• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tamilnadu

Washing machine
ସ୍ୱାଧୀନତା ବେଳର ୱାଶିଂ ମେସିନ୍‌; ସରକାରୀ ହସ୍ପିଟାଲରେ ରୋଗୀଙ୍କ ପାଇଁ ସାହାରା

ୱାଶିଂ ମେସିନ୍‌କୁ ବ୍ୟବହାର କରୁଥିବା କର୍ମଚାରୀମାନେ କହିଛନ୍ତି ଯେ, ପୁରୁଣା ୱାଶିଂ ମେସିନ୍‌ ନୂଆ ୱାଶିଂ ମେସିନ୍‌ ଅପେକ୍ଷା ବହୁତ ଭଲ କାମ କରୁଛି । କପଡ଼ା ଗୁଡ଼ିକ ଭଲଭାବେ ସଫା ହେଉଛି ।

pregnant woman kicked out of moving bus
ଚଳନ୍ତା ବସ୍‌ରୁ ଗର୍ଭବତୀ ସ୍ତ୍ରୀକୁ ଠେଲିଦେଲା ସ୍ୱାମୀ

୮ ମାସ ପୂର୍ବେ ୧୯ ବର୍ଷୀୟ ବଲାରମଥୀଙ୍କ ବିବାହ ୨୪ ବର୍ଷୀୟ ପାଣ୍ଡିଆନଙ୍କ ସହ ହୋଇଥିଲା। ମିଡିଆ ରିପୋର୍ଟ ଅନୁସାରେ, ପାଣ୍ଡିଆନ୍‌ ମଦ୍ୟପାନ କରି ତାଙ୍କ ପତ୍ନୀଙ୍କୁ ଚଳନ୍ତା ବସ୍‌ରୁ ଠେଲି ଦେଇଛନ୍ତି।

Murder
କୋଟିଏ ଟଙ୍କାର ଇନସୁରାନ୍ସ ପାଇଁ ସାଙ୍ଗକୁ ହତ୍ୟା, ପୋଲିସ୍‌ କଲା ଭୟଙ୍କର ଖୁଲାସା

ତାମିଲନାଡୁର ଜଣେ ବ୍ୟକ୍ତି ୧ କୋଟି ଟଙ୍କା ବୀମା ରାଶି ପାଇଁ କେବଳ ନିଜକୁ ମୃତ ଘୋଷଣା କରିନାହାନ୍ତି ବରଂ ତାଙ୍କ ବନ୍ଧୁଙ୍କୁ ମଧ୍ୟ ହତ୍ୟା କରିଛନ୍ତି।

Heavy Rain In Tamilnadu
ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡ଼ୁ, ୪ ଜିଲ୍ଲାରେ ବନ୍ୟା ସ୍ଥିତି

ସାକ୍ଲୋନିକ ସାର୍କୁଲେସନ ପ୍ରଭାବରେ ଏହି ବର୍ଷା ହେଉଛି । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

Ex block chairman
ଦୁଃଖ ଦେଇଛି ଦଇବ; ଦିନେ ଥିଲେ ବ୍ଲକ ଅଧ୍ୟକ୍ଷା, ଆଜି ଖଟୁଛନ୍ତି ଦାଦନ

ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ପୂର୍ବତନ ଅଧ୍ୟକ୍ଷା କାନ୍ତି କୁମ୍ଭାର । ଯିଏ ଦିନେ ଦୁଃଖୀଙ୍କ ଦୁଃଖରେ ଛିଡ଼ା ହେଉଥିଲେ । ଗରିବଙ୍କ ନିକଟରେ କିପରି ସରକାରଙ୍କ ଯୋଜନା ପହଞ୍ଚିବ ସେନେଇ ପ୍ରାଣପ୍ରଣେ ଚେଷ୍ଟା କରୁଥିଲେ ।

Pamban Bridge
ଭାରତରେ ପ୍ରଥମ ! ଜାହାଜ ଆସିଲେ ଉପରକୁ ଉଠିଯିବ ରେଳ ବ୍ରିଜ୍‌, ଦେଖନ୍ତୁ ଭିଡିଓ..

ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଅତ୍ୟାଧୁନିକ ରେଲୱେ ବ୍ରିଜର ନିର୍ମାଣ କାମ ସରିବ ।

President Election
ଗୋଟିଏ ଭୋଟ କେତେ ମୂଲ୍ୟବାନ ! କରୋନା ଆକ୍ରାନ୍ତ ଥାଇ ବି ପୂର୍ବତନ ଉପମୁଖ୍ୟମନ୍ତ୍ରୀ କଲେ ମତଦାନ

ପିପିଇ କିଟ୍‌ ପିନ୍ଧି ସବୁ ପ୍ରକାର ପ୍ରିକସନ୍‌ ଗ୍ରହଣ କରି, ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଯାହାକୁ ଦେଖି ସମସ୍ତେ ଚକିତ ।

Tamilnadu
ବିରାଟ ଅଘଟଣ ! ମନ୍ଦିର ଶୋଭାଯାତ୍ରା ବେଳେ ଲାଗିଲା କରେଣ୍ଟ, ୧୧ ମୃତ

ରଥ ଟଣା ସମୟରେ ରାସ୍ତା ଉପରେ ଖାଲରେ ପାଣି ଜମା ହୋଇଥିବାରୁ କିଛି ଲୋକ ଦୂରରେ ଛିଡ଼ା ହୋଇଥିଲେ । ନଚେତ ଆହୁରି ଅଧିକ ଜୀବନହାନୀ ହୋଇଥାନ୍ତା ବୋଲି ଆଲୋଚନା ହେଉଛି ।

Tamilnadu Luckdown
ତାମିଲନାଡୁ ସରକାରଙ୍କ ବଡ ନିଷ୍ପତ୍ତି: ରବିବାର ଲକଡାଉନ୍

ଆଜି ଦେଶରେ ୩ ଲକ୍ଷ ୮୬ ହଜାର ନୂଆ କୋଭିଡ କେସ୍ ଚିହ୍ନଟ ହୋଇଥିବା ବେଳେ କେବଳ ତାମିଲନାଡୁରେ ୨୮,୫୬୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମା ସୁବ୍ରମଣ୍ୟମ୍ କହିଛନ୍ତି ଯେ, ଏହି ମାସ ଶେଷ ସୁଦ୍ଧା ୧୦ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ଆଶା କରାଯାଉଛି ।

Chennai
ଲଗାଣ ବର୍ଷାରେ ବେହାଲ ତାମିଲନାଡୁ; ବିଦ୍ୟୁତ ତାର ଲାଗି ୩ ମୃତ

ଲଗାଣ ବର୍ଷାରେ ଉବୁଟୁବୁ ତାମିଲନାଡୁ । ରାଜଧାନୀ ଚେନ୍ନାଇରେ ସ୍ଥିତି ସଂଗୀନ ହୋଇପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୨୦୦ମିଲି ମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷାଯୋଗୁଁ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି । ପାଣି ଜମି ରହିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି ।

Heavy Rain
ଦକ୍ଷିଣରେ ବର୍ଷା ବିତ୍ପାତ, ୨୧ ଜିଲ୍ଲାରେ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କଲା ପ୍ରଶାସନ

ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ନଦୀର ଭ୍ରମ ସୃଷ୍ଟି ହୋଇଛି। ବହୁ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିବା ପରେ ସୁରକ୍ଷତି ସ୍ଥାନକୁ ଯିବାକୁ ସମୟ ପାଇନଥିଲେ ଲୋକେ।

ପୋଲିସ ଇନ୍ସପେକ୍ଟର ଯୁବକଙ୍କୁ ଉଠାଉଥିବା ବେଳର ଦୃଶ୍ୟ
ଚେତାଶୂନ୍ୟ ଯୁବକଙ୍କୁ ବୋହି ନେଇଗଲେ ପୋଲିସ ମ୍ୟାଡାମ୍

ରାଜେଶ୍ୱରୀଙ୍କ ଏଭଳି କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ରାଜେଶ୍ୱରୀଙ୍କ ମହତ କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରବଳ ପ୍ରଶଂସା କରାଯାଇଛି।    

tamilnadu flood
ପ୍ରଳୟଙ୍କାରୀ ବର୍ଷା ନେଲାଣି ୧୨ ଜୀବନ

ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡୁ । ଯମ ପାଲଟିଛି ପ୍ରଳୟଙ୍କାରୀ ବର୍ଷା । ତାମିଲନାଡୁରେ ପ୍ରବଳ ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ରାଜସ୍ୱ ମନ୍ତ୍ରୀ ଏନେଇ ସତର୍କତାର ସୂଚନା ଦେଇଛନ୍ତି । ବୁଧବାର ଓ ଗୁରୁବାର ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି ।

cow dung festival
ତାମିଲନାଡୁରେ ପାଳନ ହେଲା ଗୋରେହାବା ଉତ୍ସବ

ସ୍ପେନ୍‌ର ଟୋମାଟିନୋ ଉତ୍ସବ ସଦୃଶ ତାମିଲନାଡୁର ଗୁମଟପୁରାରେ ପାଳନ ହୋଇଛି ଗୋରେହାବା ଉତ୍ସବ । ପରସ୍ପରକୁ ଗୋବର ଫିଙ୍ଗି ଗୋରେହାବା ଉତ୍ସବ ପାଳନ କରୁଛନ୍ତି ଲୋକମାନେ । ଦୀପାବଳି ଅବସରରେ ଏହି ଉତ୍ସବ ପାଳନ କରିବାର ପରମ୍ପରା ରହିଥିବାର ଦେଖିବାକୁ ମିଳିଛି । ତେବେ ଏହି ଉତ୍ସବର କିଛି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

free petrol
ଏଇଠି ଆଧାର-ପାନ୍‌ ଦେଖାଇଲେ ମିଳିବ ମାଗଣା ପେଟ୍ରୋଲ

ମାଗଣାରେ ମିଳିବ ପେଟ୍ରୋଲ। ଆଧାର-ପାନ୍‌ ଦେଖାଇଲେ ମିଳିବ ମାଗଣା ପେଟ୍ରୋଲ। ଜାଣନ୍ତୁ କିଏ ଓ କେଉଁଠି କରିଛି ଏପରି ବ୍ୟବସ୍ଥା। ତାମିଲନାଡୁର କାଞ୍ଚୀପୁରମର ଏକ ଘରୋଇ କମ୍ପାନୀ ଏହି ଘୋଷଣା କରିଛି।

ନିପା ଭାଇରସ୍
ତାମିଲନାଡୁରେ ନିପା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟକୁ ନେଇ ସ୍ପଷ୍ଟୀକରଣ ରଖିଲେ ଜିଲ୍ଲାପାଳ

କରୋନା ପରେ ଏବେ ନିପା ଭାଇରସ ସଂକ୍ରମଣ ଭୟକୁ ଦ୍ନିଗୁଣିତ କରିଛି। ରବିବାର କେରଳରେ ନିପା ଭାଇରସ ମାମଲା ଆସିଥିଲା। କେରଳରେ ଏହି ଭାଇରସ ଦ୍ୱାରା ୧୨ ବର୍ଷର ଏକ ପିଲାର ମୃତ୍ୟୁ ଘଟିବା ସହ ୨ ରୋଗୀ ଚିକିତ୍ସାଧିନ ଅଛନ୍ତି। ପରେ ତାମିଲନାଡୁର କୋଏମ୍ବାଟୁର ଠାରେ ଆଉ ଏକ ରୋଗୀ ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।

thiruppur
ପ୍ରେମ ବିବାହ ପାଇଁ ଭୟଙ୍କର ଦଣ୍ଡ : ପେପର କଟରରେ ଝିଅର ବେକ କାଟିବାକୁ ବାପାର ଉଦ୍ୟମ

କାଳ ସାଜିଲା ପ୍ରେମ ବିବାହ । ବଇରୀ ସାଜିଲା ବାପା । ଝିଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ । ଭଲ ପାଇ ବିବାହ କରିଥିବାରୁ ତାମିଲନାଡୁ ତିରୁପୁରରେ ଜଣେ ବାପା ନିଜ ଝିଅର ବେକ୍ କାଟି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ହେଲେ ସୌଭାଗ୍ୟବଶତଃ ଝିଅଟି ବଞ୍ଚିଯାଇଛି । ପାଳିପୋଷି ବଡ଼ କରିଥିଲି, ପ୍ରତିବଦଳରେ ସମାଜରେ ବଦନାମ କଲା କହି ହିତାହିତ ହରାଇଥିଲେ ଅଭିଯୁକ୍ତ ବାପା

tamil-nadu
ଉଚ୍ଚ ଜାତିର ବ୍ୟକ୍ତିଙ୍କ ଗୋଡ଼ ତଳେ ପଡ଼ି କ୍ଷମା ମାଗିଲେ ସରକାରୀ କର୍ମଚାରୀ : ଭିଡିଓ ଭାଇରାଲ୍ ପରେ ତଦନ୍ତ ନିର୍ଦ୍ଦେଶ

ସାମାଜିକ ବ୍ୟାଧୀ ପାଲଟିଛି ଜାତିଗତ ଭେଦଭାବ । ଏକବିଂଶ ଶତାଦ୍ଦୀରେ ମଧ୍ୟ ମଣିଷ ଅମାନବୀୟ ବ୍ୟବହାର କରୁଛି । ତାମିଲନାଡୁର କୋଏମ୍ବାଟୁରରେ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି