ତାଙ୍କ ଜୀବନ ସାଥୀ ଡ. ପ୍ରଦୀପ ଗାୱାଣ୍ଡେଙ୍କ ସହ ଟିନାଙ୍କର ବିବାହ ହେବ। ୨୦୧୬ ବ୍ୟାଚ୍ର ଆଇଏସର ଅଫିସର ଡାବି ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ତାଙ୍କ ପାର୍ଟନର ପ୍ରଦୀପ ଗାୱାଣ୍ଡେ ୨୦୧୩ ବ୍ୟାଚ୍ର ଆଇଏଏସ ଅଫିସର। ଉଭୟେ ରାଜସ୍ଥାନରେ ପୋଷ୍ଟିଂ ହୋଇଛନ୍ତି।
ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ ଉଭୟ ବିବାହ ବିନ୍ଧନରେ ବାନ୍ଧି ହେବେ। ଆସନ୍ତା ଏପ୍ରିଲ ୨୨ରେ ଉଭୟଙ୍କର ରିସେପ୍ସନ ପାର୍ଟି ରହିଛି। ଏଥିପାଇଁ ନିମନ୍ତ୍ରଣ ପତ୍ର ଛପା ସରିଛି। ଜୟପୁରରେ ଯେଉଁ ହୋଟେଲରେ ଏହି ବିବାହ ଉତ୍ସବ ଆୟୋଜନ ହେଉଛି ସେଠାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉତ୍ସବରେ ଭଭୟଙ୍କର କିଛି ଖାସ୍ ଅତିଥି ଯୋଗ ଦେବେ।
ପୂର୍ବରୁ ୨୦୧୮ରେ ଟିନା ନିଜ ବ୍ୟାଚର ଆଇଏଏସ୍ ଅଫିସର ଆଥର ଆମିର ଖାନଙ୍କୁ ବିବାହ କରିଥିଲେ । ସେତେବେଳେ ଉପ ରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ, ତତ୍କାଳୀନ ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଏହି ବିବାହରେ ଯୋଗ ଦେଇଥିଲେ । ସାରା ଦେଶରେ ଲଭ୍ ଜିହାଦ୍ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଆଥରଙ୍କୁ ଟିନାଙ୍କ ବିବାହ ଖବରର ଶିରୋନାମା ସାଜିଥିଲା । ତେବେ ଟିନା ଏହାକୁ ଭ୍ରୁକ୍ଷେପ କରିନଥିଲେ ।
୨୯ ବର୍ଷୀୟ ଟିନା ଡାବିଙ୍କ ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ୩୯ ବର୍ଷୀୟ ପ୍ରଦୀପଙ୍କ ପ୍ରଥମ ବିବାହ। ଅନୁସୂଚିତ ଜାତି ବର୍ଗରୁ ଟିନା ହେଉଛନ୍ତି ପ୍ରଥମ ଆଇଏଏସ ଟପ୍ପର। ଟିନା ୨୦୧୮ରେ ଆଇଏଏସ୍ ଅତହର ଖାନଙ୍କୁ ବିବାହ କରିଥିଲେ । ପରେ ମାତ୍ର ୨ବର୍ଷ ଅର୍ଥାତ୍ ୨୦୨୧ରେ ସେମାନଙ୍କ ମଧ୍ୟରେ ବିବାହ ସମ୍ପର୍କ ଭାଙ୍ଗି ଛାଡ଼ପତ୍ର ହୋଇଥିଲା। ହେଲେ ଆଜି ପୁଣି ଥରେ ଟିନା ଆଇଏଏସ୍ ପ୍ରଦୀପଙ୍କୁ ବିବାହ କରୁଛନ୍ତି ।
]]>ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ପ୍ରମୁଖ ଯୋଗ ଦେଇଥିଲେ। ରାଜସ୍ଥାନର ବହୁ ବ୍ୟୁରୋକ୍ରାଟ୍ସଙ୍କୁ ମଧ୍ୟ ଏହି ରିସେପ୍ସନ୍ ପାର୍ଟିରେ ଦେଖିବାକୁ ମିଳିଥିଲା। ଉଭୟ ଟୀନା ଓ ଅତହର ରାଜସ୍ଥାନ କ୍ୟାଡ଼ର ଆଇଏଏସ୍ ଅଫିସର।
ଟୀନା ଓ ଅତହର ଗତ ମାସରେ ଜୟପୁରରେ ବିବାହ କରିଥିବା ବେଳେ, ସେମାନଙ୍କ ପରିବାର ଓ ବନ୍ଧୁମାନେ ଏପ୍ରିଲ ୭ ତାରିଖରେ କାଶ୍ମୀରର ପହଲଗାମରେ ହୋଇଥିବା ବିବାହ ଉତ୍ସବରେ ଯୋଗ ଦେଇଥିଲେ।
ଟ୍ରେନିଂ ନେବା ସମୟରେ ହିଁ ଉଭୟ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ। ଉଭୟ ସୋସିଆଲ୍ ମିଡିଆରେ ଏହାକୁ ଖୋଲାଖୋଲି ସ୍ୱୀକାର ମଧ୍ୟ କରିଥିଲେ। ଅତହରଙ୍କ ସରଳପଣ ତାଙ୍କୁ ପ୍ରଭାବିତ କରିଥିଲା ବୋଲି ସେତେବେଳେ ଟୀନା କହିଥିଲେ।
ସେତବେଳେ ଟୀନା ଓ ଅତହରଙ୍କ ପ୍ରେମକୁ ନେଇ ମଧ୍ୟ କିଛି ଋଢିବାଦୀ ଗୋଷ୍ଠୀ ବିରୋଧ କରିଥିଲେ। ଉଭୟଙ୍କ ଧର୍ମ ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ମଧ୍ୟ କିଛି କମ୍ ହୋଇ ନଥିଲା। କିନ୍ତୁ ଯାହା କୁହାଯାଏ, ପ୍ରେମ କୌଣସି ଜାତି ଧର୍ମ ମାନେନି ଶେଷରେ ସେୟା ହିଁ ହେଲା। ୩ ବର୍ଷର ପ୍ରେମ ପରେ ଉଭୟ ଜୀବନସାଥୀ ରୂପେ ପରସ୍ପରର ହାତ ଧରିଛନ୍ତି। ପ୍ରଥମ ଦଳିତ ଭାବେ ଟୀନା ୨୦୧୫ରେ ଆଇଏଏସ୍ ଟପ୍ପର ହୋଇଥିଲେ।
]]>