• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Taliban Attack Afghanistan

taliban-
କାହାକୁ ଭୟ ତ କିଏ ଖୁସିରେ ଝୁମୁଛି . . . କାବୁଲ କବଜା ପରେ ଆମ୍ୟୁଜମେଣ୍ଟ୍ ପାର୍କରେ ମସ୍ତି କରୁଛନ୍ତି ତାଲିବାନୀ

ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ । ୨୦ ବର୍ଷ ପରେ ତାଲିବାନକୁ ପୁଣି କବଜାକୁ ନେଲା ତାଲିବାନୀ ସଂଗଠନ । ରବିବାର ଦିନ ରାଜଧାନୀ କାବୁଲକୁ ଅକ୍ତିଆର କରିଥିଲା କରିବା ପରେ ତା’ ପରଦିନ ତାଲିବାନୀ ମାନେ ଏକ ମନୋରଞ୍ଜନ ପାର୍କରେ ମଜା କରୁଥିବା ଦେଖିବାକୁ ମିଳିଥିଛି । ଆମ୍ୟୁଜମେଣ୍ଟ୍ ପାର୍କରେ ଛୁଆଙ୍କ ପରି ମଜାମସ୍ତି କରିବାର ଦୁଇଟି ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ଭିଡିଓରେ ତାଲିବାନବାସୀ ହାତରେ ବନ୍ଧୁକ ଧରି ଏକ ବୈଦ୍ୟୁତିକ କାର ଚଳାଉଥିବା ଦେଖାଯାଇଛି

afghanistan-american-aircraft
ଶଙ୍କିତ ଚେହେରା ଆଉ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ : ଯନ୍ତ୍ରଣା ବଖାଣୁଛି ଆଫଗାନିସ୍ତାନରୁ ଉଡ଼ାଣ ଭରିଥିବା ବିମାନ ଭିତରର ଫଟୋ

ଭୀତତ୍ରସ୍ତ ଚେହେରା, ଭଙ୍ଗା ମନ ଆଉ ଜୀବନ ଜିଇଁବାର ଆଶା ବାଟ କଢ଼ାଇ ନେଉଛି । ବିମାନ ଭିତରର ଫଟୋ ବଖାଣୁଛି ଯନ୍ତ୍ରଣାର କାହାଣୀ । ତାଲିବାନୀ ଆତଙ୍କୀଙ୍କ ଶାସନରେ ରହିବା ଅପେକ୍ଷା ଦେଶ ଛାଡ଼ି ଚାଲିଯିବା ଶ୍ରେୟସ୍କର ମଣୁଛନ୍ତି ଲୋକେ । ପ୍ରତ୍ୟେକ ମୁହୂର୍ତ୍ତରେ ବଦଳିଯାଉଛି ଆଫଗାନିସ୍ତାନର ସ୍ଥିତି ।

Afghanistan
ଆଫଗାନିସ୍ତାନରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ବଢିଲା ଚିନ୍ତା : ସହାୟତା ପାଇଁ ମେଲ୍ ଆଇଡି ଓ ଫୋନ୍ ନମ୍ବର ଜାରି

ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ଏଭଳି ସମୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି । ନୂଆଦିଲ୍ଲୀ ଭାରତୀୟଙ୍କ ସୁରକ୍ଷା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଲାଗି ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛଇ ।

joe-biden
’ଆମେରିକା ବହୁତ ସାହାଯ୍ୟ କଲା, ବର୍ତ୍ତମାନ ଆଫଗାନ୍ ନିଜେ ସ୍ଥିର କରୁ ନିଜ ଭବିଷ୍ୟତ’

ଆଫଗାନିସ୍ତାନକୁ ଗଢିବା କିମ୍ବା ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ନୁହେଁ ବରଂ ଆମେରିକାରେ ଯେଭଳି ପୁଣି ଆତଙ୍କବାଦୀ ଆକ୍ରମଣ ନହେବ, ତାହା ଆମର ଫୋକସ୍ ବୋଲି ସେ କହିଥିଲେ । ଏହାଛଡ଼ା ଆଫଗାନ ରାଜନୈତିକ ନେତା ମାନେ ଦେଶର ଭବିଷ୍ୟତ ନେଇ ଏକାଠି ହୋଇପାରୁନାହାନ୍ତି । ଅତୀତରେ ଆଫଗାନିସ୍ତାନରେ ହୋଇଥିବା ଭୁଲକୁ ମୁଁ ଆ ଦୋହରାଇବାକୁ ଚାହୁଁନାହୁଁ ବୋଲି ଦେଶକୁ ସମ୍ବୋଧନ କରି କହିଛନ୍ତି ବାଇଡେନ୍ ।

File image of UN secretary general Antonio Guterres. AP
ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ସାରା ବିଶ୍ୱ ଏକାଠି ହୁଅ: ଜାତିସଂଘ

ମହିଳାଙ୍କ ବିରୋଧରେ ହିଂସା ବଢିବାରେ ଲାଗିଛି। ଆଫଗାନିସ୍ତାନ ଛାଡିଥିବା ଶରଣାର୍ଥୀଙ୍କୁ ମାନବିକତା ଦୃଷ୍ଟିରୁ ନିଜ ଦେଶରେ ସ୍ଥାନ ଦେବାକୁ ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବ।   

Taliban Leader
ଆଫଗାନିସ୍ତାନ୍‌ର କବ୍‌ଜା ପଛରେ ତାଲିବାନର ୫ ଭିଲେନ୍ !

ତାଲିବାନ ସରକାରରେ ରାଷ୍ଟ୍ରପତି ହେବାକୁ ଥିବା ମୁଲ୍ଲା ଅବଦୁଲ ଘନି ବରାଦର କିଏ? ଏହି ସଂଗଠନରେ ଅଛନ୍ତି ଆଉ କେଉଁ କେଉଁ ଟପ୍ ନେତା? ନଜର ପକାନ୍ତୁ ତାଲିବାନର ପ୍ରମୁଖ ଦାୟିତ୍ୱ ସମ୍ଭାଳୁଥିବା ଟପ୍ ୫ ନେତାଙ୍କ ଉପରେ।

Taliban rule
ତାଲିବାନୀ ଶାସନରେ ଭୟଙ୍କର ଅତ୍ୟାଚାରିତ ହେବେ ମହିଳା ଓ ଯୁବତୀ !

ଆଫଗାନିସ୍ତାନ ସରକାର ତାଲିବାନ ନିକଟରେ ଯେପରି ଢଙ୍ଗରେ ମୁଣ୍ଡ ନୁଆଁଇଲେ ଏବଂ ଅନ୍ୟ ସବୁ ଦେଶ ଚୁପଚାପ୍‌ ସେଠାକାର ବିଭିଷୀକା ଦେଖିଲା, ତାକୁ ନେଇ ବହୁ ଆଫଗାନ ନାଗରିକ ଓ ଆଫଗାନିସ୍ତାନ ଫେରନ୍ତା ପ୍ରଶ୍ନ ଉଠାଇଛନ୍ତି। ଜୀବନରେ କେବେ ସେମାନେ ନିଜକୁ ଏତେ ଅସହାୟ, ନିରାଶ, ଶୋଚନୀୟ ଓ ଦୟନୀୟ ସ୍ଥିତି ଅନୁଭବ କରି ନଥିଲେ ବୋଲି କହିଛନ୍ତି

Taliban Leader
ପୂରା ଦେଶ ଦଖଲ ପାଇଁ ତାଲିବାନ ଅର୍ଥବଳ ପାଉଛି କେଉଁଠୁ?

୨୦୦୧ରେ ଓ୍ୱାଲ୍ଡ ଟ୍ରେଡ୍ ସେଣ୍ଟର ଆକ୍ରମଣ ପରେ ତାଲିବାନକୁ ନିପାତ କରିବା ପାଇଁ ଆଫଗାନିସ୍ତାନରେ ଆମେରିକା ସେନା ପ୍ରବେଶ କରିଥିଲା। ସେତେବେଳକୁ ଦେଶର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଦଖଲରେ ରଖିଥିବା ତାଲିବାନ, ଆମେରିକାର ଆକ୍ରମଣ ପରେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଲା।

Afghanistan
ଫେରିଲା ତାଲିବାନ୍‌, ଆତଙ୍କରେ ଆଫ୍‌ଗାନ୍‌

ନିଜ ଦେଶର ନାଗରିକଙ୍କୁ ନେଇ ୟୁଏସ୍ ଏୟାରଫୋର୍ସର ଫ୍ଲାଇଟ୍ ଉଡ଼ାଣ ଭରିବା ବେଳର ସେହି ଭୟାବହ ଚିତ୍ର ଯିଏ ଦେଖୁଛି ସେ ବି ଘଂଟାଏ ପାଇଁ ସ୍ତବ୍ଧ ହୋଇ ରହିଛି। ଏମିତିକି ଏଭଳି ବିକଳ ପ୍ରୟାସରେ ଉଡ଼ନ୍ତା ବିମାନରୁ ଲୋକେ ଖସିପଡୁଥିବାର ଭାଇରାଲ୍ ଭିଡିଓ ମଧ୍ୟ ବିଶ୍ୱବ୍ୟାପୀ ଆଲୋଡନ ସୃଷ୍ଟି କରିଛି। ଭିଡ଼ ନିୟନ୍ତ୍ରଣ ପାଇଁ ଏୟାରପୋର୍ଟରେ ଗୁଳିମାଡ଼ ସାଙ୍ଗକୁ ଦଳାଚକଟା ଓ ଉଡ଼ନ୍ତା ବିମାନରୁ ଖସି ଅନେକ ଲୋକଙ୍କ ମୃତ୍ୟୁର ବି ସୂଚନା ମିଳୁଛି।

Brutal Taliban
୯୦ ଦଶକର କ୍ରୁର ତାଲିବାନ ଶାସନ : ସର୍ଟ ପିନ୍ଧିଲେ ମୁଣ୍ଡ କାଟ

ତାଲିବାନ ପୁଣି ଆଫଗାନିସ୍ତାନକୁ କବ୍ଜାକୁ ନେଇଛି। ପ୍ରାୟ ସମସ୍ତ ଆଫଗାନିସ୍ତାନକୁ କାବୁ କରି ନେଇଛି। ଅଳ୍ପ କିଛି ଛୋଟ ଅଂଶ ବ୍ୟତୀତ ତାଲିବାନ ସଂଗ୍ରାମୀମାନେ ଆଫଗାନିସ୍ତାନର ସମସ୍ତ ପ୍ରଦେଶର ରାଜଧାନୀକୁ କାବୁ କରି କାବୁଲରେ ପହଞ୍ଚିଥିଲେ। ଯେ ଆଫଗାନିସ୍ତାନର ଅନେକ ପ୍ରଦେଶରେ ତାଲିବାନ ଏକ ରକ୍ତାକ୍ତ ଖେଳ ଖେଳିଛି। ଲୋକମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।

Kabul airport
ଜଟିଳ ହେଉଛି କାବୁଲ ଏୟାରପୋର୍ଟର ସ୍ଥିତି: ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୫ ମୃତ

କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି। ସେପଟେ କାବୁଲ ବିମାନ ବନ୍ଦରକୁ ସଟଡାଉନ୍‌ କରାଯାଇଥିବା ଖବର ଆସିଛି। ଯେଉଁଥି ଲାଗି ଏୟାରଇଣ୍ଡିଆ ନିଜର ଉଡ଼ାଣକୁ ବାତିଲ କରିଛି। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବିମାନବନ୍ଦରକୁ ଜଗିଥିବା ଆମେରିକୀୟ ସୁରକ୍ଷାକର୍ମୀ ଫାଙ୍କା ଗୁଳିଚାଳନା କରିଥିଲା। ମାତ୍ର ଗୁଳି ବାଜି ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Mullah Baradar
କିଏ ଏହି ମୁଲ୍ଲା ବରାଦର, ଯିଏ ଧରିବାକୁ ଯାଉଛନ୍ତି ଆଫଗାନିସ୍ତାନ କମାଣ

ଆଫଗାନିସ୍ତାନ ତାଲିବାନର ଅଧୀନକୁ ଚାଲିଯାଇଛି। ୧୫ ଅଗଷ୍ଟରେ ତାଲିବାନ ଯୁବକମାନେ କାବୁଲରେ ପ୍ରବେଶ କରିଛନ୍ତି। ସେଠାରେ ରାଷ୍ଟ୍ରପତି ଭବନକୁ କାବୁ କରିଛନ୍ତି। ଏହାପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ନିଜ ପରିବାର ସହିତ ତାଜିକିସ୍ତାନ ଚାଲିଯାଇଛନ୍ତି। ତାଲିବାନ ଘୋଷଣା କରିଛି ଯେ ବର୍ତ୍ତମାନ ଆଫଗାନିସ୍ତାନରେ ଶାରିଆ ଆଇନ ଲାଗୁ ହେବ। ଏସବୁ ଭିତରେ ମୁଲ୍ଲା ଅବଦୁଲ ଘନି ବରାଦର ବର୍ତ୍ତମାନ ଦେଶର ମୁଖ୍ୟ ହେବେ ବୋଲି ବିଶ୍ୱାସ କରାଯାଉଛି। ଆପଣ ଜାଣିଛନ୍ତି କି ଏହି ମୁଲ୍ଲା ବରଦାର କିଏ?

Kabul Airport
ଟାଉନ୍‌ ବସ୍‌ରେ ଚଢିବା ପରି ବିମାନରେ ଚଢ଼ିଗଲେ ଆଫ୍‌ଗାନିସ୍ତାନୀ, ବିଚଳିତ କରିବା ପରି ଆସିଲା ଦୃଶ୍ୟ

ଜୀବନ ବଂଚାଇବା ଲାଗି ଜୀବନ ବିକଳରେ ଗୋଟିଏ ବିମାନରେ ଏକାଧିକ ଲୋକ ଚଢୁଛନ୍ତି। କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି

terrible-situation-in-afghanistan
ପ୍ଲେନରେ ଜୋରଜବରଦସ୍ତ ସବାର ହେଲେ ଆଫଗାନୀ : ଉଡ଼ାଣ ଭରିବା ପରେ ବିମାନରୁ ଖସିପଡ଼ିଲେ ୩ ଜଣ

ମନା କରିବା ସତ୍ତ୍ୱେ ଦେଶ ଛାଡ଼ି ପଳାଇବା ପାଇଁ ତିନିଜଣ ଯୁବକ ବିମାନର ଟାୟାରକୁ ଦୃଢ଼ ଭାବ ଧରିଥିବା ଅନ୍ୟ ଦେଶକୁ ପଳାୟନ କରିବାକୁ ଚାହୁଁଥିଲେ । ହେଲେ ବିମାନ ଉଡ଼ାଣ କରିବା ମାତ୍ରେ ଯୁବକ ତିନି ଜଣ ପଡ଼ିଯାଇଛଥିବା କହିଛନ୍ତି ସ୍ଥାନୀୟ ଲୋକ । ବିମାନରୁ ପଡ଼ିଯିବା ପରେ ଭୟରେ ଚିତ୍କାର କରିଥିଲେ ଦେଖଣାହାରୀ । ତେବେ ବର୍ତ୍ତମାନ ସେମାନଙ୍କ ଅବସ୍ଥା କିପରି ଅଛି, ତାହାର ସ୍ପଷ୍ଟ ସୂଚନା ନାହିଁ ।

Former Afghan Prez Ashraf Ghani
ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ବିମାନକୁ ଅବତରଣ ଲାଗି ଅନୁମତି ଦେଲା ନାହିଁ ତାଜିକସ୍ତାନ

ସେପଟେ, ଘନି ସୋସିଆଲ ମିଡ଼ିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛି । ଏହାସହ ଘନି କହିଛନ୍ତି ଯେ, ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା। ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।

Air India
ଆଫଗାନିସ୍ତାନକୁ ଯିବ ନାହିଁ ଏୟାର ଇଣ୍ଡିଆ ବିମାନ : ଏୟାରସ୍ପେସ୍ ବନ୍ଦ ରହିବା ପର୍ଯ୍ୟନ୍ତ ଅପରେସନ୍ ଠପ୍

ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ କରିବାର ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି, କାବୁଲ ବିମାନବନ୍ଦରରୁ କୌଣସି ବିମାନ ଚଳାଚଳ କରିପାରିବ ନାହିଁ । ଫଳରେ କାବୁଲରେ କୌଣସି ବିମାନ ଅବତରଣ କରିବ ନାହିଁ । ଏୟାର ସ୍ପେସ୍ ବନ୍ଦ ରହିବା ପର୍ଯ୍ୟନ୍ତ ଅପରେସନ୍ ଚାଲିପାରିବ ନାହିଁ ।

kabul
କାବୁଲର ସ୍ଥିତି ସଙ୍ଗୀନ : ଏୟାରପୋର୍ଟରେ ଗୁଳିମାଡ଼ ଯୋଗୁଁ ୩ ମୃତ

ଆଫଗାନିସ୍ତାନରେ ତାଲିବାନୀ ରାଜ୍ । ୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁଣି ସ୍ଥିତି ବଦଳିଯାଇଛି । କ୍ଷମତାକୁ ଆସିଲା ତାଲିବାନ । ଆଫଗାନିସ୍ତାନ ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ତାଲିବାନ ଦ୍ୱାରା ନିୟନ୍ତ୍ରିତ । ଦେଶର ନାମ ପୁଣି 'Islamic Emirate of Afghanistan’ ରଖାଯିବ ବୋଲି ଘୋଷଣା କରିଛି ତାଲିବାନ । ତାଲିବାନର ଜଣେ ଅଧିକାରୀ କହିଛନ୍ତି, ବିଦ୍ରୋହୀ ଗୋଷ୍ଠୀ ଖୁବ ଶୀଘ୍ର କାବୁଲରେ ଥିବା ରାଷ୍ଟ୍ରପତି ଭବନରୁ ଇସଲାମିକ୍ ଏମିରେଟ୍ ଗଠନ ନେଇ ବିଧିବଦ୍ଧ ଘୋଷଣା କରିବେ ।

afghanistan nationals protest
ବାଇଡେନ୍ ତୁମେ ଦାୟୀ : ହ୍ୱାଇଟହାଉସ ବାହାରେ ଆମେରିକା ବିରୋଧରେ ଆଫଗାନୀ ନାଗରିକଙ୍କ ବିରୋଧ ପ୍ରଦର୍ଶନ

ହ୍ୱାଇଟ୍ ହାଉସ୍ ସାମ୍ନାରେ ଆଫଗାନ ନାଗରିକଙ୍କ ବିକ୍ଷୋଭ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ନାରାବାଜି । ଆଫଗାନିସ୍ତାନ ତାଲିବାନ ଅଧୀନକୁ ଚାଲିଯିବା ପରେ ବିକ୍ଷୋଭ କରୁଛନ୍ତି ଆଫଗାନୀ ନାଗରିକ । ସମଗ୍ର ଆଫଗାନିସ୍ତାନରେ ଏବେ ତାଲିବାନ୍ କବଜାରେ । ୨୦ ବର୍ଷ ପରେ ପୁଣି ତାଲିବାନ କବ୍‌ଜାରେ ଆଫଗାନିସ୍ତାନ । ରାଜଧାନୀ କାବୁଲ ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ିବା ପରେ ଦେଶ ବି ଛାଡ଼ିଦେଇଥିବା କଥା ମଧ୍ୟ ସୂଚନା ମିଳିଛି ।

ashraf-ghani government collapsed
ଦେଶ ଛାଡ଼ି ପଳାଇଲେ ଅଶରଫ ଘନି, କଲେ ଭାବପ୍ରବଣ ପୋଷ୍ଟ

ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ୨୦ ବର୍ଷ ପରେ ପୁଣି ତାଲିବାନ କବ୍‌ଜାରେ ଆଫଗାନିସ୍ତାନ। ରାଜଧାନୀ କାବୁଲ ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ିବା ପରେ ଦେଶ ବି ଛାଡ଼ିଦେଇଥିବା ସୂଚନା ମିଳିଛି । କାବୁଲରୁ ସେ ପଡ଼ୋଶୀ ଦେଶ ତାଜିକିସ୍ତାନକୁ ପଳାଇ ଯାଇଛନ୍ତି ।