ବର୍ତ୍ତମାନର ରାଜନୈତିକ ଓ ସାମାଜିକ ସ୍ଥିତିକୁ ନେଇ ତାରା ବାହିନୀପତି ଏକ ବ୍ୟଙ୍ଗାତ୍ମକ ଗୀତରେ କଣ୍ଠଦାନ କରିଛନ୍ତି। ଭୁବନେଶ୍ୱରରେ ଏହି ଗୀତର ରେକର୍ଡିଂ କରାଯାଇଛି। କେ ଓ୍ୱାନ୍ ଲାଇଭ ପକ୍ଷରୁ ପ୍ରଯୋଜିତ ଏହି ଗୀତକୁ ତାରାଙ୍କ ସାଥିରେ ଗାଇଛନ୍ତି ଗାୟିକା ମୋନାଲି। ଖୁବ୍ ଶୀଘ୍ର ଏହି ଗୀତ ଆଲବମ୍ ଆକାରରେ ବଜାରରେ ଉପଲବ୍ଧ ହେବ ବୋଲି ପ୍ରଯୋଜକ କହିଛନ୍ତି।
ଏହି ଗୀତକୁ ନେଇ ତାରା କହିଛନ୍ତି, ‘ଆପଣମାନେ ଖୁସି ତ ? ନା ନା କେ...ଏହି ଗୀତ ଚାଲିଛି। ରାଜନୀତି ଏକ କଳା। ସେହିପରି ଗୀତ ଗାଇବା ଓ ନାଚିବା ମଧ୍ୟ ଏକ କଳା। ତେଣୁ ଯାହା ପାଖରେ ଏହି କଳା ଅଛି, ସେ ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବ।’
ଗୀତ ଗାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି #Odisha pic.twitter.com/OmyMLJyCkj
— ଓଟିଭି (@otvkhabar) December 29, 2019
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଏହାପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମରେ ତାରା ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଡ୍ୟାନ୍ସକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
]]>