ଗଞ୍ଜାମରେ ବିଜେଡି ରାଜନୀତିର ଆନ୍ନା ସୂର୍ଯ୍ୟ ନାରାୟଣ ପାତ୍ର । ଛାତ୍ର ରାଜନୀତିରୁ କାଉନସିଲର । ସାତ ସାତଥରର ବିଧାୟକ । ତା’ପରେ ବାଚସ୍ପତି । ନବୀନ ଶାସନରେ ସର୍ବାଧିକ ସମୟ ଧରି ମନ୍ତ୍ରିପଦରେ ରହିଥିବା ନେତା । ଥାତି ଓ ଖ୍ୟାତି ଏମିତି ଯେ ବିଜେଡିରୁ ରାମକୃଷ୍ଣ ପଟ୍ଟନାୟଙ୍କ ବିଦାୟ ପରଠୁ ସୂର୍ଯ୍ୟଙ୍କ ଚାରିପଟେ ଯେମିତି ବୁଲୁଥିଲା ଗଞ୍ଜାମ ବିଜେଡି ରାଜନୀତି । ଏକଦା ମୁଖ୍ୟମନ୍ତ୍ରୀ ନବୀନଙ୍କ ଘନିଷ୍ଠ ସହଯୋଗୀ ଭାବେ ଜିଲ୍ଲାରେ କାହାକୁ କେଉଁଠି ପ୍ରାର୍ଥୀ କରାଯିବ, ସଂଗଠନ କେମିତି ମଜଭୁତ ହେବ ସବୁର ଚାବି ଥିଲା ସୂର୍ଯ୍ୟଙ୍କ ହାତରେ ।
ଖାଲି ଗଞ୍ଜାମ କାହିଁକି ପୂରା ଦକ୍ଷିଣ ଓଡ଼ିଶାରେ ଦଳର ସଂଗଠନକୁ ମଜଭୁତ କରିବାରେ ସୂର୍ଯ୍ୟଙ୍କ ଉପରେ ଭରସା କରୁଥିଲା ଦଳ । ଏମିତିକି, ରାଜ୍ୟସ୍ତରରେ ବି ଦଳୀୟ ସଂଗଠନକୁ ମଜଭୁତ କରିବା ଦିଗରେ ଯାହା କିଛି ଦାୟିତ୍ୱ ମିଳୁଥିଲା ତାକୁ ସୂଚାରୁ ରୂପେ ତୁଲାଉଥିଲେ । ସାରା ଓଡ଼ିଶା ବୁଲି କାମ କରୁଥିଲେ ଏଇ ତୁଙ୍ଗ ନେତା । ତେଣୁ ତାଙ୍କ ଅବର୍ତ୍ତମାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦଳୀୟ ନେତା ।
ସୂର୍ଯ୍ୟଙ୍କ ଦେହାନ୍ତ ଗଂଜାମ ବିଜେଡିକୁ ଶକ୍ତ ଧକ୍କା ସଦୃଶ ହୋଇଛି । କାରଣ ଏମିତି ବି ଦଳରୁ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାର ପରଠୁ ଜିଲ୍ଲାରେ ଦଳୀୟ ରାଜନୀତି ପୂରା ଗୋଳିଆ । ବୟସାଧିକ୍ୟ କାରଣ ପାଇଁ ରମେଶ ଚ୍ୟାଉପଟ୍ଟନାୟକ ଓ ଉଷା ଦେବୀ ସେତେଟା ସକ୍ରିୟ ନାହାଁନ୍ତି । ପୁଣି କିଛି ଦିନ ଧରି ମନ୍ତ୍ରୀ ହୋଇଥିବା ଶ୍ରୀକାନ୍ତ ସାହୁ ମହିଳା ବିରୋଧୀ ଅପରାଧ ବିବାଦରେ ଫସିବାକୁ ନେଇ ବି ଅସୁବିଧାରେ ବିଜେଡି । କଂଗ୍ରେସରୁ ଆସି ନେତା ହୋଇଥିବା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡାଙ୍କୁ ଭରସା କରିପାରୁ ନାହାନ୍ତି ବିଜେଡି କର୍ମୀ ।
ଏବେ ସ୍ଥିତି ସୁଧାରିବାକୁ ଦଳ ଯେଉଁ ଯେଉଁ ଷ୍ଟ୍ରାଟେଜି ନେଉଛି ସବୁତକ ଫେଲ୍ ମାରୁଥିବା କୁହାଯାଉଛି । ଏପରିକି ଫାଇଭ୍ ଟି ସଚିବଙ୍କ ଜିଲ୍ଲା ଗସ୍ତରେ ବି ସବୁଠୁ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା । ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କ ଦେହାନ୍ତରେ ଦଳ ଗଞ୍ଜାମରେ ନେତୃତ୍ୱଶୂନ୍ୟ ହୋଇପଡ଼ିଛି । ତେଣୁ ତାଙ୍କ ଅବର୍ତ୍ତମାନରେ ୨୪ ନିର୍ବାଚନ ପୂର୍ବରୁ ଅସଜଡ଼ା ଗଞ୍ଜାମ ସଂଗଠନକୁ ସଜାଡ଼ିବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିବ ।
ସୂର୍ଯ୍ୟଙ୍କ ନିଜ ନିର୍ବାଚନ ମଣ୍ଡଳୀ ଦିଗ ପହଣ୍ଡିରେ ବି ଗୋଷ୍ଠୀ କନ୍ଦଳ ତୀବ୍ର । ବିପିନ ପ୍ରଧାନ ଓ ସୂର୍ଯ୍ୟଙ୍କ ପୁଅ ବିପ୍ଳବଙ୍କ ଗୋଷ୍ଠୀ ମଧ୍ୟରେ ଛକାପନ୍ଝା । ଏଭଳି ସ୍ଥିତିରେ ବିପ୍ଳବ ସ୍ଥାନୀୟ ସଂଗଠନକୁ ଆଗକୁ କିଭଳି ନେବେ ତାହା ବି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
]]>ପାର୍ଥିବ ଶରୀରରେ ଢଙ୍ଗା ଯାଇଥିଲା ତ୍ରିରଙ୍ଗା । ଗାର୍ଡ ଅଫ୍ ଅନର ଦିଆଗଲା । ଚାରିଆଡ଼ ଅନ୍ନା ଅମର ରହେ ନାରା ଶୁଭୁଥିଲା । ତାରି ଭିତରେ ବଡ଼ ପୁଅ ବିପ୍ଲବ ପାତ୍ର ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇଗଲେ ଗଂଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ଓ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର । ଜନ୍ମମାଟି ଦିଗପହଣ୍ଡିର କପାମଣ୍ଡି ପାଖ ପଡ଼ିଆରେ ଅନ୍ତିମ ବିଦାୟ ଦେବାକୁ ଉପସ୍ଥିତ ଥିଲେ ବହୁ ରାଜନେତା ଓ ସାଧାରଣ ଜନତା ।
ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ପରଠୁ ତାଙ୍କୁ ଶେଷଦର୍ଶନ ପାଇଁ ଦଳମତ ନିର୍ବିଶେଷରେ ଲାଗିଥିଲା ଭିଡ଼ । ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆଜି ସକାଳେ ତାଙ୍କ ବାସଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାରକୁ ସମବେଦନା ବି ଜଣାଇଥିଲେ । ସେଠାରୁ ଦିବଂଗତ ନେତାଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଥିଲା । ସେଠାରେ ବିଜେଡିର ବହୁ ବିଶିଷ୍ଟ ନେତା ଓ କର୍ମୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ସେଠାରୁ ବିଧାନସଭା ପରିସରକୁ ନିଆଯାଇ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସେଠି ମଧ୍ୟ ବିଧାୟକ, ମନ୍ତ୍ରୀ, ବିଭିନ୍ନ ରାଜନୈତିକ ଦଳ ନେତା ଶେଷଦର୍ଶନ କରିଥିଲେ । ସେଠାରୁ ମରଶରୀରକୁ ବ୍ରହ୍ମପୁର ଅଭିମୁଖେ ନିଆଯାଇଥିଲା । ସେଠି ବି ପ୍ରିୟ ନେତା ଆନ୍ନାଙ୍କୁ ଶେଷ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ତାପରେ ସେଠୁ ଜନ୍ମମାଟି ଦିଗପହଣ୍ଡି ନିଆଯାଇଥିଲା । ଯେଉଁଠି ପରିବାର ଓ ଗାଁ ଲୋକଙ୍କ ସହ ବହୁ ରାଜନେତା ଓ ସମର୍ଥକ ଉପସ୍ଥିତ ଥିଲେ ।
ଗଂଜାମ ରାଜନୀତିରେ ସ୍ୱର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପରେ ଅନ୍ୟଜଣେ ଅପ୍ରତିଦ୍ୱନ୍ଦୀ ନେତା ଥିଲେ ସୂର୍ଯ୍ୟନାରାୟଣ ପାତ୍ର । ଯିଏ କେବେ ନିର୍ବାଚନ ହାରି ନାହାନ୍ତି । ୧୯୯୦ରୁ ୨୦୧୯ ଭିତରେ ମୋହନାରୁ ୪ଥର ଓ ଦିଗପହଣ୍ଡି ବିଧାନସଭା ଆସନରୁ ୩ଥର ବିଧାୟକ ଭାବେ ଜିତିଛନ୍ତି । ପେସାରେ ଜଣେ ଆଇନଜୀବୀ ବି ଥିଲେ ସୂର୍ଯ୍ୟ ପାତ୍ର । ଯେଉଁଥିପାଇଁ ମନ୍ତ୍ରୀ କି ବିଧାୟକ ବଦଳରେ ତାଙ୍କ ଘର ନାମ ଫଳକରେ ନିଜ ନାଁ ସହ ଶିକ୍ଷାଗତ ଯୋଗ୍ୟତା BSc, LLB ହିଁ ଲେଖୁଥିଲେ ।
୧୯୭୭ରେ ବ୍ରହ୍ମପୁର ମ୍ୟୁନିସିପାଲିଟି କାଉନସିଲର ହୋଇଥିଲେ ସୂର୍ଯ୍ୟ ପାତ୍ର । ବାପାଙ୍କ ପରେ ବ୍ରହ୍ମପୁରର ଏକ ପ୍ରମୁଖ ଖବର କାଗଜର ବିତରକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ନିଜ ମନ୍ତ୍ରୀତ୍ୱ ସମୟରେ ରାଜସ୍ୱ, ଜଙ୍ଗଲ ଓ ପରିବେଶ, ଶକ୍ତି, ପର୍ଯ୍ୟଟନ, ଆଇଟି, ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦକ୍ଷତା ପ୍ରତିପାଦନ ରଖିଛନ୍ତି । ୨୦୧୯ରେ ବାଚସ୍ପତି ପଦ ସମ୍ଭାଳିଥିଲେ ଓ ୨୦୨୨ରେ ଇସ୍ତଫା ଦେଇଥିଲେ । ତାଙ୍କ ସମୟରେ ବିଧାନସଭାକୁ ପେପରଲେସ୍ କରି ଉଦାହରଣ ସୃଷ୍ଟି କରିଥିଲେ ।
ଗତକାଲି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ୭୫ ବର୍ଷରେ ପରଲୋକ ଗମନ କରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ତାଙ୍କ ବିୟୋଗ ପରେ ପରିବାର ଲୋକଙ୍କ ଅନୁମତିରେ ହୋଇଛି ଚକ୍ଷୁ ଦାନ ।
]]>ସେପଟେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସେ ସୂର୍ଯ୍ୟଙ୍କ ବାସଭବନକୁ ଯାଇ ଅନ୍ତିମ ଦର୍ଶନ କରିଛନ୍ତି, ପରିବାର ଲୋକେଙ୍କୁ ସମବେଦନା ଜଣାଇଛନ୍ତି। ଏହା ପରେ ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଥିଲା। ସେଠାରେ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ଏହା ପରେ ତାଙ୍କୁ ବିଧାନସଭା ନିଆଯାଇଥିଲା । ସେଠାରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ପରେ ସୂର୍ଯ୍ୟ ପାତ୍ରଙ୍କ ପାର୍ଥିବ ଶରୀରକୁ ବ୍ରହ୍ମପୁର ଦେଇ ଦିଗପହଣ୍ଡି ନିଆଯାଉଛି। ଅପରାହ୍ନରେ ଦିଗପହଣ୍ଡିରେ ହିଁ ଶେଷ କୃତ୍ୟ ହେବାର ଅଛି। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା।
ର୍ଯ୍ୟ ନାରାୟଣ ପାତ୍ର । ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା । ଗଞ୍ଜାମ ଜିଲ୍ଲାର ଜଣେ ତୁଙ୍ଗ ନେତା । ଯାହାଙ୍କ ରାଜନୈତିକ କ୍ୟାରିୟର ଥିଲା ବହୁତ ଲମ୍ବା । ସାଧାରଣ କାଉନସିଲରଠୁ ବିଧାନସଭାର ବାଚସ୍ପତି ହେବା ଯାଏଁ. ବିଜୁ ବାବୁଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ହେବା ଯାଏଁ ତାଙ୍କର ରହିଛି ଉପଲବ୍ଧି । ଆସନ୍ତୁ ସଂକ୍ଷେପରେ ଜାଣିବା, ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିବାସୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ BSc ଓ ପରେ LLB କରି ଆରମ୍ଭ କରିଥିଲେ ଓକିଲାତି । ତା’ପରେ ସମାଜସେବା ଓ କ୍ରମେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପି ବନିଯାଇଥିଲେ ବିଚକ୍ଷଣ ରାଜନେତା । ଯାହାଙ୍କ ରାଜନୈତିକ ଯାତ୍ରା ଲମ୍ବିଥିଲା କାଉନସିଲରରୁ ବିଧାନସଭାର ବାଚସ୍ପତି ହେବ ଯାଏଁ । ୧୯୭୭ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟି କାଉନସିଲର ହୋଇଥିଲେ ସୂର୍ଯ୍ୟ ପାତ୍ର ।
ପରବର୍ତ୍ତୀ ସମୟରେ କ୍ରମାଗତ ୭ ଥର ବନିଥିଲେ ବିଧାୟକ । ୧୯୯୦ରେ ପ୍ରଥମ ଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋହନା ବିଧାୟକ ଭାବେ ୧୯୯୦ରୁ ୨୦୦୯ ଯାଏଁ କ୍ରମାଗତ ୪ଥର ନିର୍ବାଚିତ ହୋଇଥିଲେ ସୂର୍ଯ୍ୟ । ପ୍ରଥମ ଦୁଇ ଥର ଜନତା ଦଳରୁ ଏବଂ ତା ପରେ ବିଜେଡିରୁ ମୋହନା ଆସନରୁ ଲଢ଼ି ଜିତିଥିଲେ ସୂର୍ଯ୍ୟ । ୨୦୦୯ରୁ ସେ କ୍ରମାଗତ ୩ ଥର ଦିଗପହଣ୍ଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଅତି ବିଶ୍ୱସ୍ତ ଥିବା ସୂର୍ଯ୍ୟ ପାତ୍ର ଉଭୟଙ୍କ ସରକାରରେ ମନ୍ତ୍ରୀପଦରେ ଅଳଙ୍କୃତ ହୋଇଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ । ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳର ରାଜନୈତିକ କ୍ୟାରିୟର ଭିତରେ ସେ ବହୁ ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ, ଜଙ୍ଗଲ ଓ ପରିବେଶ, ଶକ୍ତି, ପର୍ଯ୍ୟଟନ, ଆଇଟି, ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀରହି ସେ ତାଙ୍କ ଦକ୍ଷତା ପ୍ରତିପାଦ ରଖିଛନ୍ତି । ପରବର୍ତ୍ତୀ ସମୟରେ ୨୦୧୯ରେ ବାଚସ୍ପତି ପଦ ସମ୍ଭାଳିଥିଲେ ଆଉ ୨୦୨୨ରେ ଦେଇଥିଲେ ଇସ୍ତଫା ।
]]>ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ସୂର୍ଯ୍ୟନାରାୟଣ ପାତ୍ର ୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ BSc ଓ LLB ପରେ ଓକିଲାତି, ପରେ ସାମାଜସେବା ଓ କ୍ରମେ ରାଜନୀତିରେ ଯୋଗ ଦେଇଥିଲେ । ରାଜନୈତିକ ଯାତ୍ରା ଲମ୍ବିଥିଲା କାଉନସିଲରରୁ ବାଚସ୍ପତି ଯାଏଁ । ୧୯୭୭ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟି କାଉନସିଲର ହୋଇଥିଲେ ସୂର୍ଯ୍ୟ ପାତ୍ର। କ୍ରମାଗତ ୭ ଥର ବିଧାୟକ ବନିଥିଲେ ସୂର୍ଯ୍ୟ। ୧୯୯୦ରେ ପ୍ରଥମ ଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୋହନା ବିଧାୟକ ଭାବେ ୧୯୯୦ରୁ ୨୦୦୯ ଯାଏଁ କ୍ରମାଗତ ୪ଥର ନିର୍ବାଚିତ ହୋଇଥିଲେ ସେ ।
ପ୍ରଥମ ଦୁଇ ଥର ଜନତା ଦଳରୁ ଏବଂ ତା ପରେ ବିଜେଡିରୁ ମୋହନା ଆସନରୁ ଲଢ଼ି ଜିତିଥିଲେ । ୨୦୦୯ରୁ ସେ କ୍ରମାଗତ ୩ ଥର ଦିଗପହଣ୍ଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ସରକାରରେ ମନ୍ତ୍ରୀ ଭାବେ ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ବିଭିନ୍ନ ସମୟରେ ଜଙ୍ଗଲ ଓ ପରିବେଶ, ଶକ୍ତି, ପର୍ଯ୍ୟଟନ, ଆଇଟି, ସଂସ୍କୃତି, ରାଜସ୍ୱ, ସୂଚନା ଓ ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଥିଲେ । ୨୦୧୯ରେ ବାଚସ୍ପତି ପଦ ସମ୍ଭାଳିଥିଲେ ଏବଂ ୨୦୨୨ରେ ସେଥିରୁ ଇସ୍ତଫା ଦେଇଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ।
ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି। ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଭୂମିନ୍ଦର ସିଂହ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ୍, ବଦ୍ରି ପାତ୍ର, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାଶ, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରଘୁନାଥ ମହାନ୍ତି, ମହମ୍ମଦ ମୋକିମ, ଭୃଗୁ ବକ୍ସିପାତ୍ର, ସଞ୍ଜୟ ଦାସବର୍ମା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ବରିଷ୍ଠ ରାଜନେତା, ମୋର ବନ୍ଧୁ ଏବଂ ବହୁ ବର୍ଷର ପୂର୍ବତନ ସହଯୋଗୀ, ଓଡ଼ିଶା ବିଧାନସଭା ପୂର୍ବତନ ବାଚସ୍ପତି ତଥା ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ ।
— Baijayant Jay Panda (@PandaJay) September 2, 2023
ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।
ଓଁ ଶାନ୍ତି 🙏🙏 pic.twitter.com/FGbtBIWCX6
ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା, ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଗଞ୍ଜାମବାସୀଙ୍କ ସେବାରେ ତାଙ୍କର ଉତ୍ସର୍ଗୀକୃତ ଜୀବନ ସର୍ବଦା ସ୍ମରଣୀୟ ରହିବ। ବିଜୁ ଜନତା ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବହୁମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏହା…
— Naveen Patnaik (@Naveen_Odisha) September 2, 2023
]]>ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଲୋକ ପ୍ରତିନିଧି ଭାବେ ଆଜୀବନ ଲୋକସେବାପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ମାନ୍ୟବର ରାଜ୍ୟପାଳ କହିଛନ୍ତି।
— Governor Odisha (@GovernorOdisha) September 2, 2023
ଟ୍ୱିଟ୍ କରି ସୂର୍ଯ୍ୟ ପାତ୍ରଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପୂର୍ବତନ ବାଚସ୍ପତି ତଥା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଷୟରେ ଅବଗତ ହେଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।’
ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପୂର୍ବତନ ବାଚସ୍ପତି ତଥା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଷୟରେ ଅବଗତ ହେଲି। ତାଙ୍କର ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) June 5, 2022
ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପୂର୍ବରୁ ବାଚସ୍ପତି ପଦରୁ ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା ତାଙ୍କ ପୁଅ ବିପ୍ଲବ ପାତ୍ର ସୂଚନା ଦେଇଛନ୍ତି।
ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଗୁରୁତର କିଡନୀ ସମସ୍ୟା ସହ ବାମ ଆଖିରେ ସଂକ୍ରମଣ ହୋଇଛି। ଏଥିପାଇଁ ଗତ ୧୪ ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ସହ ତାଙ୍କର ଚିକିତ୍ସା ଚାଲିଛି। ତେଣୁ ସେ ଆଗାମୀ ଦିନରେ କୌଣସି ସରକାରୀ ଦାୟିତ୍ୱରେ ରହିବେ ନାହିଁ ବୋଲି ନିଜ ଆଡୁ ଜଣାଇ ଦେଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି।
]]>ଚିଠି ଲେଖି ଉଲ୍ଲେଖ କରିଥିଲେ ଯେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ଏବର୍ଷ ଆଳୁ ଉତ୍ପାଦନ କମ୍ ରହିଥିବାରୁ ଓଡିଶାରେ ଦର ବୃଦ୍ଧି ହୋଇଛି। ତେଣୁ କିଛି ବ୍ୟବସାୟୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିପାରନ୍ତି, ତେଣୁ ଧାର୍ଯ୍ୟ ଠାରୁ ଅଧିକ ଆଳୁ ମହଜୁଦ ରଖିଲେ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଗ୍ରାହକ କିଭଳି ସଠିକ୍ ମୂଲ୍ୟରେ ପାଇପାରିବେ ସେନେଇ ଦୃଷ୍ଟି ଦେବାକୁ କୁହାଯାଇଛି।
ସେହିପରି ଆଳୁ ଉତ୍ପାଦନ ହେଉଥିବା ରାଜ୍ୟରୁ ଯେଭଳି ପରିବହନ ବାଧାପ୍ରାପ୍ତ ନହେବ, ସେନେଇ ଦୃଷ୍ଟି ଦେବାକୁ ସୀମାନ୍ତ ଅଞ୍ଚଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି। ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ କହିବାନୁଯାୟୀ, କଟକରେ ପାଇକାରୀ ଆଳୁ ବ୍ୟବସାୟୀମାନେ ୫ଶହ କ୍ୱିଣ୍ଟାଲ ଏବଂ ଭୁବନେଶ୍ୱର ଓ ଅନ୍ୟ ସହରରେ ବ୍ୟବସାୟୀମାନେ ୩୫୦ କ୍ୱିଣ୍ଟାଲ ରଖିବାକୁ ନିର୍ଦ୍ଦେଶ ରହିଛି।
]]>