ସେ ଗତ କିଛି ସପ୍ତାହ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ି ଥିଲେ। ତାଙ୍କ ମୃତଦେହକୁ ଚେନ୍ନାଇସ୍ଥିତ ବାସଭବନରେ ରଖାଯାଇଛି। ଆସନ୍ତାକାଲି ତାଙ୍କ ଅନ୍ତିମ ସଂସ୍କାର ହେବ। ବି. କାନ୍ନାନ ହେଉଛନ୍ତି ପ୍ରତିଷ୍ଠିତ ଫିଲ୍ମ ନିର୍ମାତା ଏ ଭିମ୍ସିଂହଙ୍କ ପୁଅ ଓ ସମ୍ପାଦକ ବି ଲେନିନିଙ୍କ ସାନ ଭାଇ।
ତାଙ୍କ ବିୟୋଗରେ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଅପୂରଣୀୟ କ୍ଷତି ହୋଇଛି। କାନ୍ନାନ ପାଖାପାଖି ୬୦ଟି ଫିଲ୍ମରେ ସିନେମାଟୋଗ୍ରାଫର ଭାବେ କାର୍ଯ୍ୟ କରିଥିଲେ। ସେଥିମଧ୍ୟରୁ ୪୦ଟି ଫିଲ୍ମକୁ ଭରଥିରାଜ ନିର୍ଦ୍ଦେଶନା ଦେଇଛନ୍ତି।
ତାଙ୍କର କିଛି ଲୋକପ୍ରିୟ ଫିଲ୍ମ ହେଲା- ନିଝଲଗଲ, ଅଲାଇଗଲ, ଓଇଭାଥିଲ୍ଲାଇ, ଟିକ୍ ଟିକ୍ ଟିକ୍, ମନ୍ନା ଭାସନାଇ, ପୁଢୁମାଇ ପେନ୍ନ, ମୁଧଲ ମାରିୟାଥାଇ, ଓରୁ କଇଧିୟିନ୍ ଡାଏରୀ, କଦଲୋରା କବି ଥାଇଗଲ ଭଲି ଅନେକ ଫିଲ୍ମରେ ସେ ସିନେମାଟୋଗ୍ରାଫର୍ ଭାବରେ କାର୍ଯ୍ୟ କରିଛନ୍ତି।
ବି. କାନ୍ନାନ ଗତ କିଛି ବର୍ଷ ତଳେ କାନ୍ନା BOFTA ଫିଲ୍ମ ଇନ୍ଷ୍ଟିଟ୍ୟୁଟ୍ରେ ଏଚ୍ଓଡି ଭାବେ କାର୍ଯ୍ୟ କରୁଥିଲେ। ଏହି ଫିଲ୍ମ ସ୍କୁଲ୍ର ଫାଉଣ୍ଡର ଏବଂ ପ୍ରଯୋଜକ ଜି. ଧନଞ୍ଜୟନ ଟ୍ୱିଟ୍ କରି ବି. କାନ୍ନାନଙ୍କ ଦେହାନ୍ତର ଖବର ଦେଇଛନ୍ତି। ତାଙ୍କ ବିୟୋଗ ଖବର ଆସିବା ପରେ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ବଡ଼ ବଡ଼ କଳାକାର ଦୁଃଖ ପ୍ରକାଶ କରିଛନ୍ତି।
]]>