବାଚନରେ ଏହି ଆସନରେ ୟୁସୁଫ୍ ଓ ଅଧୀରଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ। କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିନାହିଁ। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏହି ଆସନ ପାଇଁ ପୂର୍ବରୁ ଡ. ନିର୍ମଳ କୁମାର ସାହାଙ୍କ ନାମରେ ମୋହର ମାରି ସାରଛି।
୪୧ ବର୍ଷିୟ ୟୁସୁଫ୍ ପଠାନ୍ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୟୁସୁଫ୍ ୨୦୨୧ ଫେବ୍ରୁଆରୀରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇସାରଛନ୍ତି। ୟୁସୁଫ୍ ପଠାନ୍ ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ୍ ବିଜେତା ଟିମ୍ର ସଦସ୍ୟ ଥିଲେ। ସେହିପରି ଆଇପିଏଲ କଥା ଯଦି କହିବା ତାହାଲେ ସେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ଖେଳିଥିଲେ। କେକେଆର ଜିତିଥିବା ଦୁଇଟି ଟ୍ରଫିରେ ମଧ୍ୟ ୟୁସୁଫ୍ ପଠାନ୍ଙ୍କ ବିଶେଷ ଅବଦାନ ରହିଥିଲା। ତେଣୁ ସେ ପୂରା ପଶ୍ଚିମବଙ୍ଗରେ ବେଶ୍ ଲୋକପ୍ରିୟ ଅଟନ୍ତି। ଏହାକଚୁ ନଜରରେ ରଖି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ତାଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେଇଛି।
ଅନ୍ୟପକ୍ଷରେ ଟିଏମସି ଦୁର୍ଗାପୁର ଲୋକସଭା ଆସନରୁ ପୂର୍ବତନ ଟିମ୍ ଇଣ୍ଡିଆ ଅଲରାଉଣ୍ଡର କୀର୍ତ୍ତି ଆଜାଦଙ୍କୁ ଟିକେଟ୍ ଦେଇଛି। ବର୍ତ୍ତମାନ ଏହି ଆସନରେ ସାଂସଦ ଅଛନ୍ତି ବିଜେପିର ଏସ୍.ଏସ୍ ଅହଲୁୱାଲିଆ। ତେବେ ଏହି ଆସନ ପାଇଁ ବର୍ତ୍ତମାନ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି।
ଯେତେବେଳେ ଭାରତୀୟ କ୍ରିକେଟ୍ ଦଳ କପିଳ ଦେବଙ୍କ ନେତୃତ୍ୱରେ ୧୯୮୩ରେ ବିଶ୍ୱକପ ଜିତିଥିଲା, ସେ ସମୟରେ ଟିମ୍ ଇଣ୍ଡିଆରେ ସାମିଲ ଥିଲେ କୀର୍ତ୍ତି ଆଜାଦ। ଏହାପରେ ତାଙ୍କ ପିତା ଭାଗବତ ଝା ଆଜାଦଙ୍କୁ ଅନୁସରଣ କରି ରାଜନୀତିରେ ସାମିଲ ହୋଇଥିଲେ। ଭାରତୀୟ ଜନତା ପାର୍ଟି ଟିକେଟରେ କୀର୍ତ୍ତି ଦାରଭଙ୍ଗା ଲୋକସଭା ଆସନରୁ ତିନିଥର ସାଂସଦ ହୋଇଛନ୍ତି। ଏହାପରେ କୀର୍ତ୍ତି ଆଜାଦ ୨୦୧୯ରେ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ ଧନବାଦରୁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଏଥିରେ ସେ ପରାଜୟ ବରଣ କରିଥିଲେ। ଏହାପରେ ମମତା ବାନାର୍ଜୀଙ୍କ ପାର୍ଟି ଟିଏମ୍ସିରେ ସେ ସାମିଲ ହୋଇଥିଲେ। କୀର୍ତ୍ତି ଆଜାଦ ଭାରତ ପାଇଁ ୭ଟି ଟେଷ୍ଟ, ୨୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।
]]>ଆସନ୍ତା ସପ୍ତାହରେ ଘୋଷଣା ହୋଇପାରେ ସାଧାରଣ ନିର୍ବାଚନ ପାଇଁ ତାରିଖ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଜି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ। ଟିଏମ୍ସି ଘୋଷଣା କରିଥିବା ଏହି ୪୨ ଜଣିଆ ତାଲିକାରେ ଦୁଇ ୱାର୍ଲ୍ଡ ଚାମ୍ପିଅନ ୟୁସୁଫ୍ ପଠାନ୍ ଓ କୀର୍ତ୍ତି ଆଜାଦଙ୍କ ନାଁ ରହିଛି। ବହରାମପୁରରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ୟୁସୁଫ୍ ପଠାନ। ସେହିପରି କ୍ରିଷ୍ଣାନଗରରୁ ପୁଣି ମହୁଆ ମୈତ୍ରଙ୍କୁ ମିଳିଛି ଟିକେଟ୍। ଆସାନସୋଲରୁ ଶତୃଘ୍ନ ସିହ୍ନା ପ୍ରାର୍ଥୀ ହୋଇଛନ୍ତି।
ସେହିପରି ଡାଇମଣ୍ଡ ହାର୍ବରରୁ ଅଭିଷେକ ବାନାର୍ଜୀ ଓ ବୀରଭୂମରୁ ଶତାବ୍ଦୀ ରାୟଙ୍କୁ ପ୍ରାର୍ଥୀ କରିଛି ଟିଏମସି। ତେବେ ବାସିରହାଟ ସାଂସଦ ନୁସରତ ଜାହାନ୍ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତାରେ ବିଶାଳ ସମାବେଶ କରି ଟିଏମସି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ଅବସରରେ ସମସ୍ତ ପ୍ରାର୍ଥୀମାନେ ମମତାଙ୍କ ସହ ରାଲି କରିଛନ୍ତି।
]]>ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି। ସେହିପରି କୁଚବିହାରରୁ ଜଗଦିଶ ବସୁନିଆ, ଆଲିପୁରଦ୍ୱାରରୁ ପ୍ରକାଶ ବାରିକ, ଜଲପାଇଗୁଡିରୁ ନିର୍ମଳ ରାଏ, ଦାର୍ଜିଲିଂରୁ ଗୋପାଳ ଲାମା, ରାୟଗଞ୍ଜରୁ କୃଷ୍ଣା କଲ୍ୟାଣୀ, ବାଲୁରଘାଟରୁ ବିପ୍ଲବ ମିତ୍ରା, ମାଲଦା ଉତ୍ତରରୁ ପ୍ରସୁନ ବାନାର୍ଜୀ, ମାଲଦା ଦକ୍ଷିଣରୁ ଶାହାନାଜ ଅଲ୍ଲି ରାୟହାନ, ଦୁର୍ଗାପୁରରୁ କିର୍ତ୍ତି ଆଜାଦ, ଆସୋନସୋଲରୁ ଶତ୍ରୁଘ୍ନ ସିହ୍ନା, ବସିରହାଟରୁ ହାଜି ନୁରୁଲ ଇସଲାମ, ଡାଏମଣ୍ଡ ହାର୍ବରରୁ ଅଭିଷେକ ବାନାର୍ଜୀ, ଯାଦବପୁରରୁ ସୟାନୀ ଘୋଷ, କୋଲକାତା ଉତ୍ତରରୁ ସୁଦୀପ ଘୋଷ, ହାୱଡାରୁ ପ୍ରସୁନ୍ନ ବାନାର୍ଜୀ, ହୁଗଳୀରୁ ରଚନା ବାନାର୍ଜୀ ଏବଂ ଓଲୁବୋରିଆରୁ ସଜଦା ଅହମ୍ମଦ ନିର୍ବାଚନ ଲଢ଼ିବେ।
]]>ମହିଳାଙ୍କ ଦୁଃଖ ଦେଖି ଏଠିକାର ସରକାର ଆଖି ଆଉ କାନ ବୁଜି ଦେଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ର ଯୋଜନାରେ ନିଜ ଷ୍ଟିକର ମାରି ପଶ୍ଚିମବଙ୍ଗବାସୀଙ୍କୁ ଧୋକା ଦେଉଛି ଟିଏମସି ସରକାର। ସବୁ ସ୍କିମକୁ ସ୍କାମରେ ପରିଣତ କରିବାରେ ମାହିର ଟିଏମସି ସରକାର। ସବୁଥିରେ କମିଶନ ନେବାରେ ଟିଏମସି ରେକର୍ଡ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।
ଆଜି ପଶ୍ଚିମବଙ୍ଗର ନଦିଆରେ ଏକ ଜନସେବାକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମନରେଗା ଯୋଜନାରେ ରାଜ୍ୟରେ ୨୫ ଲକ୍ଷ ଜବ୍ କାର୍ଡ ଫର୍ଜି। ଯିଏ ଜନ୍ମ ହୋଇନି ତା ନାଁରେ ମଧ୍ୟ ଜବ କାର୍ଡ ହୋଇଛି। ତେବେ ଏନେଇ ଟିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇ କ୍ଷମତାସୀନ ଟିଏମସି ଉପରେ ମନଇଚ୍ଛା ବର୍ଷିଥିଲେ। ସନ୍ଦେଶଖାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ଶେଖ ଶାହଜାହାଁଙ୍କୁ ଟିଏମସି ହିଁ ଘଣ୍ଟ ଘୋଡ଼ାଇ ଚାଲିଥିବା ମୋଦି ଅଭିଯୋଗ କରିଛନ୍ତି।
ବେଙ୍ଗଲର ଅର୍ମବାଗରେ ଆୟୋଜିତ ରାଜନୀତିକ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କିଛି ଲୋକଙ୍କ ଭୋଟ ଅଧିକ ଗୁରୁତ୍ୱପୂର୍ଣ୍ଣ ନା ସନ୍ଦେଶଖାଲିରେ ମହିଳାମାନେ ଭୋଗୁଥିବା ନିର୍ଯାତନା ଅଧିକ ଗୁରୁତ୍ୱପୂର୍ଣ, ସେକଥା ଏବେ ରାଜ୍ୟର ଲୋକମାନେ ପଚାରୁଛନ୍ତି। ସେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିବା ସହ ସମସ୍ତେ କାହିଁକି ସନ୍ଦେଶଖାଲି ମାମଲାରେ ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
]]>ବୁଧବାର ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୨୪ଟି ବ୍ୟାଗ୍ ଧରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍କୁ ଯାଇଥିଲେ । ଏହି ୨୪ଟି ବ୍ୟାଗ୍ରେ ଫେକ୍ ଭୋଟରଙ୍କ ତାଲିକା ରହିଥିଲା। ପଶ୍ଚିମବଙ୍ଗରେ ବିଜେପି ୧୬ ଲକ୍ଷ ୯୧ ହଜାର ୧୩୨ ଫେକ୍ ଭୋଟରଙ୍କୁ ଚିହ୍ନଟ କରିଛି ବୋଲି ସେ CEOଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏହି ତାଲିକାରେ ମୃତ୍ୟୁବରଣ କରିସାରିଥିବା ଭୋଟରଙ୍କ ନାମ ଏବଂ ଯେଉଁ ଭୋଟର ଅନ୍ୟ ସ୍ଥାନକୁ ଯାଇସାରିଛନ୍ତି ସେମାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେହିପରି ଏହି ତାଲିକାରେ ଜଣେ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ରହିଥିବା ମଧ୍ୟ ଦେଖିବାକୁ ମିଳିଛି ବୋଲି CEOଙ୍କ ନିକଟରେ ଦାବି କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ଟିଏମ୍ସି ପାଇଥିବା ଭୋଟ୍ ମଧ୍ୟରେ ଅନ୍ତର ମଧ୍ୟ ୧୭ ଲକ୍ଷ ରହିଥିଲା। ତେବେ ଏହି ଅନ୍ତର ଫେକ୍ ଭୋଟରଙ୍କ ପାଇଁ ହୋଇଥିଲା ବୋଲି ସେ ଦାବି କରିଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ୧୪ ହଜାର ୨୬୭ ପୃଷ୍ଠାର ଏକ ଡକ୍ୟୁମେଣ୍ଟ ଦାଖଲ କରିବା ସହ ଏହି ସମସ୍ତ ତଥ୍ୟକୁ ଏକ ପେନ୍ ଡ୍ରାଇଭ୍ରେ ମଧ୍ୟରେ ଦେଇଛନ୍ତି। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ECIଙ୍କ ପକ୍ଷରୁ ଏକ ଟିମ୍ ମାର୍ଚ୍ଚରେ ପିଶ୍ଚିମବଙ୍ଗ ଗସ୍ତରେ ଆସିବେ ଏବଂ ସମସ୍ତ ରାଜନୈତିକ ଦଳ ସହ ବୈଠକ କରିବେ। ତେବେ ସେହି ବୈଠକରେ ଆମେ ଏହି ଫେକ୍ ଭୋଟର କଥା ଉଲ୍ଲେଖ କରିବୁ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଣିଥିବା ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଛ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ନେତା।
ମାନ୍ କହିଛନ୍ତି, ପଞ୍ଜାବରେ କୌଣସି ମେଣ୍ଟ ହେବ ନାହିଁ। ଆପ୍ ଏକାକୀ ୧୩ଟି ଆସନରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ରହିଛି। କଂଗ୍ରେସ ସହ ଆପର କିଛି ସଂପର୍କ ନାହିଁ। ଆପ ସମସ୍ତ ଆସନରେ ବିଜୟୀ ହେବ। ଏଥିପାଇଁ ଦଳ ପ୍ରକ୍ରିୟା ଆରମ୍ଭ କରିସାରିଛି। ଖୁବଶୀଘ୍ର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଏହା ପୂର୍ବରୁ ଏକ ସର୍ଭେ କରାଯାଉଛି।
ଏହି ଘୋଷାର ଏକ ଘଣ୍ଟା ପୂର୍ବରୁ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ କଂଗ୍ରେସ ସହ ବୁଝାମଣା କରିବ ନାହିଁ ବୋଲି କହିଛନ୍ତି। କଂଗ୍ରେସ ଟିଏମସିର ପ୍ରସ୍ତାବକୁ ଗ୍ରହଣ କରିନାହିଁ। ତେଣୁ ପଶ୍ଚିମବଙ୍ଗରେ ଏକା ଲଢିବ ମମତାଙ୍କ ପାର୍ଟି। ଆସନ ବୁଝାମଣାରେ ବିଫଳ ହେବା ପରେ କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହରାଇବା ଉପରେ। ଏସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ଏବେ ସଂକଟ ଦେଖାଦେଇଛି।
]]>ତେବେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସି ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି । ଯଦିଓ ଟିଏମସି ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ଘୋଷଣା କରିନାହିଁ, ତଥାପି ମମତା ବାନାର୍ଜୀଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି କି ମମତା ବାନାର୍ଜୀ କିମ୍ବା ତାଙ୍କ ଦଳର କେହି ଏହି ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବେ ନାହିଁ। କାହିଁକି ନା ଶାସକ ଦଳ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାମ ମନ୍ଦିର ଉଦଘାଟନକୁ ସ୍ପ୍ରିଙ୍ଗବୋର୍ଡ ଭାବରେ ବ୍ୟବହାର କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି। ଆଉ ଏଥିପାଇଁ ଟିଏମ୍ସି ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୬୦୦୦ ନିମନ୍ତ୍ରିତ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
]]>ସଂସଦ ଭବନର ପ୍ରବେଶ ଦ୍ୱାରରେ ନିଲମ୍ବିତ ସାଂସଦମାନେ ଧାରଣା ଦେଉଥିବା ବେଳେ ଦେଖିବାକୁ ମିଳିଥିଲା ଏହି ଲଜ୍ଜାଜନକ ଘଟଣା। ଖୋଦ୍ ଉପରାଷ୍ଟ୍ରପତି ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ। ବରିଷ୍ଠ ନେତାମାନଙ୍କ ଏଭଳି ବ୍ୟବହାର ଲଜ୍ଜାଜନକ ଓ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଧନକର୍।
ସେପଟେ ପାର୍ଲାମେଣ୍ଟ ସୁରକ୍ଷା ଭଙ୍ଗ ପ୍ରସଙ୍ଗକୁ ନେଇ ସଂସଦରେ ଜାରି ରହିଛି ଅଚଳାବସ୍ଥା। ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଉଭୟ ଗୃହର ୧୪୦ରୁ ଅଧିକ ବିରୋଧୀ ସାଂସଦଙ୍କୁ ସସପେଣ୍ଡ କରାଯାଇଛି। ଗୃହରେ ବିଶୃଙ୍ଖଳା ସୃଷ୍ଟି ଅଭିଯୋଗରେ ଲୋକସଭାର ୪୬ ଓ ରାଜ୍ୟସଭାର ସମାନ ସଂଖ୍ୟକ ସାଂସଦଙ୍କୁ ସସ୍ପେଣ୍ଡ କରାଯାଇଥିଲା।
ଆଜି ଲୋକସଭାର ଆଉ ୪୯ ସାଂସଦ ସସପେଣ୍ଡ ହୋଇଛନ୍ତି। ସେପଟେ ମୋଦି ସରକାର ସଂସଦୀୟ ବ୍ୟବସ୍ଥାର କଣ୍ଠରୋଧ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଏହାକୁ ନେଇ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଓ ପାର୍ଲାମେଣ୍ଟ ପାହାଚରେ ବିରୋଧୀ ସାଂସଦମାନେ ପ୍ରତିବାଦ କରିଛନ୍ତି। ପାର୍ଲାମେଣ୍ଟ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ବିବୃତି ନରଖିବା ଯାଏଁ ପ୍ରତିବାଦ ଜାରି ରହିବ ବୋଲି ବିରୋଧୀ ସ୍ପଷ୍ଟ କରିଦେଇଛନ୍ତି। ତେଣେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଇ ନଦେଇ ବିରୋଧୀ ସୁରକ୍ଷା ଉଲ୍ଲଙ୍ଘନ ପ୍ରସଙ୍ଗକୁ ନେଇ ରାଜନୀତି କରୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ଗତ ୧୩ ତାରିଖରେ ପାର୍ଲାମେଣ୍ଟ ସୁରକ୍ଷାଭେଦି ଦୁଇ ଯୁବକ ଲୋକସଭାରେ ପଶିବା ସହ ସ୍ମୋକ କ୍ୟାନିଷ୍ଟରରୁ ରଙ୍ଗୀନ ଧୁଆଁ ଛାଡିଥିଲେ। ଦରବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ପ୍ରତିବାଦ ଦର୍ଶାଇବାକୁ ସେମାନେ ଏଭଳି କରିଥିବା କହିଥିଲେ। ଏହି ମାମଲାର ସମସ୍ତ ୬ ଅଭିଯୁକ୍ତଙ୍କୁ ଧରି ଏନଆଇଏ ଜେରା ଚଳାଇଥିବା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଆସୁଛନ୍ତି। ତେବେ ଏନଆଇଏ ମାମଲାର ତଦନ୍ତ କରୁଛି ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପ୍ରତିଶ୍ରୁତିରେ ବିରୋଧୀ ସନ୍ତୁଷ୍ଟ ନହୋଇ ହଟ୍ଟଗୋଳ ଜାରି ରଖିବାରୁ ଗୃହକାର୍ଯ୍ୟ ଚାଲିପାରୁନାହିଁ।
]]>
ଗୃହରେ ବିତର୍କ ହେବା ପରେ, ଏଥିକ୍ସ କମିଟିର ଏହି ସୁପାରିଶ ବାଚନିକ ଭୋଟରେ ଗୃହୀତ ହୋଇଛି। ଜଣେ ସାଂସଦ ଭାବେ ମହୁଆଙ୍କ ଆଚରଣ ଅନୈତିକ ଓ ଅଶାଳୀନ ଥିଲା ବୋଲି ଗୃହ ନିଷ୍କର୍ସରେ ପହଞ୍ଚିଥିବା କହିଛନ୍ତି ବାଚସ୍ପତି ଓମ୍ ବିର୍ଲା । ସେପଟେ ବହିଷ୍କାର ଆଦେଶ ପରେ, ସଂସଦ ବାହାରେ ଉଭୟ ଏଥିକ୍ସ କମିଟି ଓ ବିଜେପି ଉପରେ ଗର୍ଜିଛନ୍ତି ମହୁଆ ।
ସେ କହିଛନ୍ତି, ବହିଷ୍କାର କରିବା ପାଇଁ ଏଥିକ୍ସ କମିଟିର କ୍ଷମତା ନାହିଁ । ମୋ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଅଦାନୀ ପ୍ରସଙ୍ଗରେ ମୋତେ ଚୁପ୍ କରାଇବା ପାଇଁ ସଂସଦୀୟ କମିଟିକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି । ମୋତେ ଫାଶି ଦେବା ପାଇଁ କେବଳ ୨ ଜଣ ସାଧାରଣ ନାଗରିକଙ୍କ ବୟାନକୁ ଆଧାର କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୋ ଉପରେ ଆକ୍ରୋଶ ରଖିଥିବା ମୋର ପୂର୍ବତନ ପ୍ରେମିକ।
ଏଥିକ୍ସ କମିଟି ରିପୋର୍ଟ ଉପରେ ବିତର୍କ ବେଳେ, ମହୁଆଙ୍କୁ ଗୃହରେ ନିଜ ମତ ରଖିବା ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ। ହେଲେ ବାଚସ୍ପତି ଓମ୍ ବିର୍ଲା, ୨ ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ ଓ ପ୍ରଣବ ମୁଖାର୍ଜୀଙ୍କ ସ୍ଥିରିକୃତ ପରଂପରାକୁ ଉଦାହରଣ ଦେଇ ବିରୋଧୀଙ୍କୁ ଚୁପ୍ କରାଇ ଦେଇଥିଲେ। କହିଥିଲେ, ସେମାନେ ହିଁ ପୂର୍ବରୁ କହିଛନ୍ତି ଯେ,ଅଭିଯୁକ୍ତଙ୍କୁ ସଂସଦୀୟ କମିଟି ଆଗରେ ପକ୍ଷ ରଖିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିବାରୁ ଗୃହରେ ଆଉ କିଛି କହିବାର ଆବଶ୍ୟକତା ନାହିଁ । ମୁଁ କେବଳ ସେହି ପରଂପରାକୁ ଅନୁସରଣ କରୁଛି ।
ତେବେ ମହୁଆଙ୍କ ବହିଷ୍କାର ପରେ ବିରୋଧୀ ଦଳ ସାଂସଦ ମାନେ କକ୍ଷତ୍ୟାଗ କରି ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ଠାରେ ଏକାଠି ହୋଇଥିଲେ। ନିଜ ଦଳର ନେତ୍ରୀଙ୍କ ଏହି ପରିଣତି ପରେ, ଟିଏମ୍ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମହୁଆଙ୍କୁ ପରିସ୍ଥିତିର ପୀଡ଼ିତା ବୋଲି କହିବା ସହ,ଘଟଣାକୁ ବିଜେପିର ଆକ୍ରୋଶମୂଳକ ରାଜନୀତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ବିଜେପି ସାଂସଦ ତଥା ଏଥିକ୍ସ କମିଟି ସଦସ୍ୟ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ତିନି ତିନିଟି ବୈଠକରେ ସବୁ ପକ୍ଷକୁ ଶୁଣିବା ପରେ ରିପୋର୍ଟ ଦେଇଥିଲା କମିଟି ।
ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କ୍ରିଷ୍ଣନଗର ଆସନରୁ ୨୦୧୯ରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମହୁଆ ମୈତ୍ର। ତେବେ ଦୁବାଇରେ ରହୁଥିବା ବିଜିନେସ୍ ଟାଇକୁନ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ସେ ଅର୍ଥ ବିନିମୟରେ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କୁ କାର୍ଯ୍ୟକାଳ ସରିବାର ଅଳ୍ପ କିଛି ମାସ ପୂର୍ବରୁ ପଦ ହରାଇବାକୁ ପଡ଼ିଛି। ମହୁଆ ନିଜ ସଂସଦ ଆକାଉଣ୍ଟର ଲଗଇନ୍ ଆଇଡି ଓ ପାସୱାର୍ଡ ମଧ୍ୟ ତାଙ୍କୁ ଦେଇଥିଲେ ବୋଲି ନିଜେ ସତ୍ୟପାଠ ଦାଖଲ କରିଥିଲେ ହୀରାନନ୍ଦାନୀ।
ସଂସଦରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ କ୍ରମେ ଏହି ମାମଲା ଏଥିକ୍ସ କମିଟି ହାତକୁ ଯାଇଥିଲା । ଏହି ମାମଲାରେ ମହୁଆଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକ ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କ ଅଭିଯୋଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଆଉ ରୋଚକ କଥା ହେଉଛି, ଏକ ପୋଷା କୁକୁର ହେନରିକୁ ନେଇ ଜୟ ଓ ମହୁଆଙ୍କ ମଧ୍ୟରେ ଉପୁଜିଥିବା କଳି, ଉଭୟଙ୍କ ବିବାଦକୁ ଅଧିକ ଖୋରାକ ଯୋଗାଇଥିଲା ।
]]>
ଏନେଇ କମିଟିର ସଦସ୍ୟଙ୍କୁ ମିଳିଥିବା ୫ ଶହ ପୃଷ୍ଠାର ରିପୋର୍ଟରେ ଉଲ୍ଲେଖ ରହିଛି । ଆଜି (ଗୁରୁବାର) ବସିବାକୁ ଥିବା ବୈଠକରେ ବିଧିବଦ୍ଧ ସୂଚନା ଜାରି ହୋଇପାରେ। ସାଂସଦ ମହୁଆ ମୈତ୍ରଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଅଗ୍ରହଣୀୟ, ଅନୈତିକ, ଘୃଣ୍ୟ, ଅପରାଧିକ ବୋଲି କମିଟି ମତ ଦେଇଛନ୍ତି ।
ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ କମିଟି ସୁପାରିସ କରିଛି । ମହୁଆ ବନ୍ଧୁ ବ୍ୟବସାୟୀଙ୍କୁ ସଂସଦର ଲଗ୍ ଇନ ପାସୱାର୍ଡ ଦେବା ଅଭିଯୋଗ ମଧ୍ୟ ରହିଛି।
]]>ଜଣେ ମହିଳାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରାଯିବାରୁ ବିରୋଧୀ ଦଳ ସଦସ୍ୟମାନେ ଏଭଳି ଓ୍ୱାକ୍ ଆଉଟ୍ କରିଥିବା କହିଛନ୍ତି । ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ମାମଲାରେ ଆଜି ଏଥିକ୍ସ କମିଟିରେ ହାଜର ହୋଇଥିଲେ ଟିଏମ୍ ସି ସାଂସଦ ମହୁଆ ମୋଇତ୍ରା । ପ୍ରଥମେ ସେ ନିଜ ପକ୍ଷ ରଖିଥିଲେ । ଏହାପରେ କମିଟି ତାଙ୍କୁ ଜେରା କରିଥିଲା । ତେବେ ଏହି ସମୟରେ ମହୁଆ ମୋଇତ୍ରାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିବା ବିରୋଧୀ ଅଭିଯୋଗ ଆଣି ହଙ୍ଗାମା କରିଛନ୍ତି ।
#WATCH | Delhi: Opposition parties MPs including TMC MP Mahua Moitra and BSP MP Danish Ali, walked out from the Parliament Ethics Committee meeting.
— ANI (@ANI) November 2, 2023
TMC MP Mahua Moitra appeared before the Parliament Ethics Committee in connection with the 'cash for query' charge against her. pic.twitter.com/EkwYLPnD1O
ସେମାନଙ୍କ ଅଭିଯୋଗ ମୁତାବକ, ଆପଣଙ୍କ କେଉଁ ସମୟରେ କାହା ସହ ଦେଖାସାକ୍ଷାତ ହେଉଛନ୍ତି, କାହା ସହ କେତେବେଳେ କଥା ହେଉଛନ୍ତି, ହୋଟେଲରେ କାହା ସହ ମିଶୁଛନ୍ତି, ରାତିରେ କାହା ସହ କଥା ହେଉଛନ୍ତି ଭଳି ମହୁଆଙ୍କୁ ପ୍ରଶ୍ନ ପଚରାଯାଇଛି । ଏହି ପ୍ରଶ୍ନ ଗୁଡିକ ବେଶ୍ ବ୍ୟକ୍ତିଗତ । ଏହାକୁ ଗୋପନୀୟ ରଖାଯିବ ବୋଲି ପୂର୍ବରୁ କମିଟି କହିଥିଲା । କିନ୍ତୁ ତାହା କରାଯାଇ ନାହିଁ । ମହିଳାଙ୍କୁ ଅଯୁକ୍ତିକର ପ୍ରଶ୍ନ ପଚରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ଏହାକୁ ନେଇ ବିରୋଧୀ ସଦସ୍ୟ ରାଗି ଯାଇଛନ୍ତି । କମିଟି ବୈଠକକୁ ଅଧାରେ ଛାଡି ସାଂସଦମାନେ ବାହାରକୁ ଚାଲି ଆସିଛନ୍ତି । କ୍ୟାମେରା ଆଗରେ ମହୁଆ ମୈତ୍ର କିଛି ନକହି ରାଗରେ ଚାଲିଯାଇଛନ୍ତି । ସେପଟେ ବିଏସ୍ପି ସାଂସଦ ଦାନିଶ ଅଲୀ ବିରୋଧୀ ଓ୍ୱାକ୍ ଆଉଟ୍ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।
]]>ସାମ୍ନାକୁ ଆସିଲା ମହୁଆଙ୍କ ସତ। ଶେଷରେ ସତ ସ୍ୱୀକାର କଲେ ମହୁଆ। ନିଜର ସାଂସଦ ୟୁଜର ଆଇଡି ଓ ପାସଓ୍ୱାର୍ଡ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ଦେଇଥିବା ସ୍ୱୀକାର କରିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର। ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, କେବଳ ପାସୱାର୍ଡ ଦ୍ୱାରା ଲଗଇନ କରାଯାଇପାରିବ ନାହିଁ। ପ୍ରଶ୍ନ ୱେବସାଇଟରେ ଛାଡିଲା ପାରେ ଏକ ଓଟିପି ଆସେ। ଏହା କେବଳ ମୋ ଫୋନକୁ ଆସିଥାଏ। ମୁଁ ଓଟିପି ଦେବାପରେ ପ୍ରଶ୍ନ ସବମିଟ୍ ହୋଇଥାଏ। ତେଣୁ ହିରାନନ୍ଦାନୀ ମୋ ୟୁଜର ଆଇଡି ଓ ପାସୱର୍ଡ ବ୍ୟବହାର କରି ପ୍ରଶ୍ନ ସବମିଟ କରିବା ଅଭିଯୋଗ ହାସ୍ୟାସ୍ପଦ ବୋଲି ମହୁଆ କହିଛନ୍ତି।
ସେହିଭଳି ସେ ହିରାନନ୍ଦାନୀଙ୍କ ଠାରୁ କୌଣସି ଲାଂଚ କିମ୍ବା ଦାମୀ ଉପହାର ନେବା ଖବରକୁ ଖଣ୍ଡନ କରିଛନ୍ତି। ତେବେ ସେ ତାଙ୍କଠାରୁ କେବଳ ଏକ ସ୍କାର୍ଫ, କିଛି ଲିପଷ୍ଟିକ ଏବଂ କିଛି ମେକ-ଅପ୍ ସାମଗ୍ରୀ ପାଇଛନ୍ତି। ଜଣେ ଭଲ ବନ୍ଧୁ ଭାବରେ ଉପହାରସ୍ୱରୂପ ଏହା ପାଇଥିବା ସେ କହିଛନ୍ତି।
ମହୁଆଙ୍କ ଏହି ସ୍ୱୀକାରୋକ୍ତି ସାମ୍ନାକୁ ଆସିବା ପରେ ତାଙ୍କ ଅଡୁଆ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏଥିକ୍ସ କମିଟି ଅକ୍ଟୋବର ୩୧ ତାରିଖରେ ମହୁଆଙ୍କୁ ହାଜର ହେବାକୁ କହିଛି। ତେବେ ହାଜର ପାଇଁ ମହୁଆ ଅଧିକ ସମୟ ମାଗିବାପରେ କମିଟି ତାଙ୍କୁ ନଭେମ୍ବର ୨ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
]]>ପଶ୍ଚିମବଙ୍ଗରେ ଏମିତି ରାଜନୀତି ଚାଲିଛି ବୋଲି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ମୋଦି । ହାଓଡ଼ାର କ୍ଷେତ୍ରୀୟ ପଞ୍ଚାୟତିରାଜ ପରିଷଦକୁ ଭିଡିଓ କନଫରେନସିଂରେ ସମ୍ବୋଧନ କରିବା ବେଳେ ଏପରି ଭର୍ତ୍ସନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ଗତ ୯ ବର୍ଷରେ ଦେଶରେ ହୋଇଥିବାର ବିକାଶ କାମର ତାଲିକା ରଖିଥିଲେ ମୋଦି । କିଛି ଦିନ ତଳେ ବ୍ୟାପକ ହିଂସା ଭିତରେ ପଶ୍ଚିମବଙ୍ଗରେ ହୋଇଥିଲା ପଞ୍ଚାୟତ ନିର୍ବାଚନ ।
ଭିଡିଓ କନଫରେନ୍ସିଂରେ ପଶ୍ଚିମବଙ୍ଗର କ୍ଷେତ୍ରୀୟ ପଞ୍ଚାୟତି ରାଜ ପରିଷଦକୁ ସମ୍ବୋଧନ କରିବା ବେଳେ ମୋଦି କହିଛନ୍ତି, “ଟିଏମସି ଖୁନୀ ଖେଲ୍ ଖେଲା ହୈ।” ଏହାର ଅର୍ଥ ଟିଏମସି ରକ୍ତର ଖେଳ ଖେଳିଛି ବୋଲି ମୋଦି କହିଛନ୍ତି।
ପଶ୍ଚିମବଂଗରେ ଆୟୋଜିତ ବିଜେପିର କ୍ଷେତ୍ରୀୟ ପଞ୍ଚାୟତିରାଜ ପରିଷଦର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଭର୍ଚୁଆଲ ଯୋଗେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆସନ୍ତାକାଲିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବାକୁ ଥିବା ହର ଘର ତ୍ରିରଙ୍ଗା ଅଭିଯାନକୁ ଜୋରସୋରରେ ଚଳାଇବାକୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସମସ୍ତଙ୍କ ଘରେ ଜାତୀୟ ପତାକା ଲହରାଇବାକୁ ଆହ୍ୱାନ କରିଛନ୍ତି ପିଏମ ମୋଦି ।
]]>
ବିଶୃଙ୍ଖଳିତ ଆଚରଣ ଏବଂ ପଦ ମର୍ଯ୍ୟାଦା କ୍ଷୁଣ୍ଣ ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ। ଏଥିସହିତ ଡେରେକ ଓ’ବ୍ରାଇନ ନିଜର ପ୍ରଚାର ବା ପବ୍ଲିସିଟି ପାଇଁ ନାଟକବାଜି କରୁଥିବା ମଧ୍ୟ ଉଚ୍ଚ ସଦନର ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି।
#WATCH | Note: Discussion on TMC MP Derek O'Brien's suspension is still pending in Rajya Sabha. pic.twitter.com/MZTnijLSX6
— ANI (@ANI) August 8, 2023
ଗତକାଲି ଦିଲ୍ଲୀ ସେବା ବିଲ ବିତର୍କ ଚାଲିଥିବାବେଳେ, ବିତର୍କ ମଝିରେ ଡେରେକ ଓ’ବ୍ରାଇନ ‘ପଏଣ୍ଟ ଅଫ ଅର୍ଡର’ ଉଠାଇ କହିବାକୁ ଚାହିଁଥିଲେ। ତେବେ କେଉଁ ରୁଲ ଆଧାରରେ ତାଙ୍କୁ ଏହି ଅନୁମତି ଦିଆଯିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ ପ୍ରଶ୍ନ କରିଥିଲେ । ହେଲେ ଡେରେକ ଓ’ବ୍ରାଇନ କିନ୍ତୁ ରୁଲ୍ ନଦର୍ଶାଇ କହିବାକୁ ଲାଗିଥିଲେ। ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଟିଏମସି ସାଂସଦଙ୍କୁ ନିଲମ୍ବନ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ....
]]>Rajiva Sinha, Bengal SEC, delivering Panchayats for Mamata Banerjee… pic.twitter.com/mPhZkPsBbb
— Amit Malviya (@amitmalviya) July 8, 2023
Ramanavami saw widespread violence in Bengal. Mamata Banerjee was incharge of Police. Six days later, Hanumanotsav saw no violence at all. Because CAPF had been deployed.
— Amit Malviya (@amitmalviya) July 8, 2023
Move forward to Panchayat Polls…
SEC and WB Govt went to Supreme Court to stop deployment of CAPF. Despite… pic.twitter.com/ynRhWGMrpU
ସୋସିଆଏ ମିଡିଆରେ TMC କର୍ମୀଙ୍କ ଦ୍ୱାରା ଘଟାଯାଇଥିବା ହିଂସାକାଣ୍ଡର ଅନେକ ଭିଡିଓ ଏବେ ଭାଇରାଲ ହେଉଛି । ବିଜେପି ନେତା ଅମିତ ମାଲବ୍ୟ ନିଜ ଟ୍ୱିଟର ହାଣ୍ଡେଲ୍ରେ କିଛି ଭିଡିଓ ପୋଷ୍ଟ କରିଛନ୍ତି । ଏହାସହ TMCର ଗୁଣ୍ଡାଗର୍ଦ୍ଦିକୁ ସେ ନିନ୍ଦା କରିଛନ୍ତି । କିଛି ସ୍ଥାନରେ ମହିଳାମାନେ ବାଲଟ ବକ୍ସ ଫିଙ୍ଗିଦେଇଥିବା ଭିଡିଓ ମଧ୍ୟ ଦେଖାଯାଇଛି । ମହିଳାଙ୍କ ଅଭିଯୋଗ ଯେ, ଉକ୍ତ ବୁଥ୍ରେ ରିଗିଂ କରାଯାଇଥିଲା । ସେହିଭଳି କିଛି କର୍ମୀ ବନ୍ଧୁକ ଧରି ହିଂସାକାଣ୍ଡ ଘଟାଇଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି ।
Diamond Harbour, Mamata Banerjee’s nephew and heir apparent’s LS seat, saw the maximum number of violations and violence. On several booths, ballots were stamped last night itself, with people realising this morning that their franchise had been stolen, polling officers forcing… pic.twitter.com/eKbSlmwiC9
— Amit Malviya (@amitmalviya) July 8, 2023
ତେବେ ହିଂସାକାଣ୍ଡରେ ହତ୍ୟାର ଶିକାର ବ୍ୟକ୍ତିଙ୍କ ଭିତରେ ୮ ଜଣ ତୃଣମୂଳ କଂଗ୍ରେସ(ଟିଏମ୍ସି) କର୍ମୀ ଥିବା ବେଳେ ୩ ଜଣ ସିପିଆଇଏମ୍ର କର୍ମୀ, ଜଣେ ଲେଖାଏଁ ବିଜେପି ଏବଂ କଂଗ୍ରେସ କର୍ମୀ ରହିଥିବା ସୂଚନା ରହିଛି । ୩ ଟିଏମ୍ସି କର୍ମୀ ଓ ଜଣେ କଂଗ୍ରେସ କର୍ମୀଙ୍କ ହତ୍ୟା ମୁର୍ସୀଦାବାଦ୍ରେ ହୋଇଥିବା ବେଳେ କୋଚ ବିହାର ଅଞ୍ଚଳରେ ଜଣେ ଲେଖାଏଁ ବିଜେପି ଓ ଟିଏମ୍ସି କର୍ମୀଙ୍କ ହତ୍ୟାକାଣ୍ଡ ଘଟିଛି । ଦୁଇଜଣ ସିପିଆଇ କର୍ମୀ ଓ ଜଣେ ଟିଏମ୍ସି କର୍ମୀଙ୍କ ହତ୍ୟା ପୂର୍ବ ବୃୱାନ୍ ଅଞ୍ଚଳରେ ହୋଇଛି । ସେହିପରି ମାଲଦାରେ ଜଣେ ଟିଏମ୍ସି କର୍ମୀଙ୍କୁ ଓ ଚବିଶପ୍ରଗଣା ଅଞ୍ଚଳରେ ଅନ୍ୟଜଣେ ଟିଏମ୍ସି କର୍ମୀଙ୍କ ହତ୍ୟାକାଣ୍ଡ ଘଟିଛି।
This Panchayat Poll in Bengal has seen it all : a missing SEC, who has wilfully colluded with the ruling TMC to subvert the election, contempt of Courts, mishandled deployment of CAPF by the state administration, despite force being on ground, booth capturing, which started as… pic.twitter.com/COFIQdyc8S
— Amit Malviya (@amitmalviya) July 8, 2023
ତେବେ ଆଜି ମତଦାନ ହେବାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ଗତକାଲି ୩ ଜଣ ଟିଏମ୍ସି(TMC) କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ବିରୋଧୀ ଗୋଷ୍ଠୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା କଂଗ୍ରେସ ଓ ସିପିଆଇ ଅଭିଯୋଗ କରିଛି। ହିଂସା ଯୋଗୁ ମୁର୍ଶିଦାବାଦ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଟିଏମ୍ସି କାର୍ଯ୍ୟକର୍ତ୍ତା ବାବର ଅଲ୍ଲୀଙ୍କ କପାସଦଙ୍ଗା ଅଞ୍ଚଳରେ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
TMC goons openly brandish gun and threaten an independent candidate in Barrackpore, North 24 Parganas.
— Amit Malviya (@amitmalviya) July 8, 2023
9 people have died since morning and no one knows how many more will die through the day. SEC and Mamata Banerjee are responsible for this bloodshed. They didn’t deploy CAPF… pic.twitter.com/t5XjDl6c1c
ଶୁକ୍ରବାର ମୁର୍ଶିଦାବାଦ ଜିଲ୍ଲା ରେଜିନଗରରେ ବୋମା ବିସ୍ଫୋରଣରେ ଜଣେ ଟିଏମ୍ସି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ଏହି ଘଟଣା ଘଟିଛି। ଖରଗ୍ରାମ ଜିଲ୍ଲାରେ ଅନ୍ୟ ଜଣେ ଟିଏମ୍ସି କାର୍ଯକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ଅନେକ ସ୍ଥାନରେ ହିଂସା ଘଟଣା ମଧ୍ୟ ସାମ୍ନାକୁ ଆସିଛି। କେଉଁଠି ବାଲାଟ୍ ପେପର୍ ଲୁଟ୍ ହୋଇଛି ତ ଆଉ କେଉଁଠି ନିଆଁ ଲଗାଇ ଦେଇଛନ୍ତି। ସେହିପରି ଆଉ କେଉଁଠି ମତଦାନ କେନ୍ଦ୍ରରେ ଭଙ୍ଗାରୁଜା ହୋଇଛି।
TMC candidate’s husband kills booth agent of an independent candidate. Mamata Banerjee’s party is full of criminals like him, who act with impunity, under state protection. She, as Home Minister of West Bengal, presides over this syndicate of criminals… https://t.co/Xo08iCVhPS
— Amit Malviya (@amitmalviya) July 8, 2023
]]>Mamata Banerjee has reduced democracy to a joke in Bengal. In Diamond Harbour, her nephew’s LS, villagers found stamped ballot papers in Netra GP, Booth No-5. TMC captured booth last night and ‘completed’ voting.
— Amit Malviya (@amitmalviya) July 8, 2023
SEC is in contempt of Court orders. No security, no CCTV cameras… pic.twitter.com/52KDOTivsd
ଦେଶରେ ହଠାତ୍ ୨୦୦୦ ଟଙ୍କିଆ ବନ୍ଦ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ, ଶ୍ରୀ ଚୌଧରୀ କହିଥିଲେ, ‘ସେ ମୋଦି ନୁହଁନ୍ତି, ସେ ପାଗଳ। ତାଙ୍କୁ ଏବେ ଲୋକେ ପାଗଳ ମୋଦି ବୋଲି କହିଲେଣି ।’
ଶ୍ରୀ ଚୌଧରୀଙ୍କ ଏଭଳି ମନ୍ତବ୍ୟ ପରେ ଏବେ ସାରା ଦେଶରେ ଏହାକୁ ଚର୍ଚ୍ଚା ଆରମ୍ଭ ହୋଇଛି । ବିଭିନ୍ନ ମହଲରୁ ଶ୍ରୀ ଚୌଧରୀଙ୍କ ଏଭଳି ବୟାନକୁ ନିନ୍ଦା କରାଯାଇଛି । ଶ୍ରୀ ଚୌଧରୀ ପ୍ରଧାନମନ୍ତ୍ରୀ ବିରୋଧରେ ଏଭଳି କଟୁ ଶବ୍ଦ କହିଥିବାରୁ, କ୍ଷମା ମାଗନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ଉଠିଲାଣି ।
ଖାଲି ସେତିକି ନୁହେଁ, ମଙ୍ଗଳବାର ଶ୍ରୀ ଚୌଧରୀ ଆହୁରି କହିଛନ୍ତି, ଆପ୍ ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସକୁ ସମୁଳେ ନାଶ କରିବାକୁ ସବୁଠାରୁ ଅଧିକ ପ୍ରୟାସ କରୁଛନ୍ତି । ଆପ୍ ଓ ଟିଏମ୍ସି ଭିତିରି ଭାବେ ବିଜେପି ସହ ସାଲିସ କରି କଂଗ୍ରେସକୁ ସଫା କରିବାକୁ ଚକ୍ରାନ୍ତ କରିଛନ୍ତି ।
ଅନ୍ୟପଟେ ବିଜେପି ଭଳି କେଜ୍ରିୱାଲଙ୍କ ଆପ୍ ଓ ମମତାଙ୍କ ଟିଏମ୍ ସାମ୍ପ୍ରଦାୟିକ ରାଜନୀତି କରୁଛି ବୋଲି କହିଛନ୍ତି ସାଂସଦ ଶ୍ରୀ ଚୌଧରୀ । କର୍ଣ୍ଣାଟକରେ AAP ଜାଣିଶୁଣି ଅନେକ ବିଧାନସଭା ଆସନରେ କଂଗ୍ରେସର ଭୋଟ ଭାଙ୍ଗିଛି । ନଚେତ କଂଗ୍ରେସ ଆହୁରି ଅଧିକ ଭୋଟ୍ ମାର୍ଜିନ୍ରେ କର୍ଣ୍ଣାଟକରେ ବିଜୟ ଲାଭ କରିଥାନ୍ତା ।
#WATCH | Murshidabad, West Bengal | While speaking on the issue of #Rs2000CurrencyNote, West Bengal Congress president and MP Adhir Ranjan Chowdhury gets abusive; says, "...he is not Modi but pagala Modi. People called him 'pagala Modi'..." (23.05.2023) pic.twitter.com/BCQyw0c8wL
— ANI (@ANI) May 24, 2023
]]>
ତେବେ ମମତାଙ୍କ ପାଇଁ ପୁରୀରେ ନିର୍ମାଣ ନିବାସରେ ରାତ୍ରିଯାପନ କରିବାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ବି ସେ ପୁରୀରେ ରାତ୍ରିଯାବନ କରିବେ । ତା ପରଦିନ ୨୩ ତାରିଖରେ ଭୁବନେଶ୍ୱର ଯାଇ ସନ୍ଧ୍ୟା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରୋଟୋକଲ ଅନୁସାରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପଶ୍ଚିମବଙ୍ଗ ପୋଲିସ ଏବଂ କମିଶନରେଟ ସହ ଆଲୋଚନା କରାଯାଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛି ଜିଲ୍ଲା ପ୍ରସାଶନ । ମୁଖ୍ୟମନ୍ତ୍ରୀ ମମତାଙ୍କ ଗସ୍ତ ଲାଗି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଥିବା କହିଛନ୍ତି ଏସ୍ପି ।
]]>ଅମିତାଭଙ୍କ ଏହି ମନ୍ତବ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ, ଟିଏମସିକୁ ଟାର୍ଗେଟ୍ କରିବାର ସୁଯୋଗକୁ ଜମାରୁ ହାତ ଛଡ଼ା କରିନି ବିଜେପି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ୍ କରିଛନ୍ତି ଯେ, ଅମିତାଭ ବଚ୍ଚନଙ୍କ ଏହି କଥା କୋଲକାତାରେ ଏବଂ ମଞ୍ଚରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ କୁହାଯିବା, ଠିକ୍ ଏକଛତ୍ରବାଦୀଙ୍କୁ ଦର୍ପଣ ଦେଖାଇବା ଭଳି । ମମତାଙ୍କ ଇସାରାରେ ଭାରତ ସବୁଠୁ ରକ୍ତାକ୍ତ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିଥିଲା । ସେ ବେଙ୍ଗଲର ଛବି କଳଙ୍କିତ କରିଛନ୍ତି ବୋଲି ଟୁଇଟ୍ କରିଛନ୍ତି ଅମିତ ମାଲବ୍ୟ ।
ଏହାର ଜବାବରେ ବିଜେପି ଉପରେ ନିଶାନା ସାଧିଛନ୍ତି ଟିଏମସି ସାଂସଦ ନୁସରତ୍ ଜାହାନ୍ । ଟୁଇଟ୍ କରି କହିଛନ୍ତି, ଫିଲ୍ମ ବ୍ୟାନ୍ କରିବା, ସାମ୍ବାଦିକଙ୍କୁ ଅଟକ ରଖିବା ଏବଂ ସତ କହୁଥିବା ସାଧାରଣ ଲୋକଙ୍କୁ ଦଣ୍ଡିତ କରିବା ଏକଛତ୍ରବାଦ ଶାସନର ଚିହ୍ନ । ବାକ୍ ଓ ଅଭିବ୍ୟକ୍ତି ସ୍ୱାଧୀନତାକୁ ରୋକିବା ବି ସେୟା । ଏସବୁ ବିଜେପି ଶାସନରେ ହେଉଛି . । ଅନ୍ୟପକ୍ଷରେ କଳାକ୍ଷେତ୍ରରେ ବିଜେପିର ବୟକଟ୍ ଓ ବ୍ୟାନକୁ KIFF ମଞ୍ଚରୁ ଅମିତାଭ ନିନ୍ଦା କରିଛନ୍ତି ବୋଲି ଟୁଇଟ୍ କରିଛନ୍ତି ଆଉ ଜଣେ ଟିଏମସି ସାଂସଦ ମହୁଆ ମୈତ୍ର ।
ଟିଏମସି ମୁଖପାତ୍ର ସାକେତ୍ ଗୋଖଲେ ମଧ୍ୟ ଟୁଇଟ୍ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି । ଲେଖିଛନ୍ତି ଅମିତାଭ ବଚ୍ଚନ ମୋଦି ଓ ଶାହଙ୍କ ଅଧୀନରେ ଥିବା ଦେଶର ବର୍ତ୍ତମାନର ସ୍ଥିତି ସଂପର୍କରେ କହିଛନ୍ତି । ସେ ବେଙ୍ଗଲରେ ବାଘୁଣୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଖୋଲାଖୋଲି ଏକଥା କହିପାରିଛନ୍ତି, ଦିଲ୍ଲୀ କି ମୁମ୍ବାଇରେ କହିପାରିନଥାନ୍ତେ।
ତେଣେ ଏହି ପ୍ରସଙ୍ଗରେ ଟୁଇଟ୍ କରି, ମମତା ଦିଦି ବଲିଉଡ୍ ସହ ତାଙ୍କର ୨୦୨୪ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ବୋଲି କଟାକ୍ଷ କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଆହୁରି ଲେଖିଛନ୍ତି, ଅନ୍ତତଃ ବଲିଉଡ୍ କିଛି ଅଲଗା କରୁଛି ।
]]>We have the utmost respect for Hon'ble President of India, Smt. Droupadi Murmu.
— All India Trinamool Congress (@AITCofficial) November 12, 2022
Our party strongly condemns the unfortunate remarks made by MLA @AkhilGiriAITC and clarifies that we condone such statements.
In the era of women's empowerment, such misogyny is unacceptable.
ତେବେ ରାଷ୍ଟ୍ରପତିଙ୍କ ପ୍ରତି ଏପରି ମନ୍ତବ୍ୟ ଦେବା ପରେ ଅଖିଳ ଗିରି ବି କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ସମ୍ମାନ ଅଛି । ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ସେପରି ମତ ଦେଇଥିବା ସେ ସଫେଇ ଦେଇଛନ୍ତି । କେକ୍ରୋଧାନ୍ୱିତ ହୋଇ ଏପରି କହିଥିବାରୁ ସେ ଅନୁତପ୍ତ ।
ସେପଟେ ରାଷ୍ଟ୍ରପତିଙ୍କ ପ୍ରତି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ଜାତୀୟ ମହିଳା କମିଶନଙ୍କୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ଟିଏମସି ନେତା ଅଖିଳ ଗିରିଙ୍କୁ ତୁରନ୍ତ ଗିରଫ ସହ ତାଙ୍କ ବିଧାୟକ ପଦ ରଦ୍ଦ କରିବାକୁ ବିଜେପି ସାଂସଦ ସୌମିତ୍ର ଖାନ୍ ଦାବି କରିଛନ୍ତି ।
ଅନ୍ୟପଟେ ଟିଏମସି ମନ୍ତ୍ରୀଙ୍କ ମନ୍ତବ୍ୟ ପାଇଁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ଅର୍ଜୁନ ମୁଣ୍ଡା ଦାବି କରିଛନ୍ତି । ସେପଟେ ଅଖିଳ ଗିରିଙ୍କ ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ପଶ୍ଚିମବଂଗରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଜୋର ଧରିଛି । ସେମାନେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ବିକ୍ଷୋଭ କରିଛନ୍ତି ।
]]>ଦରବୃଦ୍ଧି, ମୁଦ୍ରାସ୍ଫୀତି ଉପରେ ଆଲୋଚନା ବେଳେ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ‘ଯେଉଁମାନେ ଉଜ୍ଜଳା ଯୋଜନାରେ ସିଲିଣ୍ଡର ପାଇଥିଲେ, ଏବେ ଗ୍ୟାସ ଭର୍ତ୍ତି କରିବା ଲାଗି ତାଙ୍କ ପାଖରେ ଟଙ୍କା ନାହିଁ । ଗୃହରେ ଥିବା ଜଣେ ମନ୍ତ୍ରୀ, ଯିଏକି ବିଜେପି ବିରୋଧୀ ଦଳରେ ଥିବାବେଳେ ରାସ୍ତାରେ ସିଲିଣ୍ଡର ଧରି ବସି ବିକ୍ଷୋଭ କରୁଥିଲେ, ସେ ଆଜି ଏହାର ଉତ୍ତର ଦେବେ କି’ ବୋଲି କାକୋଳି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରି କହିଥିଲେ ।
ସେପଟେ ଆଉ ଜଣେ ଟିଏମ୍ସି ସାଂସଦଙ୍କୁ ଏବେ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଉଛି । ମୌସୁମୀ ଅଧିବେଶନର ଆରମ୍ଭରୁ ସଂସଦରେ ହଙ୍ଗାମା ଜାରି ରହିଛି । ଦରଦାରମ୍ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ହୋହଲ୍ଲା କରୁଛନ୍ତି । ଏପରିକି ଘଣ୍ଟା ଘଣ୍ଟା ଧରି ସଂସଦ ବାହାରେ ଧାରଣା ମଧ୍ୟ ଦେଉଛନ୍ତି । ଏହାରି ଭିତରେ ଆଜି ଲୋକସଭାରେ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଟଏମ୍ସି ସାଂସଦ ମହୁଆ ମୋଇତ୍ରାଙ୍କ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବିଭିନ୍ନ ସମୟରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ଏଥର କିନ୍ତୁ ସେ ନିଜ ବୟାନ ପାଇଁ ନୁହେଁ ନିଜ ଭ୍ୟାନିଟି ବ୍ୟାଗ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୋମବାର ଲୋକସଭାରେ ଆଲୋଚନା ଚାଲିଥିବା ବେଳେ ଟିଏମ୍ସି ସାଂସଦ କାକୋଳି ଘୋଷ୍ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ କହିବା ପାଇଁ ଠିଆ ହେଉଛନ୍ତି । ଏତିକି ବେଳେ ତାଙ୍କ ପାଖରେ ବସିଥିବା ମହୁଆ ମୋଇତ୍ରା ହଠାତ୍ ତରବରିଆ ଭାବେ ନିଜ ଦାମୀ ଭ୍ୟାନିଟି ବ୍ୟାଗ୍ ତଳେ ରଖି ଦେଉଛନ୍ତି । ଲୁଇ ବ୍ୟୁଟନ୍ ବ୍ରାଣ୍ଡର ଏହି ବ୍ୟାଗ୍ର ଦାମ୍ ୧.୫ ଲକ୍ଷ ଟଙ୍କା ହେବ ବୋଳି କୁହାଯାଉଛି । ଏହି ପୂରା ଘଟଣା କ୍ୟାମେରାରେ କଏଦ୍ ହୋଇଛି । ମହୁଆଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହ ତାଙ୍କୁ ଜୋରଦାର ଟ୍ରୋଲ ମଧ୍ୟ କରାଯାଉଛି ।
]]>ପଶ୍ଚିମବଙ୍ଗ ବିଧାନସଭା ବଜେଟ୍ ଅଧିବେଶନର ଆଜି ଶେଷ ଦିନ। ହେଲେ ଆଜି ଶେଷ ଦିନରେ ବିଧାନସଭାରେ ଏହି ଗଣ୍ଡଗୋଳ ଘଟିଛି। ମାର୍ପିଟ୍ ଘଟଣା ପରେ ବିଜେପି ବିଧାୟକ ବିଧାନସଭାରୁ ବାହାରକୁ ଚାଲି ଆସିଥିଲେ। ଅଭିଯୋଗ ଆଣି ବିଧାୟକ ମନୋଜ ତିଗା କହିଛନ୍ତି, ବୀରଭୂମ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ଆମେ ଚାହୁଁଥିଲୁ। ହେଲେ ଏନେଇ ହଙ୍ଗାମା ହୋଇଥିଲା। ଏହାପରେ ଟିଏମ୍ସି ବିଧାୟକମାନେ ଠେଲାପେଲା କରିବା ସହ ମାର୍ପିଟ୍ କରିଥିଲେ।
Absolute pandemonium in the West Bengal Assembly. After Bengal Governor, TMC MLAs now assault BJP MLAs, including Chief Whip Manoj Tigga, as they were demanding a discussion on the Rampurhat massacre on the floor of the house.
— Amit Malviya (@amitmalviya) March 28, 2022
What is Mamata Banerjee trying to hide? pic.twitter.com/umyJhp0jnE
ଘଟଣାକୁ ନେଇ ମନୋଜ ତିଗା ବିଧାନସଭା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେ କହିଥିଲେ- ଟିଏମ୍ସି ବିଧାୟକମାନେ ତାଙ୍କୁ ଠେଲାପେଲା କରିବା ସହ ମାର୍ପିଟ୍ କରିଥିଲେ। ଏପରିକି ତାଙ୍କ ସାର୍ଟ ମଧ୍ୟ ଫାଡ଼ି ହୋଇଯାଇଛି। ଗଣ୍ଡଗୋଳ ଘଟଣାରେ ନିଜେ ମଧ୍ୟ ଆହତ ହୋଇଥିବା ନେଇ ବିଧାୟକ ଅସିତ୍ ମଜୁମଦାର କହିଛନ୍ତି।
ଅନ୍ୟପକ୍ଷରେ, ଏହି ଘଟଣାରେ ୫ ଜଣ ବିଜେପି ବିଧାୟକଙ୍କୁ ସସ୍ପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି।
]]>ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବିଜେପିକୁ ଧୂଳି ଚଟାଇବା ପରେ ଏବେ ଅନ୍ୟ ରାଜ୍ୟରେ ମଧ୍ୟ ନିଜ ସ୍ଥିତି ଜାହିର କରିବାକୁ ଚେଷ୍ଟା ଚଳାଇଛନ୍ତି । ସେ ବିଭିନ୍ନ ରାଜ୍ୟ ଗସ୍ତ କରି ବଳ ଗୋଟାଉଛନ୍ତି । ପ୍ରତ୍ୟେକ ରାଜ୍ୟରେ ସେ ସଭା ମଞ୍ଚ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି । ଅନ୍ୟପଟେ ଏହା ଭିତରେ ଅନେକ କଂଗ୍ରେସ ନେତା ଦଳ ଛାଡ଼ି ଟିଏମ୍ସିରେ ସାମିଲ ହୋଇଥିବା ଦେଖାଯାଇଛି । ତେଣୁ କଂଗ୍ରେସ ଓ ଟିଏମ୍ସି ମଧ୍ୟରେ ତିକ୍ତତା ବଢ଼ୁଥିବା ଆଶଙ୍କା କରାଯାଉଛି ।
ଠିକ୍ ଗୋଟିଏ ଦିନ ପୂର୍ବରୁ ଗୋଆରେ ମଧ୍ୟ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ବିଜେପିରୁ ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ନାହିଁ । ସେ କହିଛନ୍ତି, ମୁଁ ଆପଣଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆସି ନାହିଁ, ଗୋଆକୁ କେହି ବାହାରିଆ ନେତା ନିୟନ୍ତ୍ରଣ କରନ୍ତୁ ତାହା ମୁଁ ଚାହୁଁ ନାହିଁ । ମୁଁ ମଧ୍ୟ ଜଣେ ବ୍ରାହ୍ମଣ ପରିବାରର, ମୁଁ ଜଣେ ବ୍ରାହ୍ମଣ । ମୋତେ ବିଜେପିରୁ ଚରିତ୍ର ପ୍ରମାଣପତ୍ର ନେବା ଆବଶ୍ୟକ ନାହିଁ |
ସାରା ଦେଶରେ ବିଜେପି ହାରିବ
ମମତା ଆହୁରି ଦାବି କରିଛନ୍ତି ଯେ, ୨୦୨୨ ଆରମ୍ଭରୁ ଗୋଆ, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଭଳି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଏହି ରାଜ୍ୟରୁ ହିଁ ବିଜେପିର ‘ସୂର୍ଯ୍ୟାସ୍ତ’ ଆରମ୍ଭ ହେବାକୁ ଯାଉଛି । ଆଉ ଏହାର ପ୍ରଭାବ ପୁରା ଦେଶରେ ପଡ଼ିବ । ଦିଦି ଆହୁରି କହିଛନ୍ତି ଯେ, ବିଜେପି ଭଳି କଂଗ୍ରେସ ବଡ଼ ବଡ଼ ପ୍ରତିଶ୍ରୁତି ନଦେଇ ବିଜେପି ବିରୋଧରେ ସଠିକ୍ ଢ଼ଙ୍ଗରେ ଲଢ଼ିବା ଆବଶ୍ୟକ ।
]]>ଅନ୍ୟପଟେ ବିଜେପି ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି । ବିଜେପି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଶନିବାର ରାତିରେ ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କର ଏକ କାର୍ଯ୍ୟକ୍ରମରେ ବିଶୃଙ୍ଖଳା କରିବାକୁ ଚେଷ୍ଟା କରିଥିଲେ ସୟୋନୀ ଘୋଷ । ତେଣୁ ତାଙ୍କୁ ଅଗରତାଲା ମହିଳା ପୋଲିସ ଷ୍ଟେସନରେ ଆଗୁଆ ଗିରଫ କରି ରଖାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ହିଂସା କାଣ୍ଡରେ ତୃଣମୁଳ କଂଗ୍ରେସର ୬ ଜଣ କର୍ମୀ ଆହତ ହୋଇଛନ୍ତି । ପୋଲିସ ପକ୍ଷରୁ କୁହାଯାଇଛି ଯେ କିଛି ଲୋକ, ପୋଲିସ ଷ୍ଟେସନ ନିକଟରେ ଏକତ୍ରିତ ହୋଇଥିଲେ ଏବେ ସେଠାକାର ଲୋକଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ସମୟରେ କେହି ଆହତ ହୋଇନଥିଲେ ।
ସେହି ସମାନ ଥାନାରେ ସୟୋନୀ ଘୋଷଙ୍କୁ ପଚରା ଉଚରା କରାଯାଉଥିଲା । ଅପରାହ୍ନରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଲୋକଙ୍କ ମଧ୍ୟରେ ଘୃଣା ଓ ହିଂସା ସୃଷ୍ଟି କରୁଥିବା ଅଭିଯୋଗ ରହିଛି । ଏଗୁଡିକ ଜାମିନବିହୀନ ଦଫା କିନ୍ତୁ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇ ପାରିଲା ନାହିଁ । ତେବେ ଏହି ଘଟଣା ପରେ ଅଭିଷେକ ବାନାର୍ଜୀ ଟ୍ୱିଟ୍ କରିଛନ୍ତି ।
ନିକଟରେ ସୁପ୍ରିମକୋର୍ଟ ତ୍ରିପୁରା ପୋଲିସକୁ ସ୍ପଷ୍ଟ କରିଛନ୍ତି ଯେ, କୌଣସି ରାଜନୈତିକ ଦଳ ଯେପରି ସେମାନଙ୍କ ଅଧିକାରରୁ ବଞ୍ଚିତ ହେବେ ନାହିଁ ସେଥିପ୍ରତି ଧ୍ୟାନ ଦେବା ଜରୁରୀ । ନିକଟରେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷର ଅନେକ ଘଟଣା ସାମ୍ନାକୁ ଆସିଛି । ଟିଏମସି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜେପିର ଗୁଣ୍ଡାମାନେ ସେମାନଙ୍କୁ ଆକ୍ରମଣ କରୁଛନ୍ତି । ଜାଣିଶୁଣି ବିଜେପି ପକ୍ଷରୁ ଟିଏମ୍ସି କର୍ମୀଙ୍କୁ ହଇରାଣ କରାଯାଉଛି ।
]]>ସେପଟେ ହିମାଚଳପ୍ରଦେଶ ଉପନିର୍ବାଚନରେ ବିଜେପିକୁ ଲାଗିଛି ଝଟକା । ସମସ୍ତ ୩ ବିଧାନସଭା ଆସନରେ ପରାସ୍ତ ହୋଇଛନ୍ତି ବିଜେପି ପ୍ରାର୍ଥୀ । ତିନିଟିଯାକ ଆସନକୁ ନିଜ ଦଖଲକୁ ନେଇଛି କଂଗ୍ରେସ । ଫତେପୁରରେ ଭବାନୀ ସିଂ ପଠାନିଆ, ଆର୍କିରେ ସଂଜୟ ଏବଂ ଜୁବାଲ-କୋଟଖାଇ ଆସନରୁ ବିଜୟୀ ହୋଇଛନ୍ତି ରୋହିଥ ଠାକୁର । ସେପଟେ ପଶ୍ଚିମବଂଗ ଉପନିର୍ବାଚନରେ ବାଜିମାତ୍ କରିଛି ଟିଏମ୍ସି । ଦିନହାଟା, ଖରଦାହା, ଗୋସାବା ଏବଂ ଶାନ୍ତିପୁର ଉପନିର୍ବାଚନରେ ଟିଏମ୍ସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ଏହି ସବୁ ଆସନରେ ବିଜେପି ସହ ଟିଏମ୍ସିର ସିଧାସଳଖ ଲଢେଇ ହୋଇଥିଲା। ଦିନହାଟା ଏବଂ ଶାନ୍ତିପୁର ଆସନ ପୂର୍ବରୁ ବିଜେପି ଜିତିଥିବାବେଳେ ଏବେ ଟିଏମ୍ସି ହାତକୁ ଯାଇଛି। ସେହିପରି ଗୋସାବା ଏବଂ ଖରଦାହାରେ ପ୍ରତିନିଧିଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ହୋଇଥିଲା । ସେହିପରି ବିହାରର ଦୁଇଟି ଆସନରେ ଜିତିଛି ଜେଡିୟୁ । ମଧ୍ୟପ୍ରଦେଶରେ ଦୁଇଟି ବିଜେପି ଏବଂ ଗୋଟିଏ କଂଗ୍ରେସ ଦଖଲକୁ ଯାଇଛି । ରାଜସ୍ଥାନରେ ହୋଇଥିବା ଦୁଇଟି ଆସନର ଉପନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଛି ।
]]>ବର୍ତ୍ତମାନ ସମୟରେ କେନ୍ଦ୍ର-ଟିଏମ୍ସି ମଧ୍ୟରେ ଜୋରଦାର ଲଢେଇ ହେଉଛି। ଆଉ ଆଜି ଦିଦି ଗୋଆ ଗସ୍ତରେ ଯିବା ସମୟରେ ବିଜେପି କର୍ମୀମାନେ ଦିଦିଙ୍କୁ କଳାପତାତା ଦେଖାଇଥିଲେ। ତେଣୁ ଦିଦି ଆଜିର ଭାଷଣ ବେଳେ ବିଜେପିକୁ ଟାର୍ଗେଟ୍ କରି କହିଥିଲେ, ଯେଉଁମାନେ ମତେ କଳାପାତାକା ଦେଖାଇଛନ୍ତି ସେମାନଙ୍କୁ ଧନ୍ୟବାଦ୍। ଗଣତନ୍ତ୍ରରେ ବିରୋଧ କରିବା ସମସ୍ତଙ୍କ ଅଧିକାର ରହିଛି। ତେଣୁ ତାହାକୁ ମୁଁ ବିରୋଧ କରିବି ନାହିଁ ବୋଲି ଦିଦି କହିଛନ୍ତି।
ତେବେ ଗୋଆରେ ଆଜି ଅଭିନେତ୍ରୀ ନଫିସା ଅଲି ଏବଂ ଟେନିସ୍ ଖେଳାଳି ଲିଅଣ୍ଡର୍ ପେସ୍ ମଧ୍ୟ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି। ତେବେ ଏନେଇ ଦିଦି କହିଛନ୍ତି ଯେ, ଲିଅଣ୍ଡର୍ ପେସ୍ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଥିବାରୁ ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ଜଣାଉଛି। ବହୁ ପୂର୍ବରୁ ତାଙ୍କ ମୁଁ ଜାଣେ। କିନ୍ତୁ ଟିଏମ୍ସିରେ ମିଶିବା ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ନେଇ ମୁଁ ବହୁତ୍ ଆନନ୍ଦିତ ବୋଲି ମମତା କହିଛନ୍ତି।
ଏହାସହ ଗୋଆକୁ ପ୍ରଶଂସା କରିଛନ୍ତି ଦିଦି। କହିଛନ୍ତି, ଏଠାକାର ଲୋକମାନେ ବେଶ୍ ଭଲ। ସମସ୍ତେ ଏଠାକୁ ବୁଲିବାକୁ ଆସନ୍ତି। ଏଠିକାର ଲୋକ ମାଛ ଖାଇବାକୁ ଭଲ ପାଆନ୍ତି ଆଉ ବଙ୍ଗର ଲୋକ ମଧ୍ୟ ମାଛ ଖାଇବାକୁ ଭଲ ପାଆନ୍ତି ବୋଲି ଦିଦି କହିଛନ୍ତି। ତେଣୁ ବଙ୍ଗ ଓ ଗୋଆର ସମ୍ପର୍କ ବହୁ ପୁରୁଣା ବୋଲି ଦିଦି କହିଛନ୍ତି। ମମତାଙ୍କ ଉଦ୍ବୋଧନୀ ସଭାରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫାଲେରିଓ, ‘ତୃଣମୂଳ କଂଗ୍ରେସ’ ସାଂସଦ ଡେରେକ୍ ଓ’ବ୍ରିଏନ୍ ଏବଂ ସ୍ଥାନୀୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।
]]>ଏଠାରେ କହିରଖୁଛୁ, ମମତା ବାନାର୍ଜୀ ସଜସଜ ଭାବନୀପୁର ଆସନରେ ବହୁ ଭୋଟ୍ ବ୍ୟବଧାନରେ ବିଜୟ ହୋଇଛନ୍ତି। କେବଳ ବିଜୟ ହୋଇଛନ୍ତି ତାହା ନୁହେଁ ବରଂ ରେକର୍ଡ଼ ମଧ୍ୟ କରିଛନ୍ତି। ଆଉ ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ମମତାଙ୍କୁ ନେଇ ଏପରି ମନ୍ତବ୍ୟ ଦେଇଛନ୍ତି। ଗୋଟିଏ ପଟେ ଟିଏମସି ଉଠୁଥିବା ବେଳେ କଂଗ୍ରେସ କ୍ରମାଗତ ଭାବରେ ନିମ୍ନ ପ୍ରଦର୍ଶନ କରୁଛି, ଯାହା ଦଳୀୟ ନେତାଙ୍କ ଚିନ୍ତା ବଢାଇଛି। କାରଣ ବର୍ତ୍ତମାନ ସମୟରେ ଅନେତକ କଂଗ୍ରେସ ନେତା ଦଳ ଛାଡ଼ି ଟିଏମସ୍ରେ ସାମିଲ ହେଉଛନ୍ତି।
ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସକୁ ଏକ ସାକ୍ଷାତ୍କାର ଦେଇ ଅଧୀର କହିଛନ୍ତି ଯେ, ଦେଶରେ ଅନେକ କଂଗ୍ରେସ ନେତାଙ୍କୁ ଦଳ ଛାଡ଼ି ଟିଏମସିରେ ଯୋଗ ଦେବା ପାଇଁ ମମତା ପ୍ରବର୍ତାଉଛନ୍ତି। ଆଉ ନେତା ମଧ୍ୟ ତାଙ୍କ କଥାରେ ପ୍ରଲୋଭିତ ହୋଇ ଦଳ ଛାଡ଼ୁଛନ୍ତି। ବର୍ତ୍ତମାନ ସମୟରେ ବିରୋଧୀଦଳଙ୍କ ମଧ୍ୟରେ ସେ ଜାଣିଶୁଣି ବିଦ୍ରୋହ ସୃଷ୍ଟି କରୁଛନ୍ତି। କିନ୍ତୁ ସେ ଭୁଲିଯିବା ଉଚିତ୍ ନୁହେଁ କି, କଂଗ୍ରେସ ଦଳରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହିଁ ପ୍ରମୋଟ୍ କରାଇଥିଲେ। ପରେ ଉପା ସରକାରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇଥିଲେ। ଆଉ ଏବେ ସେ କଂଗ୍ରେସ ଦଳକୁ ପଛପଟୁ ଛୁରୀ ମାଡ଼ କରୁଛନ୍ତି। ଅନେକ କଂଗ୍ରେସ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାରୁ ତାଙ୍କ ଲକ୍ଷ୍ୟ ପୂରଣ କରିବା ସହଜ ହେଉଛି।
ଏହାସହ ଅଧୀର କହିଛନ୍ତି, ପୂରା ଦେଶରେ ମୋଦି-ଦିଦିଙ୍କ କଳିକୁ ନେଇ ଚର୍ଚ୍ଚା ଲାଗିରହେ। କିନ୍ତୁ ଆପଣ ଜାଣିନାହାନ୍ତି ମୋଦି-ଦିଦିଙ୍କ ମଧ୍ୟରେ ଏକ ଗୁପ୍ତ ବୁଝାବଣା ହୋଇଛି। ନିଜ ଦଳୀୟ ନେତାଙ୍କୁ ସିବିଆଇ ଏବଂ ଇଡ଼ିରୁ ବଂଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ମମତା। ଆମେ ସମସ୍ତେ ଭାବୁଛନ୍ତି କି ଦିଦି ମୋଦିଙ୍କ ସହ ଲଢେଇ କରୁଛନ୍ତି କିନ୍ତୁ ଉଭୟଙ୍କ ମଧ୍ୟରେ ସଲାସୁତରା ଚାଲିଛି ବୋଲି ଅଧୀର କହିଛନ୍ତି। ସେପଟେ ଅଧୀରଙ୍କ ଏପରି ଅଭିଯୋଗର ପ୍ରତିକ୍ରିୟା ଦେଇନାହାନ୍ତି ଉଭୟ ବିଜେପି-ଟିଏମ୍ସି।
]]>ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତକାଲି ମୁଁ ଶୁଣିଥିଲି କିଛି ରାଜନୈତିକ ବିଶ୍ଳେଷକ ଗତକାଲି କହୁଥିଲେ, ଯେତେବେଳେ ଗୋଟିଏ ମ୍ୟାଚ୍ ଥାଏ, ଗୋଟିଏ ଦଳ ଜିତେ, ଗୋଟିଏ ହାରିଯାଏ। ଧରାଯାଉ ଏହା ଏକ ମ୍ୟାଚ୍ ଥିଲା। ଆଉ ସେ ମ୍ୟାଚ୍ରେ ଜିତିଛନ୍ତି ଆଉ ମୁଁ ପରାଜୟ ସ୍ୱୀକାର କରିଛି। କିନ୍ତୁ ଏଠାରେ କହିରଖେ ଦିଦି ପୂର୍ବରୁ ଯେଉଁ ଚ୍ୟାଲେଞ୍ଜ ଦେଇଥିଲେ ତାହା ଫଳପ୍ରଦ ହୋଇନାହିଁ। ଅର୍ଥାତ୍ ମମତା କହିଥିଲେ କି ଭବାନୀପୁର ଆସନରେ ସେ ୧ ଲକ୍ଷରୁ ଅଧିକ ଭୋଟ୍ରେ ଜିତିବେ କିନ୍ତୁ ସେ ମାତ୍ର ୫୮ ହଜାର ଭୋଟ୍ରେ ବିଜୟ ହୋଇଛନ୍ତି। ଏହାସହ ପ୍ରିୟଙ୍କା କହିଛନ୍ତି ମୁଁ ସାହାସ କରି ନିର୍ବାଚନରେ ଛିଡ଼ା ହେଲି ଏବଂ ଲୋକଙ୍କ ସହ ମିଶିଲି। ଏଥରେ ମୋର ଅନେକ ଅଭିଜ୍ଞତା ରହିଲା ଯାହାକି ଆଗାମୀ ସମୟରେ ନିଶ୍ଚିତ ରୂପରେ କାମ ଦେବ।
ଏହି ନିର୍ବାଚନ ଦିଦିଙ୍କ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଦିଦି ପୂର୍ବ ନିର୍ବାଚନ ହାରିଥିଲେ ଏବଂ ଏହି ଆସନରୁ ଉପନିର୍ବାଚନରେ ଲଢେଇ କରୁଥିଲେ। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ଏହି ଆସନରେ ଯେକୌଣସି ଉପାୟରେ ଜିତିବାର ଥିଲା। ଆଉ ଦିଦି ଜିତିବେ ବୋଲି ଦୃଢୋକ୍ତି ମଧ୍ୟ ପ୍ରକାଶ କରିଥିଲେ। ଆଉ ଦିଦିଙ୍କ ଆକଳନ ବି ଠିକ୍ ହୋଇଛି। ଏହାପୂର୍ବରୁ ମମତା କହିଥିଲେ କି , ଭବାନୀପୁରର ସମସ୍ତ ଭୋଟରଙ୍କୁ ହୃଦୟରୁ ସମ୍ମାନ ଜଣାଉଛି। ଆମେ ସମସ୍ତେ ଜାଣନ୍ତି ଏଠାରେ ପୁଲିଂ କମ୍ ହୋଇଥିଲା ଅନ୍ୟ ସ୍ଥାନ ଅପେକ୍ଷା। କିନ୍ତୁ ଆପଣମାନେ ଯେପରି ଭାବରେ ମତେ ଆଶୀର୍ବାଦ ଦେଇଛନ୍ତି ତାହାକୁ ମୁଁ କେବେ ଭୁଲି ପାରିବି ନାହିଁ। ଏହାସହ ଦିଦି କହିଛନ୍ତି, ପୂର୍ବରୁ ଯେତେ ଥର ନିର୍ବାଚନ ହୋଇଛି, ତାହା ମଧ୍ୟରୁ ଏହି ନିର୍ବାଚନ ନିଆରା। କାରଣ ଚଳିତଥର ନିର୍ବାଚନରେ ମୁଁ ପାଖାପାଖି ୫୮ ହଜାରରୁ ଅଧିକ ଭୋଟ୍ରେ ବିଜୟ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଲୋକମାନେ ତୃଣମୂଳ କଂଗ୍ରେସକୁ ଭଲ ପାଆନ୍ତି। ଏହି ନିର୍ବାଚନ ମଣ୍ଡଳୀର କୌଣସି ୱାର୍ଡ଼ରେ ଟିଏମସି ପଛରେ ନଥିଲା। ବରଂ ପ୍ରତି ୱାର୍ଡ଼ରେ ଆମେ ଆଗରେ ରହିଥିବା ନେଇ ମୁଁ ସୂଚନା ପାଇଛି। ସେ ଯାହା ବି ହେଉ ମମତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋରସୋରରେ ଚାଲିଛି।
]]>ଆମେ ସମସ୍ତେ ଜାଣନ୍ତି ଏଠାରେ ପୁଲିଂ କମ୍ ହୋଇଥିଲା ଅନ୍ୟ ସ୍ଥାନ ଅପେକ୍ଷା। କିନ୍ତୁ ଆପଣମାନେ ଯେପରି ଭାବରେ ମତେ ଆଶୀର୍ବାଦ ଦେଇଛନ୍ତି ତାହାକୁ ମୁଁ କେବେ ଭୁଲି ପାରିବି ନାହିଁ। ଏହାସହ ଦିଦି କହିଛନ୍ତି, ପୂର୍ବରୁ ଯେତେ ଥର ନିର୍ବାଚନ ହୋଇଛି, ତାହା ମଧ୍ୟରୁ ଏହି ନିର୍ବାଚନ ନିଆରା। କାରଣ ଚଳିତଥର ନିର୍ବାଚନରେ ମୁଁ ପାଖାପାଖି ୫୮ ହଜାରରୁ ଅଧିକ ଭୋଟ୍ରେ ବିଜୟ ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଲୋକମାନେ ତୃଣମୂଳ କଂଗ୍ରେସକୁ ଭଲ ପାଆନ୍ତି। ଏହି ନିର୍ବାଚନ ମଣ୍ଡଳୀର କୌଣସି ୱାର୍ଡ଼ରେ ଟିଏମସି ପଛରେ ନଥିଲା। ବରଂ ପ୍ରତି ୱାର୍ଡ଼ରେ ଆମେ ଆଗରେ ରହିଥିବା ନେଇ ମୁଁ ସୂଚନା ପାଇଛି।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଭବାନୀପୁର ଆସନରେ ସବୁ ପ୍ରକାର ଭୋଟ ରହିଛନ୍ତି ଏବଂ ସମସ୍ତେ ମତେ ଭୋଟ ଦେଇଛନ୍ତି। ଭବାନୀପୁରବାସୀ ପୂରା ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି। ଏହି ଆସନକୁ ନେଇ ପୂରା ବଙ୍ଗରେ ଚର୍ଚ୍ଚା ଚାଲିଛି । ଏହାସହ ବିଜେପିକୁ ବି ପରୋକ୍ଷରେ କଟାକ୍ଷ କରିଥିଲେ। କହିଥିଲେ, ମୁଁ କେବେ ନିର୍ବାଚନରେ ହାରିନାହିଁ ହେଲେ ପୂର୍ବ ସାଧାରଣ ନିର୍ବାଚନରେ କେମିତି ଓ କାହିଁକି ହାରିଲି ତାହାର ଅନେକ କାରଣ ରହିଛି। ତାହା ଏବେ କୋର୍ଟରେ ରହିଛି ତେଣୁ ସେନେଇ ମୁଁ ବିଶେଷ କିଛି କହିବି ନାହିଁ ବୋଲି ଦିଦି କହିଛନ୍ତି। ମତେ ହରାଇବା ପାଇଁ ଅନେକ ଚକ୍ରାନ୍ତ କରାଯାଇଥିଲା କିନ୍ତୁ ସବୁ ଚକ୍ରାନ୍ତଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ଭବାନୀପୁରବାସୀ ବୋଲି ଦିଦି କହିଛନ୍ତି।
]]>#WATCH | West Bengal: A scuffle broke out between BJP and TMC supporters in Bhabanipur assembly constituency, where voting for the by-poll is underway today. BJP leader Kalyan Chaubey's car was allegedly vandalised. pic.twitter.com/TBiPFdsWlI
— ANI (@ANI) September 30, 2021
ବିଜେପିର ଚିଫ୍ ଇଲେକ୍ସନ ଏଜେଣ୍ଟ କଲ୍ୟାଣ ଚୌବେଙ୍କ ଅଭିଯୋଗ ଅନୁଯାୟୀ, ଗୋଟିଏ ବୁଥିରେ କିଛି କଲେଜ ଛାତ୍ର ଜାଲ୍ ଚିରକୁଟ ଦେଖାଇ ଭୋଟ୍ ଦେଉଥିବା ଖବର ଆସିଥିଲା । ଖବର ପାଇ ଘଟଣାସ୍ଥଳରେ ଚୌବେ ପହଞ୍ଚିଥିଲେ । ସେଠାରେ ଫର୍ଜି ଭୋଟ ଦେଉଥିବା ଦୁଇ ଜଣ ଦୁର୍ବତ୍ତଙ୍କୁ କଲ୍ୟାଣ ଚୌବେ ଓ ତାଙ୍କ ସାଥୀମାନେ କାବୁ କରିଥିଲେ । ଏହାର କିଛି ସମୟ ପରେ ହଠାତ୍ ଆଉ କିଛି ଦୁର୍ବୃତ୍ତ ୬ ରୁ ୮ଟି ବାଇକ୍ରେ ଆସିଥିଲେ । ଆଉ ଚୌବେଙ୍କୁ ଆକ୍ରମଣ କରିଥିଲେ । ଏମିତିକି ତାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ତେବେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ନିର୍ବାଚନ ପ୍ରଚାର ସମୟରେ ଜଣେ କେନ୍ଦ୍ରୀୟ ବିଜେପି ନେତାଙ୍କୁ ମଧ୍ୟ ଟିଏମ୍ସି କର୍ମୀମାନେ ଆକ୍ରମଣ କରିଥିଲେ । ଏହାର ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା ।
Bhabanipur | 2 persons were doing forged voting at a poll booth in a school, we caught them red-handed and informed the police, central forces. Later, some 8-10 bike-borne people attacked me & my car with sticks and stones: Kalyan Chaubey (BJP chief election agent) pic.twitter.com/U01f02ZnE3
— ANI (@ANI) September 30, 2021
ଆଜି ଭବାନୀପୁର ଆସନ ପାଇଁ ହୋଇଛି ଉପନିର୍ବାଚନ । ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପରାଜୟ ପରେ ଭବାନୀପୁରରୁ ପୁଣି ଥରେ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ଯୁବ ଚେହେରା ପ୍ରିୟଙ୍କା ତିବ୍ରେୱାଲ ତାଙ୍କୁ କଡା ଟକ୍କର ଦେଉଛନ୍ତି । ସେହିପରି ସିପିଏମ୍ରୁ ଶ୍ରୀଜୀବ ବିଶ୍ୱାଳ ନିର୍ବାଚନ ଲଢ଼ୁଛନ୍ତି । ଏହି ସିଟ୍ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ । ଦିନ ୩ଟା ସୁଦ୍ଧା ୪୮.୦୮ ପ୍ରତିଶତ ଭୋଟିଂ ହୋଇଥିଲା ।
ଭବାନୀପୁର ହାଇପ୍ରୋଫାଇଲ୍ ସିଟ୍ ହୋଇଥିବାରୁ ଏହା ଉପରେ ବିଶେଷ ନଜର ରଖିଛନ୍ତି ନିର୍ବାଚନ କମିଶନ । ଦୁଇ ଦିନ ତଳେ ହିଂସାକାଣ୍ଡ ପରେ ସୁରକ୍ଷାକୁ ଅଧିକ ବଢ଼ାଯାଇଛି । ସମ୍ବେଦନଶୀଳ ବୁଥ୍ରେ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଓ ୨୦୧୬ ମସିହାରେ ନିର୍ବାଚିତ ହୋଇଥିଲେ । ଭବାନୀପୁର ଛଡ଼ା ପଶ୍ଚିମବଙ୍ଗର ଜାଙ୍ଗିପୁର ଓ ସମଶେରଗଞ୍ଜ ନିର୍ବାଚନ ମଣ୍ଡଳୀରେ ବି ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଛି ।
]]>ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଟିଏମସିରେ ମିଶିବାକୁ ଥିବାରୁ ନିଜ ସମର୍ଥକମାନଙ୍କ ସହ ମଙ୍ଗଳବାର ଠାରୁ କୋଲକାତାରେ ରହିଥିଲେ । ଟିଏମସିରେ ମିଶିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ପ୍ରଶଂସା କରିଥିଲେ । ଆଜି ମମତା ତାଙ୍କୁ ଟିଏମସି ପରିବାରକୁ ସ୍ୱାଗତ ଜଣାଇଛନ୍ତି । ଆଜିର ମିଶ୍ରଣ ପର୍ବରେ ଲୁଇଜିନୋଙ୍କ ସହ ଆଉ ୧୦ ଜଣ କଂଗ୍ରେସ ନେତା ମଧ୍ୟ ଟିଏମସିରେ ଯୋଗଦେଇଛନ୍ତି । ସୋମବାର ଲୁଇଜିନୋ ବିଧାୟକ ପଦ ଛାଡ଼ିଥିଲେ । ଲୁଇଜିନୋଙ୍କ ଇସ୍ତଫା ପରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୪କୁ ହ୍ରାସ ପାଇଛି ।
ସେପଟେ ଦିନକୁ ଦିନ ପଞ୍ଜାବ କଂଗ୍ରେସ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ପଞ୍ଜାବରେ ଦେଖିବାକୁ ମିଳିଛି ହାଇପ୍ରୋଫାଇଲ ଡ୍ରାମା । ମାତ୍ର ୭୨ ଦିନ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ । ଆଉ ଏହା ପରେ ସେ ପ୍ରତିକ୍ରିୟା ରଖିଛନ୍ତି ଯେ, ଗତ ୧୭ ବର୍ଷ ଧରି ସେ ରାଜନୀତି କରୁଛନ୍ତି । ପଞ୍ଜାବ ଲୋକଙ୍କ ଜୀବନ ସୁଧାରିବା ସହ ସେମାନଙ୍କ ପାଇଁ କାମ କରିଛନ୍ତି । ଏଥିପାଇଁ ସେ ଲଢ଼େଇ ଜାରି ରଖିବେ । ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ସେ କେବେ ବି ଅମାନ୍ୟ କରିନାହାନ୍ତି । ନା ଆଗାମୀ ଦିନରେ ଏଭଳି କିଛି ହେବ ବୋଲି ସେ ଦୋହରାଇଛନ୍ତି ।
ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସିଦ୍ଧୁ କହିଛନ୍ତି ଯେ, ମୁଁ କେବେ ଦଳୀୟ ଏଜେଣ୍ଡା ପାଇଁ ସଂଗ୍ରାମ କରି ନାହିଁ । ହାଇକମାଣ୍ଡଙ୍କୁ ମୁଁ କେବେ ବିଭ୍ରାନ୍ତି କରିନାହିଁ । ମୁଁ ଯେକୌଣସି ତ୍ୟାଗ ପାଇଁ ପ୍ରସ୍ତୁତ ଅଛି । ପଞ୍ଜାବ ସରକାରରେ ନୂତନ ନିଯୁକ୍ତି ସମ୍ପର୍କରେ ସିଦ୍ଧୁ କହିଛନ୍ତି ଯେ, କଳଙ୍କିତ ନେତା ଓ କଳଙ୍କିତ ଅମଲାତନ୍ତ୍ରଙ୍କ ସହ ଆମେ ଏକ ନୂତନ ବ୍ୟବସ୍ଥା ଚଳାଇ ପାରିବୁ ନାହିଁ ବୋଲି ସେ କହିଛନ୍ତି ।
ଏପଟେ ସମର୍ଥକଙ୍କ ସହ ସିଦ୍ଧୁଙ୍କ ଭେଟଘାଟ ଜାରି ରହିଛି । ସିଦ୍ଧୁଙ୍କ ସମର୍ଥକ ପଞ୍ଜାବ ପିସିସିର କାର୍ଯ୍ୟକାରୀ ସଭାପତି ପବନ ଗୋଏଲଙ୍କ ସହ ବହୁ ନେତା ଆଜି ମଧ୍ୟ ଯାଇ ତାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ପରବର୍ତ୍ତି ପିସିସି ସଭାପତି ନେଇ କଂଗ୍ରେସ ପ୍ଲାନ୍ ବି ଆପଣାଇଛି । କାରଣ ସିଦ୍ଧୁ ପଦ ଛାଡ଼ିବା ପରେ ଏବେ ନୂଆ ଚେହେରାକୁ ଦଳ ଆଣିବାକୁ ଯାଉଛି । ଏହି ରେସ୍ରେ ବିଧାୟକ କୁଲଜିତ୍ ସିଂହ ନାଗରା ଓ ସାଂସଦ ରବନୀତ ସିଂହ ବିଟ୍ଟୁ ରହିଛନ୍ତି ।
ଅନ୍ୟପଟେ, କଂଗ୍ରେସରେ କନ୍ଦଳ ଲାଗି ରହିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, ବିବାଦର ସମାଧାନ କରିବାକୁ ପ୍ରୟାସ କରିଛନ୍ତି । ସେ ସିଦ୍ଧୁଙ୍କ ସହ କଥା ହେବା ସହ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଏଥିସହ ସେ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି, ତାର ସମାଧାନ କରିବାକୁ ଚନ୍ନି ରାଜି ଥିବା ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜି କ୍ୟାବିନେଟ ବୈଠକ ପରେ ଚନ୍ନି କହିଛନ୍ତି, ଯଦି କୌଣସି ନିଯୁକ୍ତିକୁ ନେଇ କାହାର ଆପତ୍ତି ରହିଛି, ତାହେଲେ ଏହାକୁ ବଦଳାଇବାକୁ ମୁଁ ରାଜି ଅଛି । ସବୁ ପ୍ରସଙ୍ଗକୁ କଥାବାର୍ତ୍ତା ଦ୍ୱାରା ସାମାଧାନ କରିହେବ ବୋଲି ସେ କହିଛନ୍ତି ।
]]>ସୂଚନାଯୋଗ୍ୟ, ଆସନ୍ତା ୩୦ରେ ଭବାନୀପୁରରେ ଉପନିର୍ବାଚନ ହେବାକୁ ଯାଉଛି । ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ବିଜେପି ପକ୍ଷରୁ ସାଂଘାତିକ ଅଭିଯୋଗ ଆସିଛି । ୩୦ ତାରିଖରେ ଭବାନୀପୁରରେ ମମତା ବାନାର୍ଜୀଙ୍କ ସହ ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କ ଲଢ଼େଇ ହେବ । ପ୍ରିୟଙ୍କାକୁ ଜିତାଇବା ପାଇଁ ବିଜେପି ବେଶ ପରିଶ୍ରମ କରୁଛି । ଆଜି ଶେଷ ଦିନ ଥିବାରୁ ଶତାଧିକ ବରିଷ୍ଠ ନେତା ପ୍ରଚାର କାମରେ ଲାଗିଛନ୍ତି । ଏହିକ୍ରମରେ ଦିଲୀପ ଘୋଷ ମଧ୍ୟ ପ୍ରଚାର କରୁଥିଲେ । ଦିଲୀପ ଆଜି ଗୋଟିଏ ଟିକାକରଣ କ୍ୟାମ୍ପକୁ ଯାଉଥିବା ବେଳେ ତାଙ୍କୁ ଟିଏମସି କର୍ମୀମାନେ ଠେଲାପେଲା କରିଥିଲେ ।
ତାଙ୍କ ବିରୋଧରେ ନାରାବାଜୀ କରିବା ସହ ତୁରନ୍ତ ସ୍ଥାନ ଖାଲି କରିବାକୁ ସେମାନେ ଦାବି କରିଥିଲେ ବୋଲି ଖୋଦ୍ ଦିଲୀପ ଅଭିଯୋଗ କରିଛନ୍ତି । ଟିଏମସି ପ୍ରଚାର ପାଇଁ ଦେଉ ନଥିବାରୁ ସେ ନିର୍ବାଚନକୁ ସ୍ଥଗତି ରଖିବାକୁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଦିଲୀପଙ୍କ ସୁରକ୍ଷାକର୍ମୀମାନେ ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଟିଏମସି କହିଛି ।
ଟିଏମସି ଗୋଟିଏ ଟ୍ୱିଟରେ କହିଛି ଯେ “ବିଜେପି ଆହୁରି ତଳକୁ ଖସିବା ଭଳି କାମ କରିଛି । ସର୍ବସମ୍ମୁଖରେ ଲୋକଙ୍କୁ ବନ୍ଧୁକ ଦେଖାଇବାକୁ ସାହାସ କେଉଁଠୁ ମିଳିଲା ? କ’ଣ ଲୋକମାନେ ସେମାନଙ୍କୁ ପସନ୍ଦ ଆସୁ ନଥିବା ନେତାଙ୍କୁ ବିରୋଧ କରିପାରିବେନି ? ଏପରି ମାନବାଧିକାର ଉଲ୍ଲଙ୍ଘନ କରିବା ଲଜ୍ଜାଜନକ । ଭବାନୀପୁରବାସୀଙ୍କ ସୁରକ୍ଷା ସହ ବୁଝାମଣା କରାଯାଉଛି ବୋଲି ଟିଏମସି ଅଭିଯୋଗ କରିଛି ।
କେବଳ ଦିଲୀପ ଘୋଷ ନୁହନ୍ତି ଟିଏମସି କର୍ମୀମାନେ ବିଜେପି ସାଂସଦ ଅର୍ଜୁନ ସିଂହଙ୍କୁ ମଧ୍ୟ ବିରୋଧ କରିଥିବା ଦଳ ଅଭିଯୋଗ କରିଛି । ଏଥିସହ ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଏ ପ୍ରସଙ୍ଗ ଉଠାଇବ ବୋଲି ମଧ୍ୟ କହିଛି ।
]]>ଗତ ନିର୍ବାଚନ ସମୟରେ ସେ ଟିଏମ୍ସି ନେତା ଓ କର୍ମୀଙ୍କ ଦ୍ୱାରା ଅକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ହେଲେ ଏବେ ସେ ସେହି ଟିଏମ୍ସିରେ ଯୋଗଦେଇଛନ୍ତି । ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ହେଉଛି ।
ପଶ୍ଚିମବଙ୍ଗରେ ଗୋଟିଏ ପରେ ଗୋଟିଏ ବିଜେପି ନେତା ଦଳ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଉଛନ୍ତି । ଯାହାକି ବିଜେପି ପାଇଁ ବଡ଼ କ୍ଷତି ହେଉଥିବା ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ବାବୁଲ ସୁପ୍ରିଓ ଦଳ ଛାଡ଼ିବା ମଧ୍ୟ ବିଜେପି ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟ କଥା କହୁଥିବା ବେଳେ ସେଠାରେ ବିଜେପିର ଲୋକପ୍ରିୟ ନେତା ଜଣକ ପରେ ଜଣେ ଦଳ ଛାଡ଼ିବା ଘଟଣା, ଦଳକୁ ଚିନ୍ତାରେ ପକାଇଛି ।
ସୂଚନାଯୋଗ୍ୟ, ଗତ ନିର୍ବାଚନରେ ବିଜେପି ଓ ଟିଏମ୍ସି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ୨୯୨ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ସେଥିରୁ ବିଜେପି ୭୭ଟି ଆସନରେ ବିଜୟୀ ହୋଇଥିଲା । ଅନ୍ୟପଟେ ଟିଏମ୍ସି ୨୧୩ଟି ଆସନରେ ବିଜୟୀ ହୋଇଥିଲା ।
]]>ନିଜ ଗଡ଼ ଭବନୀପୁରରେ ଦିଦିଙ୍କ ଯୁଦ୍ଧଂଦେହୀ ଡାକରା। ୨୦୧୧ ଓ ୨୦୧୬ରେ ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଦିଦି, ଆସନ୍ତା ୩୦ରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ଜୋରଦାର ପ୍ରଚାର ଚଳାଇଛନ୍ତି। ଏଠି ବିଧାନସଭା ଉପନିର୍ବାଚନ ହେବାକୁ ଥିଲେ ବି, ତାଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହ ରହିଛନ୍ତି। ମୋଦି-ଶାହ ଯୋଡି ଷଡ଼ଯନ୍ତ୍ର କରି ଟିଏମସି ନେତାଙ୍କୁ ହଇରାଣ କରୁଥିବା ସେ ସିଧାସଳଖ ଅଭିଯୋଗ କରିଛନ୍ତି। ଉପନିର୍ବାଚନ ତାରିଖ ଘୋଷଣା ପରେ ଟିଏମସିର ଅନେକ ନେତାଙ୍କୁ ଇଡି ଓ ସିବିଆଇ ସମନ କରିଥିବା ସେ କହିଛନ୍ତି।
ସେହିପରି ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ଦିଦି। ଜାତୀୟସ୍ତରରେ ନିଜ ପତିଆରା ବଢାଇବା ଲାଗି ଏହି ଭାବନୀପୁର ଉପନିର୍ବାଚନ ଶ୍ରେଷ୍ଠ ପ୍ଲାଟଫର୍ମ ହେବ ବୋଲି ମମତାଙ୍କ ଧାରଣା ରହିଛି। ୨୪ ନିର୍ବାଚନରେ ସମ୍ଭାବ୍ୟ ମିଳିତ ମହାମେଣ୍ଟର ନେତୃତ୍ୱ ନେବା ଚକ୍କରରେ ଥିବାରୁ, ଦିଦି ଆର୍ଜେଡ଼ି ,କଂଗ୍ରେସ, ଏନସିପି ଓ ସମାଜବାଦୀ ପାର୍ଟି ପ୍ରସଙ୍ଗ ବି ଉଠାଉଛନ୍ତି। ସମାନ ଟେକନିକ୍ ବ୍ୟବହାର କରି କେନ୍ଦ୍ର ଏସବୁ ଦଳର ନେତାଙ୍କୁ ବି ହଇରାଣ କରୁଥିବା କହି, ସେ ସମବେଦନା ପଲିଟିକ୍ସ କାର୍ଡ ବି ଖେଳୁଛନ୍ତି।
ଏପଟେ ମମତାଙ୍କ ବିରୁଦ୍ଧରେ ବିଜୟ ସମ୍ଭାବନା କମ୍ ଥିଲେ ମଧ୍ୟ, ଭବାନୀପୁର ଉପନିର୍ବାଚନକୁ ଗୁରୁତ୍ୱର ସହ ନେଇ ଜୋରଦାର ପ୍ରଚାରରେ ଲାଗିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେଓ୍ୱାଲ। ବିଜେପିର ମୁଖ୍ୟ ଉଦ୍ଦେଶ୍ୟ ଗତ ନିର୍ବାଚନରେ ଦଳ ହତାଇଥିବା ୩୫ ପ୍ରତିଶତ ଭୋଟ ବଜାୟ ରଖିବା। ସେଥିଲାଗି ପ୍ରିୟଙ୍କାଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାର ଆବେଦନକାରୀ ଥିବା ପ୍ରିୟଙ୍କା, ଦିଦିଙ୍କୁ ତାଙ୍କରି ଭାଷାରେ ଜବାବ୍ ଦେଉଛନ୍ତି ମମତା। ରାଜନୈତିକ ପ୍ରତିହିଂସା କଥା କହୁଥିବାରୁ, ତାଙ୍କୁ ପଶ୍ଚିମବଙ୍ଗ ହିଂସା କଥା ମନେ ପକାଇ ଦେଇଛନ୍ତି ପ୍ରିୟଙ୍କା । ଅନ୍ୟାୟ ବିରୁଦ୍ଧରେ ସେ ମଇଦାନକୁ ଓହ୍ଲାଇଥିବା କହିଛନ୍ତି। ଅନ୍ୟପକ୍ଷରେ ନନ୍ଦିଗ୍ରାମରେ କାହିଁକି ପରାଜୟ ଭୋଗିଲେ ଦିଦି ସେକଥା ଭଲଭାବେ ଜାଣନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।
]]>ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ତଥା ସାଂସଦ ଅର୍ଜୁନ ସିଂଙ୍କୁ ଭବାନୀପୁର ବିଧାନସଭା ନିର୍ବାଚନରେ ଦାୟିତ୍ୱରେ ରଖାଯାଇଛି। ସାଂସଦ ସୁମିତ୍ରା ଖାନ ଏବଂ ଜ୍ୟୋତିର୍ମୋ ସିଂ ମହୋତୋ ତାଙ୍କ ସହ ନିର୍ବାଚନ ପରିଚାଳନା କରିବେ ବୋଲି କୁହାଯାଇଛି। । ଭବାନୀପୁର ଉପନିର୍ବାଚନ ପାଇଁ ୮ ଜଣ ବିଧାୟକଙ୍କୁ ବିଜେପି ଦାୟିତ୍ୱ ଦେଇଛି।
ଭବାନୀପୁର ଆସନରୁ ମମତା ବାନାର୍ଜୀ ଦୁଇଥର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ନିଜର ପାରମ୍ପାରିକ ଆସନ ଛାଡି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରୁଥିବା ତାଙ୍କ ପୂର୍ବତନ ସହକର୍ମୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହୋଇଥିଲେ।
ସୂଚନା ଅନୁସାରେ, ଆସନ୍ତା ୩୦ରେ ଉପ ନିର୍ବାଚନ ହେବ ବୋଲି ୪ ସେପ୍ଟେମ୍ବର ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ଭବାନୀପୁର, ଶମଶେରଗଞ୍ଜ, ଜଙ୍ଗିପୁର ସିଟରେ ଉପନିର୍ବାଚନ ହେବ । ଏହାସିଟ୍ରେ ସିଟରେ ଗତ ୪ ତାରିଖଠାରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ୩୦ ସେପ୍ଟେମ୍ବରରେ ମତଦାନ ହେବାସହ ୩ ଅକ୍ଟୋବରରେ ଭୋଟ୍ ଗଣତି କରାଯିବ ବୋଲି ସୂଚନା ମିଳିଛି। ଏଠାରେ କହିରଖୁଛୁ କି, ମମତା ଭବାନୀପୁର ଆସନରୁ ବିଜୟ ହେବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ତାଙ୍କୁ ଏହି ଆସନରେ ନିର୍ବାଚନ ଜିତିବାକୁ ହିଁ ପଡ଼ିବ।
]]>ଏହାସହ ଦୀର୍ଘ ତିନି ଦଶନ୍ଧି ଧରି କଂଗ୍ରେସ ସହ ଯୋଡ଼ି ହୋଇ ଅନେକ କିଛି ଲାଭ କରିଥିବା ସେ ଲେଖିଥିଲେ। ତେବେ ସୁସ୍ମିତାଙ୍କ ଇସ୍ତଫାନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁଜେରୱାଲା କହିଛନ୍ତି ଯେ, ସୁସ୍ମିତା ନିଜ ସଂପର୍କରେ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ଅଛି।
ତେବେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ମୋବାଇଲ୍ ବନ୍ଦ ଥିବାରୁ ତାହା ସମ୍ଭବ ହେଲା ନାହିଁ ବୋଲି ରଣଦୀପ କହିଛନ୍ତି। ସେପଟେ ସୁସ୍ମିତାଙ୍କ ଇସ୍ତଫାକୁ ନେଇ ଦଳର ନେତୃତ୍ୱଙ୍କ ପ୍ରତି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ। ସୁସ୍ମିତା ଆଜି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ସେଥିପାଇଁ ସେ ତୃଣମୂଳ କଂଗ୍ରେସରେ ମିଶିବେ ବୋଲି ଆକଳନ କରାଯାଉଛି।
ସୁସ୍ମିତା ହେଉଛନ୍ତି ଆସାମ କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ସନ୍ତୋଷ ମୋହନ ଦେବଙ୍କ ଝିଅ। ପୂର୍ବରୁ ସେ ସିଲଚାର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ ମନ୍ତ୍ରୀ ବି ରହିଥିଲେ। ସେ ୫ ଥର ସିଲଚାର ଓ ୨ ଥର ତ୍ରିପୁରା ୱେଷ୍ଟ୍ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
]]>ଏହାସହ ଦିଦି କହିଛନ୍ତି ଦେଶରେ କରୋନା ଯେମିତି ଭାବରେ କାୟା ବିସ୍ତାର କରିଛି ଏବଂ ଯେତେ ମାତ୍ରାରେ ଲୋକଙ୍କ ଜୀବନ ଯାଉଛି ତାହାକୁ ନେଇ ଆମେ ଚିନ୍ତିତ। ଅଧିକରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ ଦେବା ଲାଗି କେନ୍ଦ୍ର ସରକାର କହୁଛନ୍ତି କିନ୍ତୁ ଆମ ଜନସଂଖ୍ୟା ଅନୁସାରେ ଆମକୁ ପର୍ଯ୍ୟାପ୍ତ ଟିକା ମିଳୁନାହିଁ ଯାହାଦ୍ୱାରା ଆମେ ନାନା ଅସୁବିଧାର ସମ୍ମୁଖୀନ ହେଉଛୁ। ଏନେଇ ମୋଦିଙ୍କୁ ଅବଗତ କରିଥିଲି ଆଉ ମୋଦି ମଧ୍ୟ ଆବଶ୍ୟକ ଅନୁସାରେ ଟିକା ନିଶ୍ଚିତ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୋଦି-ମମତା ଆଲୋଚନାକୁ ନେଇ ଆଜି ଦିନତମାମ୍ ପୂରା ଚର୍ଚ୍ଚା ଲାଗିରହିଛି।
କାରଣ ବଙ୍ଗରେ ମମତା ବିରାଟ ବିଜୟ ହାସଲ କରିବା ପରେ ଏବେ ଜାତୀୟ ରାଜନୀତିକୁ ସେ ପ୍ରବେଶ କରୁଥିବା ନେଇ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, କେନ୍ଦ୍ରରେ ଶାସନ କପୁଥିବା ମୋଦି ସରକାରଙ୍କ ବିରୋଧରେ ସମସ୍ତ ବିରୋଧୀଙ୍କୁ ଏକାଠି କରିବା ଲାଗି ଦିଲ୍ଲୀ ଗସ୍ତରେ ମମତା ଯାଇଛନ୍ତି ବୋଲି କୁହାଯାଉଛି। କେବଳ ମୋଦି ନୁହେଁ ବରଂ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ମମତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି କି ଆସନ୍ତାକାଲି କଂଗ୍ରେସର ଅନ୍ତରୀଣ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମମତା କାଲି ଭେଟିବେ। ଏହାସହ ଏନସିପି ନେତା ଶରଦ ପାୱାରଙ୍କୁ ମଧ୍ୟ ମମତା ଭେଟିବାର କାର୍ଯ୍ୟକ୍ରମ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିରୋଧୀ ଦଳର ନେତାଙ୍କୁ ମମତା ତାଙ୍କର କାର୍ଯ୍ୟାଳୟ ନୁହେଁ ବରଂ ସେମାନଙ୍କ ଆବାସିକ ବାସଭବନରେ ଭେଟୁଛନ୍ତି। ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି।
]]>ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ସଂସଦ ବାହାରେ ଓ ଭିତରେ ସବୁ ଜାଗାରେ ପ୍ରଦର୍ଶନ ହେବ ବୋଲି ଟିଏମସି ସାଂସଦମାନେ କହିଛନ୍ତି କୃଷକ ଓ ଶ୍ରମିକମାନେ ସମସ୍ତେ ଏହାର ବିରୋଧ କରିବେ ପେଟ୍ରୋଲ ଓ ଡିଜେଲ୍ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ସେଥିରେ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ିଲାଣି ତେଣୁ ସାଧାରଣ ଲୋକଙ୍କ ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଦଲ ଅଭଳି ପଦକ୍ଷେପ ନେଇଥିବା କହିଛନ୍ତି
ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । କିନ୍ତୁ ପ୍ରଥମ ଦିନରେ ଗୃହରେ ଆଲୋଚନା ପୂର୍ବରୁ ହଟ୍ଟଗୋଳ ହୋଇଛି । ବିରୋଧୀ ମାନେ ହଟ୍ଟଗୋଳ କରିବାରୁ ଗୃହକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା । ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କର ପ୍ରଧାନମନ୍ତ୍ରୀ ପରିଚୟ ପ୍ରଦାନ କରିବାବେଳେ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଥିଲା । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପତ୍ତି ଉଠାଇଥିଲେ । ଏହାପରେ ବି ଗୃହରେ ହଟ୍ଟଗୋଳ ଜାରି ରହିଥିଲା ।
ବାଚସ୍ପତି ଓମ ବିର୍ଲା ଗୃହର ଗରିମାକୁ ନଜର ରଖି ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ଦେବାକୁ ଅପିଲ କରିଥିଲେ । କରୋନାର ଦ୍ୱିତୀୟ ଲହର ଆସିବା ପରେ ପ୍ରଥମ ଥର ପାଇଁ ବସିଛି ସଂସଦ ଅଧିବେଶନ । ୧୯ଟି କାର୍ଯ୍ୟଦିବସ ଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହେବ ।
ସେପଟେ ରାଜ୍ୟ ସଭାରେ ଦିବଂଗତ ସାଂସଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆାଯାଇଥିଲା । ସଂସଦରେ ଦିଆଯାଇଥିବା ୫୬ ଶ୍ରଦ୍ଧାଞ୍ଜଳି ମଧ୍ୟରୁ ୪୦ଟି ଲୋକସଭା ସଦସ୍ୟଙ୍କ ପାଇଁ ଥିଲା । ଏଥି ସହିତ ୧୬ ଜଣ ପୂର୍ବତନ ରାଜ୍ୟସଭା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର, ଅଲିମ୍ପିଆନ୍ ମିଲଖା ସିଂ, ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ମଧ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ରଘୁନାଥ ମହାପାତ୍ର କୌଣସି ଯନ୍ତ୍ରାଂଶର ସାହାଯ୍ୟ ନ ନେଇ ଅନେକ କାଳଜୟୀ କୃତି ସୃଷ୍ଟି କରିଥିଲେ ବୋଲି ଅଧିବେଶନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ।
]]>ଉଭୟ ଦଳ ସହ ତିକ୍ତତା ସତ୍ତ୍ୱେ ଅନାସ୍ଥା ନୋଟିସକୁ ସମର୍ଥନ କରିଛି କଂଗ୍ରେସ। ମମତା ବାନାର୍ଜୀଙ୍କ TMC ଓ ବାମମେଣ୍ଟ ସମେତ ଆଉ କିଛି ଦଳ ମଧ୍ୟ ନୋଟିସକୁ ସମର୍ଥନ ଘୋଷଣା କରିଛନ୍ତି।
ଏପଟେ ମୋଦି ସରକାର ବିରୁଦ୍ଧରେ ଦିଆଯାଇଥିବା ଅନାସ୍ଥା ନୋଟିସକୁ ନେଇ ଦୋ ଛକିରେ ବିଜେଡି ଦଳ। ସମଦୂରତା ବଜାୟ ରଖିବ ନା ନୋଟିସକୁ ସମର୍ଥନ କରିବ ତାକୁ ନେଇ ଦ୍ୱନ୍ଦ୍ୱ। କାରଣ ପୋଲାଭାରମ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଏବେ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ। ସେହିପରି ଇଷ୍ଟକୋଷ୍ଟ ରେଲେଓ୍ୱର ବିଶାଖାପାଟଣା ଡିଭିଜନ ପ୍ରସଙ୍ଗ ନୂଆ ବିବାଦକୁ ଜନ୍ମ ଦେଇଛି। ଏପରି ସ୍ଥିତିରେ କଣ ହୋଇପାରେ ବିଜେଡିର ବିକଳ୍ପ।
ବିଜେପିକୁ ବିରୋଧ ଦୃଷ୍ଟିରୁ ଦଳ ଅନାସ୍ଥା ନୋଟିସକୁ ସମର୍ଥନ କରିବ କି? ନା ଜାତୀୟ ରାଜନୀତିର ସମୀକରଣ ଦୃଷ୍ଟିରୁ ଏନଡ଼ିଏକୁ ସମର୍ଥନ ଦେବ ? ଅନ୍ୟ ବିକଳ୍ପ ଭାବେ ସମ ଦୂରତା ବଜାୟ ରଖି ଦଳ ଗୃହରେ ଅନୁପସ୍ଥିତ ରହିବ କି, ତାକୁ ନେଇ ଚର୍ଚ୍ଚା...
]]>କଂଗ୍ରେସ ଟିକେଟରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭା ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ର୍ନିବାଚିତ ହୋଇଥିଲେ । ଏବେ ସେ ଟିଏମସିରେ ମିଶିଥିବାରୁ ଦଳ ତାଙ୍କୁ ଜଙ୍ଗିପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ବେଙ୍ଗଲ ବିଧାନସଭା ର୍ନିବାଚନ ବେଳେ ଏଠାରେ ଟିଏମସି ପ୍ରାର୍ଥୀ କରିଥିବା ନେତାଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ରହିଛି । ଅଭିଜିତଙ୍କ ବାପା ପ୍ରଣବ ମୁଖାର୍ଜୀ ମଧ୍ୟ ବେଙ୍ଗଲର ମୁର୍ଶିଦାବାଦରେ ଥିବା ଜଙ୍ଗିପୁରରୁ ଦୁଇ ଥର ଲୋକସଭା ଯାଇଥିଲେ । ଅଭିଜିତ ଏହି ଆସନରୁ ୨୦୧୨ରେ ଅନୁଷ୍ଠିତ ଉପ ର୍ନିବାଚନରେ ଜିତି ଲୋକସଭାକୁ ଯାଇଥିଲେ ।
୨୦୧୪ରେ ସେ ପୁଣି ଏହି ଆସନରୁ ଜିତିଥିଲେ । ତେବେ ୨୦୧୯ରେ ସେ ଟିଏମସି ପ୍ରାର୍ଥୀଙ୍କ ଠାରୁ ହାରି ଯାଇଥିଲେ । ବେଙ୍ଗଲ ବିଧାନସଭା ର୍ନିବାଚନ ବେଳେ ସେ କଂଗ୍ରେସର ପ୍ରଚାର କମିଟି ଦାୟିତ୍ୱରେ ଥିଲେ ।
]]>