ନିକଟରେ ଟିନା ଡାବିଙ୍କର ବେବି ସାୱାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଟିନା ଡାବିଙ୍କ ଭଉଣୀ ତାଙ୍କ ଫଟୋ ସବୁ ସେୟାର କରିଥିଲେ । ସ୍ୱାମୀ ପ୍ରଦୀପ ଗୱାଣ୍ଡେଙ୍କ ସହ ଟିନାଙ୍କର ଫଟୋକୁ ଲୋକେ ବେଶ ପସନ୍ଦ ଆସିଥିଲା । ଆଉ ତା’ପରେ ଜଣେ ବୃଦ୍ଧ ମହିଳା ପୁତ୍ର ସନ୍ତାନ ହେଉ ବୋଲି ଟିନା ଡାବିଙ୍କୁ ଆଶୀର୍ବାଦ ଦେଉଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଏହା ପୂର୍ବରୁ ଟିନା ଡାବି ଗର୍ଭବତୀ ଥିବା ହେତୁ ଜୟପୁରରେ ଏକ ଅଣ-ଆଞ୍ଚଳିକ ପଦବୀ ଦାବି କରିଥିଲେ ଟିନା ଡାବି । କାରଣ ତାଙ୍କୁ ମାତୃତ୍ୱ ଛୁଟିରେ ରହିବାର ଥିଲା । IAS ଟପ୍ପର ଟିନା ଡାବି ଜୈସଲମେରର ପ୍ରଥମ ମହିଳା ଜିଲ୍ଲା କଲେକ୍ଟର ହୋଇଥିଲେ । ଜୈସଲମେର ଛାଡ଼ିବା ପୂର୍ବରୁ କିଛି ଫଟୋ ସେୟାର କରି ଟିନା ଲେଖିଥିଲ, “ଜୈସଲମେରରେ ଜିଲ୍ଲାପାଳ ହୋଇ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ଏଠାରେ କାମ କରିବାର ଅନୁଭବ ବହୁତ ଭଲ ଥିଲା। ଏହି ସୁଯୋଗ ପାଇଥିବାରୁ ବହୁତ ଖୁସି ବୋଲି ସେ ଲେଖିଥିଲେ ।
ତେବେ ଜୈସଲମେରର ଜିଲ୍ଲା କଲେକ୍ଟର ହେବା ପୂର୍ବରୁ ଟିନା ଡାବି ରାଜସ୍ଥାନ ଅର୍ଥ ବିଭାଗରେ ଯୁଗ୍ମ ସଚିବ ଥିଲେ । କୋଭିଡ ମହାମାରୀ ସମୟରେ ଟିନା ଡାବି ପ୍ରଦୀପ ଗୱାଣ୍ଡେଙ୍କୁ ଭେଟିଥିଲେ ।
ସୂଚନାଯୋଗ୍ୟ ଟିନା ଡାବି ୨୦୧୫ରେ ଆାଇଏଏସ୍ ଟପ୍ପର ହୋଇଥିବା ବେଳେ ତାଙ୍କର ପୂର୍ବତନ ସ୍ୱାମୀ ଆଥର ଆମିର ସେକେଣ୍ଡ ଟପ୍ପର ହୋଇଥିଲେ । ତେବେ ସେହି ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା । ୨୦୧୮ରେ ଦୁହେଁ ବିବାହ କରିଥିବାବେଳେ ୨୦୨୧ରେ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା ।
]]>ଆଥର ୨୦୧୮ରେ ଟିନାଙ୍କ ସହ ବିବାହ କରିଥିଲେ । ଟିନା ଓ ଆଥର ଉଭୟ ବ୍ୟାଚ୍ ମେଟ୍ ହେବା ସହ UPSC ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ । ତେବେ ଦୁଇ ବର୍ଷ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବା ସହ ବିବାହ ବିଚ୍ଛେଦ ହୋଇଥିଲା । ଟିନା ଓ ଆଥରଙ୍କ ବିବାହ ଉତ୍ସବରେ ଉପ ରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ, ତତ୍କାଳୀନ ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଯୋଗଦେଇଥିଲେ । ସାରା ଦେଶରେ ଲଭ୍ ଜିହାଦ୍ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆଥରଙ୍କୁ ଟିନାଙ୍କ ବିବାହ ଖବରର ଶିରୋନାମା ସାଜିଥିଲା । ତେବେ ଟିନା ଏହାକୁ ଭ୍ରୁକ୍ଷେପ କରିନଥିଲେ ।
ତେବେ ଦୁଇ ବର୍ଷ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏହାର କିଛି ମାସ ପରେ ଟିନା ଆଉ ଜଣେ IAS ଅଧିକାରୀଙ୍କୁ ବିବାହ କରିଥିଲେ । ରାଜସ୍ଥାନର ଜୟପୁରରେ ଏପ୍ରିଲ ୨୨ରେ ବିବାହ ସଂପନ୍ନ ହୋଇଥିଲା । ତାଙ୍କ ଜୀବନ ସାଥୀ ସାଜିଛନ୍ତି ଡ. ପ୍ରଦୀପ ଗାୱାଣ୍ଡେ । ୨୦୧୬ ବ୍ୟାଚ୍ର ଆଇଏଏସ ଅଫିସର ଟିନା ଡାବି ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ତାଙ୍କ ପାର୍ଟନର ପ୍ରଦୀପ ଗାୱାଣ୍ଡେ ୨୦୧୩ ବ୍ୟାଚ୍ର ଆଇଏଏସ ଅଫିସର । ଉଭୟେ ରାଜସ୍ଥାନରେ ପୋଷ୍ଟିଂ ଥିଲେ ।
୨୯ ବର୍ଷୀୟ ଟିନା ଡାବିଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ୩୯ ବର୍ଷୀୟ ପ୍ରଦୀପଙ୍କ ପ୍ରଥମ ବିବାହ ଥିଲା । ଅନୁସୂଚିତ ଜାତି ବର୍ଗରୁ ଟିନା ହେଉଛନ୍ତି ପ୍ରଥମ ଆଇଏଏସ ଟପ୍ପର ।
]]>
ନୂତନ ଜୀବନ ଆରମ୍ଭ ନେଇ ଫଟୋ ପୋଷ୍ଟ ପରେ ସୋସିଆଲ ମିଡିଆରେ ଏହା ଖୁବ୍ ଲୋକପ୍ରିୟତା ହାସଲ କରିଛି । ବହୁ ସଂଖ୍ୟାର ସମର୍ଥକ ତାଙ୍କୁ ପ୍ରଶଂସା କରିଛନ୍ତି ଏହାସହ ନିର୍ବନ୍ଧର ଫଟୋ ତାଙ୍କର ଭାବି ସ୍ୱାମୀ ୨୦୧୩ ବ୍ୟାଚର ଆଇଏଏସ୍ ଅଫିସର ପ୍ରଦୀପ ଗଓ୍ୱାଣ୍ଡେଙ୍କୁ (IAS Pradeep Gawande) ଟ୍ୟାଗ୍ କରିଛନ୍ତି । ସେହିପରି ପ୍ରଦୀପ ମଧ୍ୟ ଟିନାଙ୍କ ସହ ନିର୍ବନ୍ଧର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ତେବେ ପ୍ରଦୀପ ଟିନାଙ୍କ ଠାରୁ ୧୩ ବର୍ଷ ବଡ଼ ବୋଲି ଜଣାପଡ଼ିଛି ।
ପୂର୍ବରୁ ୨୦୧୮ରେ ଟିନା ନିଜ ବ୍ୟାଚର ଆଇଏଏସ୍ ଅଫିସର ଆଥର ଆମିର ଖାନଙ୍କୁ ବିବାହ କରିଥିଲେ । ସେତେବେଳେ ଉପ ରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ, ତତ୍କାଳୀନ ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଏହି ବିବାହରେ ଯୋଗ ଦେଇଥିଲେ । ସାରା ଦେଶରେ ଲଭ୍ ଜିହାଦ୍ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଆଥରଙ୍କୁ ଟିନାଙ୍କ ବିବାହ ଖବରର ଶିରୋନାମା ସାଜିଥିଲା । ତେବେ ଟିନା ଏହାକୁ ଭ୍ରୁକ୍ଷେପ କରିନଥିଲେ ।
ଟିନା ୨୦୧୫ରେ ଆାଇଏଏସ୍ ଟପ୍ପର ହୋଇଥିବାବେଳେ ଆଥର ଆମିର ସେକେଣ୍ଡ ଟପ୍ପର ହୋଇଥିଲେ । ତେବେ ତାଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା । ୨୦୧୮ରେ ଦୁହେଁ ପରସ୍ପରକୁ ବିବାହ କରିଥିବାବେଳେ ଗତବର୍ଷ ଦୁହିଁଙ୍କର ଛାଡ଼ପତ୍ର ହୋଇଥିଲା ।
]]>ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଯୋଗ ଦେଇଥିଲେ। ରାଜସ୍ଥାନର ବହୁ ବ୍ୟୁରୋକ୍ରାଟ୍ସଙ୍କୁ ମଧ୍ୟ ଏହି ରିସେପ୍ସନ୍ ପାର୍ଟିରେ ଦେଖିବାକୁ ମିଳିଥିଲା। ଉଭୟ ଟୀନା ଓ ଅତହର ରାଜସ୍ଥାନ କ୍ୟାଡ଼ର ଆଇଏଏସ୍ ଅଫିସର।
ଟୀନା ଓ ଅତହର ଗତ ମାସରେ ଜୟପୁରରେ ବିବାହ କରିଥିବା ବେଳେ, ସେମାନଙ୍କ ପରିବାର ଓ ବନ୍ଧୁମାନେ ଏପ୍ରିଲ ୭ ତାରିଖରେ କାଶ୍ମୀରର ପହଲଗାମରେ ହୋଇଥିବା ବିବାହ ଉତ୍ସବରେ ଯୋଗ ଦେଇଥିଲେ।
ଟ୍ରେନିଂ ନେବା ସମୟରେ ହିଁ ଉଭୟ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ। ଉଭୟ ସୋସିଆଲ୍ ମିଡିଆରେ ଏହାକୁ ଖୋଲାଖୋଲି ସ୍ୱୀକାର ମଧ୍ୟ କରିଥିଲେ। ଅତହରଙ୍କ ସରଳପଣ ତାଙ୍କୁ ପ୍ରଭାବିତ କରିଥିଲା ବୋଲି ସେତେବେଳେ ଟୀନା କହିଥିଲେ।
ସେତବେଳେ ଟୀନା ଓ ଅତହରଙ୍କ ପ୍ରେମକୁ ନେଇ ମଧ୍ୟ କିଛି ଋଢିବାଦୀ ଗୋଷ୍ଠୀ ବିରୋଧ କରିଥିଲେ। ଉଭୟଙ୍କ ଧର୍ମ ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ମଧ୍ୟ କିଛି କମ୍ ହୋଇ ନଥିଲା। କିନ୍ତୁ ଯାହା କୁହାଯାଏ, ପ୍ରେମ କୌଣସି ଜାତି ଧର୍ମ ମାନେନି ଶେଷରେ ସେୟା ହିଁ ହେଲା। ୩ ବର୍ଷର ପ୍ରେମ ପରେ ଉଭୟ ଜୀବନସାଥୀ ରୂପେ ପରସ୍ପରର ହାତ ଧରିଛନ୍ତି। ପ୍ରଥମ ଦଳିତ ଭାବେ ଟୀନା ୨୦୧୫ରେ ଆଇଏଏସ୍ ଟପ୍ପର ହୋଇଥିଲେ।
]]>