ବାଚସ୍ପତି ବିକ୍ରମ ଆରୁଖଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ନିଜ ଆସନକୁ ନଯିବାରୁ ଶେଷରେ ବାଚସ୍ପତି ଦିନ ୧୧ଟା ୩୦ ଓ ପରେ ୧୧ଟା ୪୫ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ । ଶିକ୍ଷକ ଆନ୍ଦୋଳନ ଚାଲିଥିବାବେଳେ ଗଣଶିକ୍ଷାମନ୍ତ୍ରୀ କାହିଁକି ଅନୁପସ୍ଥିତ ଅଛନ୍ତି ଓ ତାଙ୍କୁ ପଦ୍ମପୁର କିଏ ପଠାଇଲା ବୋଲି ବିଜେପି ପ୍ରଶ୍ନ କରିଥିଲା ।
ସେହିପରି କଂଗ୍ରେସ କହିଛି ରାଜ୍ୟ ସରକାରଙ୍କର ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରତି ଆଦୌ ଭୃକ୍ଷେପ ନାହିଁ । ତେଣେ ବିଜେଡି କହିଛି-ଉପନିର୍ବାଚନବେଳେ ବିରୋଧୀ ପ୍ରସଙ୍ଗକୁ ଧରି ଅତିରଞ୍ଜିତ କରୁଛନ୍ତି ।
ଅନ୍ୟପଟେ ୩ ଦଫା ଦାବି ପୂରଣ ଦାବିରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରରେ ଚାଲିଛି ବିଶାଳ ରାଲି । ଏକାଠି ହୋଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ପ୍ରାଥମିକ ଶିକ୍ଷାରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବିରେ ପ୍ରାଥମିକ ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ଚେତାବନୀ ଦେଇଛନ୍ତି ।
]]>ତା’ସହ ମନ୍ତ୍ରୀ କହିଛନ୍ତି ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ, ତେବେ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି କୌଣସି ପ୍ରଭାବ ପକାଇବ ନାହିଁ। ଆସନ୍ତା ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବ ଓ ସଠିକ୍ ସମୟରେ ଯୁକ୍ତ ଦୁଇ ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ମନ୍ତ୍ରୀ।
ସେପଟେ ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନ କରି ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚର ଧାରଣା ଆଜିକୁ ମିଶାଇ ୧୦ମ ଦିନରେ ପହଞ୍ଚିଛି। ସରକାରଙ୍କ ସବୁ ଧମକ ସତ୍ତ୍ୱେ ଆନ୍ଦୋଳନରୁ ଓହରୁନାହାନ୍ତି ଶିକ୍ଷକ।
]]>ଏ ନେଇ ଅନୁଦାନପ୍ରାପ୍ତ କଲେଜ ପରିଚାଳନା କମିଟିକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଦାବିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନରେ ବହୁ ସଂଖ୍ୟାରେ ଅଧ୍ୟାପକ ସାମିଲ ହୋଇଥିବାରୁ +୨ ଖାତା ଦେଖାରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଖାତା ଦେଖୁନଥିବା ଶିକ୍ଷକଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସେପଟେ ସରକାର ଆଲୋଚନା ବଦଳରେ ଧମକ ଦେଉଥିବାରୁ ଏହାକୁ ବନ୍ଧୁକ ମୁନରେ ଶାସନ ବୋଲି କହିଛି ଶିକ୍ଷକ ସଂଘ। ତେବେ ଏଭଳି ଧମକ ସତ୍ତ୍ୱେ ଆନ୍ଦୋଳନ ବନ୍ଦ୍ ହେବନି ବରଂ ଅଧିକ ତୀବ୍ର ହେବ ବୋଲି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଚେତାବନୀ ଦେଇଛି।
]]>