• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Taliban Attack Afghanistan

taliban Government
ପୁଣି ତାଲିବାନ ସରକାରରେ ସାମିଲ ହେଲେ ନୂଆ ମନ୍ତ୍ରୀ

ଆଫଗାନିସ୍ତାନରେ ତାଲିବାନର ମଧ୍ୟବର୍ତ୍ତିକାଳୀନ ସରକାରରେ ଆଉ କିଛି ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଆଫଗାନିସ୍ତାନରେ ସରକାର ରୂପରେଖ ଉପରେ ସାରା ବିଶ୍ୱର ନଜର ଥିବା ବେଳେ ଆଜିର ନୂଆ ତାଲିକାରେ ମଧ୍ୟ କୌଣସି ମହିଳାଙ୍କୁ ସ୍ଥାନ ମିଳିନି ।

taliban
ଟ୍ରେଜେରୀ ଖାଲି: ତାଲିବାନୀ ମାନେ ଦେଶ ଚଳାଇବେ କେମିତି?

ନିଜେ ଖୋଳିଥିବା ଗାଡ଼ରେ ଏବେ ନିଜେ ପଡ଼ିବ ତାଲିବାନ। ଆଫଗାନିସ୍ତାନରେ କ୍ଷମତା ସିନା ମାଡି ବସିଲେ, ତେବେ କେମିତି ଦେଶ ଚଳାଇବେ ଏବେ ତାହା ସବୁଠୁ ବଡ଼ ପ୍ରଶ୍ନ। କାହିଁକି ନା ପ୍ରଶାସନ ପାଇଁ ଦରକାର ବିପୁଳ ଅର୍ଥ ମାତ୍ର ଆଫଗାନିସ୍ତାନର ଟ୍ରେଜେରୀ ଖାଲି

Taliban
ଆଫଗାନ୍‌ ସ୍ଥିତି ସଙ୍ଗୀନ: ଘର ଜିନିଷ ବିକି ଗଣ୍ଡେ ଖାଇବାକୁ ଚେଷ୍ଟା କରୁଛନ୍ତି ଲୋକେ

ଘୋର ଆର୍ଥିକ ଦୁର୍ଦ୍ଦିନରେ ଆଫଗାନିସ୍ତାନ। ତାଲିବାନ ହାତକୁ ଶାସନ କ୍ଷମତା ଯିବା ପରେ ପୂରା ଦେଶରେ ଖେଳି ଯାଇଛି ହାହାକାର। ଖାଦ୍ୟ ପଦାର୍ଥ ସାଙ୍ଗକୁ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଛି

Taliban
ତାଲିବାନୀଙ୍କଠାରୁ ଦୟା ଆଶା କରିବା ବୃଥା

କାବୁଲର ବିଚ୍ ରାସ୍ତାରେ ମହିଳାଙ୍କ ଉପରେ ଚାବୁକ୍ ଓ ଲାଠି ବର୍ଷା ଏମିତି ଚିତ୍ରକୁ ଦେଖିଲେ ଲାଗୁଛିକି ବଦଳି ଯାଇଛି ତାଲିବାନ? ନବେ ଦଶକ ଓ ବର୍ତ୍ତମାନର ତାଲିବାନ ଭିତରେ ଜଣାପଡୁନି ଫରକ ?

taliban rejected pakistan proposal
ଲାଗୁ ହେବ ଶାରିଆ ଆଇନ୍, ଚୋରି କଲେ ହାତ କାଟ୍ , ଅବୈଧ ସମ୍ପର୍କ ରଖିଲେ ପଥରମାଡ

ଚୋରି କଲେ କଟାଯିବ ହାତ , ଅବୈଧ ସମ୍ପର୍କ ରଖିଲେ ପଥରମାଡ କରି ହତ୍ୟା। ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ସହ ପୁଣି ଫେରିବାକୁ ଯାଉଛି ପୂର୍ବର ସେହି ଆତଙ୍କୀ। ମିନିଷ୍ଟ୍ରି ଅଫ୍ ପ୍ରୋପାଗେସନ ଅଫ୍ ଭଚ୍ୟୁ ଆଣ୍ଡ ପ୍ରିଭେନସନ୍ ଅଫ୍ ଭାଇସ ନାମକ ଏହି ମନ୍ତ୍ରଣାଳୟକୁ ପୂର୍ବରୁ ଉଚ୍ଛେଦ କରାଯାଇଥିଲା

taliban
୯/୧୧ ବର୍ଷପୂର୍ତ୍ତୀରେ ତାଲିବାନ୍ ସରକାରଙ୍କ ଶପଥ ଗ୍ରହଣ ସମାରୋହ ବାତିଲ୍

ପୁରୁଣା ଘା’କୁ ଆଉ ଖତାକ୍ତ କରିବା ବିପଦକୁ ଖୋଲାଖୋଲି ଆମନ୍ନଣ କରିବା ସହ ସମାନ୍ । ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପରେ ନିଜର ସବୁଠାରୁ ବଡ ଶତ୍ରୁ ତଥା ଆମେରିକାର ପୁରୁଣା ଘା’ରେ ଚୂନ ସେକ ଦେକାକୁ ଚାହୁଁନି ତାଲିବାନ୍ । ସହଯୋଗୀଙ୍କ ଚାପରେ ହେଉ କିମ୍ବା ଭୟରେ ହେଉ ଆଜି ତାଲିବାନ୍ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହେବନାହିଁ

Taliban
ଆମେରିକା ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ଦିନ ଶପଥ ନେବ ଆଫଗାନିସ୍ତାନର ନୂଆ ମନ୍ତ୍ରୀମଣ୍ଡଳ !

ଯେଉଁଦିନ ଆମେରିକା ଉପରେ ଭୟଙ୍କର ଆକ୍ରମଣ କରିଥିଲା ଆତଙ୍କୀ ସଂଗଠନ ଅଲ୍‌-କାଏଦା। ଠିକ୍‌ ସେହିଦିନ ତାଲିବାନୀ ଆତଙ୍କୀଙ୍କ ସରକାରର ହେବ ଶପଥ ପାଠ। ଅର୍ଥାତ୍‌ ଆସନ୍ତା ୧୧ ତାରିଖରେ ଆଫଗାନିସ୍ତାନ ସରକାର ବିଧିବଦ୍ଧ ଭାବରେ ଶପଥ ନେବା ନେଇ ସୂଚନା ମିଳିଛି

Taliban
ଯେତେ ଲୁଚାଇଲେ ବି ଲୁଚୁନାହିଁ ତାଲିବାନ୍‌ର ଆତଙ୍କୀ କାର୍ଯ୍ୟ

ତାଲିବାନ କହିଥିଲା ଆମେ ବଦଳି ଯାଇଛୁ। ମାନବୀୟ ଢଙ୍ଗରେ ଶାସନ କରିବୁ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବୁ। ତେବେ କାବୁଲରେ ଅନ୍ତରୀଣ ସରକାର ଗଢୁ ଗଢୁ ନିଜ ଅସଲ ରଂଗ ଦେଖାଇଛି ଏହି ଆତଙ୍କୀ ସଂଗଠନ। ବର୍ବରତାର ସବୁ ସୀମା ଟପିଯାଇଛନ୍ତି ଏହାର ଲଢାକୁ

Taliban
ସଫଳ ହେଲା ପାକିସ୍ତାନ ? ଚରମପନ୍ଥୀଙ୍କ ହାତରେ ଆଫଗାନ୍‌ର ଶାସନ ଡୋରି

ତାଲିବାନୀ ସରକାରରେ ପାକିସ୍ତାନୀ ଛାପ। ISI ସମର୍ଥିତ ହକାନୀ ନେଟଓ୍ୱର୍କ ମୁଖ୍ୟ ସିରାଜୁଦ୍ଦିନ ହକାନୀ ଓ ତାଙ୍କ ଦାଦା ଖଲିଲ୍ ହକାନୀଙ୍କୁ ଅନ୍ତରୀଣ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି

Taliban
ତାଲିବାନୀ ନାଲିଆଖିକୁ ଡ଼ରୁନାହାନ୍ତି ଆଫଗାନୀ ମହିଳା?

ପାକିସ୍ତାନ ମୁର୍ଦ୍ଦାବାଦ୍, ISI ମୁର୍ଦ୍ଦାବାଦ୍, ଆମେ ଚାହୁଁ ସ୍ୱାଧୀନତା, ପାକିସ୍ତାନୀ ତୁରନ୍ତ ଆଫଗାନିସ୍ତାନ ଛାଡ଼, ଏଭଳି ପାକ୍ ବିରୋଧୀ ନାରାବାଜି ସହ କାବୁଲରେ ଥିବା ପାକିସ୍ତାନ ଦୂତାବାସ ଆଗରେ ଆଫଗାନିସ୍ତାନ୍ ନାଗରିକଙ୍କ ଜୋରଦାର ବିକ୍ଷୋଭ।

Taliban
ସରକାର କରିବା ପୂର୍ବରୁ ନିଜର ପ୍ରକୃତ ଛବି ଦେଖାଉଛି କି ତାଲିବାନ?

ଆଫଗାନିସ୍ତାନର ଅଖଣ୍ଡ କ୍ଷମତା ହାସଲ ସହ ବର୍ବର ଆଚରଣ ବି ଜାରି ରଖିଛି ତାଲିବାନ୍ । ରାଜଧାନୀ କାବୁଲ୍ ସମେତ ଦେଶର ବିଭିନ୍ନ ସ୍ଥାନରେ ଉଠୁଥିବା ମହିଳାଙ୍କ ପ୍ରତିବାଦର ସ୍ୱରକୁ ପାଦତଳେ ମକଚି ଦେବାକୁ ବଳ ପ୍ରୟୋଗ କରିବାକୁ ପଛାଇନି ଏହି ସଂଗଠନ

Taliban
ଆଫଗାନ୍‌ରେ ସରକାର କରିବ ତାଲିବାନ: ଚୀନ ଓ ପାକିସ୍ତାନକୁ ଦିଆଗଲା ନିମନ୍ତ୍ରଣ

ପଞ୍ଜଶିର ଦଖଲ ପରେ ଯୁଦ୍ଧ ସମାପ୍ତି ଘୋଷଣା କରିଛି ତାଲିବାନ । କହିଲା ଏବେ ପୂରା ଆଫଗାନିସ୍ତାନ ଆମ କବଜାରେ ରହିଛି । ତାରିଖ ଧାର୍ଯ୍ୟ ହୋଇନଥିଲେ ବି, ଖୁବଶୀଘ୍ର ଆଫଗାନ୍‌ବାସୀଙ୍କୁ ଦେବୁ ଇସ୍ଲାମିକ୍, ଉତ୍ତରଦାୟୀ ଓ ସ୍ଥିର ସରକାର

Taliban
ସତ କିଏ କହୁଛି? ତାଲିବାନ ନା ନର୍ଦ୍ଦନ ଆଲାଏନ୍ସ

ତାଲିବାନୀ କବଜାକୁ ଚାଲିଗଲା କି ପଞ୍ଜଶିର? ପ୍ରତିରୋଧର ଏଇ ଶେଷଗଡ଼କୁ ସଂପୂର୍ଣ୍ଣ କବଜା କରିଥିବା ଦାବି କରି ଆଜି ପଞ୍ଜଶିର ଗଭର୍ଣ୍ଣର ହାଉସରେ ଝଣ୍ଡା ଉଡ଼ାଇଛି ତାଲିବାନ୍। ହେଲେ ତାଲିବାନର ଏହି ଦାବିକୁ ଅଗ୍ରାହ୍ୟ କରିଛି ନର୍ଦ୍ଦନ ଆଲାଏନ୍ସ ଟୁଇଟ୍ କରି ନ୍ୟାସନାଲ୍‌ ରେଜିଷ୍ଟାନ୍ସ ଫୋର୍ସ କହିଛି ଏହାର ଯୋଦ୍ଧା ଏବେ ବି ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି

Taliban
ତାଲିବାନୀ ପାଇଁ ଏମାନେ ହେଉଛନ୍ତି ଯମ

ତାଲିବାନ ପାଇଁ ଯମ। ଯାହାଙ୍କ ନାଁ ଶୁଣିଲେ ଥରହର ତାଲିବାନୀ। କେହି ପଞ୍ଜଶିର ମାଟି ମାଡିଲେ ଲମ୍ଫ ଦେଇ ଜୀବନ ନେଇ ଯାଆନ୍ତି। ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ତାଲିବାନ ସେନାଙ୍କୁ ନିପାତ କରି ଏ ବ୍ୟକ୍ତି ଜଣଙ୍କ ପାଲଟି ଯାଇଛନ୍ତି ମହା ନାୟକ। ନାଁ ଓ୍ବାହିଦ ଜଲନ୍ଧର। ‘ବାବା ଜଲନ୍ଧର’ ନାଁରେ ଏ ବେଶ ପରିଚିତ

Amrullah SalehAmrullah Saleh
ତାଲିବାନ ଭୟରେ ଦେଶ ଛାଡ଼ିଲେ କି ପୂର୍ବତନ ଉପରାଷ୍ଟ୍ରପତି?

ଆଫଗାନିସ୍ତାନରେ ରାଜ୍‌ କରୁଛି ତାଲିବାନ। ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ତାଲିବାନର ମୁଖପାତ୍ର କହିଛନ୍ତି ଯେ, ତାଞ୍ଜଶିର ଉପତ୍ୟକାରେ ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡି ପଳାଇଛନ୍ତି

Special Story | ‘Baba Jalandhar’, A Great Stone Of Northern Alliance & Nightmare Of Taliban
ପଞ୍ଜଶିର ଘାଟିରେ ତାଲିବାନ୍ ଆତଙ୍କବାଦୀଙ୍କ ପାଇଁ ମହାକାଳ ‘ବାବା ଜଲନ୍ଧର’

ନାଁ ଶୁଣିଲେ ଥରହର ତାଲିବାନୀ। ପଞ୍ଜଶିର ମାଟି ମାଡିଲେ ଫେରିବା ମୁସ୍କିଲ୍। ତାଲିବାନ୍ ଆତଙ୍କବାଦୀଙ୍କ ପାଇଁ ସେ ପାଲଟି ଯାଇଛନ୍ତି ମହାକାଳ।

taliban-kills-pregnant-female
ନିର୍ଦ୍ଦୟ ତାଲିବାନୀଙ୍କ ବର୍ବରକାଣ୍ଡ  ! ସ୍ୱାମୀ ଓ ପୁଅ ସମ୍ମୁଖରେ ଗର୍ଭବତୀ ମହିଳା ପୋଲିସ୍ ଅଧିକାରୀଙ୍କୁ ହତ୍ୟା

ଶନିବାର ରାତି ୧୦ଟାରେ ଏହି ବର୍ବର କାଣ୍ଡ ଘଟାଇଛନ୍ତି ତାଲିବାନୀ ସଂଗଠନ । ମହିଳା ପୋଲିସ୍ ଅଧିକାରୀ କାର୍ଯ୍ୟରତ ଥିବା ଅଞ୍ଚଳରେ ତାଲିବାନର ଭୟ ଏତେ ଅଧିକ ଯେ ଏହି ଘଟଣା ବିଷୟରେ କେହି ଖୋଲାଖୋଲି କରିବାକୁ ପ୍ରସ୍ତୁତ ନାହାନ୍ତି । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବଢ଼ୁଥିବା ବେଳେ ଏପରି ନାରକୀୟ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି ।

Taliban
କାହିଁକି ଆଫଗାନ୍‌ରେ ସରକାର ଗଢ଼ିବାକୁ ଡ଼େରି କରୁଛି ତାଲିବାନ?

ବନ୍ଧୁକ ବଳରେ ଦେଶ ଦଖଲ, ଆଉ ଦେଶ ପାଇଁ ସରକାର ଗଠନ। ୨ଟି ପୂରାପୂରି ଅଲଗା ପାଠ। ଏକଥାକୁ ମର୍ମେ ମର୍ମେ ଅନୁଭବ କରିସାରିଲାଣି ତାଲିବାନ। ବୋଧହୁଏ ସେଇଥିପାଇଁ ଦିନ ପରେ ଦିନ ଗଡ଼ି ଚାଲିଥିଲେ ବି, ଆଫଗାନିସ୍ତାନର ନୂଆ ସରକାର ଘୋଷଣା କରିପାରୁନି ସଂଗଠନ। ସରକାର ଘୋଷଣା ପରେ କାବୁଲ୍ ଓ ରାଷ୍ଟ୍ରପତି ପ୍ୟାଲେସକୁ ଧଳା ପତାକାରେ ପୋତି ପକାଇବାକୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

Taliban
ଫେଲ ମାରିଲା ଆମେରିକା, ପାସ୍‌ କଲା ତାଲିବାନ

ଆମେରିକା କଥା ମିଛ ସାବ୍ୟସ୍ତ ହେଲା। ଆଫଗାନିସ୍ତାନରେ ଛାଡ଼ି ଦେଇ ଆସିଥିବା ବିମାନରେ ଏବେ ମନଖୋଲା ଆକାଶରେ ଉଡୁଛନ୍ତି ତାଲିବାନୀ ଆତଙ୍କୀ। ପ୍ରାୟ ୨୦ ବର୍ଷ ପରେ ଅଗଷ୍ଟ ୩୦ ତାରିଖ ରାତି ପ୍ରାୟ ୧୧ ଟା ୫୫ ମିନିଟ୍‌ରେ କାବୁଲ ଏୟାରପୋର୍ଟରୁ ଉଡ଼ିଥିଲା ଆମେରିକାର ଶେଷ ବିମାନ

Taliban
କେତେ କ୍ରୁର ଏ ତାଲିବାନ? କାମ କରୁଥିବା ମହିଳାଙ୍କ ତାଡ଼ି ନେଲେ ଆଖି

ନିଜ ଛବିକୁ ବଦଳାଇବାର କେବଳ ନାଟକ କରୁଛି ତାଲିବାନ୍। ଏବେ ବି ଚାଲିଛି ଆତଙ୍କୀଭରା ଶାସନ। ତେବେ ଭାରତୀୟ ଗଣମାଧ୍ୟମ ଆଫଗାନର ଦୁଇ ମହିଳାଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଏହି ଦୁଃଖଦ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।

Taliban
ସରକାର ଗଠନ ହେବା ପୂର୍ବରୁ କାବୁଲ କାହିଁକି ଗଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟ

ଆଫ୍‌ଗାନିସ୍ତାନରେ ନୂଆ ସରକାର ଘୋଷଣା ପୂର୍ବରୁ କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି। କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଲ୍ୟଟନାଣ୍ଟ୍ ଜେନେରାଲ ଫହିଜ ହମିଦଙ୍କ ସହ ଏକ ଅଧିକାରୀ ଦଳ ପହଞ୍ଚିଛନ୍ତି

Taliban
କେଉଁ ଦେଶ ଗ୍ରହଣ କରିବ କେତେ ସଂଖ୍ୟକ ଶରଣାର୍ଥୀ?

ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ସଙ୍ଗୀନ ହେବାରେ ଲଗାଇଛି। ଖାଦ୍ୟ ନାହିଁ, ପାଣି ନାହିଁ, ସ୍ୱାସ୍ଥ୍ୟ ସେବା ବି ନାହିଁ। କୁଆଡେ ଯିବେ, କେମିତି ବଞ୍ଚିବେ? କଣ ହେବ ଏମାନଙ୍କ ଭବିଷ୍ୟତ? ତାଲିବାନର କାବୁଲ କବଜା ପରେ ସମଗ୍ର ବିଶ୍ୱ ଆଉ ଏକ ଶରଣାର୍ଥୀ ସଂକଟର ସାମ୍ନା କରିବାକୁ ଯାଉଛି

indian diplomats meet taliban leader
ତାଲିବାନ ସରକାରରେ ମହିଳାଙ୍କୁ ମିଳିବ କି ସ୍ଥାନ?

ଆମକୁ ସୁରକ୍ଷା ଦିଅ, ଅଧିକାର ଦିଅ। ଶିକ୍ଷା, ଚାକିରିର, ସରକାରରେ ସାମିଲ ହେବାର ଅଧିକାର ଦିଅ । ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ଦାବି ସହ ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ଆଫଗାନୀ ମହିଳା। ତାଲିବାନୀ ବନ୍ଧୁକକୁ ଖାତିର ନକରି ନିଜ ହକ୍ ମାଗିଛନ୍ତି ସେମାନେ । ତାଲିବାନ ସରକାର ଗଠନର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ହେରାତରେ ୫୦ରୁ ଅଧିକ ମହିଳା ଏକାଠି ହୋଇ, ନୂଆ ସରକାରରେ ମହିଳାଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି।

Taliban
ଆଜି ଘୋଷଣା ହୋଇପାରେ ଆଫଗାନ୍‌ର ନୂଆ ସରକାର

ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ। ଇରାନ ଶୈଳୀରେ ଚାଲିବ ଏଠିକାର ପ୍ରଶାସନିକ ବ୍ୟବସ୍ଥା। ସଂଗଠନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନୀତି ନିର୍ଦ୍ଧାରକ ହେଲେ ବି, ପ୍ରକୃତ ଶାସନ କ୍ଷମତା ରହିବ ମୁଲ୍ଲା ବରାଦାରଙ୍କ ହାତରେ। ତାଙ୍କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କରାଯାଇପାରେ।

afghanistan
ପଞ୍ଜଶିର କବଜା ପରେ ଉତ୍ସବ ମନାଉଛନ୍ତି ତାଲିବାନୀ : ଆକାଶକୁ ଗୁଳି ଚାଳନା ସମୟରେ ଅନେକ ଲୋକ ମୃତ

ଗୋଟିଏ ପରେ ଖୁସିରେ ଗଦଗଦ ହୋଇ ତାଲିବାନୀ ଉତ୍ସବ ମନାଉଥିବା ବେଳେ ଅନ୍ୟପଟେ ଏହା ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି । ଅସବାକା ନ୍ୟୁଜ୍ ଏଜେନ୍ସି ଅନୁସାରେ ଏହି ଫାଙ୍କା ଗୁଳିଚାଳନାରେ ଶିଶୁଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ସେପଟେ ପଞ୍ଜଶିର ଅକ୍ତିଆର ନେଇ ତାଲିବାନ୍ ଦାବି କରିଥିବା ପ୍ରତିରୋଧ ବାହିନୀ (ବିଦ୍ରୋହୀ ଗୋଷ୍ଠୀ) ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି